ଅବସର ପରେ ଖୋଲିଲେ ମାଗଣା କ୍ଲିନିକ୍‌

ସମ୍ବଲପୁର,୩ା୯(ବ୍ୟୁରୋ): ସରକାରୀ ଚାକିରି କରୁଥିବା ଅନେକ ବ୍ୟକ୍ତି ଅବସର ପରେ କିଭଳି ସମୟ ଅତିବାହିତ କରିବେ ତାକୁ ନେଇ ଦ୍ୱନ୍ଦ୍ୱରେ ରହିଥାନ୍ତି। ହେଲେ ସମ୍ବଲପୁରର ଜଣେ ଡାକ୍ତର ଅବସର ପରେ ଲୋକଙ୍କୁ ମାଗଣା ସେବା ଯୋଗାଇ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ସେ ହେଉଛନ୍ତି ସମ୍ବଲପୁର ସହରର ଅବସରପ୍ରାପ୍ତ ଏଡିଏମ୍‌ଓ ଡା. ପଞ୍ଚାନନ ନାଏକ। ଚାକିରି ସମୟରେ ସେ ରୋଗୀସେବା କରି ଯେଭଳି ପ୍ରଶଂସା ସାଉଁଟିଥିଲେ ଅବସର ପରେ ମଧ୍ୟ ଉତ୍ତମ ସେବା ଯୋଗାଇ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ଜିଲା ସଦର ମେଡିକାଲ ପାଖ ଚର୍ଚ୍ଚ ଛକରେ ସେ ମାଗଣା କ୍ଲିନିକ ଖୋଲି ଦିନକୁ ୨ଘଣ୍ଟା ସେବା ଯୋଗାଇ ଦେଉଛନ୍ତି। ଅଗଷ୍ଟ ୧୫ରେ ସେ ଏହି କ୍ଲିନିକ ଖୋଲିଥିବାବେଳେ ଏବେ ଧୀରେ ଧୀରେ ରୋଗୀ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି।
ଏ ସମ୍ପର୍କରେ ଡାକ୍ତର ନାଏକ କହିଛନ୍ତି, ଚାକିରି କରୁଥିବା ସମୟରେ ରୋଗୀମାନଙ୍କ ସମସ୍ୟାକୁ ବହୁ ପାଖରୁ ଦେଖି ଅନୁଭବ କରିଥିଲି। ସେ ସମୟରେ ଏକ ମାଗଣା କ୍ଲିନିକ ଖୋଲି ସେବା ଯୋଗାଇଦେବାକୁ ମନସ୍ଥ କରିଥିଲି। ପରେ ଏଡିଏମ୍‌ଓକୁ ପଦୋନ୍ନତି ହୋଇଥିଲା। ଫଳରେ ମେଡିକାଲରେ ରୋଗୀ ସେବା ଓ ଅନ୍ୟାନ୍ୟ କାମ ଯୋଗୁ କ୍ଲିନିକ ଖୋଲିବା ସମ୍ଭବ ହୋଇପାରି ନ ଥିଲା। ବରଗଡ ଜିଲାରେ ଏଡିଏମ୍‌ଓ ଭବେ କାର୍ଯ୍ୟ କରୁଥିବା ସମୟରେ ୨୦୨୦ ଜାନୁୟାରୀରେ ଅବସର ନେଇଥିଲି। ସେ ସମୟରେ କ୍ଲିନିକ ଖୋଲିବାକୁ ନିଷ୍ପତ୍ତି ନେଇଥିଲି। ହେଲେ କୋଭିଡ୍‌ କଟକଣା ଯୋଗୁ ବିଳମ୍ବ ହୋଇଥିଲା। ପରେ ସହର ଭିତରେ ଚର୍ଚ୍ଚ ଛକରେ ଏକ ଭଲ ସ୍ଥାନ ମିଳିବାରୁ ଅଗଷ୍ଟ ୧୫ଠାରୁ କ୍ଲିନିକ ଆରମ୍ଭ ହୋଇଛି। ନିୟମିତ ୧୫ଜଣ ରୋଗୀ ଚିକିତ୍ସା ପାଇଁ ଆସୁଛନ୍ତି। ପୂର୍ବାହ୍ନ ୧୦ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ କ୍ଲିନିକ୍‌ ଖୋଲା ରହୁଛି। ଯେଉଁ ରୋଗୀଙ୍କ ଅଧିକ ଚିକିତ୍ସା ଆବଶ୍ୟକ ପଡୁଛି ସେମାନଙ୍କୁ ଅନ୍ୟତ୍ର ଯିବାକୁ ପରାମର୍ଶ ଦେଉଛି। ପ୍ରତି ସପ୍ତାହରେ ସୋମବାରଠାରୁ ଶନିବାର ୬ଦିନ କ୍ଲିନିକ୍‌ ଖୋଲାଯାଉଛି। ରୋଗୀ ସଂଖ୍ୟା ବୃଦ୍ଧି ପାଉଥିବାରୁ ଆଗକୁ ସେବା ଦେବା ସମୟ ମଧ୍ୟ ବୃଦ୍ଧି କରିବାକୁ ଯୋଜନା କରୁଥିବା ସେ କହିଥିଲେ। ସୂଚନାଯୋଗ୍ୟ, ଡାକ୍ତର ନାଏକ ଚାକିରି ସମୟରେ ଗ୍ରାମାଞ୍ଚଳ, ସହରାଞ୍ଚଳରେ ଥିବା ଡାକ୍ତରଖାନାରେ ଜଣେ ଆଦର୍ଶ ଡାକ୍ତର ଭାବେ କାମ କରିଆସୁଥିଲେ। ସମ୍ବଲପୁର ଜିଲା ସଦର ଡାକ୍ତରଖାନାରେ ସେ ଜଣେ ଉତ୍ତମ ସର୍ଜରି ଡାକ୍ତର ଭାବେ ଜଣାଶୁଣା। ସ୍ବାସ୍ଥ୍ୟ ଶିବିର, ରକ୍ତଦାନ ଶିବିର, ତାଲିମ କେନ୍ଦ୍ର କରି ବିଭିନ୍ନ ରୋଗ ଓ ଏହାର ନିରାକରଣ ଉପରେ ସଚେତନ କରୁଥିଲେ। ଅନେକ ସଙ୍କଟାପନ୍ନ ରୋଗୀଙ୍କ ଅପରେଶନ କରି ଜୀବନ ବଞ୍ଚାଇଥିଲେ। ତେଣୁ ରୋଗୀ ସମ୍ପର୍କୀୟଙ୍କ ପ୍ରିୟପାତ୍ର ହୋଇପାରିଥିଲେ। ଏବେ ୬୫ବର୍ଷ ବୟସରେ ମାଗଣା ସେବା ଯୋଗାଇ ପୁଣି ଚର୍ଚ୍ଚାକୁ ଆସିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri