Posted inଖେଳ

ବାରବାଟୀ ଟି୨୦ ଲାଗି ଜୁନ୍‌ ୧ରୁ ଅନ୍‌ଲାଇନ ଟିକେଟ ବିକ୍ରି

ଭୁବନେଶ୍ୱର, ୨୦।୫: ଜୁନ୍‌ ୧୨ରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ- ଦକ୍ଷିଣ ଆଫ୍ରିକା ଟି୨୦ ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ ଖେଳାଯିବ। ଏଥିଲାଗି ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ) ପକ୍ଷରୁ ପ୍ରସ୍ତୁତିକୁ ଜୋରଦାର କରାଯାଇଛି। ତେବେ ମ୍ୟାଚ୍‌ ଲାଗି ଜୁନ୍‌ ୧ରୁ ଅନ୍‌ଲାଇନ ଟିକେଟ ବିକ୍ରି ପାଇଁ ବ୍ୟବସ୍ଥା କରାଯାଉଛି।

ଜୁନ୍‌ ୧୦ ତାରିଖରେ ଦୁଇ ଦଳ ପହଞ୍ଚିବେ ଏବଂ ୧୩ ତାରିଖରେ ପ୍ରସ୍ଥାନ କରିବେ। ୧ ନମ୍ବର ଗ୍ୟାଲେରି ଟିକେଟ ମୂଲ୍ୟ ୯୦୦, ୨ ଓ ୪ ନମ୍ବର ୭୦୦, ୭ ନମ୍ବର ୬୦୦, ୬ ନମ୍ବର (ପ୍ଲେୟର୍ସ କନ୍‌ସେଶନ) ୩୦୦, ସ୍ପେଶାଲ ଏନ୍‌କ୍ଲୋଜର ୫୦୦୦, ଏସି ବକ୍ସ ୭୦୦୦, ନିୟୁ ପ୍ୟାଭିଲିୟନ ୮୦୦୦ ଓ କର୍ପୋରେଟ ବକ୍ସ ଟିକେଟର ମୂଲ୍ୟ ୧୨,୦୦୦ ଟଙ୍କା ରଖାଯାଇଛି। ଅନ୍‌ଲାଇନ ପାଇଁ ୫୦୦୦ ଟିକେଟ ଉପଲବ୍ଧ ହେବ। ଅନ୍‌ଲାଇନ ଟିକେଟ ରିଡେମ୍ପଶନ ୯, ୧୦, ୧୧ ଓ ୧୨ ତାରିଖରେ କରାଯିବା ସମ୍ଭାବନା ରହିଛି। କ୍ୟାମ୍ବ୍ରିଜ ସ୍କୁଲ ଓ ଖ୍ରୀଷ୍ଟ କଲିଜିଏଟ ସ୍କୁଲରେ ଏଥିପାଇଁ ୩ଟି ଲେଖାଏ କାଉଣ୍ଟର ଉପଲବ୍ଧ ହେବ। ୯, ୧୦ ଓ ୧୧ ତାରିଖରେ ସକାଳ ୧୦ଟାରୁ ଅପରାହ୍ନ ୪ଟା ଏବଂ ୧୨ ତାରିଖରେ ସକାଳ ୭ଟାରୁ ଅପରାହ୍ନ ୩ଟା ମଧ୍ୟରେ ଟିକେଟ ରିଡେମ୍ପଶନ ହେବ। ମ୍ୟାଚ ପାଇଁ ଦର୍ଶକଙ୍କ ଲାଗି ଅପରାହ୍ନ ୩ଟାରୁ ଗେଟ୍‌ ଖୋଲା ରହିବ। ଷ୍ଟାଡିୟମ ପରିସର ସମ୍ପୂର୍ଣ୍ଣ ଭାବରେ ସିସିଟିଭି କ୍ୟାମେରା ନଜରରେ ରହିବ ବୋଲି ଓସିଏ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଜଳୁଛି ଇରାନ! ଅନେକ ସହରରେ ବିସ୍ଫୋରଣ ପରେ ନେତାନ୍ୟାହୁଙ୍କ ସହ କଥା ହେଲେ ଟ୍ରମ୍ପ, ବଡ଼ ଚାଲ୍ ଖେଳୁଛନ୍ତି…

ଓ୍ବାଶିଂଟନ,୧୦।୭: ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଖାମେନେଇଙ୍କ ଅନ୍ତିମ ସଂସ୍କାର କାର୍ଯ୍ୟର ଶେଷ ଦିନରେ ହଜାର ହଜାର ଲୋକ ଏକାଠି ହୋଇଥିଲେ। ତାଙ୍କ ପୁଅ ମୁସ୍ତାଫା ଖାମେନେଇ…

ଲଘୁଚାପ ଆହୁରି ଦୁର୍ବଳ: ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା, ୟେଲୋ ଓ୍ବାର୍ନିଂ ଜାରି

ଭୁବନେଶ୍ୱର,୧୦ା୭ (ବନ୍ଦନା ସେଠୀ):ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କ୍ରମଶଃ ଦୁର୍ବଳ ହେବାରେ ଲାଗିଛି। ଫଳରେ ପୂର୍ବାପେକ୍ଷା ବର୍ଷା ପରିମାଣ କିଛିଟା କମିଥିଲେ ମଧ୍ୟ ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ…

ଜଗମୋହନ ମୀନାଙ୍କ ଇସ୍ତଫାକୁ ନେଇ ପ୍ରଥମଥର ମୁହଁ ଖୋଲିଲେ ଡିଜିପି: କହିଲେ, ମାନସିକ ଚାପ…

ଭୁବନେଶ୍ୱର,୧୦।୭(ତ୍ରିନାଥ ମହାନ୍ତି):ଭୁବନେଶ୍ୱର ଡିସିପି ଜଗମୋହନ ମୀନା ନିକଟରେ ଆଇପିଏସ୍‌ ଚାକିରିରୁ ଇସ୍ତଫା ଦେଇଛନ୍ତି। ଏହି ଇସ୍ତଫାପତ୍ରକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି। ମାନସିକ ଚାପ ନା…

‘ଇଣ୍ଡିଆନ ଆଇଡଲ’ର ଟପ୍‌-୬ରେ ଜ୍ୟୋତିର୍ମୟୀ: ପ୍ରଶଂସା କଲେ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୦ା୭ (ସୌମ୍ୟରଞ୍ଜନ ରାଉତ):ଓଡ଼ିଆ କଣ୍ଠଶିଳ୍ପୀ ଜ୍ୟୋତିର୍ମୟୀ ନାୟକ ଜାତୀୟସ୍ତରର ଲୋକପ୍ରିୟ ସଙ୍ଗୀତ ରିଆଲିଟି ଶୋ’ ‘ଇଣ୍ଡିଆନ ଆଇଡଲ-୧୬’ରେ ଦମ୍‌ଦାର ପରଫର୍ମାନ୍ସ ମାଧ୍ୟମରେ ଟପ୍‌-୬ରେ ସ୍ଥାନ ହାସଲ କରିଛନ୍ତି।…

ଦେଶବ୍ୟାପୀ ମୌସୁମୀ ବର୍ଷାର ତାଣ୍ଡବ, ଜନଜୀବନ ଅସ୍ତବ୍ୟସ୍ତ

ନୂଆଦିଲ୍ଲୀ,୧୦।୭ (ପି.ଟି.): ଦେଶର ବିଭିନ୍ନ ପ୍ରାନ୍ତରେ ଗୁରୁବାର ପ୍ରବଳ ମୌସୁମୀ ବର୍ଷା ଯୋଗୁଁ ବ୍ୟାପକ କ୍ଷୟକ୍ଷତି ଘଟିଛି। ଫଳରେ ରାସ୍ତାଘାଟ ବୁଡ଼ିଯିବା ସହ ଗଛ ଉପୁଡ଼ିବା, ସମ୍ପତ୍ତି…

ଗାଡ଼ି ଟାୟାରରେ କମ୍‌ ପବନ ଯୋଗୁ ବାର୍ଷିକ ୪,୫୦୦ କୋଟିର ତେଲ ନଷ୍ଟ

ନୂଆଦିଲ୍ଲୀ, ୧୦।୭(ପି.ଟି.): ଯାନବାହନ ରକ୍ଷଣାବେକ୍ଷଣ କ୍ଷେତ୍ରରେ ସବୁଠାରୁ ଅବହେଳିତ ବିଷୟ ହେଉଛି ଟାୟାରର କମ୍‌ ପବନ (ପ୍ରେସର) ରହିବା। ହେଲେ ଏଥିଯୋଗୁ ଭାରତ ପ୍ରତିବର୍ଷ ପ୍ରାୟ ୪୨…

ମମତାଙ୍କୁ ଝଟକା ଦେଇଥିବା ୩ ନେତାଙ୍କୁ BJP ଦେଲା ବଡ଼ ଉପହାର

କୋଲକାତା,୯।୭: ପଶ୍ଚିମବଙ୍ଗରେ ହେବାକୁ ଥିବା ରାଜ୍ୟ ସଭା ଉପନିର୍ବାଚନ ପାଇଁ BJP ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଛି। ଦଳ ସୁସ୍ମିତା ଦେବ, ସୁଖେନ୍ଦୁ ଶେଖର ରାୟ ଏବଂ…

ମୁଖ୍ୟମନ୍ତ୍ରୀଙ୍କୁ ନିଜ ଜିଲାରେ ବଦନାମ କରୁଛନ୍ତି ତାଙ୍କ ଦଳର ଲୋକ: ବିଜେଡି ବିଧାୟକ

ହାଟଡିହୀ, ୯।୭(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ରର ରାଜନୀତି ଏବେ ଏକ ରୋଚକ ମୋଡ଼ରେ ପହଞ୍ଚିଛି। ‘ବୈତରଣୀ ବଞ୍ଚାଅ ଅଭିଯାନ’ ପ୍ରସଙ୍ଗକୁ ନେଇ ଆନନ୍ଦପୁରରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri