Posted inଖେଳ

ରାଜ୍ୟ କ୍ରୀଡ଼ାମନ୍ତ୍ରୀମାନଙ୍କ ଅନ୍‌ଲାଇନ୍‌ ବୈଠକ ୧୪ରେ

ନୂଆଦିଲ୍ଲୀ, ୧୩ା୭ (ପି.ଟି.)-କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରେନ ରିଜିଜୁ ଜୁଲାଇ ୧୪ରେ ଦେଶର ସମସ୍ତ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳର କ୍ରୀଡ଼ାମନ୍ତ୍ରୀମାନଙ୍କର ଏକ ବୈଠକ ଡକାଇଛନ୍ତି। ଅନ୍‌ଲାଇନ୍‌ରେ ଦୁଇ ଦିନ ଧରି ହେବାକୁଥିବା ଏହି ବୈଠକରେ କୋଭିଡ୍‌-୧୯ ଲକ୍‌ଡାଉନ୍‌ ସମୟରେ କ୍ରୀଡ଼ା କାର୍ଯ୍ୟକଳାପ କିପରି ପୁନଃ ଆରମ୍ଭ ହୋଇପାରିବ ତାହା ଉପରେ ଆଲୋଚନା ହେବ। ବ୍ଲକ ଓ ଜିଲାସ୍ତରରେ ଉଦୀୟମାନ ପ୍ରତିଭାଙ୍କୁ କିପରି ଚିହ୍ନଟ କରାଯାଇ ପାରିବ ତାହାର ସୂତ୍ର ମଧ୍ୟ ବାହାର କରାଯିବ। ଦେଶରେ ବର୍ତ୍ତମାନ ଦ୍ୱିତୀୟ ପର୍ଯ୍ୟାୟ ଅନ୍‌ଲକ୍‌ ଚାଲିଛି। ଏହି ସମୟ ମଧ୍ୟରେ କ୍ରୀଡ଼ା ଓ ଯୁବ ସମ୍ପର୍କିତ କାର୍ଯ୍ୟକଳାପକୁ କିପରି ଆଗେଇ ନେବାକୁ ହେବ ସେ ନେଇ ରାଜ୍ୟଗୁଡ଼ିକ ସହ ଆଲୋଚନା ଗୁରୁତ୍ୱପୂର୍ଣ୍ଣ ବୋଲି ରିଜିଜୁ ପ୍ରକାଶ କରିଛନ୍ତି। ଆଥଲେଟିକ୍ସ ଏବଂ ଓ୍ବେଟ୍‌ଲିଫ୍ଟିଂର ଜାତୀୟ କ୍ୟାମ୍ପ ଇତିମଧ୍ୟରେ ଆରମ୍ଭ ହୋଇଛି। ଆଗାମୀ ଦୁଇ ସପ୍ତାହ ମଧ୍ୟରେ କଡ଼ା ସ୍ବାସ୍ଥ୍ୟ ସୁରକ୍ଷା ଗାଇଡ୍‌ ଲାଇନ୍‌ ଅନୁସାରେ ବକ୍ସରମାନଙ୍କ ତାଲିମ ଆରମ୍ଭ ହେବ। କରୋନା ମହାମାରୀ ଯୋଗୁ ସମଗ୍ର ଦେଶରେ ଲକ୍‌ଡାଉନ୍‌ ଲାଗୁ କରାଯିବାରୁ ମାର୍ଚ୍ଚ ମଧ୍ୟ ଭାଗରେ ସମସ୍ତ କ୍ୟାମ୍ପ ସସ୍‌ପେଣ୍ଡ କରାଯାଇଥିଲା। କରୋନାରେ ସଂକ୍ରମିତ ହୋଇ ସମଗ୍ର ଦେଶରେ ଇତିମଧ୍ୟରେ ୨୨,୦୦୦ରୁ ଊର୍ଦ୍ଧ୍ୱ ଲୋକ ମୃତ୍ୟୁ ବରଣ କରିସାରିଲେଣି। ରିଜିଜୁ ସମଗ୍ର ଦେଶରେ ୭୫ ଲକ୍ଷ ସ୍ବେଚ୍ଛାସେବୀଙ୍କର ଉଚ୍ଚ ପ୍ରଶଂସା କରିଛନ୍ତି, ଯେଉଁମାନେ କରୋନା ମହାମାରୀ ବିରୋଧରେ ଚାଲିଥିବା ଲଢେଇରେ ସ୍ଥାନୀୟ ପ୍ରଶାସନକୁ ସହାୟତା କରୁଛନ୍ତି। ଆମ ନେହେରୁ ଯୁବ କେନ୍ଦ୍ର ସଂଗଠନ (ଏନ୍‌ଓ୍ବାଇକେଏସ) ଓ ନ୍ୟାଶନାଲ ସର୍ଭିସ ସ୍କିମ୍‌ (ଏନ୍‌ଏସ୍‌ଏସ୍‌) ସ୍ବେଚ୍ଛାକର୍ମୀମାନେ ସୁରକ୍ଷା ଓ ସ୍ବାସ୍ଥ୍ୟ ଗାଇଡ୍‌ଲାଇନ୍‌ ନେଇ ସଚେତନତା ସୃଷ୍ଟିକରିବା ସହ ମାସ୍କ ବଣ୍ଟନ ଏବଂ ବରିଷ୍ଠ ନାଗରିକମାନଙ୍କୁ ସହାୟତା କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜିଲା ପାଇଁ ଗୌରବ ଆଣିଲେ ଆକାଶ: ଜିତିଲେ…

ଭବାନୀପାଟଣା,୧ା୧(ଉତ୍ତମ କୁମାର ଦାଶ):ଭୁବନେଶ୍ୱର ଓଲ୍‌ଡ଼ ଡିଏସ୍‌ୱାଇଏସ୍‌ ଇଣ୍ଡୋର ଷ୍ଟାଡିୟମରେ ଗତ ୩ ଦିନ ଧରି ଚାଲିଥିବା ରାଜ୍ୟ ପାରା ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ ମଙ୍ଗଳବାର ଉଦ୍‌ଯାପିତ ହୋଇଛି।...

ଜାଡ଼ରେ ଜିରୋ ନାଇଟ, ସକାଳୁ ନୂଆବର୍ଷ ପାଇଁ ଉତ୍ସବମୁଖର: ଭାଇଚାରା ବାଣ୍ଟିଲେ ଅଞ୍ଚଳବାସୀ

ଦାରିଙ୍ଗବାଡି, ୧ (୧ (ଅରୁଣ ସାହୁ ):ଓଡିଶାର କାଶ୍ମୀର ଦାରିଙ୍ଗବାଡିରେ ଲାଗି ରହିଛି ଶୀତ। ତାପମାତ୍ରା ୭ ଡିଗ୍ରୀ ରହିଥିବାବେଳେ ଶୀତକୁ ଖାତିର ନକରି ସବୁଠି...

ନିଆରା ଢଙ୍ଗରେ ନୂଆବର୍ଷକୁ ସ୍ବାଗତ: ଚା’ ବାଣ୍ଟି ଜଣାଇଲେ ଶୁଭେଚ୍ଛା

ରାଇକିଆ,୧।୧(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ଅଞ୍ଚଳରେ ଉତ୍ସାହ ଓ ଉଦ୍ଦୀପନାର ସହ ପାଳନ ହୋଇଛି ଇଂରାଜୀ ନୂତନ ବର୍ଷ। ଏହାକୁ ନିଆରା ଢଙ୍ଗରେ ପାଳନ...

ଏବେ ୨୪ଘଣ୍ଟା ନୁହେଁ ୨୫ଘଣ୍ଟା ହୋଇଯିବ ଗୋଟିଏ ଦିନ, ୨୦୨୬ରେ ହେବ କି ବଡ଼ ପରିବର୍ତ୍ତନ!

ଆପଣଙ୍କର ଘଣ୍ଟା କେବେ ଗୋଟିଏ ଘଣ୍ଟା ଲେଟ୍‌ ହେବ କି? ଭବିଷ୍ୟତରେ ସୂର୍ଯ୍ୟ ଅସ୍ତ ହେବ ଏବଂ ରାତି ଲମ୍ୱା ହେବ କି? ଏହା ଏକ...

ଏଇ ଭାରତରେ

ଦିଲ୍ଲୀର ଦୁଇଭାଇ ବିହାନ ଓ ନାଭ ଅଗ୍ରଓ୍ୱାଲ ବର୍ଜ୍ୟ ରିସାଇକେଲିଂ କ୍ଷେତ୍ରରେ ଉଦାହରଣ ସୃଷ୍ଟି କରିଛନ୍ତି। ସେମାନେ ୧୪ଟି ସହରରେ ୧ ମିଲିୟନ(୧୦ ଲକ୍ଷ) କେ.ଜି...

ବିଶ୍ୱ ଓ ବର୍ଷାନ୍ତର

ଳର ଅନ୍ୟନାମ ସମୟ। ଅନନ୍ତ ସମୟର ଅସରନ୍ତି ଯାତ୍ରାରେ ଗୋଟିଏ ବର୍ଷ ବିତିବା ଓ ଆଉ ଗୋଟିଏ ବର୍ଷ ଆସିବା ଏକ ଚିରନ୍ତନ ପ୍ରକ୍ରିୟା। ଏହା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri