ଭୋକରେ ମରୁଛନ୍ତି ୪ ସେକେଣ୍ଡରେ ଜଣେ

ନ୍ୟୁୟର୍କ,୨୧ା୯: ବିଶ୍ୱରେ ଖାଦ୍ୟ ସଙ୍କଟ ଉଦ୍‌ବେଗଜନକ ଭାବେ ବୃଦ୍ଧି ପାଇଛି। ଖାଦ୍ୟ ଅଭାବରୁ ପ୍ରତି ୪ ସେକେଣ୍ଡରେ ଜଣଙ୍କର ମୃତ୍ୟୁ ଘଟୁଛି। ଏ ନେଇ ୨୦୦ରୁ ଊର୍ଦ୍ଧ୍ୱ ଏନ୍‌ଜିଓ ମଙ୍ଗଳବାର ଚେତାବନୀ ଦେବା ସହ କ୍ଷୁଧା ଦୂର କରିବା ପାଇଁ ଅନ୍ତର୍ଜାତୀୟ ସ୍ତରରେ ପଦକ୍ଷେପ ନେବାକୁ ହେବ ବୋଲି କହିଛନ୍ତି। ଏ ନେଇ ନ୍ୟୁୟର୍କରେ ଆୟୋଜିତ ଜାତିସଂଘ ସାଧାରଣ ସଭା (ୟୁଏନ୍‌ଜିଏ)ରେ ଏକତ୍ରିତ ହୋଇଥିବା ବିଶ୍ୱନେତାମାନଙ୍କୁ ଏକ ଖୋଲା ଚିଠି ଲେଖାଯାଇଛି। ଏଥିରେ ଅକ୍ସଫାମ୍‌, ସେଭ୍‌ ଦ ଚିଲ୍‌ଡ୍ରେନ୍‌ ଆଣ୍ଡ୍‌ ପ୍ଲାନ୍‌ ଇଣ୍ଟରନ୍ୟାଶନାଲ ସମେତ ୭୫ରୁ ଊର୍ଦ୍ଧ୍ୱ ଦେଶର ୨୩୮ ସଂସ୍ଥା କ୍ଷୁଧା ବୃଦ୍ଧି ଅତ୍ୟନ୍ତ ଚିନ୍ତାଜନକ ବୋଲି କହିଛନ୍ତି।
କୁହାଯାଇଛି, ସମ୍ପ୍ରତି ବିଶ୍ୱର ୩୪ କୋଟି ୫୦ ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ଭୟଙ୍କର କ୍ଷୁଧାର ସାମ୍‌ନା କରୁଛନ୍ତି। ୨୦୧୯ ତୁଳନାରେ ଏହି ସଂଖ୍ୟା ଦ୍ୱିଗୁଣିତ ହେଉଛି। ଏକବିଂଶ ଶତାବ୍ଦୀରେ ଭୋକଜନିତ ଅକାଳ ମୃତ୍ୟୁ ରୋକିବା ପାଇଁ ବିଶ୍ୱ ନେତାମାନେ ପ୍ରତିଶ୍ରୁତି ଦେଇଥିଲେ ହେଁ ତାହା ବିଫଳ ହୋଇଛି। ସୋମାଲିଆରେ କ୍ଷୁଧାମୃତ୍ୟୁ ଅନିୟନ୍ତ୍ରିତ ହୋଇଛି। ୪୫ ଦେଶରେ ପ୍ରାୟ ୫ କୋଟି ଲୋକ ଖାଦ୍ୟାଭାବରୁ ମୃତ୍ୟୁର ଦ୍ୱାରଦେଶରେ। ପ୍ରତିଦିନ ଭୋକରେ ଅନୂ୍ୟନ ୧୯,୭୦୦ ଲୋକଙ୍କ ଜୀବନ ଯାଉଛି। ସେହି ହିସାବରେ ପ୍ରତି ୪ ସେକେଣ୍ଡରେ ଜଣଙ୍କ ମୃତ୍ୟୁ ଘଟୁଥିବା ଏନ୍‌ଜିଓଗୁଡ଼ିକ କହିଛନ୍ତି। କୃଷି ଏବଂ ଫସଲ ଅମଳ ପାଇଁ ଅତ୍ୟାଧୁନିକ ଜ୍ଞାନକୌଶଳ ଉପଲବ୍ଧ ହେବା ସତ୍ତ୍ୱେ ଏକବିଂଶ ଶତାବ୍ଦୀରେ ଭୋକ ଓ ଅକାଳ ମୃତ୍ୟୁ ପ୍ରସଙ୍ଗରେ ଆଲୋଚନା ହେବା ଦୁର୍ଭାଗ୍ୟଜନକ ବୋଲି ୟେମେନ୍‌ ଫ୍ୟାମିଲି କେୟାର ଆସୋସିଏଶନ ପକ୍ଷରୁ ଉକ୍ତ ଚିଠିରେ କୁହାଯାଇଛି। ଆଉ ଅପେକ୍ଷା ନ କରି କ୍ଷୁଧା ସମସ୍ୟାର ଦୀର୍ଘକାଳୀନ ସମାଧାନ ପାଇଁ ରାସ୍ତା ବାହାର କରିବା ସହ ପିଲାଙ୍କ ଭବିଷ୍ୟତ ରକ୍ଷା କରାଯିବା ଦିଗରେ ପଦକ୍ଷେପ ନିଆଯିବା ଅତ୍ୟନ୍ତ ଜରୁରୀ ହୋଇପଡ଼ିଛି ଉକ୍ତ ଏନ୍‌ଜିଓ କହିଛି।
ଜାତିସଂଘର ବିଶ୍ୱ ଖାଦ୍ୟ ପ୍ରୋଗ୍ରାମର ନିର୍ଦ୍ଦେଶକ ଡେଭିଡ୍‌ ବେସ୍‌ଲି ମଧ୍ୟ ବୈଶ୍ୱିକ ଖାଦ୍ୟ ସଙ୍କଟକୁ ନେଇ ଚେତାବନୀ ଦେଇଥିଲେ। କ୍ଷୁଧା କବଳରେ ଛଟପଟ ହେଉଥିବା ୩୪ କୋଟି ୫୦ ଲକ୍ଷ ଲୋକଙ୍କ ମଧ୍ୟରୁ ୭୦% କେବଳ ୟୁକ୍ରେନ୍‌ ଯୁଦ୍ଧର ଭୟାବହ ପରିଣାମ ଭୋଗୁଛନ୍ତି ବୋଲି ସେ କହିଥିଲେ। ଏଥିସହ କରୋନା ମହାମାରୀ ମଧ୍ୟ ଖାଦ୍ୟସଙ୍କଟ ବୃଦ୍ଧିର ଅନ୍ୟତମ ପ୍ରମୁଖ କାରଣ ବୋଲ ସେ ଦର୍ଶାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା:  ଯାହାକୁ ସ୍ବାମୀ କହୁଥିଲେ ସେ ଥାନାରେ

ଧର୍ମଶାଳା,୧୯।୧୨(ଶିବ ପ୍ରସାଦ ମହାନ୍ତି): ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା। ଯାହାଙ୍କୁ ସ୍ବାମୀ  କହିଲେ ତାଙ୍କୁ ପୋଲିସ ନେଇ ପଚରାଉଚରା କରୁଛି। ଏଭଳି ଅଭାବନୀୟ ଘଟଣା...

‘ଜନସାଧାରଣଙ୍କ ସହଯୋଗ ବିନା ହାତୀ ସୁରକ୍ଷା ଅସମ୍ଭବ’

ଦିଗପହଣ୍ଡି, ୧୯ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ପଞ୍ଚାୟତ ଜନଜାତି ବହୁଳ ଢେପାଗୁଡ଼ା ଗ୍ରାମବାସୀ ଏବଂ ସ୍କୁଲ ଛାତ୍ରୀ ଛାତ୍ରଙ୍କୁ ନେଇ...

ଭାରତରେ Google ଲଞ୍ଚ କଲା ପ୍ରଥମ କ୍ରେଡିଟ୍‌ କାର୍ଡ, ଲାଇଫଟାଇମ୍‌ ଯାଏ Free

ନୂଆଦିଲ୍ଲୀ,୧୯।୧୨: ଭାରତୀୟମାନଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଗୁଗଲ ନୂଆ ଡିଜିଟାଲ କ୍ରେଡିଟ କାର୍ଡ ‘ଫ୍ଲେକ୍ସ ବାଇ ଗୁଗଲ ପେ’ ଲଞ୍ଚ କରିଛି। ଏହା...

ଆନ୍ଧ୍ର କୋଟିଆର ମାଉସୀ ହୋଇ ରହୁ, ମା’ ହେବାକୁ ଚେଷ୍ଟା ନ କରୁ: ରାଜସ୍ବମନ୍ତ୍ରୀ

ପଟ୍ଟାଙ୍ଗି,୧୯ା୧୨(ଶରତ କୁମାର ଧଳ)-ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ସୀମାନ୍ତ କୋଟିଆ ପଞ୍ଚାୟତକୁ ଶୁକ୍ରବାର ଗସ୍ତ...

ଫାଇନାଲରେ ଭାରତ, ପାକିସ୍ତାନ ସହ ହେବ ମୁକାବିଲା

ଦୁବାଇ,୧୯।୧୨:  ସିନିଅର୍‌ ମେନ୍ସ ଏସିଆ କପ୍‌ ୨୦୨୫ ପରେ ଏବେ ଅଣ୍ଡର-୧୯ ମେନ୍ସ ଏସିଆ କପ୍‌ ୨୦୨୫ରେ ମଧ୍ୟ ଭାରତ ପ୍ରବେଶ କରିଛି। ଦୁବାଇରେ ଚାଲିଥିବା...

ଛତୁଆ ବିଲ୍‌ କରିଦେବା ପାଇଁ ପୂର୍ବତନ ସିଡିପିଓ ମାଗିଥିଲେ୮୦ ହଜାର ଲାଞ୍ଚ : ଆସିଲା ବଡ଼ ରାୟ 

ଭବାନୀପାଟଣା,୧୯।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ପୂର୍ବତନ ସିଡିପିଓ (ସମ୍ମନିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅଧିକାରିଣୀ) ମୀନା ପାତ୍ର ୨୦୨୧ ମସିହାର...

ଆସିଲା ନିଷ୍ପତ୍ତି: ରବି ଚାଷ ପାଇଁ ଘୋଡ଼ାହାଡ଼ ଡ଼୍ୟାମରୁ …

ଦିଗପହଣ୍ଡି,୧୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରିି ଗାଁ ନିକଟ ଘୋଡ଼ାହାଡ଼ ଡ଼୍ୟାମରୁ ରବି ଚାଷ ନିମନ୍ତେ ପାଣି ଛଡାଯିବା ପାଇଁ ନିଷ୍ପତ୍ତି...

ସଶକ୍ତ ସମୃଦ୍ଧ କରିବା କେବିକେର ଲକ୍ଷ

ଭଞ୍ଜନଗର,୧୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ଜିଲାର ଅଗ୍ରଣୀ ଚାଷୀ ଏବଂ କୃଷକ ଉତ୍ପାଦକ ସଂଘର କର୍ମକର୍ତ୍ତାମାନଙ୍କୁ ନେଇ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri