ପିଆଜ ଉତ୍ପାଦନ ବଢୁଛି, ଘାଣ୍ଟି ହେଉଛନ୍ତି ଖାଉଟି

ଭୁବନେଶ୍ୱର,୧୫।୧୨(ଅନିଲ ଦାସ)- ରାଜ୍ୟରେ ପିଆଜ ଉତ୍ପାଦନ ବଢୁଛି। ହେଲେ ପ୍ରତ୍ୟେକ ବର୍ଷ ଦର ବୃଦ୍ଧିରେ ଘାଣ୍ଟି ହେଉଛନ୍ତି ଖାଉଟି। ଅନ୍ୟ ବର୍ଷଗୁଡିକ ଭଳି ଚଳିତ ବର୍ଷ ମଧ୍ୟ ମାସାଧିକ କାଳ ହେବ ରାଜ୍ୟରେ ପିଆଜ କିଲୋ ପିଛା ଦର ୬୦ ଟଙ୍କା ରହିଛି। ବିଡ଼ମ୍ବନା ଯେ ରାଜ୍ୟରେ ଆବଶ୍ୟକତାଠାରୁ ଅଧିକ ପରିମାଣର ପିଆଜ ଉତ୍ପାଦନ ହେଉଥିଲେ ମଧ୍ୟ ଖାଉଟି ଚଢ଼ା ଦରରେ କିଣିବାକୁ ବାଧ୍ୟ ହେଉଛନ୍ତି। ପିଆଜ ସଂରକ୍ଷଣ ପାଇଁ ଆବଶ୍ୟକ ଭିତ୍ତିଭୂମି ନ ଥିବାରୁ ପିଆଜ ବଳକା ରାଜ୍ୟ ନିଅଣ୍ଟିଆ କଷଣରେ କଷି ହେଉଛି।
କୃଷି ଓ କୃଷକ ସଶକ୍ତୀକରଣ ବିଭାଗରୁ ମିଳିଥିବା ସୂଚନା ଅନୁଯାୟୀ, ରାଜ୍ୟରେ ଆବଶ୍ୟକତାଠାରୁ ଅଧିକ ପିଆଜ ଉତ୍ପାଦନ ହେଉଛି। ଜାତୀୟ ନମୁନା ସର୍ବେକ୍ଷଣ(ଏନ୍‌ଏସ୍‌ଏସ୍‌) ଏବଂ ୨୦୨୧ ପ୍ରସ୍ତାବିତ ଜନସଂଖ୍ୟା ଆଧାରରେ ଓଡ଼ିଶାରେ ବାର୍ଷିକ ପ୍ରାୟତଃ ୩.୫୫ ଲକ୍ଷ ମେଟ୍ରିକ୍‌ ଟନ୍‌ ପିଆଜର ଆବଶ୍ୟକତା ରହିଛି। ତେବେ ରାଜ୍ୟରେ ୨୦୨୨-୨୩ରେ ୩.୬୮ ଲକ୍ଷ ମେଟ୍ରିକ୍‌ ଟନ୍‌ ପିଆଜ ଉତ୍ପାଦନ ହୋଇଛି। ସାଇତି ରଖିବାକୁ ଶୀତଳଭଣ୍ଡାର ନ ଥିବାରୁ ଉତ୍ପାଦିତ ପିଆଜ ଅନ୍ୟ ରାଜ୍ୟକୁ ଚାଲିଯାଉଛି। ତିରୋଟ ସମୟରେ ରାଜ୍ୟର ଚାହିଦା ପୂରଣ ହୋଇପାରୁ ନାହିଁ। ଜାତୀୟ ସଂସ୍ଥା ସେଣ୍ଟର ଫର୍‌ କୋଲ୍‌ଡ ଚେନ୍‌ ଡେଭଲପ୍‌ମେଣ୍ଟ (ଏନ୍‌ସିସିଡି) ଏବଂ ନାବାର୍ଡ ଦ୍ୱାରା ୨୦୧୫ରେ କରାଯାଇଥିବା ସର୍ଭେ ଅନୁଯାୟୀ, ରାଜ୍ୟରେ ୩ ଲକ୍ଷ ମେଟ୍ରିକ୍‌ ଟନ୍‌ କ୍ଷମତା ବିଶିଷ୍ଟ ଶୀତଳଭଣ୍ଡାରର ଆବଶ୍ୟକତା ରହିଛି। ରାଜ୍ୟରେ ୭୩୨୧ ପିଆଜ ସାଇତା ଗୃହ ରହିଛି। ଏଥିରେ କେବଳ ୧ଲକ୍ଷ ୮୩ ହଜାର ୨୫ ମେଟ୍ରିକ୍‌ ଟନ୍‌ ପିଆଜ ରଖାଯାଇ ପାରିବ । ଏହାଛଡ଼ା କଳାହାଣ୍ଡି, ବରଗଡ଼, ନୂଆପଡ଼ା, ଅନୁଗୋଳ ଓ ବୌଦ୍ଧ ଜିଲାରେ ୬ହଜାର ମେଟ୍ରିକ୍‌ ଟନ୍‌ ପିଆଜ ସାଇତା ଗୃହ ନିର୍ମାଣ ହେବାର ପ୍ରସ୍ତାବ ରହିଛି ବୋଲି କୃଷି ବିଭାଗ ପକ୍ଷରୁ କୁହାଯାଇଛି। ଆଳୁ ଓ ପିଆଜ ଚାଷକୁ ପ୍ରୋତ୍ସାହନ ଦେବାକୁ ଆଳୁ, ପିଆଜ, ପନିପରିବା ଓ ମସଲା ଜାତୀୟ ଉନ୍ନୟନ ଯୋଜନାରେ ରାଜ୍ୟ ସରକାର ହେକ୍ଟର ପିଛା ୫୮ ହଜାର ଓ ପନିପରିବା ଚାଷ ପାଇଁ ହେକ୍ଟର ପିଛା ୨୦ ହଜାର ଟଙ୍କା ସବ୍‌ସିଡି ଦେବା ବ୍ୟବସ୍ଥା କରିଛନ୍ତି । ଅନ୍ୟପକ୍ଷରେ ବଳକା ପିଆଜ ସାଇତି ରଖିବା ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା ନ ଥିବା ବେଳେ ଆଳୁ ଚାଷ ବୃଦ୍ଧି ପାଇଁ କରାଯାଇଥିବା ଆଳୁ ମିଶନ ଫେଲ୍‌ ମାରିଛି । ରାଜ୍ୟ ପାଇଁ ବର୍ଷକୁ ୧୩.୨୫ ଲକ୍ଷ ମେଟ୍ରିକ୍‌ ଟନ୍‌ ଆଳୁ ଦରକାର ଥିବାବେଳେ ୨୦୨୨-୨୩ରେ ମାତ୍ର ୩.୨୫ ଲକ୍ଷ ମେଟ୍ରିକ୍‌ ଟନ୍‌ ଉତ୍ପାଦନ ହୋଇଛି। ଆଳୁ ଦର ଉପରେ ଲଗାମ ଲଗାଇବା ତଥା ରାଜ୍ୟକୁ ସ୍ବାବଲମ୍ବୀ ହେବାକୁ କୃଷି ବିଭାଗ ୨୦୧୫ରେ ଆଳୁ ମିଶନ ଆରମ୍ଭ କରିଥିଲା। ଏହାର ୮ ବର୍ଷ ପରେ ମଧ୍ୟ ଆବଶ୍ୟକତାର ୫ ଭାଗରୁ ଭାଗେ ଉତ୍ପାଦନ କରିବାରେ ଚାଷୀମାନେ ସକ୍ଷମ ହୋଇପାରିନାହାନ୍ତି। ଯୋଜନା ବିଫଳ ହେଉଥିବାରୁ ଏ ବାବଦ ବ୍ୟୟବରାଦ ମଧ୍ୟ ହ୍ରାସପାଇ ଚାଲିଛି। ଆଳୁ ମିଶନ ପାଇଁ ୨୦୧୪-୧୫ ଆର୍ଥିକବର୍ଷରେ ଏଥିପାଇଁ ୫୦ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଥିବା ବେଳେ ୨୦୨୩-୨୪ ଆର୍ଥିକ ବର୍ଷରେ ଏ ବାବଦରେ ମାତ୍ର ୩ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। କେବଳ ଆଳୁ, ପିଆଜ ନୁହେଁ ଅନ୍ୟାନ୍ୟ ଅଣଧାନ ଫସଲ ମଧ୍ୟ ଗତ ୮ ବର୍ଷରେ କମିଛି କିମ୍ବା ସାମାନ୍ୟ ବୃଦ୍ଧି ପାଇଛି। ରାଜ୍ୟରେ ସୋରିଷ, ସୋୟାବିନ, ବାଦାମ ଭଳି ତୈଳବୀଜ ଉତ୍ପାଦନ ହ୍ରାସ ପାଇଛି। ୨୦୧୩-୧୪ରେ ରାଜ୍ୟରେ ତୈଳବୀଜ ୬୯୮.୧୭ ଲକ୍ଷ ମେଟ୍ରିକ୍‌ ଟନ୍‌ ଉତ୍ପାଦନ ହୋଇଥିବାବେଳେ ୨୦୨୨-୨୩ରେ ଏହା ୫୧୩.୯୯ ଲକ୍ଷ ମେଟ୍ରିକ୍‌ ଟନ୍‌କୁ ଖସିଆସିଛି। ପ୍ରମୁଖ ଡାଲିଜାତୀୟ ଫସଲ ମୁଗ, କୋଳଥ, ଚଣା, ମସୁର ଉତ୍ପାଦନ ନାମକୁମାତ୍ର ବୃଦ୍ଧି ପାଇଛି। ଗତ ୮ ବର୍ଷ ମଧ୍ୟରେ ରାଜ୍ୟରେ କୋଳଥ ଉତ୍ପାଦନ ୨.୩୧ ପ୍ରତିଶତ ହୋଇଥିବା ବେଳେ ମୁଗ ୬.୦୬, ଚଣା ୯.୭୯, ହରଡ଼ ୧୪.୧୪ ପ୍ରତିଶତ ବୃଦ୍ଧି ହୋଇଥିବା କୃଷି ବିଭାଗ ତଥ୍ୟ କହୁଛି। ସେହିପରି ପନିପରିବା ପାଇଁ ମଧ୍ୟ ଓଡ଼ିଶାକୁ ଅନ୍ୟ ରାଜ୍ୟ ଉପରେ ନିର୍ଭର କରିବାକୁ ପଡ଼ୁଛି। ଗତ ୮ବର୍ଷ ମଧ୍ୟରେ ରାଜ୍ୟରେ ମାତ୍ର ୪.୩୦ ପ୍ରତିଶତ ପନିପରିବା ଉତ୍ପାଦନ ବଢ଼ିଥିବା କୁହାଯାଇଛି। ଅଣଧାନ ଫସଲ ଉତ୍ପାଦନ ରାଜ୍ୟରେ ନିରୁତ୍ସାହଜନକ ଏହା ନିଃସନ୍ଦେହ।
କୃଷି ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଉତ୍ପାଦନ ହ୍ରାସ ପାଇଁ ଜଳବାୟୁ ପରିବର୍ତ୍ତନ ଓ ଅନୁର୍ବର ମୃତ୍ତିକା ସମସ୍ୟା ସୃଷ୍ଟି କରିଛି। କୃଷକମାନଙ୍କର ଆୟ ବୃଦ୍ଧି ପାଇଁ ରାଜ୍ୟ ସରକାର ଅନେକ ଯୋଜନା କାର୍ଯ୍ୟକାରୀ କରିବା ସହ ଚାଷୀଙ୍କୁ ସହାୟତା ଯୋଗାଇ ଦେଉଛନ୍ତି। ସର୍ବନିମ୍ନ ସହାୟକ ମୂଲ୍ୟରେ ଧାନ, ମାଣ୍ଡିଆ, ଡାଲିଜାତୀୟ ଫସଲ କ୍ରୟ କରାଯାଉଛି। କୃଷକ ଉତ୍ପାଦକ ଗୋଷ୍ଠୀ ଗଠନ କରି ମୂଲ୍ୟଯୁକ୍ତ କରି ବଜାର ସଂଯୋଗୀକରଣ ପାଇଁ ସରକାର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ଜଗତ୍‌ସିଂହପୁର ଜିଲା କନ୍ଦରପୁର ଚାଷୀ ଅଜୟ ମଲ୍ଲିକ କହିଛନ୍ତି ଯେ ସରକାର ମାଗଣା ଚାଉଳ ଯୋଗାଇବା ଦ୍ୱାରା ଚାଷ ପାଇଁ ମଜୁରିଆ ମିଳୁନାହାନ୍ତି। ଚାଷ ପାଇଁ ଖର୍ଚ୍ଚ ବଢିଯାଉଛି। ଜମିରେ ଖତ ପଡ଼ୁ ନ ଥିବାରୁ ମାଟିର ଉର୍ବରତା କମିଲାଣି। ସାର ପକାଇବା ଖର୍ଚ୍ଚ ବର୍ଷକୁ ବର୍ଷ ବଢିଚାଲିଛି। ଚାଷ କାମରେ ମଜୁରି ଉଠୁନି। ଜମି ପଡ଼ିଆ ପଡ଼ୁ ପଛକେ କିଛି ଫସଲ କରିବାକୁ ମନ ହେଉନି। ସରକାର ଅଣଧାନ ଚାଷ ପାଇଁ ଲୋକମାନଙ୍କୁ ଆକୃଷ୍ଟ କରିବା ପାଇଁ ବ୍ୟବସ୍ଥା କରିବା ଦରକାର ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାରଣ୍ଡାରେ ଖାଉଛନ୍ତି ୧୬୯ ଛାତ୍ରୀଛାତ୍ର: ମଧ୍ୟାହ୍ନ ଭୋଜନ ପାଇଁ ଶେଡ ନିର୍ମାଣ ଦାବି

କେସିଙ୍ଗା,୨୩।୯ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧୀନସ୍ଥ ଗାଈଗା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଖାଇବା ପାଇଁ ଶେଡ ନଥିବାରୁ ଛାତ୍ରୀଛାତ୍ରମାନେ…

ଜଣେ ‘ହିଟ୍‌’, ଜଣେ ‘ଫ୍ଲପ୍‌’: ଜାଣନ୍ତୁ ଟିମ୍‌ଇଣ୍ଡିଆ ପାଇଁ କେମିତି ରହିଲା ଦ୍ରାବିଡ-ସେହ୍ବାଗ ପୁଅଙ୍କ ପ୍ରଦର୍ଶନ

ନୂଆଦିଲ୍ଲୀ,୨୩।୯: କ୍ରିକେଟ ମଇଦାନରେ ଯେତେବେଳେ ଦୁଇ କିମ୍ବଦନ୍ତୀ କ୍ରିକେଟରଙ୍କ ପୁଅ ଏକାଠି ଖେଳନ୍ତି ସେତେବେଳେ ସମସ୍ତଙ୍କ ନଜର ସେମାନଙ୍କ ପ୍ରଦର୍ଶନ ଉପରେ ରହିଥାଏ। ଭାରତ ଓ ଅଷ୍ଟ୍ରେଲିଆ…

ଇରାନକୁ ଧ୍ୱଂସ କରିଦେବୁ: ୟୁଏନ୍‌ଜିଏରେ ଧମକ ଦେଲେ ଟ୍ରମ୍ପ୍‌

ଜାତିସଂଘ,୨୩ା୯:ଇରାନ ଯଦି ଓ୍ବାଶିଂଟନ ସହ ଚୁକ୍ତି ସ୍ବାକ୍ଷର ନ କରେ ତେବେ ଏହାକୁ ସମ୍ପୂର୍ଣ୍ଣ ଧ୍ୱଂସ କରିଦିଆଯିବ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ମଙ୍ଗଳବାର ଜାତିସଂଘ…

ଶିଶୁର ଆମେରିକା ନାଗରିକତ୍ୱ ପାଇଁ ସରୋଗେସି ଆପଣାଉଛନ୍ତି ଚାଇନା ଦମ୍ପତି

ନ୍ୟୁୟର୍କ,୨୩ା୯:ଆମେରିକାରେ ଶିଶୁ ଜନ୍ମ କରିବାକୁ ଚାଇନାର ଅନେକ ଧନୀ ପରିବାର ଆକାଂକ୍ଷା ରଖୁଛନ୍ତି। କାଲିଫର୍ନିଆରେ ବଢ଼ିଚାଲିଥିବା ସରୋଗେସି ଶିଳ୍ପ ଏଭଳି ଧନୀ ଚାଇନିଜ୍‌ ପରିବାରଗୁଡ଼ିକୁ ଆକର୍ଷିତ କରୁଛି,…

କାର୍‌କୁ ଧକ୍କା ପରେ ରାସ୍ତାରେ ଓଲଟିଲା କଦଳୀ ବୋଝେଇ ଟ୍ରକ୍‌

ଭୁବନେଶ୍ୱର,୨୩।୯: ରାଜଧାନୀ ଭୁବନେଶ୍ୱରର ଜୟଦେବ ବିହାର ଜାତୀୟ ରାଜପଥରେ ଏକ କାର୍‌କୁ ଧକ୍କା ଦେଇ କଦଳୀ ବୋଝେଇ ଟ୍ରକ୍‌ ଓଲଟିପଡ଼ିଛି। ଏହି ଦୁର୍ଘଟଣାରେ ଟ୍ରକ୍‌ ଡ୍ରାଇଭର ଗୁରୁତର…

କପିଳେନ୍ଦ୍ରଙ୍କୁ ବଡ଼ ଦାୟିତ୍ୱ ଦେଲା ବିଜେଡି: ଦଳକୁ ମଜଭୁତ କରିବା ଲକ୍ଷ୍ୟ

ରାଜକନିକା, ୨୩।୯ (ସଞ୍ଜୟ କୁମାର ଦାଶ): କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଲକର ନୂତନ ବିଜେଡି ସଭାପତି ଭାବେ ପ୍ରାକ୍ତନ ରାଜକନିକା ପଞ୍ଚାୟତ ସମିତି ଅଧ୍ୟକ୍ଷ କପିଳେନ୍ଦ୍ର ମଲ୍ଲିକଙ୍କୁ…

ମାତ୍ର ୩୨ ରନ୍‌ କରି ଐତିହାସିକ ବିଜୟ ହାସଲ କଲା ଭାରତ, ଚମତ୍କାର କଲେ ଅକ୍ଷର ପଟେଲ

ନୂଆଦିଲ୍ଲୀ,୨୩।୯: ସାନୋ ଷ୍ଟାଡିୟମରେ ଖେଳାଯାଇଥିବା ଏକମାତ୍ର ଟି-୨୦ ମ୍ୟାଚ୍‌ରେ ଜାପାନକୁ ୨ ରନ୍‌ରେ ହରାଇଛି ଭାରତ। ବର୍ଷା ଯୋଗୁ ମ୍ୟାଚ୍‌କୁ ୫-୫ ଓଭରକୁ କମାଇ ଦିଆଯାଇଥିଲା। ଭାରତ…

ଭୁଲ ଇଞ୍ଜେକ୍ସନ ଯୋଗୁ କିନ୍ନରଙ୍କ ମୃତ୍ୟୁ ଅଭିଯୋଗ: ହସ୍ପିଟାଲ ଘେରିଲେ କିନ୍ନର ସମାଜ

ଦେବଗଡ଼, ୨୩।୯(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ କିନ୍ନରଙ୍କ ମୃତ୍ୟୁକୁ ନେଇ ମଙ୍ଗଳବାର ରାତିରେ ଉତ୍ତେଜନା ପ୍ରକାଶ ପାଇଛି। ଭୁଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?