ଅପରେଶନ ‘ଦମନ’ରେ ମଶା ନିପାତ

ବ୍ରହ୍ମପୁର ଅଫିସ,୨୬ା୮: ଗଞ୍ଜାମ ଜିଲାରେ ବିଗତ ବର୍ଷରେ ମ୍ୟାଲେରିଆ ମହାମାରୀ ଭାବେ ବ୍ୟାପିଥିଲା। ଜିଲା ସ୍ବାସ୍ଥ୍ୟ ବିଭାଗର ଉଦ୍ୟମ ଯୋଗୁ ଏବେ ମ୍ୟାଲେରିଆ ନିୟନ୍ତ୍ରଣକୁ ଆସିଛି। ମ୍ୟାଲେରିଆ ନିୟନ୍ତ୍ରଣ କ୍ଷେତ୍ରରେ ସରକାରଙ୍କ ତରଫରୁ ହାତକୁ ନିଆଯାଇଥିବା ଅପରେଶନ ‘ଦମନ’(ଦୁର୍ଗମ ଅଞ୍ଚଳରେ ମ୍ୟାଲେରିଆ ନିରାକରଣ) ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି। ଏହା ଦ୍ୱାରା ଜିଲାର ବିଭିନ୍ନ ବ୍ଲକର ଦୁର୍ଗମ ଅଞ୍ଚଳରେ ମ୍ୟାଲେରିଆକୁ ନିୟନ୍ତ୍ରଣ କରାଯାଇଛି। ୨୦୨୧ରେ ଜିଲାରେ ମାତ୍ର ୪୪୨ ମ୍ୟାଲେରିଆ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଗଞ୍ଜାମ ଜିଲାରେ ଗତ ୩ବର୍ଷ ମଧ୍ୟରେ ୫୭୬୧ ମ୍ୟାଲେରିଆ ପଜିଟିଭ୍‌ ଚିହ୍ନଟ ହୋଇଥିବା ଜିଲା ସ୍ବାସ୍ଥ୍ୟ ବିଭାଗ ସୂତ୍ରରୁ ପ୍ରକାଶ। ବିଗତ ବର୍ଷର ରେକର୍ଡକୁ ଅନୁଧ୍ୟାନ କଲେ ଜିଲାରେ ଧୀରେ ଧୀରେ ମ୍ୟାଲେରିଆ ସଂଖ୍ୟା ହ୍ରାସ ପାଉଛି। ସେହିପରି ଗତ ୩ବର୍ଷରେ ମ୍ୟାଲେରିଆଜନିତ ମୃତ୍ୟୁ ସଂଖ୍ୟା ମଧ୍ୟ ଶୂନ ରହିଛି। ଡେଙ୍ଗୁ, ମ୍ୟାଲେରିଆ ଭଳି ରୋଗ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ଜିଲା ସ୍ବାସ୍ଥ୍ୟ ବିଭାଗ ତରଫରୁ ବହୁ ପଦକ୍ଷେପ ଗ୍ରହଣ କରାଯାଉଛି। ସ୍ବାସ୍ଥ୍ୟ ବିଭାଗ ତରଫରୁ ବିଭିନ୍ନ ସମୟରେ ସଚେତନତା ରଥ ଭ୍ରମଣ କରାଯାଉଥିବା ବେଳେ ପଥପ୍ରାନ୍ତ ନାଟକ ମଧ୍ୟ ପରିବେଷଣ କରାଯାଉଛି। ମଶା ଲାର୍ଭା ନଷ୍ଟ କରିବା ପାଇଁ ନାଳ, ନର୍ଦ୍ଦମାରେ ବିଭିନ୍ନ ପ୍ରକାର ଔଷଧ ସିଞ୍ଚନ କରାଯାଉଛି। ବିଶେଷ କରି ଜିଲାର ପାତ୍ରପୁର, ସୋରଡ଼ା, ସାନଖେମୁଣ୍ଡି ଓ ଧରାକୋଟ ବ୍ଲକ୍‌ ଅଞ୍ଚଳରେ ଅଧିକ ମ୍ୟାଲେରିଆ ରୋଗୀ ଚିହ୍ନଟ ହେଉଛନ୍ତି। ଗଞ୍ଜାମ ଜିଲାରେ ୨୦୧୯ରେ ୪ଲକ୍ଷ ୧୪ହଜାର ୮୪୭ଜଣ ରୋଗୀଙ୍କ ରକ୍ତ ନମୁନା ପରୀକ୍ଷା କରାଯାଇଥିବା ବେଳେ ୩୩୯୦ଜଣଙ୍କ ନମୁନା ମ୍ୟାଲେରିଆ ପଜିଟିଭ୍‌ ଆସିଥିଲା। ୨୦୨୦ରେ ୩ଲକ୍ଷ ୩୮ହଜାର ୧୭୦ଜଣ ରୋଗୀଙ୍କ ରକ୍ତ ନମୁନାରୁ ୧୯୨୯ଟି ନମୁନା ପଜିଟିଭ୍‌ ରହିଥିଲା। ସେହିପରି ୨୦୨୧ରେ ମୋଟ ୩ଲକ୍ଷ ୯୩ହଜାର ୧୨୦ଜଣଙ୍କ ପରୀକ୍ଷା କରାଯାଇଥିବା ବେଳେ ମାତ୍ର ୪୪୨ ମ୍ୟାଲେରିଆ ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ଗଞ୍ଜାମ ଜିଲାରେ ମ୍ୟାଲେରିଆ ନିରାକରଣ ପାଇଁ ୨୦୧୭-୧୮ରୁ ଗଞ୍ଜାମ ଜିଲାରେ ଅପରେଶନ ‘ଦମନ’ କାର୍ଯ୍ୟକାରୀ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ଜରିଆରେ ଜିଲା ସ୍ବାସ୍ଥ୍ୟ ବିଭାଗର ଟିମ୍‌ ବିଭିନ୍ନ ବ୍ଲକର ଦୁର୍ଗମ ଅଞ୍ଚଳକୁ ଯାଇ ମାସ୍‌ ସ୍କ୍ରିନିଂ କରିଥିଲା। ସମସ୍ତଙ୍କ ନମୁନା ପରୀକ୍ଷା ମ୍ୟାଲେରିଆ ପଜିଟିଭ୍‌ ଚିହ୍ନଟ କରି ତୁରନ୍ତ ଔଷଧ ପ୍ରଦାନ କରାଯାଇଥିଲା। ସେହିପରି ପରିବେଶ ସଫାସୁତରା ରଖିବା ସହିତ ମଶା ଲାର୍ଭା ସୃଷ୍ଟି ହେଉଥିବା ସ୍ଥାନ ଚିହ୍ନଟ କରି ନଷ୍ଟ କରାଯାଇଥିଲା। ଏହା ସହିତ ମଶାରି ବ୍ୟବହାର ପାଇଁ ଲୋକଙ୍କୁ ସଚେତନ କରାଯାଇଥିଲା। ଏହାଦ୍ୱାରା ଗତ ୨୦୧୯ରୁ ଗଞ୍ଜାମ ଜିଲାରେ ଧୀରେ ଧୀରେ ମ୍ୟାଲେରିଆ ରୋଗୀଙ୍କ ସଂଖ୍ୟା କମୁଛି। ମ୍ୟାଲେରିଆ ଚିହ୍ନଟ ପାଇଁ ଜିଲାର ପ୍ରତ୍ୟେକ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପରୀକ୍ଷା ବ୍ୟବସ୍ଥା କରାଯାଇଛି। ସେହିପରି ରୋଗୀଙ୍କୁ ମାଗଣା ଔଷଧ ମଧ୍ୟ ପ୍ରଦାନ କରାଯାଉଛି। ୨୦୨୦-୨୧ରେ ୧୩ ବ୍ଲକର ପ୍ରାୟ ୧୯ଲକ୍ଷ ଲୋକଙ୍କୁ ମଶାରି ବଣ୍ଟନ କରାଯାଇଛି। ଫଳରେ ମ୍ୟାଲେରିଆ ନିୟନ୍ତ୍ରଣକୁ ଆସିଥିବା ଜିଲା ମ୍ୟାଲେରିଆ ଅଧିକାରୀ ଡା. ସନ୍ତୋଷ କୁମାର ପାଢ଼ୀ ସୂଚନା ଦେଇଛନ୍ତି। ବର୍ତ୍ତମାନ ମଧ୍ୟ ‘ଦମନ’ ଅଭିଯାନ ଜାରି ରହିଛି। ଲୋକେ ସଚେତନ ହେଲେ ମ୍ୟାଲେରିଆକୁ ମୂଳୋତ୍ପାଟନ କରାଯାଇ ପାରିବ ବୋଲି ଡା. ପାଢ଼ୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜୀବିକା ଦେଇଛି ବାଉଁଶ କାରିଗରୀ

କୋକସରା,୨୬ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବରାଡଙ୍ଗା ପଞ୍ଚାୟତର ଏକ ଆଦିବାସୀ ବହୁଳ ଗ୍ରାମ ଝୁଲେନବର। ଜଙ୍ଗଲ ପରିବେଷ୍ଟିତ ଗାଁରେ ପ୍ରାୟ...

ହରିଣ ଛୁଆକୁ ଘେରିଗଲେ ବିଲୁଆ ଦଳ:, ଆଉ ତା’ପରେ…

ପାତ୍ରପୁର,୨୬।୭(ଉମା ଚରଣ ନେପାକ): ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧୀନ ଗୋପୀନାଥପୁର ନିକଟସ୍ଥ ଜଙ୍ଗଲରୁ ଶୁକ୍ରବାର ଏକ ଆହତ ହରିଣ ଛୁଆ ଉଦ୍ଧାର ହୋଇଛି। କିଛି ବିଲୁଆ ହରିଣମାନଙ୍କୁ...

ବର୍ଷା ଅଭାବ: ଚାଷ ଜମିରେ ଚରିଲେ ଗୋରୁ

ଔପଦା, ୨୬।୭(ଧରିତ୍ରୀ ପଣ୍ଡା)-ଜୟ ଯବାନ, ଜୟ କିଷାନ ଧ୍ୱନିରେ ଚାଷ ଅଛି ଯାହାର, କି ଆନନ୍ଦ ତାହାର ଉକ୍ତିର ଆଜି ବିପରୀତ ଦେଖାଦେଇଛି। ଧାନ ଚାଷ...

ଗିରଫ ହେଲେ କୁବେର ଯନ୍ତ୍ରୀ, ଚଢାଉ ପରେ ଧରାପଡିଲା ଅମାପ ଅମାପ ସମ୍ପତ୍ତି

ଭୁବନେଶ୍ୱର,୨୬।୭: ଗିରଫ ହେଲେ କୁବେର ନିର୍ମାଣ ଯନ୍ତ୍ରୀ ସୁନୀଲ ରାଉତ। ଆୟ ବର୍ହିଭୂତ ସମ୍ପତ୍ତି ଠୂଳ ଅଭିଯୋଗରେ ଶୁକ୍ରବାର ଯନ୍ତ୍ରୀ ସୁନୀଲ ରାଉତଙ୍କୁ ଗିରଫ କରିଛି...

ଅସହାୟ ପିଲାଙ୍କୁ ଶିକ୍ଷାଦାନ ପାଇଁ ହାତ ବଢାଇଲେ ଡାକ୍ତର

କେସିଙ୍ଗା,୨୬।୭(ତୁମେଶର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କାଣ୍ଡେଲ ଗ୍ରାମର ପୂର୍ଣଚନ୍ଦ୍ର ହରିଜନ ଗତ ୪ବର୍ଷ ତଳେ କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇ ତାଙ୍କର ମୃତ୍ୟୁ...

ମହିଳାଙ୍କ ଉପରକୁ ଚଢ଼ିଗଲା ଟ୍ରକ୍‌

ବଡବିଲ,୨୬।୭(ଦେବପ୍ରିୟ ରଣା): ୫୨୦ ନମ୍ବର ଜାତୀୟ ରାଜପଥ କେନ୍ଦୁଝର ଜିଲା ରୁଗୁଡ଼ି ଥାନା କେନ୍ଦୁଡିହି ଛକରେ ଶୁକ୍ରବାର ଏକ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ଧକ୍କାରେ...

ଲକ୍ଷ୍ମୀବସ୍‌ର ମନମୁଖୀ କାର୍ଯ୍ୟ: ତାତିଲେ ଘରୋଇ ବସ୍‌ ମାଲିକ ସଂଘ

ଛତ୍ରପୁର,୨୬।୭ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ଲକ୍ଷ୍ମୀବସ ମନମୁଖୀ ଓ ବେନିୟମ ଭାବେ ଚଳାଚଳ ନେଇ ଏହାକୁ ଘରୋଇ ବସ୍‌ ମାଲିକ ସଂଘ ବିରୋଧ କରିଛନ୍ତି।...

ଗଞ୍ଜେଇ କାରବାରରେ ଶିକ୍ଷକ

ଟିଟିଲାଗଡ଼,୨୬।୭: ଅବକାରୀ ବିଭାଗ ଏବଂ ପୋଲିସ ଶୁକ୍ରବାର ଚଢାଉ କରି ଏକ ବଡ଼ ଧରଣର ଗଞ୍ଜେଇ ର଼୍ୟାକେଟ୍‌କୁ ଧରିବାର ସଫଳ ହୋଇଛି। ଅଧକାରୀମାନେ ଟିଟିଲାଗଡ଼ରୁ ୨୪୩...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri