‘ଚଏସ୍‌’କୁ ସମ୍ମାନ ଦେଉ

ରାଜ୍ୟରେ ଇଲେକ୍ଟ୍ରୋନିକ୍ସ ପ୍ରଡକ୍ଟସ୍‌ ଓ ଇଲେକ୍ଟ୍ରିକାଲ ଆପ୍ଲିଏନ୍ସେସ୍‌ ବିକ୍ରି କ୍ଷେତ୍ରରେ ରାଜ୍‌ ଇଲେକ୍ଟ୍ରୋନିକ୍ସ ଏକ ବଡ଼ ନାଁ। ଏହି ବ୍ୟବସାୟିକ ପ୍ରତିଷ୍ଠାନ ଗ୍ରାହକଙ୍କୁ ଦୃଷ୍ଟାନ୍ତମୂଳକ ସେବା ପ୍ରଦାନ କରି ଭରସାଯୋଗ୍ୟ ମାର୍କେଟ ଲିଡର ଓ ଟ୍ରେଣ୍ଡ୍‌ସେଟର ପାଲଟିଛି। ଆବଶ୍ୟକତା, ପସନ୍ଦ ଓ ଚାହିଦାକୁ ସମ୍ମାନ ଦେଇ ବ୍ରାଣ୍ଡ୍‌ ପ୍ରଡକ୍ଟ ଯୋଗାଇବା ଆମର ସର୍ବୋଚ୍ଚ ପ୍ରାଥମିକତା ବୋଲି କୁହନ୍ତି ଏହାର ମ୍ୟାନେଜିଂ ପାର୍ଟନର ପ୍ରକାଶ କୁମାର ବିଶ୍ୱାଳ….

ବର୍ତ୍ତମାନର ଇଲେକ୍‌ଟ୍ରୋନିକ ରିଟେଲିଂ ବଜାରକୁ କେମିତି ଦେଖୁଛନ୍ତି?
କରୋନା ଲକ୍‌ଡାଉନ ତୁଳନାରେ ବର୍ତ୍ତମାନ ଗ୍ରାହକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ହେଲେ ମଧ୍ୟବିତ୍ତ ବର୍ଗ ରୋଜଗାରରେ ବିଭିନ୍ନ ସମସ୍ୟା ସାମ୍ନା କରୁଥିବାରୁ ଲୋ-ଏଣ୍ଡ ପ୍ରଡକ୍ଟ ବିକ୍ରି ନିମ୍ନରେ ରହିଛି। ବଛା ବଛା ସେଗ୍‌ମେଣ୍ଟରେ ହାଇ-ଏଣ୍ଟ ପ୍ରଡକ୍ଟ ବିକ୍ରି ଜାରି ରହିଛି। ପାର୍ବଣ ପରଠାରୁ ସ୍ଥିତି ସୁଧୁରିବାରେ ଲାଗିଛି। ଆଗକୁ ବଜାରରେ ସୁଧାର ଆସିଲେ ମାସ୍‌ ସେଗ୍‌ମେଣ୍ଟ ପ୍ରଡକ୍ଟ ବିକ୍ରି ବଢ଼ିବା ନେଇ ଆଶା ରହିଛି।

ଇଲେକ୍‌ଟ୍ରୋନିକ୍ସ ପ୍ରଡକ୍ଟ ମୂଲ୍ୟ ବଢ଼ିଯିବା ନେଇ ଆପଣଙ୍କ ମତ କ’ଣ?
କଞ୍ଚାମାଲ ମୂଲ୍ୟ ବଢୁଥିବାରୁ କମ୍ପାନୀଗୁଡ଼ିକ ବାଧ୍ୟହୋଇ ଇଲେକ୍‌ଟ୍ରୋନିକ୍ସ ପ୍ରଡକ୍ଟ ମୂଲ୍ୟ ବଢ଼ାଉଛନ୍ତି। ଏବେ ଅଧିକ ପ୍ରଡକ୍ଟ ଉପଲବ୍ଧ କରାଇବାରେ ସମସ୍ୟା ଉପୁଜୁଛି। ସବୁ ବର୍ଗର ଇଲେକ୍‌ଟ୍ରୋନିକ୍ସର ପ୍ରଡକ୍ଟ ଦାମ୍‌ ପ୍ରାୟ ୭ରୁ ୮% ବଢିବା ନେଇ ଆକଳନ କରାଯାଇଛି। ମାନବ ସମ୍ବଳ ଅଭାବ ଯୋଗୁ ମାନୁଫାକ୍ଚରିଂରେ ସମସ୍ୟା ଉପୁଜୁଛି। ତେଣୁ ମୂଲ୍ୟ ବୃଦ୍ଧି ପୂର୍ବରୁ ଗ୍ରାହକମାନେ ପ୍ରଡକ୍ଟ କିଣିନେବା ଭଲ ହେବ।

ବଜାରକୁ କରୋନା କିଭଳି ପ୍ରଭାବିତ କରିଛି?
ମାର୍କେଟକୁ ଶକ୍ତ ଧକ୍କା ଦେଇଛି ମହାମାରୀ। ବଜାର ୧୦ ବର୍ଷ ତଳକୁ ଖସିଗଲା। ସବୁ ପ୍ରକାର ବ୍ୟବସାୟକୁ କ୍ଷତି ସହିବାକୁ ପଡ଼ିଛି। ଲୋକଙ୍କୁ ମଧ୍ୟ ବିଭିନ୍ନ ସମସ୍ୟାର ସାମ୍ନା କରିବାକୁ ପଡୁଛି। ନିଯୁକ୍ତି ହ୍ରାସ, ବେରୋଜଗାରୀ, ବେତନ କମିବା, ଆୟ ହ୍ରାସ ଯୋଗୁ ବଜାରର ଚାହିଦା ଉପରେ ଏହା ଗଭୀର ପ୍ରଭାବ ପକାଇଛି।

ଶୋ’ରୁମର ଗ୍ରାହକ ସେବା ସମ୍ପର୍କରେ କିଛି କହିବେ?
ଗ୍ରାହକଙ୍କ ସହ ସବୁବେଳେ ଭଲ ସମ୍ପର୍କ ରହିଆସିଛି। ବ୍ୟକ୍ତିଗତ ଭାବେ ଗ୍ରାହକଙ୍କ ସମସ୍ୟା ସମାଧାନକୁ ଗୁରୁତ୍ୱ ଦେଇଥାଏ। ଲକ୍‌ଡାଉନ ପରେ ଗ୍ରାହକଙ୍କ ସହ ଯୋଗସୂତ୍ର ରଖିବାକୁ ବିଭିନ୍ନ ପଦକ୍ଷେପ ନେଇଥିଲୁ। ଆଗକୁ ମଧ୍ୟ ଏଭଳି ଉଦ୍ୟମ ଜାରି ରହିବ। ବର୍ତ୍ତମାନ ୧୭ ଶୋ’ରୁମ୍‌ ଗ୍ରାହକଙ୍କ ପାଇଁ ଖୋଲିଛି। ଲୋକଙ୍କ ଆବଶ୍ୟକତାକୁ ବୁଝି ବିଭିନ୍ନ ପଦକ୍ଷେପ ନେଉଛୁ। ଅନ୍‌ଲାଇନରେ ମଧ୍ୟ ପେମେଣ୍ଟ ସୁବିଧା କରାଯାଇଛି। କରୋନା କଟକଣାକୁ ଧ୍ୟାନରେ ରଖି ସେବା ଯୋଗାଣ ହେଉଛି।

ଶୋ’ରୁମରେ କିଛି ସ୍ବତନ୍ତ୍ର ଅଫର ଏବେ ରହିଛି କି?
ଗ୍ରାହକ ଶୋ’ରୁମରେ କମ୍ପାନୀ ଅଫର ଲାଭ କରିପାରିବେ। ବିଭିନ୍ନ ସମୟରେ ଅଫର ଡିଜାଇନ କରାଯାଉଛି। ଏହାବାଦ୍‌ ଫାଇନାନ୍ସ ଅଫର, ୧୦% ପର୍ଯ୍ୟନ୍ତ କ୍ୟାଶ୍‌ବ୍ୟାକ୍‌, ଶୂନ ପ୍ରତିଶତ ଇଣ୍ଟରେଷ୍ଟ, ଜିରୋ ଡାଉନ୍‌ପେମେଣ୍ଟ ସହ ଅନ୍ୟ ସୁବିଧା ଦିଆଯାଉଛି। ଗ୍ରାହକ ବଜାଜ ଫାଇନାନ୍ସ, ଏଚ୍‌ଡିଏଫ୍‌ସି, ଆଇଡିଏଫ୍‌ସି ଏବଂ ଏଚ୍‌ଡିବି ଭଳି ଫାଇନାନ୍ସ କମ୍ପାନୀର ସୁବିଧା ନେଇପାରିବେ। ସେହିଭଳି ହାଇ-ଏଣ୍ଡ ମଡେଲ ଉପରେ କମ୍ପାନୀ ଅଫର ମଧ୍ୟ ରହିଛି।

ଲକ୍‌ଡାଉନରେ କେମିତି ସମୟ ଅତିବାହିତ କରୁଥିଲେ?
କରୋନା କଟକଣାକୁ ନଜରରେ ରଖି ଘରେ ରହିବାବେଳେ ଟିଭିରେ ଖବର ଦେଖୁଥିଲି। ମୋବାଇଲ ଫୋନ୍‌ରେ ଲୋକଙ୍କ ସହ ସମ୍ପର୍କରେ ରହୁଥିଲି। ଦେଶ ଦୁନିଆର ଖବର ଟିଭିରେ ଦେଖି ଅପଡେଟ୍‌ ରହୁଥିଲି। ଏବେ ସ୍ଥିତିରେ ଟିକିଏ ପରିବର୍ତ୍ତନ ଆସିଲାଣି। ଠାକୁର ସମସ୍ତଙ୍କୁ ସୁସ୍ଥ ରଖିଥାନ୍ତୁ। କରୋନା ଶୀଘ୍ର ଚାଲିଯାଉ। ସମସ୍ତଙ୍କର ଉନ୍ନତି କାମନା କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

ଆରମ୍ଭ ହେଲା ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା

ବାଲିଗୁଡା,୨।୪:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲାର ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା ଆରମ୍ଭ ହୋଇଯାଇଛି। ଏନେଇ ଗାଁଠୁ ସହର ଉତ୍ସବମୁଖର ହୋଇପଡିଛି। ଶତାଧିକ ମାନସିକଧାରୀ ଦଣ୍ଡୁଆ ମା’ଙ୍କ ଦଣ୍ଡଯାତ୍ରାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri