ଅନ୍‌ଲାଇନରେ ବିବାହ, ଅନ୍ତ୍ୟେଷ୍ଟି ଅନୁମତି

ଭୁବନେଶ୍ୱର,୧୮।୫(ବ୍ୟୁରୋ): କୋଭିଡ୍‌ ସଂକ୍ରମଣକୁ ଦୃଷ୍ଟିରେ ରଖି କମିଶନରେଟ୍‌ ପୋଲିସ ପକ୍ଷରୁ ଲୋକଙ୍କୁ ଯଥା ସମ୍ଭବ ଥାନାକୁ ନ ଆସିବା ପାଇଁ ପରାମର୍ଶ ଦିଆଯାଉଛି। ଏଥିପାଇଁ ଅଭିଯୋଗଠାରୁ ଆରମ୍ଭ କରି ବିଭିନ୍ନ କାର୍ଯ୍ୟ ଓ ଜରୁରୀ କାଳିନ ସେବା ପାଇଁ କମିଶନରେଟ୍‌ ପୋଲିସ ପକ୍ଷରୁ ଅନ୍‌ଲାଇନ୍‌ ସେବା ପ୍ରଦାନ କରାଯାଉଛି। ଏବେ ଆଉଏକ ପଦକ୍ଷେପ ନିିଆଯାଇଛି। କଟକ ଓ ଭୁବନେଶ୍ୱର ଦ୍ୱୈତନଗରୀରେ ବିବାହ ଏବଂ ଅନ୍ତ୍ୟେଷ୍ଟି କ୍ରିୟା ପାଇଁ ଅନ୍‌ଲାଇନ୍‌ ଅନୁମତିର ବ୍ୟବସ୍ଥା ହୋଇଛି। ଏଥିପାଇଁ ୭୨ ଘଣ୍ଟା ପୂର୍ବରୁ ଓ୍ବେବ୍‌ସାଇଟ୍‌ www.bhubaneswarcuttackpolice.gov.inରେ ଆବେଦନ କରିବାକୁ ହେବ। ସ୍ବତନ୍ତ୍ର ରିଲିଫ୍‌ କମିଶନରଙ୍କ ଗାଇଡ୍‌ଲାଇନ ଅନୁସାରେ, ବିବାହ ଓ ଅନ୍ତ୍ୟେଷ୍ଟିରେ ଯେଉଁମାନେ ଯୋଗ ଦେବେ ସେମାନଙ୍କ ତଥ୍ୟ ଦେଇ ଉକ୍ତ ଓ୍ବେବସାଇଟ୍‌ରେ ଆବେଦନ କରିବାକୁ ପଡ଼ିବ। ଆବେଦନର କିଛି ସମୟ ପରେ ଡିସିପି ଅଫିସ ପକ୍ଷରୁ ମୋବାଇଲ୍‌ ନମ୍ବରକୁ ଏସ୍‌ଏମ୍‌ଏସ୍‌ ମାଧ୍ୟମରେ ଅନୁମତି ପଠାଯିବ ବୋଲି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି। ଏହାସହ ଯେଉଁ ନିମନ୍ତ୍ରିତ ଅତିଥିଙ୍କ ତଥ୍ୟ ପ୍ରଦାନ କରାଯାଇଥିବ ସେମାନଙ୍କ ନମ୍ବରକୁ ମଧ୍ୟ ଏସ୍‌ଏମ୍‌ଏସ୍‌ ପଠାଯିବ। ଉକ୍ତ ଏସ୍‌ଏମ୍‌ଏସ୍‌ ଦେଖାଇ ସେମାନେ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଇପାରିବେ। ତେବେ ବର୍ତ୍ତମାନ ଏହି ଅନ୍‌ଲଇନ୍‌ ସୁବିଧା କେବଳ ଭୁବନେଶ୍ୱର ସହରାଞ୍ଚଳ ପାଇଁ ଆରମ୍ଭ କରାଯାଇଛି। ଖୁବ୍‌ଶୀଘ୍ର କଟକ ସହରାଞ୍ଚଳ ପାଇଁ ଆରମ୍ଭ କରାଯିବ। ଅନ୍ୟପକ୍ଷେ କୌଣସି ପ୍ରକାର ଅନୁସନ୍ଧାନ ନିମନ୍ତେ ପୋଲିସ ପକ୍ଷରୁ ଏକ ହ୍ବାଟ୍ସଆପ ନଂ.୮୧୪୪୨୦୭୧୦୦ ଜାରି କରାଯଇଛି। ଉକ୍ତ ନମ୍ବରରେ ହ୍ବାଟ୍‌ସଆପ୍‌ କଲେ ପୋଲିସ ପକ୍ଷରୁ ସମସ୍ତ ଉତ୍ତର ଦିଆଯିବ ବୋଲି ବୋଲି କମିଶନର କହିଛନ୍ତି।

ଗର୍ଭବତୀଙ୍କ ପାଇଁ ଘରେ ଟେଷ୍ଟିଂ ସୁବିଧା

ସହରରେ ସଂକ୍ରମଣ ରୋକିବାକୁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଉଛି। ଏବେ ଗର୍ଭବତୀଙ୍କ ପାଇଁ ଘରେ ଟେଷ୍ଟିଂର ସୁବିଧା କରିଛି ବିଏମ୍‌ସି। ଏଥିପାଇଁ ଗର୍ଭବତୀମାନେ ସକାଳ ୮ଟାରୁ ୧୧ଟା ମଧ୍ୟରେ ୧୯୨୯କୁ କଲ୍‌ କରି ଟେଷ୍ଟିଂ ପାଇଁ ବୁକିଂ କରିପାରିବେ। ପରଦିନ ବିଏମ୍‌ସିର ମୋବାଇଲ ଭ୍ୟାନ୍‌ ଆସି ଘରୁ ସେମାନଙ୍କ ନମୁନା ପରୀକ୍ଷା ପାଇଁ ନେବେ। ତେବେ କଲ୍‌ ସମୟରେ ନିଜର ପୂରା ନାମ ସହ ସମ୍ପୂର୍ଣ୍ଣ ଠିକଣା ଓ ଠିକ୍‌ ମୋବାଇଲ ନମ୍ବର ଦେବାକୁ ବିଏମ୍‌ସି ପକ୍ଷରୁ କୁହାଯାଇଛି। ସୂଚନାଯୋଗ୍ୟ, ପ୍ରଥମେ ୪୫ରୁ ଊର୍ଦ୍ଧ୍ୱ ନାଗରିକଙ୍କୁ ଦ୍ୱିତୀୟ ଡୋଜ୍‌ ଟିକା ଦେବା ପାଇଁ ଡ୍ରାଇଭ୍‌ ଇନ୍‌ ଭାକ୍ସିନେଶନ ବ୍ୟବସ୍ଥା ଆରମ୍ଭ କରିଥିଲା ବିଏମ୍‌ସି। ଏଥିସହ ସୋମବାରଠାରୁ ୬୦ରୁ ଊର୍ଦ୍ଧ୍ୱ ବୟସର ବରିଷ୍ଠ ନାଗରିକଙ୍କ ପାଇଁ ଡୋର୍‌ ଷ୍ଟେପ୍‌ରେ ଟିକାକରଣ ଓ ଟେଷ୍ଟିଂ ବ୍ୟବସ୍ଥା ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ମହିଳାକୁ ହତ୍ୟା ଅଭିଯୋଗ, ପୋଲିସର ତନାଘନା

ଗୋପାଳପୁର,୩୦ା୧୨(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଫାସୀନୂଆପଡା ଗ୍ରାମରେ...

ସୁରୁଖୁରୁରେ ଧାନକିଣାକୁ ଗୁରୁତ୍ୱ ଚାଷୀ, ସମବାୟ ଓ ଯୋଗାଣ ବିଭାଗ ଅଧିକାରୀଙ୍କୁ ନେଇ ବୈଠକ

ଛତ୍ରପୁର,୩୦ା୧୨(ଦିଲୀପ ସାମଲ): ଚଳିତ ବର୍ଷ ଜିଲାରେ ଧାନକିଣା ସୁରୁଖୁରୁରେ କରିବା ପାଇଁ ମଙ୍ଗଳବାର ଚାଷୀ, ସମବାୟ ଓ ଯୋଗାଣ ବିଭାଗର ଅଧିକାରୀମାନଙ୍କୁ ନେଇ ତ୍ରିପାକ୍ଷିକ ବୈଠକ...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ସଫଳତା: ଛୁଟୁଛି ଶୁଭେଚ୍ଛାର ସୁଅ

ରାଇକିଆ,୩୦ା୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ସେଣ୍ଟ କ୍ୟାଥରିନ ବିଦ୍ୟାଳୟରଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରିଛନ୍ତି। ଭଦ୍ରକ ଠାରେ ଅନୁଷ୍ଠିତ ୩ଦିନିଆ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ବର୍ଷର ଶେଷ ଦିନ ସଂହ ରାଶି ସହ ୫ରାଶିର ଫିଟିଯିବ ଭାଗ୍ୟ! ବାଜିବ ଲଟେରୀ

ଆସନ୍ତାକାଲି ହେଉଛି ୨୦୨୫ ବର୍ଷର ଶେଷ ୩୧ତମ ଦିନ ଏବଂ ବୁଧବାର। ବୁଧବାର ଦିନ ପ୍ରତିବନ୍ଧକ ଦୂରକାରୀ ଭଗବାନ ଗଣେଶ ଏବଂ ଜ୍ଞାନ ଏବଂ ବିବେକର...

ଭଲିବଲ ଟୁର୍ନାମେଣ୍ଟ: ସେମିଫାଇନାଲରେ ଦାରିଙ୍ଗିବାଡ଼ି

ଦିଗପହଣ୍ଡି,୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ତୃତୀୟ ଦିବସ ମଙ୍ଗଳବାର କ୍ୱାର୍ଟର ଫାଇନାଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri