କେବଳ ଅନ୍ଧକାର

ନିକଟରେ ଆମେରିକାର ଜର୍ଜିଆରେ ଭାରତରୁ ଯାଇଥିବା ବିବେକ ସାଇନଙ୍କୁ ସେଠାକାର ଜଣେ ଗୃହହୀନ ବ୍ୟକ୍ତି ହାତୁଡ଼ିରେ ବାରମ୍ବାର ଆଘାତକରି ହତ୍ୟା କରିଥିଲେ। ତଥାପି ଆମେରିକାକୁ ଯିବା ପାଇଁ ଛାତ୍ରୀଛାତ୍ରଙ୍କ ଭିଡ଼ ଅବ୍ୟାହତ ରହିଛି। ପ୍ରାୟ ପ୍ରତିବର୍ଷ ଆମେରିକା କିମ୍ବା କାନାଡା ଯାଉଥିବା ଛାତ୍ର ଏଭଳି ହତ୍ୟା କିମ୍ବା ଜାତିଗତ ବାଛବିଚାରର ସମ୍ମୁଖୀନ ହେଉଛନ୍ତି। ଅନେକ ସମୟରେ ବହୁ ଛାତ୍ର ମଧ୍ୟ ଆହତ ହେବା ଖବର ଜାଣିବାକୁ ମିଳେ। କେବଳ ଏହି ଦୁଇ ଦେଶ ନୁହେଁ, ଭାରତୀୟ ଛାତ୍ରୀଛାତ୍ରମାନେ ଅଷ୍ଟ୍ରେଲିଆ, ଇଂଲଣ୍ଡ , ଆୟର୍ଲାଣ୍ଡ ଏବଂ ନ୍ୟୁଜିଲାଣ୍ଡ ଆଦି ଦେଶକୁ ବହୁଳ ସଂଖ୍ୟାରେ ଯାଉଛନ୍ତି। ଚାଇନା ପରେ ବାହାର ଦେଶକୁ ଭାରତରୁ ଅଧିକ ପଢ଼ିବାକୁ ଯାଉଛନ୍ତି। ବହିର୍ବ୍ୟାପାର ମନ୍ତ୍ରଣାଳୟ ତଥ୍ୟ ଅନୁଯାୟୀ ୨୦୧୬ ତୁଳନାରେ ଏହା ୨୦ ପ୍ରତିଶତ ବୃଦ୍ଧି ପାଇଛି। ପାଖାପାଖି ୧୩ ଲକ୍ଷ ଛାତ୍ରୀଛାତ୍ର ଭାରତ ବାହାରେ ବିଭିନ୍ନ ଦେଶରେ ପଢୁଛନ୍ତି ଏବଂ ସବୁଠୁ ଅଧିକ ଅଛନ୍ତି ଆମେରିକାରେ। ଚିନ୍ତାର କାରଣ ହେଉଛି, ସେହି ସବୁ ଦେଶରେ ଭାରତୀୟ ଛାତ୍ରୀଛାତ୍ରମାନେ ବହୁ ସମୟରେ ସ୍ଥାନୀୟ ଲୋକଙ୍କ ଆକ୍ରୋଶର ଶିକାର ହେଉଛନ୍ତି। ଏପରିକି ବାହାର ଦେଶରେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଡିସେମ୍ବର ୨୦୨୩ରେ ରାଜ୍ୟ ସଭାରେ ବହିର୍ବ୍ୟାପାର ମନ୍ତ୍ରଣାଳୟ ତରଫରୁ ଉପସ୍ଥାପିତ ତଥ୍ୟ ଅନୁଯାୟୀ, ୫ ବର୍ଷ ମଧ୍ୟରେ ଭାରତ ବାହାରେ ପଢୁଥିବା ୪୦୦ରୁ ଊଦ୍ଧ୍ୱର୍ର୍ ଛାତ୍ରୀଛାତ୍ରଙ୍କର ବିଭିନ୍ନ କାରଣରୁ ମୃତ୍ୟୁ ଘଟିଛି। ମୃତ୍ୟୁ ଘଟଣାରେ ସବୁଠୁ ଆଗରେ ଅଛି କାନାଡା।
ପିଲାମାନେ ବିଦେଶ ଯାଇ ପଢ଼ିବା ପଛରେ କାରଣ ରହିଛି। ଧନୀ ଘରର ପିଲା ବେଶି ଯାଉଛନ୍ତି ଏବଂ ସେମାନଙ୍କ ପରିବାର ଏହା ସପକ୍ଷରେ ବି ଯୁକ୍ତି ବାଢ଼ନ୍ତି। ଏହାବାଦ୍‌ ଅନେକ ଉଚ୍ଚ ମଧ୍ୟବିତ୍ତ ପରିବାରର ପିିଲାମାନେ ଶିକ୍ଷା ଋଣ କରି ମଧ୍ୟ ବାହାରକୁ ପଢ଼ିବାକୁ ଯାଉଛନ୍ତି। ନିକଟ ଅତୀତର ତଥ୍ୟକୁ ଦେଖିଲେ ଏହି ସଂଖ୍ୟା ବୃଦ୍ଧି ପାଇବା ପଛରେ ରାଜନୈତିକ ଓ ସାମାଜିକ କାରଣ ମଧ୍ୟ ରହିଛି। ଅନେକ ଉଚ୍ଚ ଶିକ୍ଷିତ ଏବଂ ସ୍ବଚ୍ଛଳ ପରିବାରଗୁଡ଼ିକ ମଧ୍ୟରେ ଚିନ୍ତା ପଶିଲାଣି ଯେ, ଭାରତରେ ପିଲାଙ୍କର ଭବିଷ୍ୟତ ଅନ୍ଧକାରମୟ ହୋଇଯାଉଛି। ଯୁବପିଢ଼ି ସାଧାରଣତଃ ନୂତନ ଚିନ୍ତାଧାରା ପୋଷଣ କରୁଥିବାରୁ ସେମାନଙ୍କ ପାଇଁ ପୁରାତନ ଅନ୍ଧବିଶ୍ୱାସ ଆକର୍ଷଣୀୟ ହେଉନାହିଁ। ରାଜନୀତିରେ ଧର୍ମର ପ୍ରବେଶ ଅଧିକାଂଶ ସଚେତନ ଅଭିଭାବକଙ୍କୁ ବିଚଳିତ କରୁଥିବାର ବିଷୟ ଜଣାପଡ଼ୁଛି। କୌତୂହଳର କଥା ହେଲା, ଏହି ଧର୍ମ ଓ ରାଜନୀତିକୁ ମିଶାଇ ଲାଭ ଉଠାଉଥିବା ବ୍ୟବସାୟିକ ଓ ରାଜନୈତିକ ପରିବାରର ଯୁବପିଢ଼ି ଏବେ ବିଦେଶ ଚାଲିଗଲେଣି। ଭାରତୀୟ ସମାଜରେ ଗଢ଼ିଉଠୁଥିବା ଧାର୍ମିକ ଏବଂ ତା’ ପାଇଁ ଅର୍ଥନୈତିକ ବିଭେଦ ଉଚ୍ଚଶିକ୍ଷିତ ପରିବାରବର୍ଗଙ୍କୁ ବ୍ୟଥିତ କରୁଛି। ସେମାନଙ୍କର ସ୍ପଷ୍ଟ ବିଶ୍ୱାସ ସୃଷ୍ଟି ହେଲାଣି ଯେ, ନିଜ ଜୀବନରେ ଗଢ଼ିତୋଳିଥିବା ଧନକୁ ବ୍ୟବହାରକରି ପିଲାଙ୍କୁ ବିଦେଶ ପଠାଇପାରିଲେ ଭବିଷ୍ୟତର ପିଢ଼ି ସୁସ୍ଥ ମାନସିକତାର ପରିବେଶରେ ବଢ଼ିପାରିବ। ସେଥିନେଇ ଏବେ ଯୁବପିଢ଼ି ପାଇଁ ଏକ ଦ୍ୱିତୀୟ ‘ ଭାରତ ଛାଡ଼’ ଆନ୍ଦୋଳନ ଆରମ୍ଭ ହେଲା ଭଳି ମନେହେଉଛି। ଏହି ପିଲାମାନେ ସାଧାରଣତଃ ଉଚ୍ଚକୋଟିର ପରିବାରରୁ ଆସିଥିବାରୁ ତାଙ୍କର ଶିକ୍ଷାଗତ ଯୋଗ୍ୟତା ଅଧିକ ଥିବା ସହିତ ସେମାନେ ଚାକିରି ଖୋଜିବା ପରିବର୍ତ୍ତେ ଉଦ୍ୟୋଗୀ, ବ୍ୟବସାୟୀ, ଗବେଷକ, ଶିକ୍ଷକ ଏବଂ ବୈଜ୍ଞାନିକ ହେଉଛନ୍ତି। ପୂର୍ବରୁ ମଧ୍ୟ ଭାରତର ଉଚ୍ଚଶିକ୍ଷିତ ପରିବାରରୁ ଦକ୍ଷ ପିଲା ବାହାରୁଥିଲେ। ପ୍ରଭେଦ କେବଳ ଏତିକି ଯେ, ଆଗରୁ ସେମାନେ ଭାରତରେ ରହୁଥିଲେ। ଏବେ ସେହିଭଳି ପିଲାମାନଙ୍କୁ ତାଙ୍କର ପରିବାର ବିଦେଶ ପଠାଇଦେବା ପାଇଁ ପସନ୍ଦ କରୁଛନ୍ତି। ଏହାକୁ ‘ବ୍ରେନ ଡ୍ରେନ’ବା ପଳାତକ ବୁଦ୍ଧି କୁହାଯାଇପାରେ। ଅନ୍ୟପଟେ ଆମର ଗଣମାଧ୍ୟମରେ ଯଦି କୌଣସି ଅଟୋରିକ୍ସା ଚାଳକଙ୍କ ପିଲା ଭାରତୀୟ ପ୍ରଶାସନିକ ସେବା ( ଆଇଏଏସ୍‌) କିମ୍ବା ଭାରତୀୟ ପୋଲିିସ ସେବା( ଆଇପିଏସ୍‌) ପାଇଯାଉଛି, ତେବେ ତାହାକୁ ଏକ ବିରାଟକାୟ ସଫଳତା ଭାବେ ଦର୍ଶାଯାଉଛି। ଦେଖିବାକୁ ଗଲେ ଏହି ପିଲାମାନେ ସରକାରୀ ଚାକିରି କରି ଦେଶର ପ୍ରଶାସନିକ ମଙ୍ଗ ଧରିପାରନ୍ତି, କିନ୍ତୁ ସେମାନଙ୍କ ଦ୍ୱାରା କ୍ୱଚିତ ଅର୍ଥନୈତିକ, ସାମାଜିକ ବା ଗବେଷଣାମତ୍କ ବିକାଶ ହୋଇଥାଏ। ଭାରତୀୟ ବାତାବରଣରେ ଏକ ଯୁବ ଉଦ୍ୟୋଗୀ ତିଷ୍ଠିବା ଅତ୍ୟନ୍ତ କଷ୍ଟକର କାର୍ଯ୍ୟ। ଯେତେ ପଢ଼ିଥିଲେ ମଧ୍ୟ ସରକାରୀ ପେଞ୍ଚ ବୁଝିପାରୁ ନ ଥିବା ଯୁବପିଢ଼ି କୌଣସି ନୂତନତ୍ୱ ଦେଖାଇବାରେ ଅସଫଳ ହେଉଛନ୍ତି। ଏହା ପୂର୍ବରୁ ଥିଲା ଏବଂ ଏବେ, ପରିବର୍ତ୍ତିତ ରାଜନୈତିକ ଏବଂ ସାମାଜିକ ପରିସ୍ଥିତିରେ, ତାହା ବୃଦ୍ଧି ପାଇଛି। ଯେତେ ସମାଲୋଚନା କଲେ ମଧ୍ୟ ଆମ ସମସ୍ତଙ୍କୁ ସ୍ବୀକାର କରିବାକୁ ହେବ ଯେ, ଯୋଗ୍ୟ ଯୁବପିଢ଼ି ପାଇଁ ଆଜିର ଭାରତରେ କେବଳ ଅନ୍ଧକାର ଆଗକୁ ଦିଶୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଏବର ଚାଷବାସ

କୃଷି ବିନା ସମ୍ଭବ ନୁହେଁ ଖୁସି। ଖୁସି ସେହିଠାରୁ ଆସେ ଯେଉଁଠି ଥାଏ ଅନ୍ନ। ଅନ୍ନଗ୍ରହଣ ନାଶକରେ ଭୋକ। ଭୋକରୁ ଉତ୍ତୀର୍ଣ୍ଣ ହେବାକୁ ହେଲେ ମାଟି...

ସଙ୍କଟରେ ଗ୍ରାମୀଣ ଶ୍ରମିକଙ୍କ ରୋଜଗାର

ବହୁଚର୍ଚ୍ଚିତ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମାଞ୍ଚଳ ରୋଜଗାର ଗ୍ୟାରେଣ୍ଟି ଆଇନ ବା ଏମ୍‌ଜିଏନ୍‌ଆର୍‌ଇଜିଏ କୁ ସମାପ୍ତ କରି ତା’ ସ୍ଥାନରେ ‘ବିକଶିତ ଭାରତ ରୋଜଗାର ଓ...

ଭେଜାଲ ପାଇଁ ମୃତ୍ୟୁଦଣ୍ଡ

ବିଶ୍ୱରେ ସମ୍ଭବତଃ ଭାରତ ଏକମାତ୍ର ଦେଶ ଯେଉଁଠାରେ ଜୀବନରକ୍ଷାକାରୀ ଔଷଧ ଓ ଖାଦ୍ୟରେ ଅପମିଶ୍ରଣ ବା ଭେଜାଲ ବଢ଼ିଚାଲିଛି। ଏଭଳି ଖବର ଅନ୍ୟ ଦେଶରୁ ଆସୁଥିବା...

ଏଇ ଭାରତରେ

ମହାରାଷ୍ଟ୍ରର ୨୦୪ଟି ମରୁଡ଼ିପ୍ରବଣ ଗାଁରେ ଜଳ ସଙ୍କଟ ଦୂର କରିବାକୁ ପ୍ରୟାସ ଜାରି ରଖିଛନ୍ତି ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ।...

ମୋବାଇଲ ସ୍କ୍ରିନ୍‌ ଆସକ୍ତି

କାଳେ ନିଦରୁ ଉଠିବାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ, ଆଖି ସବୁଠାରୁ ଅଧିକ ଯେଉଁ ବସ୍ତୁଟିକୁ ଦେଖୁଛି, ତାହା ହେଉଛି ଆମ ମୋବାଇଲ୍‌ ସ୍କ୍ରିନ୍‌।...

ଗଣତନ୍ତ୍ର କାହିଁକି ଦୋଷୀ ହେବ

ସନ ପଦ୍ଧତି ମଧ୍ୟରୁ ଗଣତନ୍ତ୍ର ହିଁ ସର୍ବୋତ୍କୃଷ୍ଟ। ଗଣତନ୍ତ୍ର ଶାସନର ଅର୍ଥ ଗଣଙ୍କର ଶାସନ, ନିଜକୁ ଶାସନ କରିବା। ହେଲେ ଏଥିରେ ଜନତାର ଶାସନ ପ୍ରତ୍ୟକ୍ଷ...

ବାଂଲାଦେଶ ପରେ ବର୍ମା

ପ୍ରାୟ ଦେଢ଼ ବର୍ଷ ପରେ ପୁଣି ବାଂଲାଦେଶ ଅଶାନ୍ତ ହୋଇପଡ଼ିଛି। ଏବର ଅସ୍ବାଭାବିକ ସ୍ଥିତି ସେଠାକାର ଉଗ୍ର ଯୁବ ନେତା ଶରିଫ୍‌ ଓସ୍‌ମାନ ହାଦିଙ୍କୁ ଅଚିହ୍ନା...

ଏଇ ଭାରତରେ

ସୁନ୍ଦରବନର ହେନ୍ତାଳବନରେ ମହୁ ସଂଗ୍ରହ କରିବାକୁ ଯାଇ ଅନେକ ପୁରୁଷ ବାଘ ଆକ୍ରମଣ ଯୋଗୁ ମୃତ୍ୟୁମୁଖରେ ପଡ଼ନ୍ତି। ଏହିସବୁ ମୃତ ପୁରୁଷଙ୍କ ବିଧବା ସ୍ତ୍ରୀଙ୍କୁ କୁହାଯାଉଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri