ଗୋଟିଏ ପଦବୀ, ଦୁଇ ଅଧିକାରୀ

ଢେଙ୍କାନାଳ ଅଫିସ, ୩୦।୯ – ପଦବୀ ଗୋଟିଏ। ଦୁଇଜଣ ଅଧିକାରୀ। କାର୍ଯ୍ୟାଳୟ ପ୍ରକୋଷ୍ଠରେ ଉଭୟଙ୍କ ମଧ୍ୟରେ ଦାୟିତ୍ୱ ସମ୍ଭାଳିବାକୁ ନେଇ ଚାଲିଛି ଟଣାଓଟରା। କର୍ମଚାରୀମାନେ କାହା ନିର୍ଦ୍ଦେଶ ମାନିବେ, କାହାକୁ ଅଣଦେଖା କରିବେ ତାହାକୁ ନେଇ ପଡ଼ିଛନ୍ତି ଦ୍ୱନ୍ଦ୍ୱରେ। ଢେଙ୍କାନାଳ ଜିଲା ସମାଜ ମଙ୍ଗଳ ଅଧିକାରୀ (ଡିଏସ୍‌ଡବ୍ଲ୍ୟୁଓ)ଙ୍କ କାର୍ଯ୍ୟାଳୟରେ ମଙ୍ଗଳବାର ଏପରି ଅସ୍ବାଭାବିକ ପରିସ୍ଥିତି ସୃଷ୍ଟି ହୋଇଥିଲା।
ଘଟଣାରୁ ଜଣାପଡ଼ିଛି, ଜିଲା ସମାଜ ମଙ୍ଗଳ ଅଧିକାରୀ ଜୟନ୍ତୀ ବେହେରାଙ୍କ ଗତ ୨୨ ତାରିଖରେ ଭୁବନେଶ୍ୱରସ୍ଥିତ ଷ୍ଟେଟ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ରୁରାଲ ଡେଭଲପମେଣ୍ଟକୁ ଇନ୍‌ଷ୍ଟ୍ରକ୍ଟର ଭାବେ ବଦଳି ହୋଇଥିଲା। ଏହାପରେ ସେ ଛୁଟିରେ ରହିବା ସହ ଟ୍ରିବ୍ୟୁନାଲ ଅଦାଲତର ଦ୍ୱାରସ୍ଥ ହୋଇଥିଲେ। ଅନ୍ୟପଟେ ଦେବଗଡ଼ ଜିଲାର ସମାଜ ମଙ୍ଗଳ ଅଧିକାରୀ ଜ୍ୟୋତ୍ସ୍ନା ରାୟଙ୍କୁ ୨୨ ତାରିଖରେ ଢେଙ୍କାନାଳ ଜିଲା ସମାଜ ମଙ୍ଗଳ ଅଧିକାରୀ ଭାବେ ବଦଳି କରାଯାଇଥିଲା। ସେ ୨୫ ତାରିଖରେ ଢେଙ୍କାନାଳରେ ପହଞ୍ଚତ୍ ଜିଲାପାଳଙ୍କୁ ଜଏନିଂ ଅର୍ଡର ଦେବା ପରେ କାର୍ଯ୍ୟାଳୟ ପ୍ରକୋଷ୍ଠରେ ବସିଥିଲେ। ସେହିଦିନ ଜୟନ୍ତୀ ଛୁଟିରୁ ଫେରିବା ସହ ଟ୍ରିବୁନାଲ ଅଦାଲତରୁ ବଦଳି ଉପରେ ରହିତାଦେଶ ଆଣି କାର୍ଯ୍ୟାଳୟରେ ପହଞ୍ଚତ୍ଥିଲେ। ଏହପରେ ଦୁଇଜଣଙ୍କ ମଧ୍ୟରେ ଚୌକି ପାଇଁ ଆରମ୍ଭ ହୋଇଥିଲା ଟଣାଓଟରା। ଏପରି କି ମଙ୍ଗଳବାର ରାଜ୍ୟ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଚାଲିଥିବା ଭିଡିଓ କନ୍‌ଫରେନ୍ସ ବେଳେ ଉଭୟେ ବସିବା ଚର୍ଚ୍ଚାର ବିଷୟ ହୋଇଥିଲା। ଅପରପକ୍ଷେ ଉଭୟ ଅଧିକାରୀମାନେ ବିଭିନ୍ନ କାର୍ଯ୍ୟରେ ବିଭାଗୀୟ କର୍ମଚାରୀଙ୍କୁ ଡାକୁଛନ୍ତି। ହେଲେ କର୍ମଚାରୀମାନେ କାହା ନିର୍ଦ୍ଦେଶ ପାଳନ କରିବେ ତାହାକୁ ନେଇ ଅଡୁଆରେ ପଡ଼ିଛନ୍ତି। ଏ ସମ୍ପର୍କରେ ଅଧିକାରୀ ଜ୍ୟୋତ୍ସ୍ନା ରାୟ କୁହନ୍ତି, ବଦଳି ଅର୍ଡର ପାଇବା ପରେ ସେ ୨୫ ତାରିଖରେ ଜିଲାପାଳଙ୍କୁ ଦେଖା କରିବା ସହ ଜଏନ କରିଛନ୍ତି। ତାଙ୍କୁ ଚାର୍ଜ ଦିଆଯାଇନାହିଁ। ତାଙ୍କୁ ଚାର୍ଜ ଦିଆଯିବ ବୋଲି ସେ ଆଶାବାଦୀ ଅଛନ୍ତି। ସେହିପରି ଜୟନ୍ତୀ ବେହେରା କୁହନ୍ତି, ବଦଳି ଉପରେ ସେ ଟ୍ରିବ୍ୟୁନାଲ ଅଦାଲତର ଦ୍ୱାରସ୍ଥ ହୋଇ ରହିତାଦେଶ ଆଣିଛନ୍ତି। ସୂଚନାଯୋଗ୍ୟ, ଜୟନ୍ତୀ ୨୦୧୯ ସେପ୍ଟେମ୍ବର ୧୬ରେ ଦାୟିତ୍ୱ ଗ୍ରହଣ କରିଥିଲେ। ଏ ସଂକ୍ରାନ୍ତରେ ଜିଲାପାଳ ଭୂମେଶ ଚନ୍ଦ୍ର ବେହେରା କୁହନ୍ତି, ଘଟଣା ସମ୍ପର୍କରେ ସେ କିଛି କହିପାରିବେ ନାହିଁ। ସରକାର ଯାହା ନିଷ୍ପତ୍ତି ନେବେ ତଦନୁଯାୟୀ କାର୍ଯ୍ୟ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ନୁଆମାହରା ଘାଇ ପୁଣି ଭାଙ୍ଗିଲା, ୧୦ ଗ୍ରାମବାସୀ ଜଳବନ୍ଦୀ

ସିଂହପୁର,୨୬।୯: ଅନଙ୍ଗ ଉଦୟ ବେଉରିଆ ଖରସ୍ରୋତା ନଦୀରେ ପୁଣି ବନ୍ୟା ଆସିବାରୁ ବିଂଝାରପୁର ବ୍ଲକ ଅନ୍ତର୍ଗତ ଜରି ପଞ୍ଚାୟତ ନାଉବାଙ୍କ ଗ୍ରାମ ନିକଟ ନୁଆମାହାରଠାରେ ପୁଣି ଘାଇ…

ବନ୍ୟାଜଳରେ ବୁଡ଼ିଲା କୁକୁଡ଼ା ଫାର୍ମ, ୩ ହଜାରରୁ ଅଧିକ କୁକୁଡ଼ା ମୃତ

ଗଞ୍ଜାମ, ୨୬/୯ (ଅନାଥ ତରାଇ/ଦିଲୀପ ସାମଲ): ଗଭୀର ଅବପାତ ପ୍ରଭାବରେ ଲଗାଣ ବର୍ଷା ଯୋଗୁଁ ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଅଞ୍ଚଳରେ ଏକ କୁକୁଡ଼ା ଫାର୍ମରେ ପାଣି…

ବାଇକ୍‌-ବୋଲେରୋ ମୁହାଁମୁହିଁ ଧକ୍କା: ଯୁବକ ମୃତ

ବଲାଙ୍ଗିର, ୨୬।୯(ସୁନିଲ ମହାନ୍ତି ): ବଲାଙ୍ଗୀର-ସୋନପୁର ରାସ୍ତାର ମଳମୁଣ୍ଡା ନିକଟରେ ଶୁକ୍ରବାର ଏକ ବାଇକ୍‌ ଓ ବୋଲେରୋ ମଧ୍ୟରେ ଦୁର୍ଘଟଣା ଘଟି ଜଣେ ଯୁବ ବାଇକ୍‌ ଚାଳକଙ୍କ…

ପୂର୍ବାଞ୍ଚଳ ଜୁନିଅର ଆଥଲେଟିକ୍ସ ଚାମ୍ପିୟନଶିପ୍‌ : କଳାହାଣ୍ଡି ଝିଅ ରେଶମା ବେହେରା ଜିତିଲେ ସ୍ୱର୍ଣ୍ଣ ପଦକ

ଭବାନୀପାଟଣା, ୨୬।୯ (ଉତ୍ତମ କୁମାର ଦାଶ): ବିହାରର ପାଟନାଠାରେ ଗତ ୩ ଦିନ ଧରି ପୂର୍ବାଞ୍ଚଳ ଜୁନିଅର ଆଥଲେଟିକ୍ସ ଚାମ୍ପିୟନଶିପ୍‌ ଆୟୋଜିତ ହୋଇଥିଲା। ଏଥିରେ କଳାହାଣ୍ଡିର ଝିଅ…

ତାମ୍ପରା ହ୍ରଦର ଜଳସ୍ତର : ଆଉ ୪ ଫୁଟ ପାଣି ବଢ଼ିଲା, ଜଳନିଷ୍କାସନ ନ ହେଲେ ବଢ଼ିବ ସମସ୍ୟା

ଛତ୍ରପୁର, ୨୬।୯ (ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଛତ୍ରପୁର ପୌରପରିଷଦ ଉପକଣ୍ଠ ତାମ୍ପରା ହ୍ରଦ କୂଳରେ ଅବସ୍ଥିତ ବ୍ୟାଙ୍କ କଲୋନୀ ଅଞ୍ଚଳରେ ଜମି ରହିଥିବା ଜଳସ୍ତର ଶନିବାର ସକାଳୁ…

ମାଡ଼ି ଆସୁଛି ସମୁଦ୍ର: ଗର୍ଭରେ ଲୀନ ହେବାକୁ ବସିଲାଣି ଆଉ ଦୁଇ ମନ୍ଦିର

ଛତ୍ରପୁର, ୨୬।୯ (ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲ୍ଲା ଛତ୍ରପୁର ଉପକଣ୍ଠ ଆର୍ଯ୍ୟପଲ୍ଲୀ ସମୁଦ୍ରକୂଳରେ ଦିନକୁ ଦିନ ସମୁଦ୍ର ଅତିକ୍ରମଣ କରିବା ସହ ଉଚ୍ଚ ଜୁଆର ଢେଉ…

ଘରେ ତାଲା ଭାଙ୍ଗି ଗହଣା ଲୁଟ୍‌

ଡେରାବିଶ, ୨୬।୯ (ବାର୍ତ୍ତାଦାତା ଅଜୟ ଦାସ): ନିକିରେଇ ଥାନା ଅନ୍ତର୍ଗତ ଡେରାବିଶ ବ୍ଲକ ଛୋଟୀ ପଞ୍ଚାୟତର ଛୋଟୀ ଗ୍ରାମରେ ଗୃହକର୍ତ୍ତାଙ୍କ ଅନୁପସ୍ଥିତିର ସୁଯୋଗ ନେଇ ଶୁକ୍ରବାର ବିଳମ୍ବିତ…

ଆସନ୍ତା ଦୁର୍ଗା ପୂଜା ପାଇଁ ପ୍ରସ୍ତୁତି ଜୋର୍‌ଦାର: ମୂର୍ତ୍ତି ନିର୍ମାଣରେ ନିମଗ୍ନ କାରିଗର

ଦାରିଙ୍ଗବାଡ଼ି,୨୬ା୯(ଅରୁଣ ସାହୁ): ଆଗକୁ ପାର୍ବଣ ଋତୁ। ଏଥିପାଇଁ ଚାରିଆଡ଼େ ଚଳଚଞ୍ଚଳ। ଏହି ପ୍ରରିପ୍ରେକ୍ଷୀରେ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ିଠାରେ ଏହି ପର୍ବ ପାଳନ ପାଇଁ ମା’…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?