ମୁହଁ ଖୋଲିଲେ, ତଥାପି ଲୁଚାଇଲେ

ଭୁବନେଶ୍ୱର,୧୦ା୧୦(ବ୍ୟୁରୋ): ଟଙ୍କା ପାଇଁ ରାଜନେତା, ଚଳଚ୍ଚିତ୍ର ପ୍ରଯୋଜକ, ଅଭିନେତା, ବ୍ୟବସାୟୀ, ପ୍ରଶାସନିକ ତଥା ପୋଲିସ ଅଧିକାରୀଙ୍କୁ ମାୟା ଜାଲରେ ଫସାଇ ବ୍ଲାକ୍‌ମେଲିଂ କରି ଟଙ୍କା ଲୁଟୁଥିବା ରହସ୍ୟମୟୀ ମହିଳା ଅର୍ଚ୍ଚନା ନାଗଙ୍କ କଳାକାରନାମା ଧୀରେ ଧୀରେ ପଦାକୁ ଆସୁଛି। ଗତ ଗୁରୁବାର ରାତିରୁ ସେ ଗିରଫ ହୋଇ ଜେଲ ଯାଇଥିଲେ ମଧ୍ୟ ତାଙ୍କ ବିଷୟରେ ଥାନା ଅଧିକାରୀଙ୍କଠାରୁ ଆରମ୍ଭ କରି ପୋଲିସ କମିଶନରଙ୍କ ପର୍ଯ୍ୟନ୍ତ କେହି ବି ସୂଚନା ଦେଉ ନ ଥିଲେ। ଗଣମାଧ୍ୟମ ଗୋଟିକ ପରେ ଗୋଟିଏ ଘଟଣା ପଦାକୁ ଆଣିବା ପରେ ବଦନାମ ଭୟରେ ଶେଷରେ କମିଶନରେଟ ପୋଲିସ୍‌ ମୁହଁ ଖୋଲିଛି। ହେଲେ ପୂର୍ବରୁ ଗଣମାଧ୍ୟମରେ ଚର୍ଚ୍ଚାକୁ ଆସିଥିବା ମାମଲା ସଂକ୍ରାନ୍ତ ସୂଚନା ଦେଇ ଅନେକ ପ୍ରସଙ୍ଗକୁ ଲୁଚାଇବାକୁ ଚେଷ୍ଟା କରାଯାଇଥିବାରୁ କମିଶନରେଟ ପୋଲିସର କାର୍ଯ୍ୟଧାରାକୁ ନେଇ ବଡ଼ ପ୍ରଶ୍ନ ଉଠିଛି।
ରବିବାର ଭୁବନେଶ୍ୱର ଡିସିପି ପ୍ରତୀକ ସିଂ କହିଛନ୍ତି, ଖଣ୍ଡଗିରି ଥାନାରେ ଅକ୍ଟୋବର ୨ରେ ଅର୍ଚ୍ଚନାଙ୍କ ନାଁରେ ଜଣେ ଯୁବତୀ ଅଭିଯୋଗ କରିଥିଲେ। ଉକ୍ତ ଯୁବତୀଙ୍କ ସହ ପ୍ରଥମେ ଅର୍ଚ୍ଚନା ବନ୍ଧୁତା ସ୍ଥାପନ କରିଥିଲେ। ତାଙ୍କୁ ଅପବ୍ୟବହାର କରି ଅର୍ଚ୍ଚନା ଅଶ୍ଳୀଳ ଫଟୋ ରଖି ଏକାଧିକଙ୍କୁ ବ୍ଲାକମେଲ୍‌ କରିଥିଲେ। ଜଣେ ଚଳଚ୍ଚିତ୍ର ପ୍ରଯୋଜକଙ୍କ ସହ ବନ୍ଧୁତା କରି ତାଙ୍କ ସହ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଉଠାଇବାକୁ ଯୁବତୀଙ୍କୁ ବାଧ୍ୟ କରିଥିଲେ। ଏହାପରେ ଟଙ୍କା ମାଗିବାକୁ ମଧ୍ୟ କହିଥିଲେ। ଯୁବତୀ ଜଣକ ମନା କରିବାରୁ ଅର୍ଚ୍ଚନା ଧମକ ଦେବା ସହ ଡରାଇଥିଲେ। ଏନେଇ ଯୁବତୀ ଜଣକ ଥାନାର ଦ୍ୱାରସ୍ଥ ହୋଇଥିଲେ। ଆଇପିସି ଦଫା ୩୮୫, ୩୮୬, ୩୮୭, ୪୨୦, ୫୦୬ ସହ ଆଇଟି ଆକ୍ଟରେ ଏକ ମାମଲା (ନଂ. ୪୯୬/୨୦୨୨) ରୁଜୁ କରାଯାଇ ତୁରନ୍ତ ତଦନ୍ତ ଆରମ୍ଭ ହୋଇଥିଲା। ଏଥିସହ ଅର୍ଚ୍ଚନାଙ୍କ ଘରୁ ୪ଟି ମୋବାଇଲ, ୨ଟି ଟାବ୍‌ଲେଟ୍‌, ଗୋଟିଏ ପେନ୍‌ ଡ୍ରାଇଭ୍‌, ବ୍ୟାଙ୍କ ପାସବୁକ୍‌, ଲାପଟପ୍‌ ଜବତ ହୋଇଛି। ତାଙ୍କ ନାମରେ ଥିବା ଜମିଜମା ସମ୍ପତ୍ତି ବିଷୟରେ ତଥ୍ୟ ଯୋଗାଡ଼ କରିବାକୁ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖାଯାଇଛି। ଆବଶ୍ୟକ ସମୟରେ ତାଙ୍କୁ ରିମାଣ୍ଡରେ ଅଣାଯିବାକୁ ଯୋଜନା କରାଯିବ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ଯୁବତୀଙ୍କୁ ମୋହରା ବନାଇ ଯେଉଁ ପ୍ରଯୋଜକଙ୍କୁ ସେ ଟଙ୍କା ମାଗିଥିଲେ ତାଙ୍କ ନାଁ ପୋଲିସ କହିନାହିଁ। ଏପରି କି ଯେଉଁ ପ୍ରଭାବଶାଳୀ ରାଜନେତାଙ୍କ ସହ ତାଙ୍କର ସମ୍ପର୍କ ରହିଛି ଓ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଫଟୋ ସମ୍ପର୍କରେ ମଧ୍ୟ ଡିସିପି ମୁହଁ ଖୋଲିନାହନ୍ତି। ତେବେ ବ୍ଲାକ୍‌ମେଲ୍‌ ନେଇ ନୟାପଲ୍ଲୀ ଥାନାରେ ଅଭିଯୋଗ କରିଥିବା ବ୍ୟକ୍ତିଜଣକ ପ୍ରଯୋଜକ ଅକ୍ଷୟ ପରିଜା ବୋଲି ସୂଚନା ମିଳିଛି।
ଫୋରେନ୍‌ସିକ୍‌ ଲାବ୍‌ରେ ମୋବାଇଲ, ପେନ୍‌ଡ୍ରାଇଭ୍‌, ଲାପଟପ୍‌ ଯାଞ୍ଚ
ଅର୍ଚ୍ଚନାଙ୍କ ଘରୁ ଜବତ ହୋଇଥିବା ମୋବାଇଲ, ପେନଡ୍ରାଇଭ୍‌, ଲାପଟପ୍‌ ଆଦିକୁ ଷ୍ଟେଟ୍‌ ଫୋରେନ୍‌ସିକ୍‌ ଲାବ୍‌କୁ ପଠାଯାଇଛି। ସେଠାରେ ଏସବୁର ଯାଞ୍ଚ କରାଯାଉଛି ବୋଲି ଡିସିପି ସିଂ କହିଛନ୍ତି। ହେଲେ ଏସବୁଥିରେ ଅର୍ଚ୍ଚନାଙ୍କ କଳା କାର୍‌ନାମାର ଗୁମର ରହିଥିବା ଅନୁମାନ କରାଯାଉଛି। ଏକାଧିକ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ଗୁପ୍ତ ଭିଡିଓ ସହ ବ୍ଲାକ୍‌ମେଲ୍‌ର ଶିକାର ହୋଇଥିବା ନେତା, ପ୍ରଯୋଜକ, ବ୍ୟବସାୟୀଙ୍କ ଅଶ୍ଳୀଳ ଭିଡିଓ ରହିଥିବା ସନ୍ଦେହ କରାଯାଉଛି। କିନ୍ତୁ ଏଥିରେ ଅର୍ଚ୍ଚନାଙ୍କ କଳାକାରନାମାର ବଡ଼ ପ୍ରମାଣ ରହିଥିଲେ ମଧ୍ୟ ପୋଲିସ ଏଗୁଡ଼ିକୁ ପଦାକୁ ଆଣିବ ନା ଲୁଚାଇବାକୁ ଚେଷ୍ଟା କରିବ ତାହାକୁ ନେଇ ସନ୍ଦେହ ପ୍ରକାଶ ପାଇଛି।
ଅର୍ଚ୍ଚନାଙ୍କ ସ୍ବାମୀ ଜଗବନ୍ଧୁଙ୍କୁ ନୋଟିସ୍‌
ଅର୍ଚ୍ଚନା ଗିରଫ ହେବା ପରେ ତାଙ୍କ କଳା ସାମ୍ରାଜ୍ୟର ପ୍ରମୁଖ ଭାଗୀଦାରି ତଥା ସ୍ବାମୀ ଜଗବନ୍ଧୁଙ୍କ ବିଷୟରେ ଜୋର୍‌ସୋର ଚର୍ଚ୍ଚା ଲାଗି ଚାଲିଛି। ଜଗବନ୍ଧୁ ହିଁ ଅର୍ଚ୍ଚନାଙ୍କୁ ଏସବୁ କରିବାକୁ ଉତ୍ସାହିତ କରିବା ସହ ପ୍ରତି ମୁହୂର୍ତ୍ତରେ ଛିଡ଼ା ହେଉଥିଲେ। ଅର୍ଚ୍ଚନାଙ୍କୁ ଗିରଫ କରାଯାଇଥିଲେ ମଧ୍ୟ ଜଗବନ୍ଧୁଙ୍କ ପାଖରେ ଏଯାଏ କାହିଁକି ପୋଲିସ ପହଞ୍ଚତ୍ପାରୁନାହିଁ ବୋଲି ପ୍ରଶ୍ନ ଉଠୁଥିଲା। ଏନେଇ ଡିସିପି କହିଛନ୍ତି, ଅର୍ଚ୍ଚନାଙ୍କ ସ୍ବାମୀଙ୍କୁ ଆମେ ନୋଟିସ୍‌ କରିଛୁ। ଅସ୍ତ୍ରୋପଚାର ହୋଇଥିବାରୁ ଜଗବନ୍ଧୁଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ରହିଛି। ତେଣୁ ତାଙ୍କୁ ସିଧାସଳଖ ପଚରାଉଚରା କରାଯାଇନାହିଁ ବୋଲି ସେ କହିଛନ୍ତି।

ମେସେଞ୍ଜର ପରେ ହ୍ବାଟ୍‌ସଆପ୍‌ ଚାଟ୍‌ ଭାଇରାଲ୍‌

ରହସ୍ୟମୟୀ ଅର୍ଚ୍ଚନା କିଭଳି ଉପାୟରେ ଧନୀ ବ୍ୟକ୍ତିଙ୍କୁ ଫସାଇ ଟଙ୍କା ଲୁଟୁଥିଲେ ତାହାର ଅନେକ ପ୍ରମାଣ ଏବେ ପଦାକୁ ଆସିବାରେ ଲାଗିଛି। ମେସେଞ୍ଜର ଚାଟ୍‌ ପରେ ରବିବାର ହ୍ବାଟ୍‌ସ ଆପ୍‌ ଚାଟ୍‌ ଭାଇରାଲ ହେବାରେ ଲାଗିଛି। ଅର୍ଚ୍ଚନା ଜଣେ ଯୁବତୀଙ୍କ ସହ ଉକ୍ତ ଚାଟ୍‌ କରିଥିବା ଦେଖିବାକୁ ମିଳିଛି। ଏପରିକି ଉକ୍ତ ଯୁବତୀଙ୍କୁ ଅର୍ଚ୍ଚନା କିପରି ମନାଇବା ସହ ବ୍ଲାକ୍‌ମେଲ୍‌ ପାଇଁ ଯୋଜନା କରୁଛନ୍ତି ତାହା ସେଥିରୁ ସ୍ପଷ୍ଟ ଜଣାପଡ଼ୁଛି। ଯୁବତୀ କହୁଛନ୍ତି, ବହୁତ ଟଙ୍କା ଦେବା କଥା କହିବାରୁ ସେମାନଙ୍କ କଥାରେ ମୁଁ ରାଜି ହୋଇଥିଲି। ଏବେ ନ ମାନିଲେ ଜୀବନ ପ୍ରତି ବିପଦ ଅଛି। ଏପଟେ ଅର୍ଚ୍ଚନା କହୁଛନ୍ତି, ଯାହା ବି ମାଗିବ ଆମେ ତମକୁ ଦେବୁ। ହେଲେ କାହା କଥାରେ ଯୁବତୀ ଜଣକ ରାଜି ହୋଇଥିଲେ, ଜୀବନ ପ୍ରତି ବିପଦ ଆଶଙ୍କା ସୃଷ୍ଟି କରୁଥିବା ବ୍ୟକ୍ତିଜଣକ କିଏ ଓ ଉକ୍ତ ବ୍ୟକ୍ତିଜଣକ କେହିଜଣେ ପ୍ରଭାବଶାଳୀ ରାଜନେତା ହୋଇଥାଇପାରନ୍ତି ବୋଲି ସନ୍ଦେହ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri