୨ ଯାଆଙ୍କ ମଧ୍ୟରେ ଝଗଡ଼ା: ପାଣିରେ ପଡ଼ି ଜଣଙ୍କର ଚାଲିଗଲା ଜୀବନ

ଏମ୍‌ଭି,୭୯, ୨୭ା୯(ଭିକି ବାରିକ): ଦୁଇ ଯାଆଙ୍କ ମଧ୍ୟରେ ଝଗଡ଼ା ହୋଇ ଠେଲାପେଲା ହେବାରୁ ଦୁହେଁ ଜମିଥିବା ପାଣିରେ ପଡ଼ିଯାଇଥିଲେ। ପାଣିରେ ବୁଡ଼ି ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି l ମୃତକ ହେଲେ ବୁଚି ମାଢ଼ୀ(୪୮)। ଏମ୍‌ଭି ୭୯ ଥାନା ଅନ୍ତର୍ଗତ ତେଲେରାଇ ପଞ୍ଚାୟତ ସଦର ଗ୍ରାମରେ ଗୁରୁବାର ଏହି ଘଟଣା ଘଟିଛି। ମୃତଦେହ ବ୍ୟବଚ୍ଛେଦ ପରେ ପ୍ରକୃତ ଘଟଣା ଜଣାଯିବ ବୋଲି ପୋଲିସ କହଛି।

ଦୁଇ ଯାଆ ବୁଚି ଏବଂ ରାମେ ନିଜ ଜମିରୁ ମହୁଲ ଗୋଟାଇସାରି ବୁଧବାର ପୂର୍ବାହ୍ନ ଘରକୁ ଫେରୁଥିଲେ। ହେଲେ କୌଣସି କାରଣରୁ ଦୁହିଁଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଦୁହେଁ ଠେଲାପେଲା ହେବାପରେ ଉଭୟ ପାଣିରେ ପଡିଥିଲେ। ସେଥିରେ ବୁଚିଙ୍କର ମୃତ୍ୟୁ ହୋଇଥିଲା।

ପୋଲିସ ପହଞ୍ଚି ରାମେଙ୍କୁ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲା। ସେଠାରେ ଚିକିତ୍ସିତ ହେଉଥିବା ଜଣାପଡିଛି। ଏନେଇ ପୋଲିସ ଏକ ମାମଲା(ନଂ.୪୭/୨୫) ରୁଜୁକରି ତଦନ୍ତ ଚଳାଇଛି। ଶୁକ୍ରବାର ସାଇଣ୍ଟିଫିକ୍‌ ଟିମ୍‌ ତଦନ୍ତ କରିବ ବୋଲି ଏସ୍‌ଆଇ ଚନ୍ଦନ ବେହେରା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲାଞ୍ଜିଗଡ଼-ଜଗନ୍ନାଥପୁର ରାସ୍ତା ମରଣଜନ୍ତା: ବଂଶଧାରା ପୋଲ ନିକଟରେ ବିରାଟ ଘାଇ, କେତେବେଳେ ବି ଘଟିପାରେ…

ଲାଞ୍ଜିଗଡ଼, ୧୦।୯ (ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ଲାଞ୍ଜିଗଡ଼-ଜଗନ୍ନାଥପୁର ମୁଖ୍ୟ ରାସ୍ତାର ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ହୋଇପଡ଼ିଛି। ବଂଶଧାରା ନଦୀ ପୋଲ ନିକଟରେ…

ଆମେରିକୀୟ ବାୟୁସେନା ଘାଟିରେ କ୍ଷେପଣାସ୍ତ୍ର ମାଡ଼

ତେହେରାନ,୧୦।୯: ଜୋର୍ଡାନସ୍ଥିତ ଏକ ଆମେରିକୀୟ ବାୟୁସେନା ଘାଟି ଉପରେ ଇରାନର ସାମରିକ ଆକ୍ରମଣରେ ଆମେରିକାର ଏକାଧିକ ଯୁଦ୍ଧ ବିମାନ କ୍ଷତିଗ୍ରସ୍ତ ହୋଇଛି। ସିବିଏସ୍‌ ରିପୋର୍ଟ ଅନୁଯାୟୀ ଆକ୍ରମଣରେ…

ଗଜପତି ଉପଜିଲାପାଳ ଭାବେ ଦାୟିତ୍ୱ ଗ୍ରହଣ କଲେ IAS ଭାଗବତ ସାମଲ କଲ୍ୟାଣ ରାଓ

ପାରଳାଖେମୁଣ୍ଡି, ୧୦।୯ (ଗିରିଧାରୀ ପରିଛା): ଗଜପତି ଜିଲାର ନୂତନ ଉପଜିଲାପାଳ (ସବ୍‌-କଲେକ୍ଟର) ଭାବେ ୨୦୨୪ ବ୍ୟାଚ୍‌ର ଆଇଏଏସ୍ (IAS) ଅଧିକାରୀ ଭାଗବତ ସାମଲ କଲ୍ୟାଣ ରାଓ ଦାୟିତ୍ୱ…

ଲୋହରାଖଣ୍ଡି ନଦୀ ପାର ହେବା ବେଳେ ବୁଡ଼ିଯାଇ ଚାଲିଗଲା ଚାଷୀଙ୍କ ଜୀବନ, ଶୋକରେ…

ଭଞ୍ଜନଗର, ୧୦।୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ଗୋହିରୀବାଡ଼ି ଗ୍ରାମର ଜଣେ ଚାଷୀ ଲୋହରାଖଣ୍ଡି ନଦୀରେ ବୁଡ଼ି ପ୍ରାଣ ହରାଇଛନ୍ତି। ମୃତକ ଜଣଙ୍କ…

ସାମାନ୍ୟ କଥାରୁ କୁରାଢ଼ି ଚୋଟ: ଗୁରୁତର ବୃଦ୍ଧଙ୍କୁ ଚିକିତ୍ସା କରିବା ସମୟରେ ଛୁଞ୍ଚି-ସୂତା ଅଭାବ, ବାହାରୁ କିଣି ଚିକିତ୍ସା କଲେ ଡାକ୍ତର

ପାଟଣା, ୧୦।୯ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଡୁମୁରିଆ ପଞ୍ଚାୟତ ତୋଣ୍ଡ ଗ୍ରାମର ଜାମୁନାଳିଆ ସାହିରେ ସାମାନ୍ୟ ବଚସାକୁ କେନ୍ଦ୍ର କରି ଜଣେ…

ଉତ୍କଳ ଗୌରବ ଇଣ୍ଟରନ୍ୟାସନାଲ ସ୍କୁଲରେ ସିନେ ତାରକା ବାବୁଶାନ୍; ଉଦ୍‌ଘାଟିତ ହେଲା ‘ମନୋଜ ଦାସ ପାଠାଗାର’

ହାଟଡିହୀ/ଛେନାପଦୀ, ୧୦।୯ (ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ବେରୁଣପଦୀସ୍ଥିତ ଉତ୍କଳ ଗୌରବ ଇଣ୍ଟରନେସନାଲ ସ୍କୁଲ (UGIS)ରେ ଗୁରୁବାର ନୂତନ ଭାବେ ନିର୍ମିତ ‘ମନୋଜ…

କଳାହାଣ୍ଡିରେ ବନ୍ଦ ରହିବ ଶିକ୍ଷାନୁଷ୍ଠାନ, ଜାଣନ୍ତୁ…

ଭବାନୀପାଟଣା,୧୦ା୯(ଉତ୍ତମ କୁମାର ଦାଶ): ଉତ୍ତର ବଙ୍ଗୋପସାଗର ସଂଲଗ୍ନ ବାଂଲାଦେଶ ଉପକୂଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇ ରାଜ୍ୟରେ ବିଭିନ୍ନ ଜିଲାରେ…

ନିୟମଗିରି ସୁରକ୍ଷା ସମିତି ସଭାପତି ଲୋଦ ସିକାକାଙ୍କୁ ପୋଲିସ ଉଠାଇ ନେଇଥିବା ଅଭିଯୋଗ, ଲାଞ୍ଜିଗଡ଼ରୁ ଫେରୁଥିବା ବେଳେ…

କଲ୍ୟାଣସିଂହପୁର, ୧୦।୯ (ଦୀପକ କୁମାର ପରିଡ଼ା): ନିୟମଗିରି ସୁରକ୍ଷା ସମିତିର ସଭାପତି ଲୋଦ ସିକାକାଙ୍କୁ ପୋଲିସ ଉଠାଇ ନେଇଥିବା ଅଭିଯୋଗ ହୋଇଛି। ପ୍ରାପ୍ତ ସୂଚନା ଅନୁଯାୟୀ, କୌଣସି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri