‘ଚଏସ୍‌’କୁ ସମ୍ମାନ ଦେଉ

ରାଜ୍ୟରେ ଇଲେକ୍ଟ୍ରୋନିକ୍ସ ପ୍ରଡକ୍ଟସ୍‌ ଓ ଇଲେକ୍ଟ୍ରିକାଲ ଆପ୍ଲିଏନ୍ସେସ୍‌ ବିକ୍ରି କ୍ଷେତ୍ରରେ ରାଜ୍‌ ଇଲେକ୍ଟ୍ରୋନିକ୍ସ ଏକ ବଡ଼ ନାଁ। ଏହି ବ୍ୟବସାୟିକ ପ୍ରତିଷ୍ଠାନ ଗ୍ରାହକଙ୍କୁ ଦୃଷ୍ଟାନ୍ତମୂଳକ ସେବା ପ୍ରଦାନ କରି ଭରସାଯୋଗ୍ୟ ମାର୍କେଟ ଲିଡର ଓ ଟ୍ରେଣ୍ଡ୍‌ସେଟର ପାଲଟିଛି। ଆବଶ୍ୟକତା, ପସନ୍ଦ ଓ ଚାହିଦାକୁ ସମ୍ମାନ ଦେଇ ବ୍ରାଣ୍ଡ୍‌ ପ୍ରଡକ୍ଟ ଯୋଗାଇବା ଆମର ସର୍ବୋଚ୍ଚ ପ୍ରାଥମିକତା ବୋଲି କୁହନ୍ତି ଏହାର ମ୍ୟାନେଜିଂ ପାର୍ଟନର ପ୍ରକାଶ କୁମାର ବିଶ୍ୱାଳ….

ବର୍ତ୍ତମାନର ଇଲେକ୍‌ଟ୍ରୋନିକ ରିଟେଲିଂ ବଜାରକୁ କେମିତି ଦେଖୁଛନ୍ତି?
କରୋନା ଲକ୍‌ଡାଉନ ତୁଳନାରେ ବର୍ତ୍ତମାନ ଗ୍ରାହକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ହେଲେ ମଧ୍ୟବିତ୍ତ ବର୍ଗ ରୋଜଗାରରେ ବିଭିନ୍ନ ସମସ୍ୟା ସାମ୍ନା କରୁଥିବାରୁ ଲୋ-ଏଣ୍ଡ ପ୍ରଡକ୍ଟ ବିକ୍ରି ନିମ୍ନରେ ରହିଛି। ବଛା ବଛା ସେଗ୍‌ମେଣ୍ଟରେ ହାଇ-ଏଣ୍ଟ ପ୍ରଡକ୍ଟ ବିକ୍ରି ଜାରି ରହିଛି। ପାର୍ବଣ ପରଠାରୁ ସ୍ଥିତି ସୁଧୁରିବାରେ ଲାଗିଛି। ଆଗକୁ ବଜାରରେ ସୁଧାର ଆସିଲେ ମାସ୍‌ ସେଗ୍‌ମେଣ୍ଟ ପ୍ରଡକ୍ଟ ବିକ୍ରି ବଢ଼ିବା ନେଇ ଆଶା ରହିଛି।

ଇଲେକ୍‌ଟ୍ରୋନିକ୍ସ ପ୍ରଡକ୍ଟ ମୂଲ୍ୟ ବଢ଼ିଯିବା ନେଇ ଆପଣଙ୍କ ମତ କ’ଣ?
କଞ୍ଚାମାଲ ମୂଲ୍ୟ ବଢୁଥିବାରୁ କମ୍ପାନୀଗୁଡ଼ିକ ବାଧ୍ୟହୋଇ ଇଲେକ୍‌ଟ୍ରୋନିକ୍ସ ପ୍ରଡକ୍ଟ ମୂଲ୍ୟ ବଢ଼ାଉଛନ୍ତି। ଏବେ ଅଧିକ ପ୍ରଡକ୍ଟ ଉପଲବ୍ଧ କରାଇବାରେ ସମସ୍ୟା ଉପୁଜୁଛି। ସବୁ ବର୍ଗର ଇଲେକ୍‌ଟ୍ରୋନିକ୍ସର ପ୍ରଡକ୍ଟ ଦାମ୍‌ ପ୍ରାୟ ୭ରୁ ୮% ବଢିବା ନେଇ ଆକଳନ କରାଯାଇଛି। ମାନବ ସମ୍ବଳ ଅଭାବ ଯୋଗୁ ମାନୁଫାକ୍ଚରିଂରେ ସମସ୍ୟା ଉପୁଜୁଛି। ତେଣୁ ମୂଲ୍ୟ ବୃଦ୍ଧି ପୂର୍ବରୁ ଗ୍ରାହକମାନେ ପ୍ରଡକ୍ଟ କିଣିନେବା ଭଲ ହେବ।

