ଗୋଟିଏ ପଦବୀ, ଦୁଇ ଅଧିକାରୀ

ଢେଙ୍କାନାଳ ଅଫିସ, ୩୦।୯ – ପଦବୀ ଗୋଟିଏ। ଦୁଇଜଣ ଅଧିକାରୀ। କାର୍ଯ୍ୟାଳୟ ପ୍ରକୋଷ୍ଠରେ ଉଭୟଙ୍କ ମଧ୍ୟରେ ଦାୟିତ୍ୱ ସମ୍ଭାଳିବାକୁ ନେଇ ଚାଲିଛି ଟଣାଓଟରା। କର୍ମଚାରୀମାନେ କାହା ନିର୍ଦ୍ଦେଶ ମାନିବେ, କାହାକୁ ଅଣଦେଖା କରିବେ ତାହାକୁ ନେଇ ପଡ଼ିଛନ୍ତି ଦ୍ୱନ୍ଦ୍ୱରେ। ଢେଙ୍କାନାଳ ଜିଲା ସମାଜ ମଙ୍ଗଳ ଅଧିକାରୀ (ଡିଏସ୍‌ଡବ୍ଲ୍ୟୁଓ)ଙ୍କ କାର୍ଯ୍ୟାଳୟରେ ମଙ୍ଗଳବାର ଏପରି ଅସ୍ବାଭାବିକ ପରିସ୍ଥିତି ସୃଷ୍ଟି ହୋଇଥିଲା।
ଘଟଣାରୁ ଜଣାପଡ଼ିଛି, ଜିଲା ସମାଜ ମଙ୍ଗଳ ଅଧିକାରୀ ଜୟନ୍ତୀ ବେହେରାଙ୍କ ଗତ ୨୨ ତାରିଖରେ ଭୁବନେଶ୍ୱରସ୍ଥିତ ଷ୍ଟେଟ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ରୁରାଲ ଡେଭଲପମେଣ୍ଟକୁ ଇନ୍‌ଷ୍ଟ୍ରକ୍ଟର ଭାବେ ବଦଳି ହୋଇଥିଲା। ଏହାପରେ ସେ ଛୁଟିରେ ରହିବା ସହ ଟ୍ରିବ୍ୟୁନାଲ ଅଦାଲତର ଦ୍ୱାରସ୍ଥ ହୋଇଥିଲେ। ଅନ୍ୟପଟେ ଦେବଗଡ଼ ଜିଲାର ସମାଜ ମଙ୍ଗଳ ଅଧିକାରୀ ଜ୍ୟୋତ୍ସ୍ନା ରାୟଙ୍କୁ ୨୨ ତାରିଖରେ ଢେଙ୍କାନାଳ ଜିଲା ସମାଜ ମଙ୍ଗଳ ଅଧିକାରୀ ଭାବେ ବଦଳି କରାଯାଇଥିଲା। ସେ ୨୫ ତାରିଖରେ ଢେଙ୍କାନାଳରେ ପହଞ୍ଚତ୍ ଜିଲାପାଳଙ୍କୁ ଜଏନିଂ ଅର୍ଡର ଦେବା ପରେ କାର୍ଯ୍ୟାଳୟ ପ୍ରକୋଷ୍ଠରେ ବସିଥିଲେ। ସେହିଦିନ ଜୟନ୍ତୀ ଛୁଟିରୁ ଫେରିବା ସହ ଟ୍ରିବୁନାଲ ଅଦାଲତରୁ ବଦଳି ଉପରେ ରହିତାଦେଶ ଆଣି କାର୍ଯ୍ୟାଳୟରେ ପହଞ୍ଚତ୍ଥିଲେ। ଏହପରେ ଦୁଇଜଣଙ୍କ ମଧ୍ୟରେ ଚୌକି ପାଇଁ ଆରମ୍ଭ ହୋଇଥିଲା ଟଣାଓଟରା। ଏପରି କି ମଙ୍ଗଳବାର ରାଜ୍ୟ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଚାଲିଥିବା ଭିଡିଓ କନ୍‌ଫରେନ୍ସ ବେଳେ ଉଭୟେ ବସିବା ଚର୍ଚ୍ଚାର ବିଷୟ ହୋଇଥିଲା। ଅପରପକ୍ଷେ ଉଭୟ ଅଧିକାରୀମାନେ ବିଭିନ୍ନ କାର୍ଯ୍ୟରେ ବିଭାଗୀୟ କର୍ମଚାରୀଙ୍କୁ ଡାକୁଛନ୍ତି। ହେଲେ କର୍ମଚାରୀମାନେ କାହା ନିର୍ଦ୍ଦେଶ ପାଳନ କରିବେ ତାହାକୁ ନେଇ ଅଡୁଆରେ ପଡ଼ିଛନ୍ତି। ଏ ସମ୍ପର୍କରେ ଅଧିକାରୀ ଜ୍ୟୋତ୍ସ୍ନା ରାୟ କୁହନ୍ତି, ବଦଳି ଅର୍ଡର ପାଇବା ପରେ ସେ ୨୫ ତାରିଖରେ ଜିଲାପାଳଙ୍କୁ ଦେଖା କରିବା ସହ ଜଏନ କରିଛନ୍ତି। ତାଙ୍କୁ ଚାର୍ଜ ଦିଆଯାଇନାହିଁ। ତାଙ୍କୁ ଚାର୍ଜ ଦିଆଯିବ ବୋଲି ସେ ଆଶାବାଦୀ ଅଛନ୍ତି। ସେହିପରି ଜୟନ୍ତୀ ବେହେରା କୁହନ୍ତି, ବଦଳି ଉପରେ ସେ ଟ୍ରିବ୍ୟୁନାଲ ଅଦାଲତର ଦ୍ୱାରସ୍ଥ ହୋଇ ରହିତାଦେଶ ଆଣିଛନ୍ତି। ସୂଚନାଯୋଗ୍ୟ, ଜୟନ୍ତୀ ୨୦୧୯ ସେପ୍ଟେମ୍ବର ୧୬ରେ ଦାୟିତ୍ୱ ଗ୍ରହଣ କରିଥିଲେ। ଏ ସଂକ୍ରାନ୍ତରେ ଜିଲାପାଳ ଭୂମେଶ ଚନ୍ଦ୍ର ବେହେରା କୁହନ୍ତି, ଘଟଣା ସମ୍ପର୍କରେ ସେ କିଛି କହିପାରିବେ ନାହିଁ। ସରକାର ଯାହା ନିଷ୍ପତ୍ତି ନେବେ ତଦନୁଯାୟୀ କାର୍ଯ୍ୟ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଜୀବିକା ଦେଇଛି ବାଉଁଶ କାରିଗରୀ

କୋକସରା,୨୬ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବରାଡଙ୍ଗା ପଞ୍ଚାୟତର ଏକ ଆଦିବାସୀ ବହୁଳ ଗ୍ରାମ ଝୁଲେନବର। ଜଙ୍ଗଲ ପରିବେଷ୍ଟିତ ଗାଁରେ ପ୍ରାୟ...

ହରିଣ ଛୁଆକୁ ଘେରିଗଲେ ବିଲୁଆ ଦଳ:, ଆଉ ତା’ପରେ…

ପାତ୍ରପୁର,୨୬।୭(ଉମା ଚରଣ ନେପାକ): ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧୀନ ଗୋପୀନାଥପୁର ନିକଟସ୍ଥ ଜଙ୍ଗଲରୁ ଶୁକ୍ରବାର ଏକ ଆହତ ହରିଣ ଛୁଆ ଉଦ୍ଧାର ହୋଇଛି। କିଛି ବିଲୁଆ ହରିଣମାନଙ୍କୁ...

ବର୍ଷା ଅଭାବ: ଚାଷ ଜମିରେ ଚରିଲେ ଗୋରୁ

ଔପଦା, ୨୬।୭(ଧରିତ୍ରୀ ପଣ୍ଡା)-ଜୟ ଯବାନ, ଜୟ କିଷାନ ଧ୍ୱନିରେ ଚାଷ ଅଛି ଯାହାର, କି ଆନନ୍ଦ ତାହାର ଉକ୍ତିର ଆଜି ବିପରୀତ ଦେଖାଦେଇଛି। ଧାନ ଚାଷ...

ଗିରଫ ହେଲେ କୁବେର ଯନ୍ତ୍ରୀ, ଚଢାଉ ପରେ ଧରାପଡିଲା ଅମାପ ଅମାପ ସମ୍ପତ୍ତି

ଭୁବନେଶ୍ୱର,୨୬।୭: ଗିରଫ ହେଲେ କୁବେର ନିର୍ମାଣ ଯନ୍ତ୍ରୀ ସୁନୀଲ ରାଉତ। ଆୟ ବର୍ହିଭୂତ ସମ୍ପତ୍ତି ଠୂଳ ଅଭିଯୋଗରେ ଶୁକ୍ରବାର ଯନ୍ତ୍ରୀ ସୁନୀଲ ରାଉତଙ୍କୁ ଗିରଫ କରିଛି...

ଅସହାୟ ପିଲାଙ୍କୁ ଶିକ୍ଷାଦାନ ପାଇଁ ହାତ ବଢାଇଲେ ଡାକ୍ତର

କେସିଙ୍ଗା,୨୬।୭(ତୁମେଶର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କାଣ୍ଡେଲ ଗ୍ରାମର ପୂର୍ଣଚନ୍ଦ୍ର ହରିଜନ ଗତ ୪ବର୍ଷ ତଳେ କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇ ତାଙ୍କର ମୃତ୍ୟୁ...

ମହିଳାଙ୍କ ଉପରକୁ ଚଢ଼ିଗଲା ଟ୍ରକ୍‌

ବଡବିଲ,୨୬।୭(ଦେବପ୍ରିୟ ରଣା): ୫୨୦ ନମ୍ବର ଜାତୀୟ ରାଜପଥ କେନ୍ଦୁଝର ଜିଲା ରୁଗୁଡ଼ି ଥାନା କେନ୍ଦୁଡିହି ଛକରେ ଶୁକ୍ରବାର ଏକ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ଧକ୍କାରେ...

ଲକ୍ଷ୍ମୀବସ୍‌ର ମନମୁଖୀ କାର୍ଯ୍ୟ: ତାତିଲେ ଘରୋଇ ବସ୍‌ ମାଲିକ ସଂଘ

ଛତ୍ରପୁର,୨୬।୭ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ଲକ୍ଷ୍ମୀବସ ମନମୁଖୀ ଓ ବେନିୟମ ଭାବେ ଚଳାଚଳ ନେଇ ଏହାକୁ ଘରୋଇ ବସ୍‌ ମାଲିକ ସଂଘ ବିରୋଧ କରିଛନ୍ତି।...

ଗଞ୍ଜେଇ କାରବାରରେ ଶିକ୍ଷକ

ଟିଟିଲାଗଡ଼,୨୬।୭: ଅବକାରୀ ବିଭାଗ ଏବଂ ପୋଲିସ ଶୁକ୍ରବାର ଚଢାଉ କରି ଏକ ବଡ଼ ଧରଣର ଗଞ୍ଜେଇ ର଼୍ୟାକେଟ୍‌କୁ ଧରିବାର ସଫଳ ହୋଇଛି। ଅଧକାରୀମାନେ ଟିଟିଲାଗଡ଼ରୁ ୨୪୩...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri