‘ଆଗ ସ୍କୁଲ ଖୋଲ, ପରେ ଭୋଟ ଦେବୁ’

ବାରିପଦା ଅଫିସ,୨୧।୨: ମୟୂରଭଞ୍ଜ ଜିଲାର ବଡ଼ସାହି ଓ ଉଦଳା ବ୍ଲକରେ ଶୁକ୍ରବାର ପଞ୍ଚାୟତ ନିର୍ବାଚନର ତୃତୀୟ ପର୍ଯ୍ୟାୟ ଭୋଟ୍‌ ଗ୍ରହଣ ଶେଷ ହୋଇଛି। ତେବେ ବଡ଼ସାହି ଓ ଉଦଳା ବ୍ଲକର ୧ ଲକ୍ଷ ୬୬ ହଜାର ୮୩୬ ଭୋଟର ମତଦାନ କରିବାକୁ ଥିବାବେଳେ ମୌଳିକ ସମସ୍ୟାକୁ ନେଇ ଗୋଟିଏ ବୁଥ୍‌ରେ ଗ୍ରାମବାସୀ ଭୋଟ ବର୍ଜନ କରିଛନ୍ତି। ପୋଲିଂ ପାର୍ଟି ପ୍ରବେଶକୁ ବିରୋଧ କରିବା ସହ ସେମାନେ ମତଦାନ କରିନାହାନ୍ତି। ପୋଲିସ ଓ ପ୍ରଶାସନ ପହଞ୍ଚି ବୁଝାଶୁଝା କରିବା ପରେ ମଧ୍ୟ କୌଣସି ସୁଫଳ ମିଳିପାରି ନାହିଁ। ଆଗ ସ୍କୁଲ ଖୋଲ ପରେ ଭୋଟ ଦେବୁ କହି ଜିଦ୍‌ରେ ଅଟଳ ରହିଛନ୍ତି। ବଡ଼ସାହି ବ୍ଲକର ଖାନୁଆ ପଞ୍ଚାୟତ ନୁରିସାହି ଗ୍ରାମର ୧୨ ନଂ. ବୁଥ୍‌ରେ ଏପରି ଘଟଣା ଦେଖିବାକୁ ମିଳିଛି।
ଶନିବାର ଏହି ବୁଥ୍‌ରେ ପୋଲିଂ ପାର୍ଟି ପହଞ୍ଚିବା ପରେ ଗ୍ରାମବାସୀ ସ୍କୁଲ ଖୋଲିବାକୁ ଦେଇ ନ ଥିଲେ। ବିଳମ୍ବିତ ରାତି ପର୍ଯ୍ୟନ୍ତ ସ୍କୁଲ ଖୋଲା ହୋଇ ନ ପାରିବାରୁ ନିରୁପାୟ ହୋଇ ପୋଲିଂ ପାର୍ଟି ଖାନୁଆ ପଞ୍ଚାୟତ ଅଫିସରେ ରହିଥିଲେ। ରବିବାର ଭୋରରୁ ଏକ ପ୍ଲାଟୁନ ପୋଲିସ ଫୋର୍ସ ସହ ପୋଲିଂ ପାର୍ଟି ପହଞ୍ଚି ସ୍କୁଲ ତାଲା ଭାଙ୍ଗି ଭୋଟଗ୍ରହଣ ପାଇଁ ପ୍ରସ୍ତୁତ ହୋଇଥିଲେ।
ଯେ, ତେବେ ଗ୍ରାମରେ ଥିବା ପ୍ରାଥମିକ ବିଦ୍ୟାଳୟରେ ଛାତ୍ରୀଛାତ୍ରଙ୍କ ଉପସ୍ଥାନ ସଂଖ୍ୟା କମିଯାଇଥିବାରୁ ବିଭାଗ ପକ୍ଷରୁ ସ୍କୁଲକୁ ବନ୍ଦ କରିଦିଆଯାଇଥିଲା। ଫଳରେ ଛାତ୍ରୀଛାତ୍ର ଦେଢ଼ କି.ମି. ଦୂର ସ୍କୁଲକୁ ପଢିବାକୁ ଯିବା ପାଇଁ ଅଭିଭାବକମାନେ ଅମଙ୍ଗ ହୋଇ ଜିଲାପାଳଙ୍କୁ ଅବଗତ କରିଥିଲେ। ମାତ୍ର ଉକ୍ତ ସ୍କୁଲରେ ମାତ୍ର ୧୭ ଛାତ୍ରୀଛାତ୍ର ଥିବାରୁ ବିଭାଗୀୟ ନିଷ୍ପତ୍ତି ଅନୁଯାୟୀ ସ୍କୁଲ ବନ୍ଦ କରି ଦିଆଯାଇଥିଲା। ଗ୍ରାମର ଲୋକେ ବାରମ୍ବାର ଅଭିଯୋଗ ଓ ଦାବି କରିବା ପରେ ମଧ୍ୟ ସ୍କୁଲରେ ତାଲା ପଡ଼ିଥିଲା ା ନିର୍ବାଚନ ପାଇଁ ପ୍ରଶାସନ ସ୍ତରରେ ସ୍କୁଲ ଖୋଲି ଭୋଟ ଗ୍ରହଣ କରିବାକୁ ପ୍ରସ୍ତୁତ ହେଉଥିବା ବେଳେ ଗ୍ରାମବାସୀ ଏହାକୁ ବିରୋଧ କରିଥିଲେ। ଏହାବ୍ୟତୀତ ଗ୍ରାମକୁ ପକ୍କା ସଡ଼କଟିଏ ନ ଥିବାବେଳେ ଦୁଇବର୍ଷ ଧରି ପାଇପ୍‌ ବିଛାଯାଇଥିଲେ ହେଁ ଅଦ୍ୟାବଧି ଲୋକେ ପାନୀୟ ଜଳ ପାଇପାରି ନାହାନ୍ତି। ଖେଳପଡ଼ିଆର ଉନ୍ନତୀକରଣ ପ୍ରତିବଦଳରେ ମାଟି ଖୋଳି ଛୋଟ ପୋଖରୀ ସଦୃଶ କରିଦିଆଯାଇଛି। ଗ୍ରାମର ଅଧିକାଂଶ ହିତାଧିକାରୀ ଆବାସ ଗୃହ ଓ ଭତ୍ତା ପାଇବାରୁ ବଞ୍ଚିତ ହୋଇଛନ୍ତି। ଗ୍ରାମର ମୌଳିକ ସମସ୍ୟା ଭରପୁର ରହିଥିବା ବେଳେ ଲୋକପ୍ରତିନିଧିମାନେ ଭୋଟ୍‌ ନେଇ ସମସ୍ୟା ପ୍ରତି ଗୁରୁତ୍ୱ ଦେଉ ନ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏଣୁ ସେମାନେ ଦିନତମାମ ବୁଥ୍‌ ସମ୍ମୁଖରେ ଛିଡ଼ା ହୋଇ ଭୋଟ ବର୍ଜନ କରିଥିଲେ। ସ୍କୁଲ ଖୋଲିବା ନେଇ ସରକାରୀ ନିର୍ଦ୍ଦେଶନାମା ଜାରି କଲେ ଭୋଟ ଦେବୁ ବୋଲି ସେମାନେ କହିଥିଲେ। ଫଳରେ ନିରାଶ ହୋଇ ପୋଲିଂ ପାର୍ଟି ଖାଲି ହାତରେ ଫେରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଧାନ ଚୋରି ରୋକିବାକୁ ସୀମା ସିଲ୍‌, ଏସ୍‌ପିଙ୍କୁ ଚିଠି ଲେଖି ଜିଲାପାଳ କହିଲେ…

ବାରିପଦା,୧୯ା୧୨: ଧାନ ଚୋରି ରୋକିବାକୁ ମୟୂରଭଞ୍ଜ ସୀମାରେ ଚେକ ପୋଷ୍ଟ କରାଯିବ। ଏଠାରେ ଚେକ୍‌ ପୋଷ୍ଟ ଲଗାଇବାକୁ ଏସ୍‌ପିଙ୍କୁ ଚିଠି ଲେଖିଛନ୍ତି ଜିଲାପାଳ। ଉକ୍ତ ଚିଠିରେ...

ବାହାଘରରେ ଯୋଗ ଦେବାକୁ ଯାଉଥିବାବେଳେ ଅଘଟଣ: ୪୦ ଫୁଟ୍‌ ତଳକୁ ଖସିଲା ବୋଲେରୋ

ମୋରଡା,୧୮।୧୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ଥାନା ଅଞ୍ଚଳରେ ଏକ ପୋଲରୁ ୪୦ ଫୁଟ୍‌ ତଳକୁ ବୋଲେରୋ ଖସି ପଡିଛି। ଫଳରେ ୩ ଜଣ ଗୁରୁତର...

ବାରିପଦାରେ ଲଜ୍ଜା: ୫ ବର୍ଷର ଶିଶୁ କନ୍ୟାକୁ ବିସ୍କୁଟ୍ ଲୋଭ ଦେଖାଇ ବଳାତ୍କାର

ବାରିପଦାରେ,୧୭।୧୨: ମୟୂରଭଞ୍ଜ ଜିଲା ବାରିପଦା ସହରରେ ଏକ ଅମାନବୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ୫ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ କରାଯାଇଥିବା ନେଇ ସାଂଘାତିକ...

ହାତୀକୁ ଖାଦ୍ୟରେ ବିସ୍ଫୋରକ

ବାରିପଦା,୧୫ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ୮ ଦିନ ତଳେ ମୟୂରଭଞ୍ଜ ଜିଲା ବେତନଟୀ ରେଞ୍ଜ ଦେଇ ଏକ ୨୭ଟିକିଆ ହାତୀପଲ ବୁଢ଼ାବଳଙ୍ଗ ନଦୀ ପାର ହୋଇ ବାଲେଶ୍ୱର...

ବୈଜ୍ଞାନିକ କୌଶଳ ବ୍ୟବହାର କରି ଶିମିଳିପାଳ ଅଭୟାରଣ୍ୟରୁ କରୁଥିଲେ ଶିକାର: ୫ କୁଖ୍ୟାତ ଶିକାରୀଙ୍କୁ…. 

ବାରିପଦା,୧୧।୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶିମିଳିପାଳ ଜାତୀୟ ଉଦ୍ୟାନରୁ ୫ଜଣ କୁଖ୍ୟାତ ଶିକାରୀ ଧରା ପଡିଛନ୍ତି । ଶିମିଳିପାଳ ବନ୍ୟଜନ୍ତୁ ବୁଦ୍ଧିମତା ନେଟୱର୍କ ପରି...

ଟିକିଏ କଥାରେ ସାଙ୍ଗର ପେଟରେ ଛୁରି ଭୁସି ବାହାର କରିଦେଲେ ଅନ୍ତବୁଜୁଳା

ବାରିପଦା,୮।୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୁରଭଞ୍ଜ ଜିଲା କୁଳିଅଣା ଥାନା ଅନ୍ତର୍ଗତ ବାଇଗଣବାଡିଆ ସ୍ଥିତ ବିବି କଲେଜରେ ଦୁଇ ଛାତ୍ର ମଧ୍ୟରେ ସଂଘର୍ଷ ହୋଇଛି। ଏଥିରେ ଜଣେ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଲାଞ୍ଚ ନେବାବେଳେ ଏଡିଇଓଙ୍କୁ ରେଡ୍‌ ହ୍ୟାଣ୍ଡରେ ଧରିଲା ଭିଜିଲାନ୍ସ, ପାଖରୁ ମିଳିଲା…

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକ୍‌ ଅଧୀନ ତାଳପଦା ପଞ୍ଚାୟତ ଆକାଉଣ୍ଟାଣ୍ଟ କମ୍‌ ଡାଟା ଏଣ୍ଟ୍ରି ଅପରେଟର(ଏଡିଇଓ) ଲାଞ୍ଚ ନେଇ ଭିଜିଲାନ୍ସ ହାତରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri