Posted inଖେଳ

କିଛି ଚମତ୍କାର ହିଁ ଟିମ୍‌ ଇଣ୍ଡିଆକୁ ବଞ୍ଚାଇ ପାରିବ

ଲିଡ୍ସ,୨୬।୮: ମ୍ୟାଚ୍‌ରେ ଆହୁରି ୩ ଦିନ ବାକି ଅଛି। ଟିମ୍‌ ଇଣ୍ଡିଆ ଏବେ ୩୪୫ ରନ୍‌ରେ ପଛୁଆ। ଇଂଲଣ୍ଡ ହାତରେ ଆହୁରି ୨ ଉଇକେଟ ଅଛି। ଏଭଳି ଗମ୍ଭୀର ସ୍ଥିତିରେ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଦଳକୁ କୌଣସି ଚମତ୍କାର ହିଁ ବଞ୍ଚାଇ ପାରିବ। ପ୍ରଥମ ଇନିଂସରେ ଭାରତ ମାତ୍ର ୭୮ ରନରେ ସୀମିତ ରହିବା ପରେ ଘରୋଇ ଇଂଲଣ୍ଡ ଦ୍ୱିତୀୟ ଦିନ ସୁଦ୍ଧା ୮ ଉଇକେଟ ହରାଇ ୪୨୩ ରନ୍‌ କରିଛି।

ପ୍ରଥମ ଦିନ ଭଳି ଗୁରୁବାର ଆରମ୍ଭରୁ ବୋଲରଙ୍କୁ ଉଇକେଟ ମିଳି ନ ଥିଲା। ଭାରତୀୟ ବୋଲରଙ୍କୁ ବେଶ ପରିଶ୍ରମ ପରେ ମିଳିଥିଲା ଦୁଇ ଓପନରଙ୍କ ଉଇକେଟ। ରୋରି ବନର୍‌ସ (୬୧) ଓ ହାସିବ ହାମିଦ (୬୮) ପ୍ରଥମ ଉଇକେଟ ପାଇଁ ୧୩୫ ରନ୍‌ ଯୋଡ଼ିଥିଲେ। ଦୀର୍ଘ ୩ ବର୍ଷ ପରେ ଟେଷ୍ଟ ଦଳକୁ ଫେରିଥିବା ଡେଭିଡ୍‌ ମଲାନ ୭୦ ରନ୍‌ କରିଥିଲେ। କ୍ୟାରିୟରର ଶ୍ରେଷ୍ଠ ଫର୍ମରେ ଥିବା ଅଧିନାୟକ ଜୋ ରୁଟ୍‌ (୧୨୧) ପୁଣି ଥରେ ଖେଳିଥିଲେ ଶତକୀୟ ପାଳି। ତାଙ୍କ କ୍ୟାରିୟରର ୨୩ ତମ ଶତକରେ ସାମିଲ ଥିଲା ୧୪ ଚୌକା। ଶେଷ ଆଡ଼କୁ ଘରୋଇ ଦଳର ୩ ବ୍ୟାଟ୍ସମ୍ୟାନଙ୍କୁ ପ୍ୟାଭିଲିୟନ ପଠାଇଥିଲେ ଭାରତୀୟ ପେସର। ଫଳରେ ଦ୍ୱିତୀୟ ଦିନ ଶେଷ ସୁଦ୍ଧା ଇଂଲଣ୍ଡ ୮ ଉଇକେଟ ହରାଇ ୪୨୩ ରନ୍‌ କରିଛି।

ଭାରତ ପାଇଁ ସର୍ବାଧିକ ସଫଳତା ହାତେଇଥିଲେ ମହମ୍ମଦ ଶାମି। ସେ ୩ ଉଇକେଟ ନେଇଥିବାବେଳେ ମହମ୍ମଦ ସିରାଜ ଓ ରବୀନ୍ଦ୍ର ଜାଡେଜା ୨ ଲେଖାଏ ଉଇକେଟ ହାତେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଇତିହାସ ରଚିଲେ ଚହଲ: ଆଇପିଏଲ୍‌ରେ ଏମିତି କାରନାମା କରିବାରେ ପ୍ରଥମ ବୋଲର

ନୂଆଦିଲ୍ଲୀ,୨୩।୪: ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ୟୁଜବେନ୍ଦ୍ର ଚହଲ ତାଙ୍କ ଆଇପିଏଲ କ୍ୟାରିୟରରେ ୨୦୦ ଉଇକେଟ ପୂରଣ କରିଛନ୍ତି। ମୁମ୍ବାଇ...

ଅରେଞ୍ଜ କ୍ୟାପ୍‌ ଉପରେ କୋହଲଙ୍କ କବ୍‌ଜା: ପର୍ପଲ କ୍ୟାପ୍‌ ରେସ୍‌ ହେଉଛି ରୋଚକ

ନୂଆଦିଲ୍ଲୀ,୨୩।୪: ବ୍ୟାଟ୍ସମ୍ୟାନ ଭାବରେ ବିରାଟ କୋହଲିଙ୍କ ଆଭିମୁଖ୍ୟ ଆଇପିଏଲ ୨୦୨୪ ରେ ଜାରି ରହିଛି। ବିରାଟ କୋହଲି ୮ଟି ମ୍ୟାଚରେ ହାରାହାରି ୬୩.୧୭ରେ ୩୭୯ ରନ...

ହଠାତ୍‌ ପଡ଼ିଆ ମଝିରେ ବିପକ୍ଷ ବ୍ୟାଟ୍ସମ୍ୟାନଙ୍କୁ ଆଲିଙ୍ଗନ କଲେ ରୋହିତ ଶର୍ମା: ଜାଣନ୍ତୁ କାହିଁକି

ମୁମ୍ବାଇ,୨୩।୪: ରାଜସ୍ଥାନ ରୟାଲ୍ସର ଓପନର୍‌ ଯଶସ୍ବୀ ଜୟସ୍ବାଲ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ୬୦ ବଲରେ ୧୦୪ ରନର ଅପରାଜିତ ଇନିଂସ ଖେଳିଥିଲେ। ସେ ତାଙ୍କ ଇନିଂସରେ...

ପିଏନ୍‌ବି ବାଲେଶ୍ୱର ମଣ୍ଡଳର ନୂତନ ମଣ୍ଡଳ ମୁଖ୍ୟ

ଭୁବନେଶ୍ୱର,୨୩।୪: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ ବା ପିଏନ୍‌ବି ବାଲେଶ୍ୱର ମଣ୍ଡଳର ନୂତନ ମଣ୍ଡଳ ମୁଖ୍ୟ ଭାବେ ବିଶ୍ୱଜିତ ବିଶ୍ୱାଳ ନିକଟରେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ଏହା...

‘ଗୁକେଶ ଭବିଷ୍ୟତର ବିଶ୍ୱ ଚାମ୍ପିୟନ’

ନୂଆଦିଲ୍ଲୀ, ୨୪ା୪(ପି.ଟି.): ମର୍ଯ୍ୟାଦାପୂର୍ଣ୍ଣ କ୍ୟାଣ୍ଡିଡେଟ୍ସ ଟୁର୍ନାମେଣ୍ଟ ଜିତି ଭାରତର ଡି. ଗୁକେଶ ଏକ ଐତିହାସିକ ସଫଳତା ହାସଲ କରିଛନ୍ତି। କେବଳ ଚେସ୍‌ ନୁହେଁ ସବୁ ମହଲରେ...

ରୁଡ୍‌ଙ୍କୁ କ୍ୟାରିୟରର ବଡ଼ ଟାଇଟଲ

ବାର୍ସିଲୋନା, ୨୩ା୪ (ଏପି): କାସ୍ପର ରୁଡ୍‌ ବାର୍ସିଲୋନା ଓପନ ଟେନିସ ଚାମ୍ପିୟନ ହୋଇଛନ୍ତି। ଟୁର୍ନାମେଣ୍ଟର ଫାଇନାଲରେ ସେ ଷ୍ଟିଫାନସ ସିତ୍‌ସିପାସଙ୍କୁ ୭-୫, ୬-୩ରେ ହରାଇ ଦେଇଛନ୍ତି।...

ବାଗାନ ମୁକାବିଲା ପାଇଁ ଓଡ଼ିଶା ଏଫ୍‌ସି ପ୍ରସ୍ତୁତ

ଭୁବନେଶ୍ୱର, ୨୩।୪ (ତପନ ସ୍ବାଇଁ): ଇତିହାସ ସୃଷ୍ଟି ହୋଇସାରିଛି। ଓଡ଼ିଶା ଏଫ୍‌ସି ପ୍ରଥମ ଥର ପାଇଁ ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ରେ ସେମିଫାଇନାଲରେ ପ୍ରବେଶ କରିଛି।...

ଅମ୍ପାୟାରଙ୍କ ସହ ଯୁକ୍ତିତର୍କ କରିବା କୋହଲିଙ୍କୁ ପଡ଼ିଲା ମହଙ୍ଗା, ବିସିସିଆଇ ନେଲା କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୨୨।୪: ଆଇପିଏଲ ୨୦୨୪ରେ କୋଲକାତା ନାଇଟ ରାଇଡର୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ରବିବାର ଏକ ମ୍ୟାଚ ହୋଇଥିଲା। ଯେଉଁଥିରେ କେକେଆର୍‌ ୧ ରନ୍‌ରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri