Posted inଜାତୀୟ

ଝାଡ଼ଖଣ୍ଡରେ ଅପରେଶନ୍‌ ଲୋଟସ୍‌, ସରକାର ଭାଙ୍ଗିବାକୁ ଭାଜପାର ଉଦ୍ୟମ ଅଭିଯୋଗ ଆଣିଲା କଂଗ୍ରେସ, ୩ ବିଧାୟକଙ୍କଠାରୁ ବିପୁଳ ଟଙ୍କା ଜବତ…

ରାଞ୍ଚି,୩୧।୭ : କଂଗ୍ରେସ ଭାଜପା ବିରୋଧରେ ବଡ଼ ଅଭିଯୋଗ ଆଣିଛି। ଝାଡ଼ଖଣ୍ଡରେ ଭାଜପା ଅପରେଶନ ଲୋଟସ ଦ୍ୱାରା ସରକାରଙ୍କୁ ଭାଙ୍ଗିବାର ଉଦ୍ୟମ କରୁଛି ବୋଲି କଂଗ୍ରେସ କହିଛି। କଂଗ୍ରେସ କର୍ମୀମାନେ କହିଛନ୍ତି ଯେ ପଶ୍ଚିମବଙ୍ଗର ହାୱଡାରେ ଦଳର ୩ ଜଣ ବିଧାୟକଙ୍କଠାରୁ ବିପୁଳ ପରିମାଣର ନଗଦ ଟଙ୍କା ଜବତ ପରେ ଏହା ସ୍ପଷ୍ଟ ହୋଇଛି। ପୂର୍ବରୁ ମଧ୍ୟ ହେମନ୍ତ ସୋରେନଙ୍କ ନେତୃତ୍ୱରେ ଗଠିତ ମିଳିତ ସରକାରକୁ ହଟାଇବାକୁ ଭାଜପା ଚେଷ୍ଟା କରୁଥିବା କଂଗ୍ରେସ ଅଭିଯୋଗ କରିଥିଲା।

କଂଗ୍ରେସର ସାଧାରଣ ସମ୍ପାଦକ ଜୟରାମ ରମେଶ ଟୁଇଟ କରି କହିଛନ୍ତି ଯେ ଝାଡଖଣ୍ଡରେ ଭାଜପାର ଅପରୋନ ଲୋଟସର ପର୍ଦ୍ଦାଫାଶ୍‌ ହାଓ୍ବଡ଼ାରେ ହୋଇଛି। ଦିଲ୍ଲୀରେ ହମ୍‌ ଦୋ ର ଗେମ୍‌ ପ୍ଲାନ୍‌ ବର୍ତ୍ତମାନ ଝାଡଖଣ୍ଡ ପାଇଁ କରାଯାଉଛି। ଭାଜପା ମହାରାଷ୍ଟ୍ରରେ ଇ-ଡି( ଏକନାଥ ଶିନ୍ଦେ-ଦେବେନ୍ଦ୍ର ଫଡ଼ନଭିସ) ଯୋଡି ଆଣଛି।

ଶନିବାର ରାତିରେ ପଶ୍ଚିମବଙ୍ଗର ହାଓ୍ବଡ଼ା ଜିଲାରେ ଝାଡଖଣ୍ଡର ତିନି ଜଣ ବିଧାୟକଙ୍କୁ ପୋଲିସ ଅଟକାଇଥିଲା। ତାଙ୍କ ଗାଡିରୁ ବିପୁଳ ପରିମାଣର ନଗଦ ଟଙ୍କା ଜବତ କରାଯାଇଛି। ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ଯେ ଗୁପ୍ତଚର ଇନପୁଟ ଆଧାରରେ ବିଧାୟକ ଇରଫାନ ଅନସାରୀ, ରାଜେଶ କାଚ୍ଚାପ ଏବଂ ନମନ ବିକ୍ସାଲ କାଙ୍ଗେରି ଯେଉଁ ଗାଡିରେ ଯାତ୍ରା କରୁଥିଲେ ତାହାକୁ ପଞ୍ଚଲା ପୋଲିସ ଷ୍ଟେଶନ ଅନ୍ତର୍ଗତ ରାନହତି ଠାରେ ଜାତୀୟ ରାଜପଥ-୧୬ରେ ପୋଲିସ ଅଟକାଇଥିଲା।

ହାଓ୍ବଡ଼ା ପୋଲିସ ଅଧୀକ୍ଷକ ସ୍ବାତି ଭାଙ୍ଗଲିଆ କହିଛନ୍ତି, କଳା ରଙ୍ଗର କାରରେ ବିପୁଳ ପରିମାଣର ଟଙ୍କା ନିଆଯାଉଥିବାର ଆମେ ସୂଚନା ପାଇଥିଲୁ। ଆମେ ଗାଡିଗୁଡିକୁ ଅଟକାଇ ଯାଞ୍ଚ୍‌ ଆରମ୍ଭ କରିଥିଲୁ।  ତିନି ଜଣ ବିଧାୟକଙ୍କୁ ନେଇ ଯାଉଥିବା ଏହି କାରକୁ ଅଟକାଇଥିଲୁ। କାରରୁ ବିପୁଳ ପରିମାଣର ନଗଦ ଟଙ୍କା ଜବତ କରାଯାଇଛି। ଟଙ୍କା ଗଣିବା ପାଇଁ ଏକ ମେସିନ ଅର୍ଡର କରାଯାଉଛି। ଏହି ଟଙ୍କା କେଉଁଠାରୁ ଆସିଛି ଏବଂ ଏହାକୁ କେଉଁଠିକୁ ନିଆଯାଉଛି ସେ ନେଇ ବିଧାୟକମାନଙ୍କୁ ପଚରାଉଚରା କରାଯାଉଥିବା ସେ କହିଛନ୍ତି।

ଝାଡଖଣ୍ଡ କଂଗ୍ରେସର କାର୍ଯ୍ୟକାରୀ ସଭାପତି ବନ୍ଧୁ ତିର୍କି କହିଛନ୍ତି ଯେ ଏହା ଭାଜପାର ଷଡଯନ୍ତ୍ର ବୋଲି ଜଣାପଡିଛି। ହେମନ୍ତ ସୋରେନ ସରକାର କ୍ଷମତାକୁ ଆସିବା ପରଠାରୁ ଭାଜପା ଏହାକୁ ଅସ୍ଥିର କରିବାକୁ ଚେଷ୍ଟା କରୁଛି।

ସେ କହିଛନ୍ତି ଯେ ଯଦି ଆମେ ମହାରାଷ୍ଟ୍ର ଏବଂ ଅନ୍ୟ କେତେକ ରାଜ୍ୟରେ କ’ଣ ଘଟିଛି ତାହା ଦେଖିବା, ଏହା ସ୍ପଷ୍ଟ ହୋଇଯିବ ଯେ ସରକାରଙ୍କୁ କ୍ଷମତାଚ୍ୟୁତ କରିବା ପାଇଁ ଭାଜପା ଟଙ୍କା ବ୍ୟବହାର କରୁଛି। ମୁଁ ୩ ବିଧାୟକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପାର୍ଟି ହାଇକମାଣ୍ଡକୁ ଅନୁରୋଧ କରୁଛି, ଯାହା ଦ୍ୱାରା ଦଳର ଅନ୍ୟ ସଦସ୍ୟଙ୍କ ନିକଟକୁ ଏକ ଦୃଢ଼ ବାର୍ତ୍ତା ପଠାଯାଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ଋଷିଆରୁ ତେଲ କିଣିବା ବନ୍ଦ କରିନାହିଁ ଭାରତ; ଆମେରିକାର ଦାବିକୁ ଖଣ୍ଡନ କଲା ମସ୍କୋ

ନୂଆଦିଲ୍ଲୀ,୧୮।୨: ଭାରତ ଋଷିଆଠାରୁ ତେଲ ଆମଦାନୀ ବନ୍ଦ କରିଥିବା ନେଇ ଆମେରିକାର ଦାବିକୁ ଋଷିଆ ସମ୍ପୂର୍ଣ୍ଣ ରୂପେ ଖଣ୍ଡନ କରିଛି। ବୁଧବାର ଋଷିଆ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ…

ଶେଷ ଓଭରରେ ଭାରତର ରୋମାଞ୍ଚକର ବିଜୟ, ଶେଷ ଯାଏ ଲଢ଼ିଲା ନେଦରଲ୍ୟାଣ୍ଡ

ଅହମ୍ମଦାବାଦ,୧୮।୨: ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଇଥିବା ଟି-୨୦ ବିଶ୍ୱକପ୍‌ର ଏକ ରୋମାଞ୍ଚକର ମୁକାବିଲାରେ ଭାରତ ୧୭ ରନରେ ନେଦରଲ୍ୟାଣ୍ଡକୁ ପରାସ୍ତ କରିଛି। ଏହି ବିଜୟ ସହ ଭାରତ…

ଭାରତ ପାଇଁ ଗୁଗୁଲର ମେଗା ପ୍ଲାନ୍: ସମୁଦ୍ର ତଳେ ଆମେରିକା ଯାଏଁ ବିଛାଯିବ କେବୁଲ୍, ନିବେଶ ହେବ ୧.୩୬ ଲକ୍ଷ କୋଟି

ନୂଆଦିଲ୍ଲୀ,୧୮।୨: ଭାରତରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ବା AI କ୍ଷେତ୍ରରେ ଏକ ବଡ଼ ବିପ୍ଳବ ଆସିବାକୁ ଯାଉଛି। ଟେକ୍ ଜଗତର କମ୍ପାନୀ ‘ଗୁଗୁଲ’ ଭାରତରେ ବ୍ୟାପକ ପୁଞ୍ଜି ନିବେଶ…

ଭୁତପ୍ରେତ ଭୟରେ ମାରୀଗୁଡା ଗ୍ରାମବାସୀ: ରାତିରେ ଶୁଭୁଛି ବିକଟାଳ ଶବ୍ଦ, ଲୋକଙ୍କ ଘରେ ଚୁଲି ଜଳୁନି

ରାୟଗଡା, ୧୮।୨(ଆଶିଷ ରଞ୍ଜନ ପଣ୍ଡା)- ଦକ୍ଷିଣ ଓଡିଶାର ଉପାନ୍ତ ରାୟଗଡା ଜିଲ୍ଲାର ଗ୍ରାମାଞ୍ଚଳରେ ଏବେ ବି ଭରି ରହିଛି ଅନ୍ଧବିଶ୍ବାସ । ଭୂତପ୍ରେତକୁ ନେଇ ଆଜି ମଧ୍ୟ…

ଗ୍ଲୋକାଲ ବାଇପାସ ନିକଟରେ ଦୁର୍ଘଟଣା, ଘଟଣାସ୍ଥଳରେ ଚାଲିଗଲା ଜଣଙ୍କର ଜୀବନ

ଜୟପୁର,୧୮।୨(ପବନ ପାଣିଗ୍ରାହୀ): ଜୟପୁର ଗ୍ଲୋକାଲ ହସପିଟାଲ ବାଇପାସ ରୋଡ ନିକଟରେ ଏକ ବାଇକ ଧକ୍କାରେ ଘଟଣାସ୍ଥଳରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ଅନ୍ୟଜଣେ ଗୁରୁତର ଅବସ୍ଥାରେ…

T20 ବିଶ୍ୱକପ୍‌ ୨୦୨୬: ଶିବମ ଦୁବେଙ୍କ ବିସ୍ଫୋରକ ଅର୍ଦ୍ଧଶତକ, ନେଦରଲାଣ୍ଡ ଆଗରେ ୧୯୪ ରନ୍‌ର ଲକ୍ଷ୍ୟ

ଅହମ୍ମଦାବାଦ,୧୮।୨: T20 ବିଶ୍ୱକପ୍‌ ୨୦୨୬ର ଶେଷ ଗ୍ରୁପ୍‌ ମ୍ୟାଚ୍‌ରେ ଭାରତୀୟ ଦଳ ନେଦରଲାଣ୍ଡ ବିପକ୍ଷରେ ୬ ୱିକେଟ୍ ହରାଇ ୧୯୩ ରନ୍‌ର ଏକ ବଡ ସ୍କୋର ଛିଡ଼ା…

ଥାଇଲ୍ୟାଣ୍ଡରେ ଫସିଛନ୍ତି ୬ ଓଡ଼ିଆ ଶ୍ରମିକ; ଖାଇବାକୁ ମିଳୁନି…, ଫେରିବା ପାଇଁ ସରକାରଙ୍କୁ ଗୁହାରି

ଭୁବନେଶ୍ୱର,୧୮।୨: ପରିବାର ପ୍ରତିପୋଷଣ ପାଇଁ ସୁଦୂର ଥାଇଲ୍ୟାଣ୍ଡ ଯାଇ ନିର୍ଯାତନାର ଶିକାର ହେଲେ ଓଡ଼ିଆ ଶ୍ରମିକ। କେନ୍ଦ୍ରାପଡ଼ା ଏବଂ ଭଦ୍ରକ ଜିଲାର ୬ ଜଣ ଶ୍ରମିକ ଏବେ…

ଜନସେବା କ୍ଷେତ୍ରରେ କଳାହାଣ୍ଡି ପ୍ରଶାସନର ବଡ଼ ପଦକ୍ଷେପ, ଲୋକାର୍ପିତ ହେଲା ଏଆଇ ଚାଟବଟ୍ ‘ଆମର ସହାୟକ’

ଭବାନୀପାଟଣା,୧୮।୨(ଉତ୍ତମ କୁମାର ଦାଶ): ଡିଜିଟାଲ୍ ଶାସନ ଏବଂ ଜନକୈନ୍ଦ୍ରିକ ପ୍ରଶାସନ ଦିଗରେ ଏକ ବଡ଼ ପଦକ୍ଷେପ ସ୍ୱରୂପ କଳାହାଣ୍ଡି ଜିଲା ପ୍ରଶାସନ ପକ୍ଷରୁ ବୁଧବାର ଅତ୍ୟାଧୁନିକ ଏଆଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri