ଗୋଟିଏ ପ୍ରକଳ୍ପ, ଦୁଇଟି ଯୋଜନା

ସୋନପୁର,୨୭ା୬(ନି.ପ୍ର.): କରୋନା ପାଇଁ ଅନେକ ରୋଜଗାର ହରାଇଥିବା ବେଳେ ଶ୍ରମିକ ଶ୍ରେଣୀର ଲୋକେ ବିଶେଷ ଭାବେ ପ୍ରଭାବିତ ହୋଇଛନ୍ତି। ସୁବର୍ଣ୍ଣପୁର ଜିଲାର ୧୫ ହଜାରରୁ ଊର୍ଦ୍ଧ୍ୱ ପ୍ରବାସୀ ଶ୍ରମିକ କର୍ମସଂସ୍ଥାନ ହରାଇ ଶୂନ୍ୟହସ୍ତରେ ଘରକୁ ଫେରିଛନ୍ତି। ଶିଳ୍ପ ବିହୀନ ଏହି ଜିଲାରେ ଶ୍ରମିକ ଓ ଗରିବ ଲୋକଙ୍କୁ ରୋଜଗାର ଯୋଗାଇବା ପ୍ରଶାସନ ପାଇଁ ଏକ ବଡ ଆହ୍ବାନ। ଏଭଳି ସ୍ଥିତିରେ ପ୍ରବାସୀଙ୍କୁ କାମ ଧନ୍ଦା ଯୋଗାଇବା ପାଇଁ ଶ୍ରମଭିତ୍ତିକ ଯୋଜନା ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା(ଏମ୍‌ଜିଏନଆରଇଜିଏସ୍‌) ଏକମାତ୍ର ସାହା। ଯୋଜନାରେ ଦୈନିକ ମଜୁରି ବଢିଛ। ମଜୁରି ଦିନକୁ ୧୮୨ ଟଙ୍କାରୁ ୨୦୭ ଟଙ୍କାକୁ ସରକାର ବୃଦ୍ଧି କରିଛନ୍ତି । ପ୍ରବାସୀ ଶ୍ରମିକ ଜିଲାକୁ ପହଞ୍ଚତ୍ବା ପୂର୍ବରୁ ଲକ୍‌ଡାଉନ୍‌ର ପ୍ରଥମ ପର୍ଯ୍ୟାୟ ପରେ ସରକାର ଏମ୍‌ଜିଏନ୍‌ଆରଇଜିଏସ୍‌ରେ ଅଧିକ କାମ କରିବା ପାଇଁ ନିଷ୍ପତ୍ତି ନେଇଥିଲେ । ଜିଲାରେ ୧ ଲକ୍ଷ ୨୩ ହଜାର ୭୨୯ଟି ଜବ୍‌କାର୍ଡ ଅଛି । ଏହି ଯୋଜନାରେ କିଭଳି ଶ୍ରମିକ ମାନେ ଅଧିକ ସଂଖ୍ୟାରେ କାମ ପାଇବେ ସେ ଦିଗରେ ଦୃଷ୍ଟି ଦେବାକୁ ସରକାର ସମସ୍ତ ବିଭାଗକୁ ଚିଠି କରିଥିଲେ। ତଦନୁଯାୟୀ ସୁବର୍ଣ୍ଣପୁର ଜିଲାରେ ଏହାକୁ କଡାକଡି ଭାବେ ପାଳନ କରାଯିବାକୁ ଜିଲାପାଳ ମୋନିଷା ବାନାର୍ଜୀ ସମସ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ । ପୋଖରୀ ଖୋଳା, ରାସ୍ତା କାମ, ବନୀକରଣ, ଡ୍ରେନ୍‌ କାମ, ଚାଷଜମି ଉନ୍ନତୀକରଣ, ମୃତ୍ତିକା ସଂରକ୍ଷଣ ଓ ଖେଳପଡିଆ ନିର୍ମାଣକୁ ଗୁରୁତ୍ୱ ଦିଆଯାଇଥିଲା । ବ୍ଲକ, ବନବିଭାଗ, ଉଦ୍ୟାନ କୃଷି, ଜଳଛାୟା ମିଶନ, କ୍ଷୁଦ୍ର ଜଳସେଚନ ଓ ଅନ୍ୟାନ୍ୟ ବିଭାଗ ଅଧିନରେ ଶ୍ରମ ଦିବସ ସୃଷ୍ଟି ପାଇଁ ଉଦ୍ୟମ ହୋଇଥିଲା। ଯୋଜନା ପ୍ରସ୍ତୁତ ହୋଇ ଲୋକଙ୍କୁ କାମ ଯୋଗାଇବା ପାଇଁ ସ୍ବତନ୍ତ୍ର ଜିଲା ପରିଷଦ ବୈଠକରେ ପ୍ରକଳ୍ପଗୁଡିକୁ ମଞ୍ଜୁରି ମିଳିଥିଲା । ମାତ୍ର ତଳସ୍ତରରେ ଯୋଜନାର କ୍ରୀୟାନ୍ବୟନ ସମୟରେ ଏଥିରେ ବ୍ୟାପକ ଅନିୟମିତତା ହେଉଥିବା ପରିଲକ୍ଷିତ ହେଉଛି। ବନବିଭାଗ ବ୍ୟତୀତ ଯେତେ ସବୁ କାମ ହେଉଛି ସେ ସବୁର ସୂଚନା ଫଳକ ଲଗାଯାଉନି। ଯୋଜନାର ନାମ, ପ୍ରକଳ୍ପର ଅଟକଳ ମୂଲ୍ୟ ଓ ଶ୍ରମିକ ମଜୁରି ବିଷୟରେ ଗ୍ରାମବାସୀଙ୍କୁ ଜଣାଯାଉନି। ଏମ୍‌ଜିଏନଆରଇଜିଏସ୍‌ ଶ୍ରମିକ ମାନଙ୍କ ପାଇଁ। ଏଥିରେ ମେଶିନ ଲାଗି ପାରିବ ନାହିଁ ବୋଲି କଡାକଡି ନିୟମ ରହିଛି। ମାତ୍ର ଜିଲାର ୬ଟି ବ୍ଳକର ବିଭିନ୍ନ ପଞ୍ଚାୟତରେ ଏମ୍‌ଜିଏନ୍‌ଆରଇଜିଏସ୍‌ କାମ ମେଶିନ ଦ୍ୱାରା କରାଯାଉଛି । ପରବର୍ତ୍ତୀ ସମୟରେ ମଷ୍ଟରରୋଲ କରି ଏମ୍‌ଜିଏନଆରଇଜିଏସ୍‌ କାମ ଦର୍ଶାଯାଉଛି ଓ ସୂଚନା ଫଳକ ଲାଗୁଛି। ଅନ୍ୟପକ୍ଷରେ ଯଦି କୌଣସି କାମରେ ଅଭିଯୋଗ ଆସୁଛି, ବିଭାଗୀୟ ତଦନ୍ତ ସମୟରେ ମେଶିନରେ କରା ଯାଇଥିବା କାମକୁ ଅସ୍ବୀକାର କରାଯାଉଛି। ନଚେତ୍‌ ଏମ୍‌ଜିଏନଆରଇଜିଏସ୍‌ରେ ନୁହେଁ ବରଂ କେନ୍ଦ୍ର ଅର୍ଥ କମିଶନ(ସିଏଫସି) ନ ହେଲେ ବିଜୁ କେବିକେ ଯୋଜନାର କାମ ଏକ ସଙ୍ଗରେ ହେଉଛି ବୋଲି ଦର୍ଶାଯାଉଛି।ମେଶିନ ଦ୍ୱାରା କାମ କରିବା ପାଇଁ ଗୋଟିଏ ପ୍ରକଳ୍ପକୁ ଏକ ସମୟରେ ବେଆଇନ ଭାବେ ଦୁଇଟି ଯୋଜନାରେ କରାଯାଉଛି । ଜୁନ୍‌ ୧୫ ତାରିଖ ପରେ ପୋଖରୀ, ବନ୍ଧରେ ମାଟି କାମ କରିବା କ୍ଷେତ୍ରରେ କଟକଣା ରହିଥିବା ବେଳେ କେତେକ ସ୍ଥାନରେ ବେଆଇନ ଭାବେ ତାହା ହେଉଛି । ଜିଲା ପ୍ରଶାସନ ଏ ଦିଗରେ କୌଣସି ପଦକ୍ଷେପ ଗ୍ରହଣ କରୁ ନ ଥିବାରୁ ଏପରି ଅନିୟମିତତା ହେଉଛି । କାମ ମେଶିନରେ ହେଉଥିବା ବେଳେ ମିଥ୍ୟା ମଷ୍ଟରରୋଲ କରି ବିଲ କରାଯାଉଛି । ପ୍ରକୃତ ଶ୍ରମିକଙ୍କୁ କାମ ମିଳୁ ନ ଥିବାରୁ ସେମାନେ ପରିବାର ପ୍ରତିପୋଷଣ ପାଇଁ ହୀନସ୍ତା ହେଉଛନ୍ତି। ଯୋଜନାରେ ଶ୍ରମିକଙ୍କ ମଜୁରି ବାଟମାରଣା ହେଉଥିବା ଅଭିଯୋଗ ହେଉଛି। ବିନିକା ବ୍ଲକ ସେଲେଡି ପଞ୍ଚାୟତ ତୁଲୁଣ୍ଡିପାଲି ଗ୍ରାମର ଧାମକଟା ବନ୍ଧ ପୁନରୁଦ୍ଧାର କାମ ଏମଜିଏନଆରଇଜିଏସ୍‌ରେ ହୋଇଥିଲା। ୮୦ର ଊର୍ଦ୍ଧ୍ୱ ଶ୍ରମିକ ମାଟି ଖୋଳିଥିଲେ। ଦେଢମାସ ହେଲା ଏହି ଶ୍ରମିକମାନଙ୍କୁ ମଜୁରି ମିଳିନି। ଅନ୍ୟପକ୍ଷେ କାମ କରି ନଥିବା ଶ୍ରମିକଙ୍କ ଆକାଉଣ୍ଟରେ ମଜୁରି ପଡିଛି। ଏ ପର୍ଯ୍ୟନ୍ତ ଏଠାରେ ସୂଚନା ଫଳକ ଲାଗିନି। ଶ୍ରମିକମାନେ ଶୁକ୍ରବାର ଜିଲା ପରିଷଦ ଅଧ୍ୟକ୍ଷା ଉଷା କୁମାରୀଙ୍କ ନିକଟରେ ଅଭିଯାଗ କରିଛନ୍ତି। ଏ ନେଇ ଭାରପ୍ରାପ୍ତ ପିଡି ନୀତିରଞ୍ଜନ ସେନଙ୍କୁ ପଚାରିବାରୁ ସେଲେଡି ପଞ୍ଚାୟତର ଶ୍ରମିକ କାମ କରି ଦେଢମାସ ହେଲା ମୁରି ପାଇ ନଥିବା ଅଭିଯୋଗ ତାଙ୍କ ନିକଟକୁ ଆସିନାହିଁ। ଅଭିଯୋଗ ଆସିଲେ ତଦନ୍ତ ହେବ। ସେହିପରି ଏମ୍‌ଜିଏନ୍‌ଆରଇଜିଏସ୍‌ କାମ ମେଶିନ ଦ୍ୱାରା ହେଉଥିଲେ ବିଭାଗୀୟ ଅଧିକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ପ୍ରଶାସନିକ ଅଣଦେଖା ପ୍ରତିବାଦରେ ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଚିକିଟିର ଜନପ୍ରତିନିଧି, ୨ ବର୍ଷ ହେଲା ଉଦ୍ଦେଶ୍ୟମୂଳକ ଭାବେ…

ଛତ୍ରପୁର,୯।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚିକିଟି ବ୍ଲକ ଏବଂ ଏନ୍‌ଏସି (NAC) ପ୍ରଶାସନ ପକ୍ଷରୁ ନିର୍ବାଚିତ ଜନପ୍ରତିନିଧିମାନଙ୍କୁ କ୍ରମାଗତ ଭାବେ ଅଣଦେଖା କରାଯାଉଥିବା ନେଇ ସ୍ୱର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ପାଟିତୁଣ୍ଡ ଭିତରେ ପଶି କରିଥିଲେ ହତ୍ୟା: ଅଭିଯୁକ୍ତ ଉପେନ୍ଦ୍ରଙ୍କୁ ଆଜୀବନ ଜେଲ୍

ଛତ୍ରପୁର,୯।୪(ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ବାଳକୃଷ୍ଣପୁର ଗ୍ରାମର ୨୦୧୩ ମସିହାର ଏକ ହତ୍ୟା ମାମଲାର ଚୂଡାନ୍ତ ରାୟ ଆଜି ପ୍ରକାଶ ପାଇଛି ।…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଖବରଦାତାଙ୍କ ପତ୍ନୀଙ୍କ ଅକାଳ ବିୟୋଗ: ଶୋକସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇଲେ ଛତ୍ରପୁର ବିଧାୟକ

ଗଞ୍ଜାମ,୯।୪(ବିଦ୍ୟାଧର ସାହୁ), ୯/୪: ଗଞ୍ଜାମ ବ୍ଲକ ଅଞ୍ଚଳର ବରିଷ୍ଠ ଖବରଦାତା ରାମଚନ୍ଦ୍ର ବେହେରାଙ୍କ ଧର୍ମପତ୍ନୀ ସୁନିତା ବେହେରାଙ୍କର (୪୫) ଅକାଳ ବିୟୋଗ ଘଟିଛି। ଏହି ଖବର ପ୍ରସାରିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri