Posted inଜାତୀୟ

ଝାଡ଼ଖଣ୍ଡ ସଙ୍କଟ: ଦିଲ୍ଲୀ ଗଲେ ରାଜ୍ୟପାଳ

ରାଞ୍ଚି,୩ା୯: ଝାଡ଼ଖଣ୍ଡରେ ରାଜନୈତିକ ଅନିଶ୍ଚିତତା ଲାଗିରହିଥିବାବେଳେ ଜେଏମ୍‌ଏମ୍‌-କଂଗ୍ରେସ ମେଣ୍ଟର ବିଧାୟକମାନେ ଗୁରୁବାର ରାଜ୍ୟପାଳ ରମେଶ ବୈଶଙ୍କୁ ଭେଟି ନିର୍ବାଚନ କମିଶନଙ୍କ ସୁପାରିସ ଉପରେ ତୁରନ୍ତ ନିଷ୍ପତ୍ତି ନେବାକୁ ଅନୁରୋଧ କରିଥିଲେ। ରାଜ୍ୟପାଳ ଶୁକ୍ରବାର ଦିଲ୍ଲୀ ଗସ୍ତ କରିଥିବାରୁ ନିଷ୍ପତ୍ତି ନେବାରେ ଅଧିକ ବିଳମ୍ବ ହୋଇପାରେ ବୋଲି ଚର୍ଚ୍ଚା ହେଉଛି। ତେବେ ରାଜ୍ୟପାଳ ମେଡିକାଲ ଚେକ୍‌ଅପ୍‌ ପାଇଁ ବ୍ୟକ୍ତିଗତ କାର୍ଯ୍ୟରେ ଦିଲ୍ଲୀ ଯାଇଥିବା ତାଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି।
ନିଜ ନାମରେ ଖଣି ଲିଜ୍‌ ନେଇଥିବା ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ଙ୍କ ବିଧାୟକ ପଦ ରଦ୍ଦ ଲାଗି ନିର୍ବାଚନ କମିଶନ ରାଜ୍ୟପାଳ ବୈଶଙ୍କୁ ସୁପାରିସ କରିଥିଲେ। ଇତିମଧ୍ୟରେ ସପ୍ତାହେରୁ ଅଧିକ ସମୟ ବିତିଥିଲେ ମଧ୍ୟ ରାଜ୍ୟପାଳ ଏହା ଉପରେ କୌଣସି ନିଷ୍ପତ୍ତି ନ ନେଇ ସମୟ ଗଡ଼ାଇ ଚାଲିଛନ୍ତି। ଶାସକ ବିଧାୟକମାନଙ୍କୁ କିଣିବା ଲାଗି ରାଜ୍ୟପାଳ ଭାଜପାକୁ ସୁଯୋଗ ଦେଉଥିବା ଅଭିଯୋଗ ହୋଇଛି। ଘୋଡ଼ାବେପାର ଆଶଙ୍କାରେ ଶାସକ ବିଧାୟକମାନଙ୍କୁ ଛତିଶଗଡ଼ରେ ରଖାଯାଇଛି। ଇସିଙ୍କ ଚିଠି ରାଜ୍ୟପାଳଙ୍କ କାର୍ଯ୍ୟାଳୟରୁ ପ୍ରଘଟ ହେବା ପରେ ରାଜ୍ୟରେ ରାଜନୈତିକ ସଙ୍କଟ ସାଙ୍ଗକୁ ପ୍ରଶାସନିକ ଅଚଳାବସ୍ଥା ଦେଖାଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

କରୋନାର ଖରାପ ସମୟ ଚାଲି ଯାଇଛି, ଆସନ୍ତା ମାସରୁ ଆରମ୍ଭ ହେବ ଟିକାକରଣ: ସ୍ୱାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୨୧ ।୧୨: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଏବେବି ଜାରି ରହିଛି । ପ୍ରତିଦିନ ପାଖାପାଖି ୨୦ ହଜାର ନୂଆ ସଂକ୍ରମିତଙ୍କୁ ଏବେବି ଚିହ୍ନଟ କରାଯାଉଛି...

ମୁମ୍ବାଇ ସ୍କ୍ରାପ ଗୋଡାଉନରେ ଅଗ୍ନୀକାଣ୍ଡ

ମୁମ୍ବାଇ,୧୨ ।୧୧: ମୁମ୍ବାଇର ମାନଖୁର୍ଦ ସ୍ଥିତ ନ୍ୟୁ ମଣ୍ଡାଲା ଅଞ୍ଚଳରେ ଭୟଙ୍କର ଅଗ୍ନୀକାଣ୍ଡ ଘଟିଛି । ଏହା ମାନଖୁର୍ଦର ସ୍କ୍ରାପ ଗୋଡାଉନରେ ଲାଗିଛି । ଅଗ୍ନୀଶମ...

ସିକିମ୍‌ରେ କଡ଼ା ଟକ୍କର:ଚାମଲିଂ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ ହେବା ଆଶା କ୍ଷୀଣ

ଗ୍ୟାଙ୍ଗଟକ୍‌,୨୪-୫:ସିକିମ୍‌ରେ ଚଳିତ ଥର ମଧ୍ୟ ମୁଖ୍ୟମନ୍ତ୍ରୀ ପଓ୍ବନ କୁମାର ଚାମଲିଂ ପୋକ୍‌ଲୋକ୍‌ କାମରାଙ୍ଗ ଆସନରୁ ବିଜୟୀ ହୋଇଛନ୍ତି। ଚାମଲିଂ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଏସ୍‌କେଏମ୍‌ର ଖର୍କା...

କର୍ମକ୍ଷେତ୍ରକୁ ଫେରିବେ ୨୦ହଜାର ଶ୍ରମିକ

ବାଙ୍ଗାଲୋର,୧୧।୫: ଦେଶବ୍ୟାପୀ ଲକ୍‌ଡାଉନ ଯୋଗୁ ଦେଢ଼ମାସରୁ ଊର୍ଦ୍ଧ୍ୱ ହେବ ସମସ୍ତ କଳକାରଖାନା ବନ୍ଦ ହୋଇରହିଛି। ଲକ୍ଷଲକ୍ଷ କର୍ମଚାରୀ କାମଧନ୍ଦା ନ ପାଇ ଭୋକ ଓପାସରେ ରହୁଛନ୍ତି।...

କମଲନାଥଙ୍କୁ ମାୟାବତୀଙ୍କ ସମର୍ଥନ ପ୍ରତ୍ୟାହାର ଧମକ

ଭୋପାଳ,୧ା୫: ମଧ୍ୟପ୍ରଦେଶର କମଲନାଥ ସରକାରଙ୍କୁ ବିଏସ୍‌ପି ସୁପ୍ରିମୋ ମାୟାବତୀ ସମର୍ଥନ ପ୍ରତ୍ୟାହାର ଧମକ ଦେଇଛନ୍ତି। ଗୁନା ଆସନରୁ ଏସ୍‌ପି-ବିଏସ୍‌ପି ପ୍ରାର୍ଥୀ ହୋଇଥିବା ଲୋକେନ୍ଦ୍ର ସିଂ ରାଜପୁତ...

ଅସନ୍ତୋଷ ବ୍ୟକ୍ତକଲେ ସିଜେଆଇ

ନୂଆଦିଲ୍ଲୀ,୧୫ା୭:ଆପଣ ଯଦି ପ୍ରତିଦିନ ଗୋଟିଏ ଲେଖାଏ ଜନସ୍ବାର୍ଥ ମାମଲା (ପିଆଇଏଲ୍‌) ଦାଖଲ କରିବେ ତେବେ ସେଗୁଡ଼ିକର ଶୁଣାଣି ପାଇଁ ଆମକୁ ଏକ ସ୍ବତନ୍ତ୍ର କୋର୍ଟ ପ୍ରତିଷ୍ଠା...

ମମତାଙ୍କୁ ଅଙ୍ଗୁଳି ଉଠାଇଲା ସିବିଆଇ

ନୂଆଦିଲ୍ଲୀ, ୨୮।୧୨ (ଆଇଏଏନ୍‌ଏସ୍‌): ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନକୁ ଆଉ ଚାରିମାସ ବାକି ଥିବାବେଳେ ସାରଦା ଚିଟ୍‌ଫଣ୍ଡ ଦୁର୍ନୀତି ମାମଲାରେ ସିବିଆଇର ନୂଆ ଖୁଲାସା ମମତା ବାନାର୍ଜୀ...

ନନ୍ଦିଗ୍ରାମରୁ ପ୍ରାର୍ଥିପତ୍ର ଦାଖଲ କଲେ ଶୁଭେନ୍ଦୁ

କୋଲକାତା,୧୨ ।୩: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନକୁ ନେଇ ସେଠାରେ ରାଜନିତୀ ବେଳକୁ ବେଳ ରୋମାଞ୍ଚକ ହେବାକୁ ଲାଗିଛି । ସେଠାରେ ବିଶେଷ ଭାବେ ତ୍ରୁଣ ମୂଳ...

Advertisement
Archives

Model This Week