Posted inଜାତୀୟ

ଅପରେଶନ ଧ୍ୱସ୍ତ: ୩୨୪ ସ୍ଥାନରେ ଚଢ଼ାଉ

ନୂଆଦିଲ୍ଲୀ,୧୮ା୫: ଆତଙ୍କବାଦୀ-ଗ୍ୟାଙ୍ଗ୍‌ଷ୍ଟର-ନାର୍କୋ ମେଣ୍ଟ ବିରୋଧରେ ୯ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୩୨୪ ସ୍ଥାନରେ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ) ପକ୍ଷରୁ ବୁଧବାର ଚଢ଼ାଉ କରାଯାଇଛି। ପଞ୍ଜାବ ଓ ହରିୟାଣା ପୋଲିସ ସହଯୋଗରେ କରାଯାଇଥିବା ଏହି କାର୍ଯ୍ୟାନୁଷ୍ଠାନକୁ ‘ଅପରେଶନ ଧ୍ୱସ୍ତ’ ନାମ ଦିଆଯାଇଛି।
ପଞ୍ଜାବ, ଦିଲ୍ଲୀ, ହରିୟାଣା, ଉତ୍ତରପ୍ରଦେଶ, ରାଜସ୍ଥାନ, ମହାରାଷ୍ଟ୍ର, ଗୁଜରାଟ, ମଧ୍ୟପ୍ରଦେଶ ଓ କେନ୍ଦ୍ରଶାସିତ ଅଞ୍ଚଳ ଚଣ୍ଡିଗଡ଼ରେ ଦିନ ତମାମ ହୋଇଥିବା ଚଢ଼ାଉ ବେଳେ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର, ଆପତ୍ତିଜନକ ସାମଗ୍ରୀ ଓ ନଗଦ ୩୯.୬୦ ଲକ୍ଷ ଟଙ୍କା ଜବତ ହୋଇଥିବା ଏନ୍‌ଆଇଏର ଜଣେ ମୁଖପାତ୍ର ସୂଚନା ଦେଇଛନ୍ତି। ଏନ୍‌ଆଇଏ ୧୨୯ ସ୍ଥାନରେ ଚଢ଼ାଉ କରିଥିବାବେଳେ ପଞ୍ଜାବ ପୋଲିସ ୧୭ ଜିଲାର ୧୪୩ ସ୍ଥାନରେ ରେଡ୍‌ କରିଥିଲା। ହରିୟାଣା ପୋଲିସ ୧୦ ଜିଲାର ୫୨ ସ୍ଥାନରେ ଚଢ଼ାଉକରି ଛାନ୍‌ଭିନ୍‌ କରିଥିଲା। ଭୋର ୫ଟା ୩୦ରେ ଏକକାଳୀନ ଚଢ଼ାଉ ଆରମ୍ଭ କରାଯାଇଥିଲା। ଚଢ଼ାଉ ବେଳେ ଅନେକ ସନ୍ଦିଗ୍ଧଙ୍କୁ ଅଟକ ରଖାଯାଇଛି। ଆତଙ୍କବାଦୀ ଅର୍ଶ ଦଲ୍ଲା, ଗ୍ୟାଙ୍ଗ୍‌ଷ୍ଟର ଲରେନ୍ସ ବିଷ୍ଣୋଇ, ଛେନୁ ପେହଲଓ୍ବାନ, ଦୀପକ ତିତର, ଭୂପି ରାଣା, ବିକାଶ ଲଗାରପୁରିଆ, ଆଶିଷ ଚୌଧୁରୀ, ଗୁର୍‌ପ୍ରୀତ ସେଖୋନ୍‌, ଦିଲପ୍ରୀତ୍‌ ବାବା, ହରସିମରତ୍‌ ସିମ୍ମା ଏବଂ ଅରୁରାଧାଙ୍କ ମଧ୍ୟରେ ରହିଥିବା ଅସାଧୁ ମେଣ୍ଟକୁ ଭାଙ୍ଗିବା ପାଇଁ ଅପରେଶନ ଧ୍ୱସ୍ତ କରାଯାଇଥିବା ଏନ୍‌ଆଇଏ ପକ୍ଷରୁ କୁହାଯାଇଛି।
ଧ୍ୱସ୍ତ ବେଳେ ମୁଖ୍ୟ ଫୋକସ୍‌ରେ ରହିଥିଲେ ଅସ୍ତ୍ରଶସ୍ତ୍ର ଯୋଗାଣକାରୀ, ଫାଇନାନ୍ସର, ଲଜିଷ୍ଟିକ୍‌ ପ୍ରୋଭାଇଡର୍ସ ଏବଂ ହାଓ୍ବଲା ଅପରେଟର୍ସ। ଏମାନେ ପାକିସ୍ତାନ ଓ କାନାଡା ଭଳି ଦେଶଗୁଡ଼ିକରେ ରହି ଅପରେଟ୍‌ କରୁଥିବା ଡ୍ରଗ୍ସ ଚାଲାଣକାରୀ ଓ ଆତଙ୍କବାଦୀଙ୍କ ଯୋଗସୂତ୍ର ସ୍ଥାପନ କରି ଭାରତରେ ବେଆଇନ କାର୍ଯ୍ୟକଳାପରେ ଲିପ୍ତ ରହୁଛନ୍ତି। ଗତବର୍ଷ ଅଗଷ୍ଟ ପରଠୁ ଟାର୍ଗେଟ ହତ୍ୟା, ଖଲିସ୍ତାନୀ ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ, ଅର୍ଥ ଅସୁଲି ଭଳି ଅନେକ ମାମଲା ଏନ୍‌ଆଇଏ ରୁଜୁ କରିଛି। ସେଗୁଡ଼ିକ ମଧ୍ୟରେ ସବୁଠୁ ଚର୍ଚ୍ଚିତ ହେଉଛି ମହାରାଷ୍ଟ୍ରର ବିଲ୍ଡର ସଞ୍ଜୟ ବିୟାନି, ଅନ୍ତର୍ଜାତୀୟ କବାଡ଼ି ଖେଳାଳି ସନ୍ଦୀପ ନଙ୍ଗଲଙ୍କ ହତ୍ୟା ମାମଲା। ଏହା ପୂର୍ବରୁ ଏନ୍‌ଆଇଏ ୨୩୧ ସ୍ଥାନରେ ଚଢ଼ାଉ କରିଥିଲା। ଅଦ୍ୟାବଧି ୮୭ ବ୍ୟାଙ୍କ ଆକାଉଣ୍ଟକୁ ଫ୍ରିଜ୍‌ କରାଯାଇଥିବାବେଳେ ୧୩ ସମ୍ପତ୍ତି ବାଜ୍ୟାପ୍ତ୍‌ କରାଯାଇଛି। ସେହିପରି ୩୩୧ ଡିଜିଟାଲ ଡିଭାଇସ୍‌ ଏବଂ ୪୧୮ ଦସ୍ତାବିଜ ଓ କେତେକ ଯାନବାହନ ମଧ୍ୟ ଜବତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ହର୍ମୁଜ ପ୍ରଣାଳୀ ଖୋଲିବା ପାଇଁ ଏକାଠି ହେବେ ୩୦ ଦେଶ, ଲଣ୍ଡନରେ ବସିବ ବୈଠକ, ଜାଣନ୍ତୁ ଭାରତ ସାମିଲ ହେବ କି ନାହିଁ…

ଲଣ୍ଡନ,୨୨ା୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସମୁଦ୍ର ପଥ ହର୍ମୁଜ ପ୍ରଣାଳୀକୁ ନେଇ ଆମେରିକା ଏବଂ ଇରାନ ମଧ୍ୟରେ ପ୍ରବଳ ଉତ୍ତେଜନା ଲାଗି ରହିଛି। ଆମେରିକାର ନୌସେନା ଅବରୋଧ…

ପୁଣି ବିହାରରେ ହେବକି ଖେଳ? ତେଜ ପ୍ରତାପ ଯାଦବ-ପ୍ରଶାନ୍ତ କିଶୋରଙ୍କ ଗୁପ୍ତ ବୈଠକ ପରେ…

ପାଟନା,୨୨ା୪: ଜନଶକ୍ତି ଜନତା ଦଳ ସୁପ୍ରିମୋ ତେଜ ପ୍ରତାପ ଯାଦବ ଏବଂ ଜନ ସୂରଜ ପ୍ରତିଷ୍ଠାତା ପ୍ରଶାନ୍ତ କିଶୋରଙ୍କ ମଧ୍ୟରେ ଏକ ଗୁପ୍ତ ବୈଠକର ଏକ ଭିଡିଓ…

‘ଦୟାକରି ସେମାନଙ୍କର କ୍ଷତି କରନ୍ତୁ ନାହିଁ…’ ୮ ମହିଳାଙ୍କ ମୁକ୍ତି ପାଇଁ ଇରାନକୁ ଟ୍ରମ୍ପଙ୍କ ଅପିଲ

ଓ୍ବାଶିଂଟନ,୨୨ା୪: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନରେ କଥିତ ଭାବରେ ବନ୍ଦୀ ଥିବା ଆଠ ଜଣ ମହିଳାଙ୍କୁ ମୁକ୍ତ କରିବାକୁ ନିବେଦନ କରିଛନ୍ତି । ଟ୍ରମ୍ପ ସୋସିଆଲ…

ସ୍କୁଲ ପାଇଁ ନୂଆ ଗାଇଡ୍‌ଲାଇନ୍‌ ଜାରିକଲେ ସରକାର

ନୂଆଦିଲ୍ଲୀ,୨୨ା୪: ପ୍ରବଳ ଗରମକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ସରକାର ସ୍କୁଲଗୁଡ଼ିକ ପାଇଁ ନୂଆ ଗାଇଡ୍‌ଲାଇନ୍‌ ଜାରି କରିଛନ୍ତି। ପିଲାମାନଙ୍କ ସ୍ବାସ୍ଥ୍ୟକୁ…

ଏକର ପିଛା ୩୦ କୋଟି ଦିଅ: ପ୍ରସ୍ତାବିତ ମେଗା ଷ୍ଟିଲପ୍ଲାଣ୍ଟ ପାଇଁ ଦାବି ରଖିଲେ ଗ୍ରାମବାସୀ

ପାଟଣା,୨୨/୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଚେମେଣା ହାଇସ୍କୁଲ ପଡିଆରେ ମେଗା ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ବୁଧବାର ଗ୍ରାମସଭା ଗ୍ରାମରେ ଅନୁଷ୍ଠିତ ହୋଇଛି।…

ତମାଖୁ ବର୍ଜନ କଲେ ୨୦.୫ ନିୟୁତ ପରିବାରରେ ଆସିପାରେ ଆର୍ଥିକ ସୁଧାର

ନୂଆଦିଲ୍ଲୀ,୨୨ା୪(ପିଟି):ତମାଖୁ ସେବନ ସ୍ବାସ୍ଥ୍ୟ ପ୍ରତି ହାନିକାରକ ହୋଇଥାଏ ବୋଲି ସାଧାରଣରେ ବିଶ୍ୱାସ କରାଯାଏ। ହେଲେ ଏହା ପରିବାରର ଆର୍ଥିକ ସ୍ଥିତିକୁ ମଧ୍ୟ ବିଶେଷ ପ୍ରଭାବିତ କରିଥାଏ। ଏକ…

ଭାରତ କେବେ ବି ମୁଣ୍ଡ ନୁଆଁଇବ ନାହିଁ…ପାକିସ୍ତାନକୁ ଅଲ୍ଟିମେଟମ ଦେଲେ ମୋଦି

ନୂଆଦିଲ୍ଲୀ,୨୨।୪: ପହଲଗାମ ଆତଙ୍କବାଦୀ ଆକ୍ରମଣର ପ୍ରଥମ ବାର୍ଷିକୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୀଡିତମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସେ କହିଛନ୍ତି, ସେମାନଙ୍କୁ କେବେ ଭୁଲି ହେବ ନାହିଁ।…

ମୋ ପ୍ରେମିକାଙ୍କୁ ଡାକ, ନଚେତ୍‌ ମୁଁ… ପ୍ରେମ ପାଇଁ ଗଛ ଉପରେ ନାବାଳକ

ଅନୁଗୋଳ,୨୩ା୪ (ଜ୍ୟୋତିରଞ୍ଜନ ସାହୁ):ନାବାଳିକା ପ୍ରେମିକାଙ୍କୁ ଦେଖାକରିବାକୁ ନ ଦେଲେ ଆତ୍ମହତ୍ୟା କରିଦେବି। ବେକରେ ଗାମୁଛା ବାନ୍ଧି ଝୁଲିପଡ଼ିବି। ଏକ ଗଛର ୧୦୦ ଫୁଟ୍‌ ଉପରୁ ଜଣେ ନାବାଳକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri