ନୂଆବର୍ଷରେ ପାକିସ୍ତାନରୁ ଆସିଲା ଖୋଲା ଚିଠି: ଲୋଡ଼ିଲା ଭାରତର ସହାୟତା

ଇସଲାମାବାଦ୍‌,୨।୨: ବାଲୁଚ ନେତା ମୀର ୟାର ବାଲୁଚ ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କରଙ୍କୁ ଏକ ଖୋଲା ଚିଠି ଲେଖିଛନ୍ତି। ଏଥିରେ ସେ ଭାରତ ସରକାର ଏବଂ ଭାରତୀୟ ଜନତାଙ୍କୁ ୨୦୨୬ ନବବର୍ଷର ଶୁଭେଚ୍ଛା ଜଣାଇଛନ୍ତି। ଚିଠିରେ ସେ ଭାରତର ଐତିହାସିକ ସମ୍ପର୍କ, ଆତଙ୍କବାଦ ବିରୋଧରେ କାର୍ଯ୍ୟାନୁଷ୍ଠାନ, ପାକିସ୍ତାନ ବିରୋଧରେ ବେଲୁଚିସ୍ତାନର ସଂଘର୍ଷ ଏବଂ ଚାଇନା-ପାକିସ୍ତାନ ମେଣ୍ଟ ସମ୍ପର୍କରେ ଏକ ଗମ୍ଭୀର ଚେତାବନୀ ଦେଇଛନ୍ତି।

ମୀର ୟାର ବାଲୁଚ ଚିଠିରେ କହିଛନ୍ତି, ବେଲୁଚିସ୍ତାନ ଗଣରାଜ୍ୟର ୬୦ ନିୟୁତ ଦେଶପ୍ରେମୀ ନାଗରିକଙ୍କ ପକ୍ଷରୁ ସେ ଭାରତର ୧.୪ ବିଲିୟନ ଲୋକଙ୍କୁ, ସଂସଦର ଉଭୟ ଗୃହ, ଗଣମାଧ୍ୟମ, ନାଗରିକ ସମାଜ ଏବଂ ସମସ୍ତ ସମ୍ମାନଜନକ ନାଗରିକଙ୍କୁ ୨୦୨୬ ନବବର୍ଷ ପାଇଁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଛନ୍ତି।

ଏହି ଚିଠିରେ ଭାରତ ଏବଂ ବେଲୁଚିସ୍ତାନ ମଧ୍ୟରେ ଶତାବ୍ଦୀ ପୁରୁଣା ଐତିହାସିକ, ସାଂସ୍କୃତିକ, ବାଣିଜ୍ୟ, କୂଟନୈତିକ ଏବଂ ପ୍ରତିରକ୍ଷା ସମ୍ପର୍କ ଉଲ୍ଲେଖ କରାଯାଇଛି। ମୀର ୟାର ବାଲୁଚ ହିଙ୍ଗଲାଜ ମାତା ମନ୍ଦିରକୁ ଦୁଇ ଦେଶର ସହଭାଗୀ ଆଧ୍ୟାତ୍ମିକ ଏବଂ ସାଂସ୍କୃତିକ ଐତିହ୍ୟର ପ୍ରତୀକ ଭାବରେ ବର୍ଣ୍ଣନା କରିଛନ୍ତି।
ମିର ୟାର ବାଲୁଚ ଅପରେଶନ ସିନ୍ଦୂର ଅଧୀନରେ ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦ ବିରୋଧରେ ମୋଦି ସରକାରଙ୍କ କାର୍ଯ୍ୟାନୁଷ୍ଠାନକୁ ଖୋଲାଖୋଲି ପ୍ରଶଂସା କରିଥିଲେ। ସେ କହିଥିଲେ, ପହଲଗାମ ଆତଙ୍କବାଦୀ ଆକ୍ରମଣର ଜବାବରେ ପାକିସ୍ତାନୀ ସାମରିକ ଭିତ୍ତିଭୂମି ଏବଂ ଆତଙ୍କବାଦୀ ଆଡ୍ଡାଗୁଡ଼ିକୁ ଟାର୍ଗେଟ କରିବା ଏକ ସାହସିକ ଏବଂ ନ୍ୟାୟପୂର୍ଣ୍ଣ କାର୍ଯ୍ୟ ଥିଲା, ଯାହା ଆଞ୍ଚଳିକ ସୁରକ୍ଷା ପାଇଁ ଜରୁରୀ।
ବେଲୁଚିସ୍ତାନ ଗତ ୭୯ ବର୍ଷ ଧରି ପାକିସ୍ତାନୀ ଦଖଲ, ରାଜ୍ୟ ପ୍ରାୟୋଜିତ ଆତଙ୍କବାଦ ଏବଂ ଗମ୍ଭୀର ମାନବାଧିକାର ଉଲ୍ଲଂଘନର ଶିକାର ହୋଇଆସିଛି। ମିର ୟାର କହିଛନ୍ତି, ଏହି ସମସ୍ୟାକୁ ମୂଳରୁ ମୂଳରୁ ମୂଳପୋଛ କରିବାର ସମୟ ଆସିଛି, ଯାହା ଦ୍ୱାରା ବେଲୁଚିସ୍ତାନ ସ୍ଥାୟୀ ଶାନ୍ତି ଏବଂ ସାର୍ବଭୌମତ୍ୱ ହାସଲ କରିପାରିବ।
ବାଲୁଚିସ୍ତାନ ନେତା ସ୍ପଷ୍ଟ ଭାବରେ କହିଥିଲେ, ବେଲୁଚିସ୍ତାନର ଲୋକମାନେ ଭାରତ ଏବଂ ଏହାର ସରକାରଙ୍କ ସହିତ ଦୃଢ଼ ଭାବରେ ଠିଆ ହୋଇଛନ୍ତି। ସେ ଶାନ୍ତି, ବିକାଶ, ବାଣିଜ୍ୟ, ପ୍ରତିରକ୍ଷା, ସୁରକ୍ଷା, ଶକ୍ତି ଚ୍ୟାଲେଞ୍ଜ ଏବଂ ଲୁକ୍କାୟିତ ବିପଦର ସମାଧାନ ପାଇଁ ଭାରତ ସହିତ ଏକ ବିଶ୍ୱସ୍ତ ସହଭାଗୀତା ପାଇଁ ତାଙ୍କର ଇଚ୍ଛା ପ୍ରକାଶ କରିଥିଲେ।
ଏହି ଚିଠିରେ ପାକିସ୍ତାନ ଏବଂ ଚାଇନା ମଧ୍ୟରେ ବଢୁଥିବା ରଣନୈତିକ ସହଭାଗୀତାକୁ ଅତ୍ୟନ୍ତ ବିପଜ୍ଜନକ ବୋଲି ବର୍ଣ୍ଣନା କରାଯାଇଛି। ମିର୍‌ ୟାର ଚେତାବନୀ ଦେଇଛନ୍ତି, ଚାଇନା-ପାକିସ୍ତାନ ଅର୍ଥନୈତିକ କରିଡର (ସିପିଇସି) ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି, ଯାହା ଆଞ୍ଚଳିକ ସନ୍ତୁଳନକୁ ବିପର୍ଯ୍ୟସ୍ତ କରିପାରେ। ଯଦି ବେଲୁଚିସ୍ତାନ ପ୍ରତିରକ୍ଷା ଏବଂ ମୁକ୍ତି ବାହିନୀକୁ ସମର୍ଥନ ନ ମିଳେ, ତେବେ ଆଗାମୀ ମାସଗୁଡ଼ିକରେ ବେଲୁଚିସ୍ତାନରେ ଚଇନା ସାମରିକ ମୁତୟନ ହୋଇପାରେ। ୬୦ ନିୟୁତ ବେଲୁଚ ଲୋକଙ୍କ ସମ୍ମତି ବିନା, ଚାଇନା ସାମରିକ ଉପସ୍ଥିତି ଭାରତ ଏବଂ ବେଲୁଚିସ୍ତାନ ଉଭୟଙ୍କ ଭବିଷ୍ୟତ ପାଇଁ ଏକ ଗମ୍ଭୀର ବିପଦ ସୃଷ୍ଟି କରିପାରେ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଭାରତରେ ଅଲଗା-ୟୁରୋପରେ ଅଲଗା କାହିଁକି? ଫାଣ୍ଟା ଠାରୁ ମ୍ୟାଗି ପର୍ଯ୍ୟନ୍ତ ପ୍ୟାକେଜ ହୋଇଥିବା ଖାଦ୍ୟ ପାଇଁ ଦ୍ୱୈତ ମାନଦଣ୍ଡ ଉପରେ ପ୍ରଶ୍ନ

ନୂଆଦିଲ୍ଲୀ,୨୫।୮: ଭାରତରେ ୟୁରୋପ ତୁଳନାରେ ପ୍ୟାକେଜ ହୋଇଥିବା ଖାଦ୍ୟ ଏବଂ ପାନୀୟର ସମାନ ବିଶ୍ୱ ବ୍ରାଣ୍ଡ ପାଇଁ ଭିନ୍ନ ରଚନା, ପୁଷ୍ଟିକର ସୂଚନା ଏବଂ ଚେତାବନୀ ଲେବଲର…

ନିଶାମୁକ୍ତ ଓଡିଶା ଅଭିଯାନ କାର୍ଯ୍ୟକ୍ରମ, ନିଶା ସେବନ ବିରୋଧରେ ଶପଥ ପାଠ କଲେ ଛାତ୍ରୀଛାତ୍ର

ଦିଗପହଣ୍ଡି,୨୫।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ବଡଖେମୁଣ୍ଡି ହାଇସ୍କୁଲ ପରିସରରେ ମଙ୍ଗଳବାର ଦିଗପହଣ୍ଡି ଥାନା ପକ୍ଷରୁ ନିଶାମୁକ୍ତ ଓଡିଶା ଅଭିଯାନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ…

ପିହୁ ନିଖୋଜ ଘଟଣା,କ୍ରାଇମବ୍ରାଞ୍ଚ ନୁହେଁ ସିବିଆଇ ତଦନ୍ତ ହେଉ:ବିଶ୍ୱ ରଞ୍ଜନ

ବରୀ,୨୫।୮(ମହେନ୍ଦ୍ର ସ୍ବଇଁ): ଯାଜପୁର ଜିଲା ବରୀ ବ୍ଲକ ବିଂଝାରପୁର ଥାନ ମଧୁସୂଦନପୁର ଗ୍ରାମର ବହୁଚର୍ଚ୍ଚିତ କୁନି ଝିଅ ପିହୁ ନିଖୋଜ ଘଟଣାକୁ ନେଇ , ଯାଜପୁର ସାଂସଦ…

୨୧୦ କେଜି ଗଞ୍ଜେଇ ଜବତ, ୮ ଗିରଫ: କନ୍ଧମାଳରୁ ରାଜ୍ୟ ବାହାରକୁ ହେଉଥିଲା ଚାଲାଣ

ଭଞ୍ଜନଗର, ୨୫।୮(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ଏକ ବଡ଼ ଧରଣର ଗଞ୍ଜେଇ ଚାଲାଣ ମାମଲା ଠାବ କରି ୨୧୦ କେଜି ଗଞ୍ଜେଇ ଜବତ କରିଛି।…

ଜେଲ ଯିବେ ତରୁଣ ତେଜପାଲ, ସୁପ୍ରିମକୋର୍ଟରୁ ଲାଗିଲା ବଡ଼ ଝଟକା

ନୂଆଦିଲ୍ଲୀ,୨୫।୮: ବଳାତ୍କାର ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ପୂର୍ବତନ ତେହେଲକା ସମ୍ପାଦକ ତରୁଣ ତେଜପାଲଙ୍କୁ ସୁପ୍ରିମକୋର୍ଟ ତୁରନ୍ତ ଆଶ୍ୱସ୍ତି ଦେବାକୁ ମନା କରିଦେଇଛନ୍ତି। କୋର୍ଟ ତାଙ୍କୁ ଦୁଇ…

ପାଣି ପକାଉଥିବା ବେଳେ ମାରିଲା କରେଣ୍ଟ, ଚାଲିଗଲା ବଳରାମଙ୍କ ଜୀବନ

ପୁରୁଷୋତ୍ତମପୁର,୨୫ା୮(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଶିକୁଳା ଗ୍ରାମରେ ଅଭାବନୀୟ ଘଟଣା ଘଟିଛି । ବିଦ୍ଯୁତ ଆଘାତରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ…

ପୁଟିନଙ୍କ ବଡ଼ ପ୍ରତିଶ୍ରୁତି: ସଙ୍କଟ ସମୟରେ ଭାରତକୁ ଯୋଗାଇବ…ବିଶ୍ୱରେ ହଇଚଇ

ନୂଆଦିଲ୍ଲୀ,୨୫।୮: ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ସୋମବାର ମସ୍କୋରେ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ସାକ୍ଷାତ କରିଛନ୍ତି। ଏହି ସାକ୍ଷାତ ସମୟରେ ଜୟଶଙ୍କର ରାଷ୍ଟ୍ରପତି ପୁଟିନଙ୍କୁ…

ରକ୍ଷାବନ୍ଧନ ପର୍ଯ୍ୟନ୍ତ ୩ ରାଶିଙ୍କୁ ବୁଧ ଦେବେ ଶୁଭ ଫଳ! ଅଚାନକ ଟଙ୍କା….

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବୁଧ ଗ୍ରହକୁ ବୁଦ୍ଧି, ବାଣିଜ୍ୟ ଓ ଆର୍ଥିକ କାରବାରର କାରକ ଗ୍ରହ ବୋଲି ମନାଯାଏ । ବୁଧ ଏବେ କେତୁଙ୍କ ମଘା ନକ୍ଷତ୍ରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri