ଅପରେଶନ ‘ଦମନ’ରେ ମଶା ନିପାତ

ବ୍ରହ୍ମପୁର ଅଫିସ,୨୬ା୮: ଗଞ୍ଜାମ ଜିଲାରେ ବିଗତ ବର୍ଷରେ ମ୍ୟାଲେରିଆ ମହାମାରୀ ଭାବେ ବ୍ୟାପିଥିଲା। ଜିଲା ସ୍ବାସ୍ଥ୍ୟ ବିଭାଗର ଉଦ୍ୟମ ଯୋଗୁ ଏବେ ମ୍ୟାଲେରିଆ ନିୟନ୍ତ୍ରଣକୁ ଆସିଛି। ମ୍ୟାଲେରିଆ ନିୟନ୍ତ୍ରଣ କ୍ଷେତ୍ରରେ ସରକାରଙ୍କ ତରଫରୁ ହାତକୁ ନିଆଯାଇଥିବା ଅପରେଶନ ‘ଦମନ’(ଦୁର୍ଗମ ଅଞ୍ଚଳରେ ମ୍ୟାଲେରିଆ ନିରାକରଣ) ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି। ଏହା ଦ୍ୱାରା ଜିଲାର ବିଭିନ୍ନ ବ୍ଲକର ଦୁର୍ଗମ ଅଞ୍ଚଳରେ ମ୍ୟାଲେରିଆକୁ ନିୟନ୍ତ୍ରଣ କରାଯାଇଛି। ୨୦୨୧ରେ ଜିଲାରେ ମାତ୍ର ୪୪୨ ମ୍ୟାଲେରିଆ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଗଞ୍ଜାମ ଜିଲାରେ ଗତ ୩ବର୍ଷ ମଧ୍ୟରେ ୫୭୬୧ ମ୍ୟାଲେରିଆ ପଜିଟିଭ୍‌ ଚିହ୍ନଟ ହୋଇଥିବା ଜିଲା ସ୍ବାସ୍ଥ୍ୟ ବିଭାଗ ସୂତ୍ରରୁ ପ୍ରକାଶ। ବିଗତ ବର୍ଷର ରେକର୍ଡକୁ ଅନୁଧ୍ୟାନ କଲେ ଜିଲାରେ ଧୀରେ ଧୀରେ ମ୍ୟାଲେରିଆ ସଂଖ୍ୟା ହ୍ରାସ ପାଉଛି। ସେହିପରି ଗତ ୩ବର୍ଷରେ ମ୍ୟାଲେରିଆଜନିତ ମୃତ୍ୟୁ ସଂଖ୍ୟା ମଧ୍ୟ ଶୂନ ରହିଛି। ଡେଙ୍ଗୁ, ମ୍ୟାଲେରିଆ ଭଳି ରୋଗ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ଜିଲା ସ୍ବାସ୍ଥ୍ୟ ବିଭାଗ ତରଫରୁ ବହୁ ପଦକ୍ଷେପ ଗ୍ରହଣ କରାଯାଉଛି। ସ୍ବାସ୍ଥ୍ୟ ବିଭାଗ ତରଫରୁ ବିଭିନ୍ନ ସମୟରେ ସଚେତନତା ରଥ ଭ୍ରମଣ କରାଯାଉଥିବା ବେଳେ ପଥପ୍ରାନ୍ତ ନାଟକ ମଧ୍ୟ ପରିବେଷଣ କରାଯାଉଛି। ମଶା ଲାର୍ଭା ନଷ୍ଟ କରିବା ପାଇଁ ନାଳ, ନର୍ଦ୍ଦମାରେ ବିଭିନ୍ନ ପ୍ରକାର ଔଷଧ ସିଞ୍ଚନ କରାଯାଉଛି। ବିଶେଷ କରି ଜିଲାର ପାତ୍ରପୁର, ସୋରଡ଼ା, ସାନଖେମୁଣ୍ଡି ଓ ଧରାକୋଟ ବ୍ଲକ୍‌ ଅଞ୍ଚଳରେ ଅଧିକ ମ୍ୟାଲେରିଆ ରୋଗୀ ଚିହ୍ନଟ ହେଉଛନ୍ତି। ଗଞ୍ଜାମ ଜିଲାରେ ୨୦୧୯ରେ ୪ଲକ୍ଷ ୧୪ହଜାର ୮୪୭ଜଣ ରୋଗୀଙ୍କ ରକ୍ତ ନମୁନା ପରୀକ୍ଷା କରାଯାଇଥିବା ବେଳେ ୩୩୯୦ଜଣଙ୍କ ନମୁନା ମ୍ୟାଲେରିଆ ପଜିଟିଭ୍‌ ଆସିଥିଲା। ୨୦୨୦ରେ ୩ଲକ୍ଷ ୩୮ହଜାର ୧୭୦ଜଣ ରୋଗୀଙ୍କ ରକ୍ତ ନମୁନାରୁ ୧୯୨୯ଟି ନମୁନା ପଜିଟିଭ୍‌ ରହିଥିଲା। ସେହିପରି ୨୦୨୧ରେ ମୋଟ ୩ଲକ୍ଷ ୯୩ହଜାର ୧୨୦ଜଣଙ୍କ ପରୀକ୍ଷା କରାଯାଇଥିବା ବେଳେ ମାତ୍ର ୪୪୨ ମ୍ୟାଲେରିଆ ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ଗଞ୍ଜାମ ଜିଲାରେ ମ୍ୟାଲେରିଆ ନିରାକରଣ ପାଇଁ ୨୦୧୭-୧୮ରୁ ଗଞ୍ଜାମ ଜିଲାରେ ଅପରେଶନ ‘ଦମନ’ କାର୍ଯ୍ୟକାରୀ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ଜରିଆରେ ଜିଲା ସ୍ବାସ୍ଥ୍ୟ ବିଭାଗର ଟିମ୍‌ ବିଭିନ୍ନ ବ୍ଲକର ଦୁର୍ଗମ ଅଞ୍ଚଳକୁ ଯାଇ ମାସ୍‌ ସ୍କ୍ରିନିଂ କରିଥିଲା। ସମସ୍ତଙ୍କ ନମୁନା ପରୀକ୍ଷା ମ୍ୟାଲେରିଆ ପଜିଟିଭ୍‌ ଚିହ୍ନଟ କରି ତୁରନ୍ତ ଔଷଧ ପ୍ରଦାନ କରାଯାଇଥିଲା। ସେହିପରି ପରିବେଶ ସଫାସୁତରା ରଖିବା ସହିତ ମଶା ଲାର୍ଭା ସୃଷ୍ଟି ହେଉଥିବା ସ୍ଥାନ ଚିହ୍ନଟ କରି ନଷ୍ଟ କରାଯାଇଥିଲା। ଏହା ସହିତ ମଶାରି ବ୍ୟବହାର ପାଇଁ ଲୋକଙ୍କୁ ସଚେତନ କରାଯାଇଥିଲା। ଏହାଦ୍ୱାରା ଗତ ୨୦୧୯ରୁ ଗଞ୍ଜାମ ଜିଲାରେ ଧୀରେ ଧୀରେ ମ୍ୟାଲେରିଆ ରୋଗୀଙ୍କ ସଂଖ୍ୟା କମୁଛି। ମ୍ୟାଲେରିଆ ଚିହ୍ନଟ ପାଇଁ ଜିଲାର ପ୍ରତ୍ୟେକ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପରୀକ୍ଷା ବ୍ୟବସ୍ଥା କରାଯାଇଛି। ସେହିପରି ରୋଗୀଙ୍କୁ ମାଗଣା ଔଷଧ ମଧ୍ୟ ପ୍ରଦାନ କରାଯାଉଛି। ୨୦୨୦-୨୧ରେ ୧୩ ବ୍ଲକର ପ୍ରାୟ ୧୯ଲକ୍ଷ ଲୋକଙ୍କୁ ମଶାରି ବଣ୍ଟନ କରାଯାଇଛି। ଫଳରେ ମ୍ୟାଲେରିଆ ନିୟନ୍ତ୍ରଣକୁ ଆସିଥିବା ଜିଲା ମ୍ୟାଲେରିଆ ଅଧିକାରୀ ଡା. ସନ୍ତୋଷ କୁମାର ପାଢ଼ୀ ସୂଚନା ଦେଇଛନ୍ତି। ବର୍ତ୍ତମାନ ମଧ୍ୟ ‘ଦମନ’ ଅଭିଯାନ ଜାରି ରହିଛି। ଲୋକେ ସଚେତନ ହେଲେ ମ୍ୟାଲେରିଆକୁ ମୂଳୋତ୍ପାଟନ କରାଯାଇ ପାରିବ ବୋଲି ଡା. ପାଢ଼ୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ତୃତୀୟ ଟି୨୦ ଜିତିଲା ଭାରତ, ୨-୧ରେ ସିରିଜ୍‌ ଆଗୁଆ

ଇନ୍ଦୋର,୧୧ା୧୦: ଅଭିଷେକ ଶର୍ମାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ପରେ ଅର୍ଶଦୀପ ସିଂଙ୍କ ଘାତକ ବୋଲିଂ ବଳରେ ଏଠାରେ ରବିବାର ଅନୁଷ୍ଠିତ ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ ୧୪ ରନରେ…

ଚାଲିଥିଲା ବଡ଼ଧରଣର ଜୁଆ ଆଡ୍ଡା: ମାଡ଼ି ବସିଲା ପୋଲିସ, ୭୦ ଅଟକ

ପାରଳାଖେମୁଣ୍ଡି,୧୧।୧୦(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ପାରଳାଖେମୁଣ୍ଡି ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଦେବୀତି ଗ୍ରାମରେ ଚାଲିଥିବା ଏକ ବଡ଼ଜୁଆ ଆଡ୍ଡା ଉପରେ ପୋଲିସ ଚଢ଼ାଉ କରି…

ବଡ଼ ଘୋଷଣା କଲେ ଟ୍ରମ୍ପ, ରୁଷିଆ-ୟୁକ୍ରେନ ମଧ୍ୟରେ ହେଲା….

ଓ୍ବାଶିଂଟନ,୧୧।୧୦: ରୁଷିଆ ଓ ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ନେଇ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରବିବାର ବଡ଼ ଘୋଷଣା କରିଛନ୍ତି । ଦୁଇ ଦେଶ ମଧ୍ୟରେ…

ଗଣ୍ଡ ସମାଜର ନୂଆଁଖାଇ ଭେଟ୍‌ଘାଟ୍‌, ଏକତା, ସଂଗଠନକୁ ସୁଦୃଢ଼ କରିବାକୁ ଆହ୍ବାନ

କୋକସରା,୧୧।୧୦ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ କୋକସରା ଧାନ ମଣ୍ଡି ପରିସରରେ କୋକସରା ବ୍ଲକ ଗଣ୍ଡ ସମାଜ ପକ୍ଷରୁ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ…

ଜୁଆ ଆଡ୍ଡା ଉପରେ ପୋଲିସର ଚଢ଼ାଉ, ୮ ଗିରଫ

ଛତ୍ରପୁର,୧୧ା୧୦(ଦିଲ୍ଲୀପ ସାମଲ/ଦ୍ଵାରିକା ପଟ୍ଟନାୟକ ) : ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ଗଞ୍ଜାମ ପୋଲିସ ପକ୍ଷରୁ ଜୁଆ ଆଡ୍ଡାରେ ଚଢାଉ ଜାରି ରହିଛି । ଶନିବାର ବିଳମ୍ବିତ…

ଘୁମୁସର ସାହିତ୍ୟ ସାଧନା ପୀଠର ଶାରଦୀୟ ସାହିତ୍ୟ ଆସର, ଉନ୍ମୋଚିତ ହେଲା ପୁସ୍ତକ ଓ ପତ୍ରିକା

ଭଞ୍ଜନଗର,୧୧ା୧୦(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଲକ୍‌ ଅନ୍ତର୍ଗତ ବଡ଼ଦୋଡ଼ଙ୍ଗାଠାରେ ଘୁମୁସର ସାହିତ୍ୟ ସାଧନା ପୀଠ ପକ୍ଷରୁ ରବିବାର ଶାରଦୀୟ ସାହିତ୍ୟ ଆସର ଅନୁଷ୍ଠିତ ହୋଇଯାଇଛି ।…

ଆରମ୍ଭ ହେଲା ନବରାତ୍ର ପୂଜା, ଉତ୍ସବମୁଖର ଦିଗପହଣ୍ଡି

ଦିଗପହଣ୍ଡି,୧୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ମନ୍ଦିର ମାଳିନୀ ସହର ଭାବେ ପରିଗଣିତ ଦିଗପହଣ୍ଡି ସମେତ ଆଖପାଖ ଗ୍ରାମାଞ୍ଚଳ ଶକ୍ତିପୀଠମାନଙ୍କରେ ରବିବାର ଠାରୁ ନବରାତ୍ରୀ ପୂଜା ଆରମ୍ଭ…

ଅଭିଷେକଙ୍କ ବିସ୍ଫୋରକ ବ୍ୟାଟିଂ, ଓ୍ବେଷ୍ଟଇଣ୍ଡିଜ୍‌ ଆଗରେ ୨୨୪ ରନ୍‌ର ଟାର୍ଗେଟ ରଖିଲା ଭାରତ

ଇନ୍ଦୋର,୧୧ା୧୦: ହୋଲ୍କର ଷ୍ଟାଡିୟମରେ ରବିବାର ଅନୁଷ୍ଠିତ ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ-ଓ୍ବେଷ୍ଟଇଣ୍ଡିଜ୍‌ ପରସ୍ପରକୁ ଭେଟିଛନ୍ତି। ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ଭାରତ ଅଭିଷେକ ଶର୍ମାଙ୍କ ବିସ୍ଫୋରକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?