ବଜାରକୁ କରୋନା କିଭଳି ପ୍ରଭାବିତ କରିଛି?
ମାର୍କେଟକୁ ଶକ୍ତ ଧକ୍କା ଦେଇଛି ମହାମାରୀ। ବଜାର ୧୦ ବର୍ଷ ତଳକୁ ଖସିଗଲା। ସବୁ ପ୍ରକାର ବ୍ୟବସାୟକୁ କ୍ଷତି ସହିବାକୁ ପଡ଼ିଛି। ଲୋକଙ୍କୁ ମଧ୍ୟ ବିଭିନ୍ନ ସମସ୍ୟାର ସାମ୍ନା କରିବାକୁ ପଡୁଛି। ନିଯୁକ୍ତି ହ୍ରାସ, ବେରୋଜଗାରୀ, ବେତନ କମିବା, ଆୟ ହ୍ରାସ ଯୋଗୁ ବଜାରର ଚାହିଦା ଉପରେ ଏହା ଗଭୀର ପ୍ରଭାବ ପକାଇଛି।

ଶୋ’ରୁମର ଗ୍ରାହକ ସେବା ସମ୍ପର୍କରେ କିଛି କହିବେ?
ଗ୍ରାହକଙ୍କ ସହ ସବୁବେଳେ ଭଲ ସମ୍ପର୍କ ରହିଆସିଛି। ବ୍ୟକ୍ତିଗତ ଭାବେ ଗ୍ରାହକଙ୍କ ସମସ୍ୟା ସମାଧାନକୁ ଗୁରୁତ୍ୱ ଦେଇଥାଏ। ଲକ୍‌ଡାଉନ ପରେ ଗ୍ରାହକଙ୍କ ସହ ଯୋଗସୂତ୍ର ରଖିବାକୁ ବିଭିନ୍ନ ପଦକ୍ଷେପ ନେଇଥିଲୁ। ଆଗକୁ ମଧ୍ୟ ଏଭଳି ଉଦ୍ୟମ ଜାରି ରହିବ। ବର୍ତ୍ତମାନ ୧୭ ଶୋ’ରୁମ୍‌ ଗ୍ରାହକଙ୍କ ପାଇଁ ଖୋଲିଛି। ଲୋକଙ୍କ ଆବଶ୍ୟକତାକୁ ବୁଝି ବିଭିନ୍ନ ପଦକ୍ଷେପ ନେଉଛୁ। ଅନ୍‌ଲାଇନରେ ମଧ୍ୟ ପେମେଣ୍ଟ ସୁବିଧା କରାଯାଇଛି। କରୋନା କଟକଣାକୁ ଧ୍ୟାନରେ ରଖି ସେବା ଯୋଗାଣ ହେଉଛି।

ଶୋ’ରୁମରେ କିଛି ସ୍ବତନ୍ତ୍ର ଅଫର ଏବେ ରହିଛି କି?
ଗ୍ରାହକ ଶୋ’ରୁମରେ କମ୍ପାନୀ ଅଫର ଲାଭ କରିପାରିବେ। ବିଭିନ୍ନ ସମୟରେ ଅଫର ଡିଜାଇନ କରାଯାଉଛି। ଏହାବାଦ୍‌ ଫାଇନାନ୍ସ ଅଫର, ୧୦% ପର୍ଯ୍ୟନ୍ତ କ୍ୟାଶ୍‌ବ୍ୟାକ୍‌, ଶୂନ ପ୍ରତିଶତ ଇଣ୍ଟରେଷ୍ଟ, ଜିରୋ ଡାଉନ୍‌ପେମେଣ୍ଟ ସହ ଅନ୍ୟ ସୁବିଧା ଦିଆଯାଉଛି। ଗ୍ରାହକ ବଜାଜ ଫାଇନାନ୍ସ, ଏଚ୍‌ଡିଏଫ୍‌ସି, ଆଇଡିଏଫ୍‌ସି ଏବଂ ଏଚ୍‌ଡିବି ଭଳି ଫାଇନାନ୍ସ କମ୍ପାନୀର ସୁବିଧା ନେଇପାରିବେ। ସେହିଭଳି ହାଇ-ଏଣ୍ଡ ମଡେଲ ଉପରେ କମ୍ପାନୀ ଅଫର ମଧ୍ୟ ରହିଛି।

ଲକ୍‌ଡାଉନରେ କେମିତି ସମୟ ଅତିବାହିତ କରୁଥିଲେ?
କରୋନା କଟକଣାକୁ ନଜରରେ ରଖି ଘରେ ରହିବାବେଳେ ଟିଭିରେ ଖବର ଦେଖୁଥିଲି। ମୋବାଇଲ ଫୋନ୍‌ରେ ଲୋକଙ୍କ ସହ ସମ୍ପର୍କରେ ରହୁଥିଲି। ଦେଶ ଦୁନିଆର ଖବର ଟିଭିରେ ଦେଖି ଅପଡେଟ୍‌ ରହୁଥିଲି। ଏବେ ସ୍ଥିତିରେ ଟିକିଏ ପରିବର୍ତ୍ତନ ଆସିଲାଣି। ଠାକୁର ସମସ୍ତଙ୍କୁ ସୁସ୍ଥ ରଖିଥାନ୍ତୁ। କରୋନା ଶୀଘ୍ର ଚାଲିଯାଉ। ସମସ୍ତଙ୍କର ଉନ୍ନତି କାମନା କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...

ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...

ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ଘଟଣା, ଆଇନ ମନ୍ତ୍ରୀ କହିଲେ…

ପୁରୀ ୧୭ା୧୨( ଅଜିତ୍ କୁମାର ମହାନ୍ତି ): କିଛି ଦିନର ବ୍ୟବଧାନ ପରେ ପୁଣି ଶ୍ରୀମନ୍ଦିର ଭତିରର ଫୋଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ...

ଏବେ ବୁନ୍ଧାଏ ପାଣି ପାଇଁ ବି ଡହଳ ବିକଳ ହେବ ପାକିସ୍ତାନ! ଭାରତ ପରେ ଏହି ଦେଶ ନେଲା ବଡ ଆକ୍ସନ

ଇସଲାମାବାଦ,୧୭।୧୨: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ପାକିସ୍ତାନକୁ ସିନ୍ଧୁ ନଦୀ ଜଳ ଯୋଗାଣ ବନ୍ଦ କରିଦେଇଛି, ଯାହା ଫଳରେ ଅନେକ ଅଞ୍ଚଳରେ ମରୁଡ଼ି ଭଳି...

କିସ୍‌ ଛାତ୍ରଙ୍କୁ ହତ୍ୟା, ପ୍ରେସ୍‌ମିଟ୍‌ରେ ସ୍ପଷ୍ଟ କରି ପୋଲିସ କମିଶନର କହିଲେ…

ଭୁବନେଶ୍ୱର,୧୭ା୧୨: କିସ୍‌ ଛାତ୍ରଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ କରିଛନ୍ତି ପୋଲିସ କମିଶନର। ପ୍ରେସମିଟ୍‌ରେ ପୋଲିସ କମିଶନର ଏସ୍‌ ଦେବଦତ୍ତ ସିଂ ଏକଥା ସ୍ପଷ୍ଟ କରିଛନ୍ତି। ‘ଜୋକର...

‘ଭାରତରେ ଉତ୍ପାଦନ ହ୍ରାସ ପାଉଛି…,’ ଜର୍ମାନୀରେ BMW ଫ୍ୟାକ୍ଟ୍ରିରେ ପହଞ୍ଚି ଭିଡିଓ ଶେୟାର କଲେ ରାହୁଲ

ବର୍ଲିନ,୧୭।୧୨: କଂଗ୍ରେସ ନେତା ଏବଂ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ବୁଧବାର ଜର୍ମାନୀର BMW କାରଖାନା ପରିଦର୍ଶନ କରିଥିଲେ। ଏହି ଗସ୍ତ ସମୟରେ ସେ...

ବଦନାମ ହେଲା TMC, ଭିଡିଓ ଶେୟାର କଲା ଭାଜପା

ନୂଆଦିଲ୍ଲୀ,୧୭।୧୨: ତୃଣମୂଳ କଂଗ୍ରେସ ଏମପି କୀର୍ତ୍ତି ଆଜାଦଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏଥିରେ ଆଜାଦ ସଂସଦ ଭିତରେ ସିଗାରେଟ ପିଉଥିବାର ଦେଖାଯାଉଛି।...

ପିକନିକ୍ ହେଲା କାଳ, ଗାଧୋଇବା ବେଳେ ସମୁଦ୍ରରେ ବୁଡି ଛାତ୍ରୀ ମୃତ

ପୁରୀ ୧୭/୧୨( ଅଜିତ୍ କୁମାର ମହାନ୍ତି ): ବେଲେଶ୍ଵର ମନ୍ଦିର ସାମ୍ନା ବେଳାଭୂମିରେ ବଡ଼ ଅଘଟଣ । ପିକନିକ୍ ଆସି ଗାଧୋଇବା ବେଳେ ଅଘଟଣ ଘଟିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri