ଭୁବନେଶ୍ୱରରେ ଖୋଲିଲା କେଏଲ୍‌ ବିଶ୍ୱବିଦ୍ୟାଳୟର ଆଞ୍ଚଳିକ କାର୍ଯ୍ୟାଳୟ

ଭୁବନେଶ୍ୱର, ୮।୫(ବ୍ୟୁରୋ):  କେ.ଏଲ୍‌. ଡିମ୍‌ଡ୍‌ ଟୁ ବି ୟୁନିଭର୍ସିଟି ଆନ୍ଧ୍ରପ୍ରଦେଶର ଓଡ଼ିଶା ଆଞ୍ଚଳିକ କାର୍ଯ୍ୟାଳୟ ଭୁବନେଶ୍ୱରରେ ଖୋଲିଛି। ଶନିବାର ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସତ୍ୟନଗରଠାରେ ଏହି କାର୍ଯ୍ୟାଳୟର ଉଦ୍‌ଘାଟନ କରିଥିଲେ। ଏହା ପ୍ରତିଭାବାନ ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଗଢ଼ିବା ସହ ବିଭିନ୍ନ ଶିକ୍ଷାଗତ ପାଠ୍ୟକ୍ରମ ଯୋଗାଇବ। ଏହି ଅବସରରେ ବିଶ୍ୱବିଦ୍ୟାଳୟର ଆଡ୍‌ମିଶନ ନିର୍ଦ୍ଦେଶକ ଡ. ଜେ. ଶ୍ରୀନିବାସା ରାଓ ‘ମେରିଟ୍‌ ସ୍କଲାରଶିପ୍‌’ ଓ ‘କେଏଲ ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା ୨୦୨୨’ର ତାରିଖ ଘୋଷଣା କରିଥିଲେ। ଆସନ୍ତା ୨୧ରୁ ୨୪ ତାରିଖ ପର୍ଯ୍ୟନ୍ତ ଏହି ପରୀକ୍ଷା ଅନୁଷ୍ଠିତ ହେବ। ଏଥିପାଇଁ ଏପର୍ଯ୍ୟନ୍ତ ଦେଶ ବିଦେଶରେ ୫୦ହଜାରରୁ ଅଧିକ ଛାତ୍ରୀଛାତ୍ର ଆବେଦନ କରିଛନ୍ତି। ନାମଲେଖାରେ ମେଧାବୀ ଛାତ୍ରୀଛାତ୍ରଙ୍କୁ ଅଧିକ ପ୍ରାଧାନ୍ୟ ଦେଉଛି ବିଶ୍ୱବିଦ୍ୟାଳୟ। ତେଣୁ ଚଳିତ ବର୍ଷ ଅଧିକରୁ ଅଧିକ ଛାତ୍ରୀଛାତ୍ର ଯେପରି ସ୍କଲାରଶିପ ଓ ପ୍ରବେଶିକା ପରୀକ୍ଷା ଦେଇପାରିବେ ସେଥିପାଇଁ ଆଞ୍ଚଳିକ କାର୍ଯ୍ୟାଳୟ ଖୋଲିବା ଆଦି କେତେକ ନୂଆ ପଦକ୍ଷେପ ନିଆଯାଇଛି। ଏଥିସହ ଦୁର୍ବଳ ଶ୍ରେଣୀର ମେଧାବୀ ପିଲାଙ୍କ ପାଇଁ ଚଳିତ ବର୍ଷ ୧୦୦ କୋଟିର ଛାତ୍ରବୃତ୍ତି ପ୍ରଦାନ କରାଯିବ ବୋଲି ଡ. ରାଓ କହିଛନ୍ତି। ସେ କହିଛନ୍ତି, ଗତବର୍ଷ ଆମେ ଭୁବନେଶ୍ୱରର ବହୁ ଯୋଗ୍ୟ ଛାତ୍ରୀଛାତ୍ରଙ୍କୁ ଛାତ୍ରବୃତ୍ତି ପ୍ରଦାନ କରିଛୁ। କରୋନା ମହାମାରୀ ସତ୍ତ୍ୱେ ବିଶ୍ୱବିଦ୍ୟାଳୟର ଶତ ପ୍ରତିଶତ ଛାତ୍ରୀଛାତ୍ର ପ୍ଲେସ୍‌ମେଣ୍ଟ ପାଇଥିଲେ। ବିଶ୍ୱବିଦ୍ୟାଳୟରୁ ଛାତ୍ରୀଛାତ୍ର ଡେଲାଏଟ୍‌, ମାଇକ୍ରୋସଫ୍ଟ, ଆମାଜନ୍‌, ଆକ୍ସେଣ୍ଡେର, ୱିପ୍ରୋ, ୱାଲ୍‌ମାର୍ଟ ଲ୍ୟାବ୍‌ ଆଦି କମ୍ପାନୀରେ ଚାକିରି ପାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri