Posted inଜାତୀୟ

ଝାଡ଼ଖଣ୍ଡରେ ଅପରେଶନ୍‌ ଲୋଟସ୍‌, ସରକାର ଭାଙ୍ଗିବାକୁ ଭାଜପାର ଉଦ୍ୟମ ଅଭିଯୋଗ ଆଣିଲା କଂଗ୍ରେସ, ୩ ବିଧାୟକଙ୍କଠାରୁ ବିପୁଳ ଟଙ୍କା ଜବତ…

ରାଞ୍ଚି,୩୧।୭ : କଂଗ୍ରେସ ଭାଜପା ବିରୋଧରେ ବଡ଼ ଅଭିଯୋଗ ଆଣିଛି। ଝାଡ଼ଖଣ୍ଡରେ ଭାଜପା ଅପରେଶନ ଲୋଟସ ଦ୍ୱାରା ସରକାରଙ୍କୁ ଭାଙ୍ଗିବାର ଉଦ୍ୟମ କରୁଛି ବୋଲି କଂଗ୍ରେସ କହିଛି। କଂଗ୍ରେସ କର୍ମୀମାନେ କହିଛନ୍ତି ଯେ ପଶ୍ଚିମବଙ୍ଗର ହାୱଡାରେ ଦଳର ୩ ଜଣ ବିଧାୟକଙ୍କଠାରୁ ବିପୁଳ ପରିମାଣର ନଗଦ ଟଙ୍କା ଜବତ ପରେ ଏହା ସ୍ପଷ୍ଟ ହୋଇଛି। ପୂର୍ବରୁ ମଧ୍ୟ ହେମନ୍ତ ସୋରେନଙ୍କ ନେତୃତ୍ୱରେ ଗଠିତ ମିଳିତ ସରକାରକୁ ହଟାଇବାକୁ ଭାଜପା ଚେଷ୍ଟା କରୁଥିବା କଂଗ୍ରେସ ଅଭିଯୋଗ କରିଥିଲା।

କଂଗ୍ରେସର ସାଧାରଣ ସମ୍ପାଦକ ଜୟରାମ ରମେଶ ଟୁଇଟ କରି କହିଛନ୍ତି ଯେ ଝାଡଖଣ୍ଡରେ ଭାଜପାର ଅପରୋନ ଲୋଟସର ପର୍ଦ୍ଦାଫାଶ୍‌ ହାଓ୍ବଡ଼ାରେ ହୋଇଛି। ଦିଲ୍ଲୀରେ ହମ୍‌ ଦୋ ର ଗେମ୍‌ ପ୍ଲାନ୍‌ ବର୍ତ୍ତମାନ ଝାଡଖଣ୍ଡ ପାଇଁ କରାଯାଉଛି। ଭାଜପା ମହାରାଷ୍ଟ୍ରରେ ଇ-ଡି( ଏକନାଥ ଶିନ୍ଦେ-ଦେବେନ୍ଦ୍ର ଫଡ଼ନଭିସ) ଯୋଡି ଆଣଛି।

ଶନିବାର ରାତିରେ ପଶ୍ଚିମବଙ୍ଗର ହାଓ୍ବଡ଼ା ଜିଲାରେ ଝାଡଖଣ୍ଡର ତିନି ଜଣ ବିଧାୟକଙ୍କୁ ପୋଲିସ ଅଟକାଇଥିଲା। ତାଙ୍କ ଗାଡିରୁ ବିପୁଳ ପରିମାଣର ନଗଦ ଟଙ୍କା ଜବତ କରାଯାଇଛି। ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ଯେ ଗୁପ୍ତଚର ଇନପୁଟ ଆଧାରରେ ବିଧାୟକ ଇରଫାନ ଅନସାରୀ, ରାଜେଶ କାଚ୍ଚାପ ଏବଂ ନମନ ବିକ୍ସାଲ କାଙ୍ଗେରି ଯେଉଁ ଗାଡିରେ ଯାତ୍ରା କରୁଥିଲେ ତାହାକୁ ପଞ୍ଚଲା ପୋଲିସ ଷ୍ଟେଶନ ଅନ୍ତର୍ଗତ ରାନହତି ଠାରେ ଜାତୀୟ ରାଜପଥ-୧୬ରେ ପୋଲିସ ଅଟକାଇଥିଲା।

ହାଓ୍ବଡ଼ା ପୋଲିସ ଅଧୀକ୍ଷକ ସ୍ବାତି ଭାଙ୍ଗଲିଆ କହିଛନ୍ତି, କଳା ରଙ୍ଗର କାରରେ ବିପୁଳ ପରିମାଣର ଟଙ୍କା ନିଆଯାଉଥିବାର ଆମେ ସୂଚନା ପାଇଥିଲୁ। ଆମେ ଗାଡିଗୁଡିକୁ ଅଟକାଇ ଯାଞ୍ଚ୍‌ ଆରମ୍ଭ କରିଥିଲୁ।  ତିନି ଜଣ ବିଧାୟକଙ୍କୁ ନେଇ ଯାଉଥିବା ଏହି କାରକୁ ଅଟକାଇଥିଲୁ। କାରରୁ ବିପୁଳ ପରିମାଣର ନଗଦ ଟଙ୍କା ଜବତ କରାଯାଇଛି। ଟଙ୍କା ଗଣିବା ପାଇଁ ଏକ ମେସିନ ଅର୍ଡର କରାଯାଉଛି। ଏହି ଟଙ୍କା କେଉଁଠାରୁ ଆସିଛି ଏବଂ ଏହାକୁ କେଉଁଠିକୁ ନିଆଯାଉଛି ସେ ନେଇ ବିଧାୟକମାନଙ୍କୁ ପଚରାଉଚରା କରାଯାଉଥିବା ସେ କହିଛନ୍ତି।

ଝାଡଖଣ୍ଡ କଂଗ୍ରେସର କାର୍ଯ୍ୟକାରୀ ସଭାପତି ବନ୍ଧୁ ତିର୍କି କହିଛନ୍ତି ଯେ ଏହା ଭାଜପାର ଷଡଯନ୍ତ୍ର ବୋଲି ଜଣାପଡିଛି। ହେମନ୍ତ ସୋରେନ ସରକାର କ୍ଷମତାକୁ ଆସିବା ପରଠାରୁ ଭାଜପା ଏହାକୁ ଅସ୍ଥିର କରିବାକୁ ଚେଷ୍ଟା କରୁଛି।

ସେ କହିଛନ୍ତି ଯେ ଯଦି ଆମେ ମହାରାଷ୍ଟ୍ର ଏବଂ ଅନ୍ୟ କେତେକ ରାଜ୍ୟରେ କ’ଣ ଘଟିଛି ତାହା ଦେଖିବା, ଏହା ସ୍ପଷ୍ଟ ହୋଇଯିବ ଯେ ସରକାରଙ୍କୁ କ୍ଷମତାଚ୍ୟୁତ କରିବା ପାଇଁ ଭାଜପା ଟଙ୍କା ବ୍ୟବହାର କରୁଛି। ମୁଁ ୩ ବିଧାୟକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପାର୍ଟି ହାଇକମାଣ୍ଡକୁ ଅନୁରୋଧ କରୁଛି, ଯାହା ଦ୍ୱାରା ଦଳର ଅନ୍ୟ ସଦସ୍ୟଙ୍କ ନିକଟକୁ ଏକ ଦୃଢ଼ ବାର୍ତ୍ତା ପଠାଯାଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ଭିନ୍ନ ଢଙ୍ଗରେ ନୂଆବର୍ଷକୁ ସ୍ବାଗତ କଲେ ବିରାଟ-ଅନୁଷ୍କା, ଫଟୋ ଶେୟାର କରି କହିଲେ ମୋ’ ଜୀବନର…

ମୁମ୍ବାଇ: କ୍ରିକେଟର ବିରାଟ କୋହଲି ତାଙ୍କ ସ୍ତ୍ରୀ ଅନୁଷ୍କା ଶର୍ମାଙ୍କ ସହ ୨୦୨୫କୁ ବିଦାୟ ଦେବା ସମୟରେ ଏକ ବିଶେଷ ମୁହୂର୍ତ୍ତକୁ ଶେୟାର କରି ଏକ...

ବାଂଲାଦେଶରେ ଆଉ ଜଣେ ହିନ୍ଦୁ ଯୁବକଙ୍କୁ ହତ୍ୟା ଘଟଣା, ନିଆଁ ଲଗାଇଦେଲେ ଉତ୍ତ୍ୟକ୍ତ ଲୋକେ

ଢାକା,୧।୧: ବାଂଲାଦେଶରେ ଅଶାନ୍ତି ଜାରି ରହିଛି। ବୁଧବାର, ଏକ ଜନଗହଳି ଆଉ ଜଣେ ହିନ୍ଦୁ ବ୍ୟକ୍ତି ଖୋକନ ଦାସଙ୍କୁ ଆକ୍ରମଣ କରି ଆହତ କରିଥିଲା ଏବଂ...

ଜିରୋ ନାଇଟ୍ ପାର୍ଟିରେ ବିରିୟାନି ଖାଇବା ହେଲା କାଳ, ଜଣେ ମୃତ ୧୫ ଅସୁସ୍ଥ

ନୂଆଦିଲ୍ଲୀ,୧।୧: ନୂଆବର୍ଷରେ ମଉଜ କରୁକରୁ ଚାଲିଗଲା ଜୀବନ । ଜାନୁଆରୀ ୧ ତାରିଖରେ ହାଇଦ୍ରାବାଦରେ ନୂତନ ବର୍ଷର ଉତ୍ସବ ଦୁଃଖଦ ହୋଇଗଲା । ବିରିୟାନି ପାର୍ଟି...

ବନ୍ଦେ ଭାରତ ସ୍ଲିପର ଟ୍ରେନର ଟପ୍‌ ସ୍ପିଡ ଦେବ ରାଜନୈତିକ ଲାଭ! ଭାଜପାକୁ ୧୮୦ ଆସନରେ ମିଳିବ…

ନୂଆଦିଲ୍ଲୀ,୧।୧: ନୂତନ ବର୍ଷର ପ୍ରଥମ ଦିନରେ, ମୋଦି ସରକାର ଏକ ବଡ଼ ଘୋଷଣା କରିଛନ୍ତି। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଘୋଷଣା କରିଛନ୍ତି ଯେ ଦେଶର ପ୍ରଥମ...

ଡିସେମ୍ବରରେ ବଢ଼ିଲା GST ସଂଗ୍ରହ: ୧.୭୪ ଲକ୍ଷ କୋଟି ଟଙ୍କା ଛୁଇଁଲା ରାଜସ୍ୱ

ନୂଆଦିଲ୍ଲୀ,୧।୧: ଦେଶରେ ବସ୍ତୁ ଓ ସେବା କର (GST) ସଂଗ୍ରହ କ୍ଷେତ୍ରରେ ପୁଣି ଉତ୍ସାହଜନକ ଅଭିବୃଦ୍ଧି ଦେଖିବାକୁ ମିଳିଛି। ଗତ ନଭେମ୍ବର ମାସର ମନ୍ଥରତା ପରେ...

ପାକ୍‌ ସଂସଦର ସ୍ପିକରଙ୍କ ସହ ହାତ ମିଳାଇଲେ ଜୟଶଙ୍କର, ନିଜ ପିଠି ଥାପୁଡାଇଲା ପାକିସ୍ତାନ, ଭାରତ ଦେଖାଇଦେଲା…

ନୂଆଦିଲ୍ଲୀ/ଇସଲାମାବାଦ,୧।୧: ବାଂଲାଦେଶର ରାଜଧାନୀ ଢାକାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲିଦା ଜିଆଙ୍କ ଅନ୍ତିମ ସଂସ୍କାର ସମୟରେ ଅନୁଷ୍ଠିତ ଏକ ଆନୁଷ୍ଠାନିକ ସାକ୍ଷାତ ଭାରତ ଏବଂ ପାକିସ୍ତାନ ମଧ୍ୟରେ...

ଏମିତି ଗାଁ: ଯେଉଁଠି ଲୋକେ ନାଁ ଧରି ନୁହେଁ, ସିଟି ବଜାଇ ପରସ୍ପରକୁ ଡାକନ୍ତି , କାରଣ ବି ଖୁବ୍‌ ଅଜବ…

ସାରା ବିଶ୍ୱରେ ଅନେକ ଗାଁ ଅନନ୍ୟ କାରଣ ପାଇଁ ଜଣାଶୁଣା। ଭାରତରେ ଏପରି ଏକ ଗାଁ ଅଛି, ଯାହା ଏହାର ଅନନ୍ୟ ଶୈଳୀ ପାଇଁ ବେଶ୍‌...

ନୂଆବର୍ଷରେ ଦେଶକୁ ବଡ଼ ଉପହାର, ଏହି ରୁଟରେ ଦୌଡ଼ିବ ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନ, ଜାଣନ୍ତୁ କେତେ ରହିବ ଭଡା

ନୂଆଦିଲ୍ଲୀ,୧।୧: ନୂତନ ବର୍ଷର ପ୍ରଥମ ଦିନ (ଜାନୁଆରୀ ୧) କେନ୍ଦ୍ରର ମୋଦି ସରକାର ଦେଶକୁ ଏକ ଗୁରୁତ୍ୱପୂର୍ଣ୍ଣ ଉପହାର ପ୍ରଦାନ କରିଛନ୍ତି। ରେଳ ମନ୍ତ୍ରଣାଳୟ ପ୍ରଥମ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri