Categories: ଖେଳ

ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦: ଆଜିଠାରୁ ଅନ୍‌ଲାଇନ୍‌ରେ ଟିକେଟ ବିକ୍ରି

କଟକ ଅଫିସ,୧।୬: ଜୁନ ୧୨ରେ ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦ ମ୍ୟାଚ୍‌ ଖେଳାଯିବ। ବାରବାଟୀ ଟି-୨୦ ପାଇଁ ବୁଧବାରଠାରୁ ଅନ୍‌ଲାଇନ୍‌ରେ ଟିକେଟ ବିକ୍ରି ହେବ। ପେଟିଏମ୍‌କୁ ଟିକେଟ ବିକ୍ରି ପାଇଁ ଓସିଏ ପକ୍ଷରୁ ଦାୟିତ୍ୱ ଦିଆଯାଇଛି। ଅନ୍‌ଲାଇନ୍‌ରେ ସକାଳ ୧୧ଟାରୁ ଟିକେଟ ବିକ୍ରି ଆରମ୍ଭ ହେବାକୁ ଥିବା ବେଳେ ମୋଟ ୫ ହଜାର ଟିକେଟ ଅନଲାଇନରେ ବିକ୍ରି କରାଯିବ। ଏହାଛଡ଼ା ୯ ତାରିଖରୁ ବାରବାଟୀ ଷ୍ଟାଡିୟମର ଟିକେଟ କାଉଣ୍ଟରରେ ଅଫ୍ଲାଇନ ଟିକେଟ ବିକ୍ରି ହେବ।

ଗ୍ୟାଲେରୀ ନମ୍ବର ୨,୪,୭ , ସ୍ପେଶାଲ ଏନକ୍ଲୋଜର, ନ୍ୟୁ ପାଭେଲିୟନ ଏବଂ ଏସି ବକ୍ସ ପାଇଁ ଟିକେଟ ବିକ୍ରି କରାଯିବ। ପେଟିଏମ୍‌ ଆପ୍ଲିକେସନ ନଚେତ ପେଟିଏମ୍‌ ଅନ୍ଲାଇନ ସାଇଟକୁ ଯାଇ ଟିକେଟ ବୁକିଂ କରିହେବ। ଜଣେ ବ୍ୟକ୍ତି କେବଳ ଦୁଇଟି ଟିକେଟ ବୁକିଂ କରିପାରିବେ। ନିଜର ଆଇଡ଼ି ପ୍ରୁଫ୍‌, ଫୋନ ନଂ ଏବଂ ଇମେଲ ଆଇଡ଼ି ଦେଇ ବୁକ କରିବେ ଟିକେଟ।

Share