Posted inଫୁରସତ

୧୧୨ ବର୍ଷ ତଳେ ଘଟିଥିଲା ଏପରି ଏକ ବିସ୍ଫୋରକ ଘଟଣା, ଯାହା ଉପରୁ ଆଜି ପର୍ଯ୍ୟନ୍ତ ହଟିନାହିଁ ପରଦା

ଋଷିଆର ସାଇବେରିଆ ଅଞ୍ଚଳରେ ୧୧୨ ବର୍ଷ ତଳେ ଏକ ଭୟଙ୍କର ବିସ୍ଫୋରଣ ଘଟିଥିଲା। ଏହି ଘଟଣା ପୋଡେକାମେନାୟା ତୁଙ୍ଗୁସ୍କା ନଦୀ ନିକଟରେ ହୋଇଥିଲା। କୁହାଯାଏ, ଏହି ବିସ୍ଫୋରଣରେ ଯେଉଁ ନିଅଁା ହୁଳା ଉଠିଥିଲା ତାହା ୫୦ରୁ ୧୦୦ ମିଟର ଚଉଡ଼ା ଥିଲା। ଏହା ସଙ୍ଗେ ସଙ୍ଗେ ପ୍ରାୟ ୨ ହଜାର ବର୍ଗମିଟର ପରିବେଷ୍ଟିତ ଜଙ୍ଗଲକୁ ଜାଳିପୋଡ଼ି ଛାରଖାର କରିଦେଇଥିଲା। ଏହି ଅଗ୍ନିକାଣ୍ଡରେ ପ୍ରାୟ ୮ କୋଟିରୁ ଅଧିକ ଗଛ ଜଳିଯାଇଥିଲା। ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ, ଏଥିରେ ପୃଥିବୀରେ କମ୍ପନ ସୃଷ୍ଟି ହୋଇଥିଲା। ବିସ୍ଫୋରଣ ଘଟିଥିବା ସ୍ଥାନଠାରୁ ପ୍ରାୟ ୬୦ କିଲୋମିଟର ଦୂରରେ ଥିବା ସହରର ଘରଗୁଡ଼ିକର ଝରକା, କବାଟ ଭାଙ୍ଗିରୁଜି ଯାଇଥିଲା। ଏପରିକି ଏତେ ଦୂରରେ ଥାଇ ମଧ୍ୟ ଲୋକେ ଉତ୍ତାପ ଅନୁଭବ କରିଥିଲେ।


ସୌଭାଗ୍ୟବଶତଃ ଯେଉଁ ଅଞ୍ଚଳରେ ଏହି ଭୟଙ୍କର ବିସ୍ଫୋରଣ ଘଟିଥିଲା, ସେଠାରେ ଅଳ୍ପସଂଖ୍ୟକ ଲୋକ ଥିଲେ। ସରକାରୀ ଭାବେ ଏହି ବିସ୍ଫୋରଣରେ କେବଳ ଜଣେ ମେଷପାଳକଙ୍କ ମୃତ୍ୟୁ ଘଟିଥିବା ସେତେବେଳେ ଜଣାପଡ଼ିଥିଲା। ବିସ୍ଫୋରଣ ଶବ୍ଦ ଶୁଣି ମେଷପାଳକ ଜଣକ ଏକ ଗଛରେ ପିଟି ହୋଇଯାଇଥିଲେ। ଫଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହି ବିସ୍ଫୋରଣରେ କିନ୍ତୁ ଶତାଧିକ ହରିଣଙ୍କ ମୃତ୍ୟୁ ଘଟିଥିଲା। ବିସ୍ଫୋରଣର ସାକ୍ଷୀ ଥିବା ଜଣେ ବ୍ୟକ୍ତି କହିଥିଲେ, ଏହି ଜଙ୍ଗଲ ଉପରେ ଥିବା ଆକାଶ ଯେମିତି ଦୁଇ ଭାଗରେ ବିଭକ୍ତ ହୋଇଯାଇଥିଲା। ଦେଖିଲେ ଲାଗୁଥିଲା ଆକାଶରେ ନିଆଁ ଲାଗିଛି। ଏମିତି ଲାଗିଲା ଯେମିତି କିଛି ଭୂମିରେ ଖସିପଡ଼ିଛି। ଏହା ପରେ କୁଆପଥର ବର୍ଷା ଏବଂ ଗୁଳି ଚଳାଇବାର ଶବ୍ଦ ଶୁଭିଥିଲା।
୧୧୨ ବର୍ଷ ତଳେ ଘଟିଥିବା ଏହି ବିସ୍ଫୋରଣ କେମିତି ହେଲା ତା’ ଉପରେ ଆଜି ପର୍ଯ୍ୟନ୍ତ କେହି ସଠିକ୍‌ କାରଣ କହିପାରିନାହାନ୍ତି।

ଆଜି ମଧ୍ୟ ବୈଜ୍ଞାନିକମାନେ କାରଣ ଖୋଜୁଛନ୍ତି। ଅଧିକାଂଶ ଲୋକ ଭାବନ୍ତି ପୃଥିବୀପୃଷ୍ଠରେ ବୋଧେ ଉଲ୍‌କାପିଣ୍ଡ ଖସିଥିଲା। ତାହାର ମଧ୍ୟ ସଠିକ୍‌ କାରଣ ମିଳିନାହିଁ। ପ୍ରକୃତ କଥା ହେଲା ସାଇବେରିଆର ଏହି ତୁଙ୍ଗୁସ୍କା ଅଞ୍ଚଳ ବହୁତ ଦୁର୍ଗମ। ଏଠାରେ ସବୁ ଅଜବ ଘଟଣା ଘଟିଥାଏ। ଥଣ୍ଡା ଦିନରେ ଭୟଙ୍କର ଥଣ୍ଡା ହୋଇଥାଏ। ତାହା ପୁଣି ଦୁୀର୍ଘଦିନ ଧରି ଲାଗିରହିଥାଏ। ଋତୁ ବହୁତ କମ୍‌ଦିନ ପର୍ଯ୍ୟନ୍ତ ଆସିଥାଏ। ଫଳରେ ମାଟି ବହୁତ ନରମ ଥାଏ। ଏଠାରେ ପହଞ୍ଚିବା କଷ୍ଟସାଧ୍ୟ ହୋଇଥାଏ।


୧୯୫୮ରେ କିଛି ଗବେଷକ ଏଠାକୁ ଯାଇଥିଲେ। ଘଟଣାସ୍ଥଳରୁ ସେଲିକେଟ୍‌ ଏବଂ ମ୍ୟାଗ୍‌ନେଟ୍‌ର କିଛି ଖଣ୍ଡ ପାଇଥିଲେ। ରିସର୍ଚ୍ଚର ଏକ ଟିମ୍‌ ୧୯୬୩ରେ ରିପୋର୍ଟରେ କହିଥିଲେ କି, ପ୍ରଚାର ପାଇଁ ଏପରି ଅନୁମାନର ମହତ୍ତ୍ୱକୁ ବୁଝିପାରୁଛୁ। କିନ୍ତୁ ଏହା କାହା ପାଇଁ ଲାଭଦାୟକ ନୁହେଁ। ତଥ୍ୟକୁ ବ୍ୟବହାର କରି ବିଜ୍ଞାନ ଉପକୃତ ହୋଇପାରିବ ନାହିଁ। ଏହାପରଠାରୁ ଯେତେଥର ବି ଗବେଷଣା କରାଯାଇଛି ତା’ର କୌଣସି ତଥ୍ୟ ଏପର୍ଯ୍ୟନ୍ତ ମିଳିନାହିଁ। ଆଜି ପର୍ଯ୍ୟନ୍ତ ଏହା ଉପରୁ ପରଦା ହଟିପାରୁନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri