ଅଟୋ ଡ୍ରାଇଭର ଆକ୍ରମଣରେ ଜଣେ ଗୁରୁତର: ଛତ୍ରପୁର ମେଡିକାଲରେ ଭର୍ତ୍ତି

ଛତ୍ରପୁର,୧୨।୧୦(ଦିଲ୍ଲୀପ ସାମଲ): ଗଞ୍ଜାମ ଥାନା ଅଧିନ କରପଡା ଗ୍ରାମରେ ଅଟୋ ଡ୍ରାଇଭର ଆକ୍ରମଣରେ ଜଣେ ଗୁରୁତର ହୋଇଥିବା ଅଭିଯୋଗ ହୋଇଛି । ଗୁରୁତର ଜଣକ କରପଡା ଗ୍ରାମର ପରିବା ବିକାଳୀ ଶିବରାମ ରାଉଳ ବୋଲି ସୂଚନା ମିଳିଛି। ମିଳିଥିବା ସୂଚନା ମୁତାବକ କରପଡା ଗ୍ରାମର ଶିବରାମ ଏକ ଏକ୍ସଏଲ ଯୋଗେ ପରିବା ବିକ୍ରି କରି ଛତ୍ରପୁରରୁ ନିଜ ଗାଁ ଅଭିମୁଖେ ଯାଉଥିବା ବେଳେ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱରେ ପଡି ଯାଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଏକ ଅଟୋ ଯୋଗେ କରପଡା ଗ୍ରାମକୁ ପଠାଇଥିଲେ। ବାଟରେ ଅଟୋ ଡ୍ରାଇଭର ସହିତ ଶିବରାମଙ୍କ ଝଗଡା ହେବାରୁ କରପଡା ସ୍ଥିତ ଶିବରାମଙ୍କ ଘର ପାଖରେ ତାଙ୍କୁ ଅଟୋ ଚାଳକ ଜଣକ ଖଣ୍ଡା ଓ ଠେଙ୍ଗାରେ ଆକ୍ରମଣ କରିଥିବା ଶିବରାମ ଅଭିଯୋଗ କରିଛନ୍ତି । ପୂର୍ବ ଶତ୍ରୁତାରୁ ତାଙ୍କ ଉପରେ ଆକ୍ରମଣ କରାଯାଇଥିବା ସେ ଅଭିଯୋଗ କରିଛନ୍ତି। ଗୁରୁତର ଅବସ୍ଥାରେ ଶିବରାମଙ୍କୁ ଛତ୍ରପୁର ମେଡିକାଲରେ ଭର୍ତ୍ତି କରାଯାଇଥିବାବେଳେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।


Enter your email to get our daily news in your inbox.

All Right Reserved By Dharitri.Com

ମାଟ୍ରିକ ପରୀକ୍ଷା ଫଳ: ପଦ୍ମାବତୀ ମହାଳିଙ୍ଗ, ମନୀଷା ଧରୁଆ ସ୍କୁଲ ପାଇଁ ଗୌରବ

ଭବାନୀପାଟଣା,୪।୫(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ବ୍ଲକ ବାଦଲି ସ୍ଥିତ କିସ ଆବାସିକ ବିଦ୍ୟାଳୟର ଛାତ୍ରୀମାନେ ପ୍ରଥମ ବର୍ଷ ଦଶମ ପରୀକ୍ଷା ରେ ଶତ ପ୍ରତିଶତ…

ଜିଲା ମଙ୍ଗଳ ବିଭାଗର ୨୨ ବିଦ୍ୟାଳୟର ଶତପ୍ରତିଶତ ପାସ

କୋରାପୁଟ,୪ା୫(ଅମିତାଭ ବେହେରା): ଚଳିତବର୍ଷ ମାଟ୍ରିକ ପରୀକ୍ଷାରେ କୋରାପୁଟ ଜିଲା ମଙ୍ଗଳ ବିଭାଗ ଶତପ୍ରତିଶତ ସଫଳତା ହାସଲ କରିଛି। ମୋଟ ପାସ ହାର ୯୯ ପ୍ରତିଶତ ରହିଛି। ୩୭ରୁ…

ମାତ୍ର ୨ବର୍ଷରେ ଘଟିଲା ଏମିତି, ଯାହା ଦିଦିଙ୍କ ପରାଜୟର କାରଣ ସାଜିଲା!

କୋଲକାତା,୪।୫: ପଶ୍ଚିମବଙ୍ଗରେ ଗତ ୧୫ ବର୍ଷ ଧରି କ୍ଷମତାରେ ଥିବା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପାଇଁ ଏବେ ରାଜ୍ୟର ନେତୃତ୍ୱ ଛାଡିବା ଅନିବାର୍ଯ୍ୟ ମନେ ହେଉଛି। ୪…

ରାଜସ୍ଥାନ ଫ୍ରାଞ୍ଚାଇଜର ୭୫% ଅଂଶଧନ କିଣିଲେ ମିତ୍ତଲ ପରିବାର

ନୂଆଦିଲ୍ଲୀ,୪ା୫: ଶିଳ୍ପପତି ଲକ୍ଷ୍ମୀ ମିତ୍ତଲ ଏବଂ ତାଙ୍କ ପୁଅ ଆଦିତ୍ୟ ମିତ୍ତଲଙ୍କ ସହିତ ସେରମ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆ (ଏସ୍‌ଆଇଆଇ)ର ଆଦାର ପୁନାଓ୍ୱାଲା ରାଜସ୍ଥାନ ରୟାଲ୍ସ ଫ୍ରାଞ୍ଚାଇଜର…

କଫ୍‌ ସିରପ ଜବତ, ୩ କୋର୍ଟ ଚାଲାଣ

ନୂଆପଡ଼ା,୪ା୫(ମକାରୁ ବେମାଲ):ନୂଆପଡ଼ା ଜିଲା ସଦର ଥାନା ପୋଲିସ ୧୪୩ ବୋତଲ କଫ୍‌ ସିରପ ଜବତ କରିବା ସହ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।…

କେନ୍ଦୁପତ୍ର ତୋଳିବାକୁ ଯାଇଥିବା ବେଳେ ହାତୀ ହାବୁଡ଼ରେ ପଡିଗଲେ ମହିଳା, ଦଳିଦେଲା ଦନ୍ତା

ମାଧପୁର,୪।୫(ମନୋଜ କୁମାର ପ୍ରଧାନ): ଆଠମଲ୍ଲିକ ଥାନା ଅନ୍ତର୍ଗତ ମାଧପୁର ପଂଚାୟତ ଅଧୀନ ମାଧପୁର ଗ୍ରାମର ଜଣେ ମହିଳା ହାତୀ ଆକ୍ରମଣରେ ପ୍ରାଣ ହରାଇଛନ୍ତି । ମୃତ ମହିଳା…

ଅନୁଦାନ ସତ୍ତ୍ୱେ ସୁଦୃଢ଼ ହେଉନି ନଦୀବନ୍ଧ, ଲୋକଙ୍କୁ ଘାରୁଛି କୁମ୍ଭୀର ଭୟ

କେନ୍ଦ୍ରାପଡ଼ା,୪ା୫(ଜଗନ୍ନାଥ ଧଳ): ସାଧାରଣ ଲୋକଙ୍କ ସୁରକ୍ଷା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଯୋଜନା ପ୍ରଣୟନ ସହ ଅନୁଦାନ ଯୋଗାଉଛନ୍ତି। ମାତ୍ର ଏହି ଅନୁଦାନ କେନ୍ଦ୍ରାପଡ଼ା ଜିଲାରେ…

ସୁର ରାଉତରାୟଙ୍କ ପରିବାରରେ ଖୁସିର ଲହରୀ, ବାପା ହେଲେ ମନ୍ମଥ

ଭୁବନେଶ୍ବର,୪।୫: ବାପା ହେଲେ ମନ୍ମଥ ରାଉତରାୟ । ବିଜେଡି ନେତା ତଥା ପୂର୍ବତନ ପାଇଲଟ ମନ୍ମଥ ରାଉତରାୟଙ୍କ ଘରକୁ ଖୁସି ଆସିଛି । ରୋଜାଲିନ ପଟ୍ଟନାୟକ ଏକ ପୁତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri