ଜନଗହଳି ସ୍ଥାନରେ ମୁକୁଳା ଟ୍ରାନ୍ସଫର୍ମର

ରସୁଲପୁର,୨୩ା୧୨(ଡି.ଏନ.ଏ.):ରସୁଲପୁର ବ୍ଲକ ଅଧୀନ କୁଆଖିଆ ବାଜରର ପରିବା ହାଟ ଓ ବିଜୁ ଗ୍ରାମୀଣ ବଜାରର ବିଏସ୍‌ ଆଗ୍ରୋ ଡିଲର ପଏଣ୍ଟ୍‌ ସମ୍ମୁଖରେ ଏକ ବିଦ୍ୟୁତ୍‌ ଟ୍ରାନ୍ସଫର୍ମର ମୁକୁଳା ହୋଇ ପଡ଼ିଛି। ଏଭଳି ଏକ ଜନଗହଳିପୂର୍ଣ୍ଣ ସ୍ଥାନରେ ଟ୍ରାନ୍ସଫର୍ମର ମୁକୁଳା ପଡ଼ିବା ଘଟଣାକୁ ଟାଟା ପାୱାର ଅଣଦେଖା କରୁଛି। କୁଆଖିଆ ବିଦ୍ୟୁତ୍‌ ସେକ୍ସନର ନାକତଳେ ଏଭଳି ଘଟଣା ଦେଖିବାକୁ ମିଳୁଛି। ମାତ୍ର ବିଭାଗୀୟ ଅଧିକାରୀଙ୍କ ଉଦାସୀନତା ପଣିଆ ଯୋଗୁ ଏକ ନିଶ୍ଚିତ ବିପଦକୁ ଆମନ୍ତ୍ରଣ କରାଯାଉଛି। ଟ୍ରାନ୍ସଫର୍ମର ଚାରିପଟେ ବ୍ୟାରିକେଟ ଦେବାରେ ବିଭାଗୀୟ ଅଧିକାରୀ ଟାଳଟୁଳ ନୀତି ଅବଲମ୍ବନ କରୁଥିବା ଆଚରଣକୁ ସାଧାରଣରେ ନାପସନ୍ଦ କରାଯାଉଛି। ତେଣୁ ଶୀଘ୍ର ଏହାକୁ ଆବଦ୍ଧ କରିବାକୁ ଦାବି ହୋଇଛି।
ଜନ ଗହଳିପୂର୍ଣ୍ଣ ସ୍ଥାନରେ ପିଣ୍ଡି ଉପରେ ଥୁଆ ହୋଇଥିବା ଟ୍ରାନ୍ସଫର୍ମର ଚାରିପଟେ ଲୁହା ବାଡ଼ ବୁଲାଇବା ବିଧି ରହିଛି। ମାତ୍ର କୁଆଖିଆ ବାଜରର ପରିବାହାଟ ଓ ବିଜୁ ଗ୍ରାମୀଣ ବଜାର ଭଳି ଜନସମମାଗମ ସ୍ଥଳରେ ମାଟିଠାରୁ ୩ଫୁଟ ଉଚ୍ଚତାରେ ଟ୍ରାନ୍ସଫର୍ମର ସ୍ଥାପନ କରାଯାଇଛି। ଚଳତି ମାସ ୧୬ ତାରିଖରୁ ପରିବାହାଟ ନିକଟରେ ଲକ୍ଷ୍ମୀନାରାୟଣ ପୂଜା ଅନୁଷ୍ଠିତ ହେଉଛି। ଏହି ଅବସରରେ ହଜାରହଜାର ଭକ୍ତଙ୍କ ସମାଗମ ହେଉଛି। ଟ୍ରାନ୍ସଫର୍ମର ନିକଟରେ ଦୋଳି, ମନୋହରୀ ଦୋକାନ, ଭୋଗଦୋକାନ ଆଦି ଖୋଲା ଯାଇଛି। ସନ୍ଧ୍ୟାରେ ଆବାଳବୃଦ୍ଧ ବନିତା ଏହି ସ୍ଥାନରେ ଏକଜୁଟ ହୋଇ ଠାକୁରଙ୍କୁ ଦର୍ଶନ କରିବା ସହ ମନପସନ୍ଦର ସାମଗ୍ରୀ କିଣିବାକୁ ଭିଡ ଜମାଉଛନ୍ତି। ଏଭଳି ସ୍ଥିତିରେ ମୁକୁଳା ଟ୍ରାନ୍ସଫର୍ମର ସର୍ବସାଧାରଣ ସ୍ଥାନରେ ବିପଦକୁ ଆମନ୍ତ୍ରଣ କରିବା ଅପେକ୍ଷାରେ ରହିଛି। ତେଣୁ ଉକ୍ତ ସ୍ଥାନରେ ଲୁହାବାଡ଼ ତୁରନ୍ତ ବୁଲାଇ ଜନସାଧାରଣଙ୍କ ସୁରକ୍ଷାକୁ ନିଶ୍ଚିତ କରିବା ଉପରେ ବିଭାଗ ଗୁରୁତ୍ୱ ଦେବାକୁ ବ୍ୟବସାୟୀ, ସ୍ଥାନୀୟ ଜନସାଧାରଣ ଓ ଶ୍ରଦ୍ଧାଳୁ ଦାବି କରିଛନ୍ତି। ଏ ସମ୍ପର୍କରେ କୁଆଖିଆ ସେକ୍ସନର କନିଷ୍ଠ ଯନ୍ତ୍ରୀ ସେକ୍‌ ଇବ୍ରାଇଲ ଅଲ୍ଲୀଙ୍କୁ ପଚାରିବାରୁ ସେ କହିଛନ୍ତି, ଯାତ୍ରା ପାଇଁ ବାଡ଼ ନିର୍ମାଣ ହୋଇ ପାରିନାହିଁ। ଯାତ୍ରାପରେ ସ୍ଥାୟୀ ସୁରକ୍ଷାବାଡ଼ ନିର୍ମାଣ କରାଯିବ। ଏବେ ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ଏକ ଅସ୍ଥାୟୀ ସୁରକ୍ଷା ବାଡ଼ ସ୍ଥାପନ କରାଯିବ। ତେବେ ବିଭାଗ ପକ୍ଷରୁ ଏହି ଅସୁରକ୍ଷିତ ଟ୍ରାନ୍ସଫର୍ମର ଚାରିକଡ଼େ ଅସ୍ଥାୟୀ ଓ ସ୍ଥାୟୀବାଡ଼ କେବେ ଲାଗୁଛି ତାକୁ ଦେଖିବାକୁ ଅପେକ୍ଷା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ମଇଁଷି ଚରାଇବାକୁ ଯାଇ ଆଉ ଫେରିଲେନି: କେନାଲରୁ ନିଖୋଜ ବୃଦ୍ଧଙ୍କ ମୃତଦେହ ଉଦ୍ଧାର, ଗାଁରେ ଶୋକର ଛାୟା

ଦିଗପହଣ୍ଡି, ୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପ୍ରଥମ ଢେପାଗୁଡ଼ା ଗ୍ରାମର ରଘୁ ମଲ୍ଲିକ (୬୩) ନାମକ ଜଣେ ବୃଦ୍ଧଙ୍କ ମୃତଦେହ କେନାଲ ପାଣିରୁ…

ଦିଗପହଣ୍ଡି ଗଞ୍ଜେଇ ଚୋରା ଚାଲାଣ ଘଟଣା: ଗିରଫ ହେଲେ ଅଭିଯୁକ୍ତ ୨ ଭାଇ, କାରବାର ପଛର ଗୁମର ଖୋଲିଲା…

ଦିଗପହଣ୍ଡି, ୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ପୋଲିସ ଗଞ୍ଜେଇ ଚୋରା ଚାଲାଣ ମାମଲାରେ ଏକ ବଡ଼ ସଫଳତା ହାସଲ କରିଛି। ଗଞ୍ଜେଇ କାରବାର…

ସ୍ୱାମୀ-ବର୍ଷକର ପୁଅ ଆଖି ଆଗରେ ଚାଲିଗଲା ମା’ର ଜୀବନ! ବାଲି ବୋଝେଇ ଟ୍ରାକ୍ଟର ଧକ୍କାରେ ମହିଳାଙ୍କ ମୃତ୍ୟୁ,ଅପରାହ୍ନରୁ ଅଟକିଛି…

କୋକସରା, ୩୦ା୯(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥ କୋକସରା ଥାନା ମୋଟେର ନିକଟରେ ବୁଧବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଲି…

ଶିକ୍ଷା ବିଭାଗର ସମନ୍ୱୟ ଅଭାବ: ଷାଣ୍ମାସିକ ପରୀକ୍ଷା ବେଳେ ଜିଲାସ୍ତରୀୟ କ୍ରୀଡ଼ା, ପରୀକ୍ଷାରୁ ବଞ୍ଚିତ ହେଲେ ଛାତ୍ରଛାତ୍ରୀ

ଅମରପାଲି, ୩୦ା୯(ପୀତାମ୍ବର ସାହୁ): ସରକାର ଶିକ୍ଷାକୁ ସାର୍ବଜନୀନ ଓ ବାଧ୍ୟତାମୂଳକ କରିଥିବା ବେଳେ ଶିକ୍ଷା ବିଭାଗରେ ସମନ୍ୱୟର ଅଭାବକୁ ନେଇ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକରେ ଗମ୍ଭୀର…

କାଗଜପତ୍ରରେ ବଦଳିଲା, ନାମଫଳକରେ ନାହିଁ: ବରଗଡ଼ର ଇଂରାଜୀ ବନାନକୁ ନେଇ ଦ୍ୱନ୍ଦ୍ୱରେ ଜିଲାବାସୀ

ବରଗଡ଼, ୩୦ା୯(ପ୍ରେମାନନ୍ଦ ଖମାରୀ): ରାଜ୍ୟର ବିଭିନ୍ନ ଜିଲା, ଉପଖଣ୍ଡ, ତହସିଲ, ବ୍ଲକ ଏବଂ ସହରାଞ୍ଚଳଗୁଡ଼ିକର ଅଶୁଦ୍ଧ ତଥା ଅପଭ୍ରଂଶ ଇଂରାଜୀ ବନାନକୁ ସଂଶୋଧନ କରି ଓଡ଼ିଶାର ଭାଷାଗତ…

ପ୍ରସିଦ୍ଧ ଅଗ୍ନି ଭୈରବଙ୍କ ଝାମୁଯାତ୍ରା ମହାଆଡ଼ମ୍ବରରେ ସମ୍ପନ୍ନ, କମ୍ପିଲା ଲାଞ୍ଜିଗଡ଼; ତତଲା ନିଆଁ ଉପରେ ଚାଲିଲେ…

ଲାଞ୍ଜିଗଡ଼,୩୦ା୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ସହରର ପରମ ଆରାଧ୍ୟ ଦେବତା ଅଗ୍ନି ଭୈରବଙ୍କ ବିଶ୍ୱପ୍ରସିଦ୍ଧ ଝାମୁଯାତ୍ରା ବୁଧବାର ମହା ସମାରୋହରେ ପାଳିତ ହୋଇଯାଇଛି। ଏହି…

ସାନଖେମୁଣ୍ଡିରେ ବ୍ୟାପିଲା ଝାଡ଼ାବାନ୍ତି, ଜଣଙ୍କ ମୃତ୍ୟୁ, ୪ ଗୁରୁତର; ବ୍ରହ୍ମପୁର MKCGରେ…

ଦିଗପହଣ୍ଡି,୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପୋଡ଼ାମାରି ପଞ୍ଚାୟତ ମାର୍ଥାପୁର ଗାଁରେ ଗତ ୪ ଦିନ ହେଲା ଝାଡ଼ାବାନ୍ତି କାୟା ବିସ୍ତାର କରିବାରେ ଲାଗିଛି।…

ଅନଲାଇନ୍ ଗେମିଂ-ବେଟିଂ ନାଁରେ କୋଟି କୋଟି ଟଙ୍କାର ସାଇବର ଠକେଇ! ଗଞ୍ଜାମରେ ଗିରଫ ହେଲେ ଆଉ ଜଣେ ଅଭିଯୁକ୍ତ

ଛତ୍ରପୁର,୩୦।୯(ଦିଲ୍ଲୀପ ସାମଲ/ଦ୍ଵାରିକା ପଟ୍ଟନାୟକ) : ଅନଲାଇନ୍ ଗେମିଂ, ବେଟିଂ ଓ ଇନଭେଷ୍ଟମେଣ୍ଟ ଆପ୍ ମାଧ୍ୟମରେ ଅଧିକ ଲାଭର ପ୍ରଲୋଭନ ଦେଖାଇ ଠକେଇ କରୁଥିବା ଏକ ସାଇବର ନେଟୱର୍କକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?