Posted inଜାତୀୟ

ଏକ ଦେଶ-ଏକ ନିର୍ବାଚନ: ସରିଲା ଖେଳ ସବୁ ବଦଳିଯିବ!

ନୂଆଦିଲ୍ଲୀ,୧୭।୧୨: କେନ୍ଦ୍ର ସରକାର ‘ଏକ ଦେଶ-ଏକ ର୍ନିବାଚନ’ ବିଲ୍‌କୁ ଆଜି ଲୋକ ସଭାରେ ଉପସ୍ଥାପିତ କରିଛନ୍ତି। ଏହାପୂର୍ବରୁ ଡିସେମ୍ବର ୧୨ରେ କେନ୍ଦ୍ର କ୍ୟାବିନେଟ ଏହି ବିଲକୁ ଅନୁମୋଦନ କରି ସାରିଛନ୍ତି। ଯାହା ପରେ ଆଜି ଏହି ବିଲ ସଂସଦରେ ଉପସ୍ଥାପିତ ହୋଇଛି। ତେବେ ସବୁଠାରୁ ବଡ଼କଥା ହେଉଛି ଏହା ଲାଗୁ ହେବା ପରେ ଯଦି କୌଣସି ରାଜ୍ୟରେ ସରକାର ଭାଙ୍ଗି ଯାଉଛି ତେବେ ଏହା ସେଠାରେ କ’ଣ କାମ କରିବ।

ୱାନ ନେସନ ୱାନ ଇଲେକ୍ସନ ବିଲରେ ଅନେକ ପ୍ରକାରର ବ୍ୟବସ୍ଥା କରାଯାଇଛି। ଯଦି ଅବିଶ୍ୱାସ ପ୍ରସ୍ତାବ କିମ୍ବା ଅନ୍ୟ କୌଣସି କାରଣରୁ ସମୟ ପୂର୍ବରୁ ରାଜ୍ୟ ସରକାର ଭାଙ୍ଗିଯାଏ ତେବେ ଏପରି ପରିସ୍ଥିତିରେ ଏହା କାମ କିପରି କରିବ। ଏଭଳି ପରିସ୍ଥିତିରେ ପୁନର୍ବାର ସେହି ରାଜ୍ୟରେ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ଅନୁଷ୍ଠିତ ହେବ। କିନ୍ତୁ ନୂଆ ବିଧାନସଭାର କାର୍ଯ୍ୟକାଳ କେବଳ ଆଗାମୀ ଲୋକ ସଭା ନିର୍ବାଚନ ପର୍ଯ୍ୟନ୍ତ ରହିବ। ଏହା ବ୍ୟତୀତ ନିର୍ବାଚନ କମିଶନରଙ୍କୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ଯେ ର୍ନିବାଚନ ପୂର୍ବରୁ ସମସ୍ତ ଆବଶ୍ୟକତା ପୂରଣ ହେବା ଉଚିତ। ଇସିଙ୍କୁ ମଧ୍ୟ ଇଭିଏମ ଏବଂ ଭିଭିପିଏଟ ପାଇଁ ବ୍ୟବସ୍ଥା କରିବାକୁ ପଡିବ।

ବିଲରେ ଲିଖିତ ବ୍ୟବସ୍ଥା ଅନୁଯାୟୀ ଯଦି ଲୋକ ସଭା ବା ବିଧାନସଭା ମଧ୍ୟବର୍ତ୍ତୀ ସମୟରେ ଭାଙ୍ଗିଯାଏ ତେବେ ଅବଶିଷ୍ଟ ସମୟ ପାଇଁ ମଧ୍ୟବର୍ତ୍ତୀକାଳୀନ ର୍ନିବାଚନ ଅନୁଷ୍ଠିତ ହେବ। ବିଲରେ ଧାରା ୮୨(ଏ), ୧୭୨ ଏବଂ ୩୨୭କୁ ଅନ୍ତର୍ଭୁକ୍ତ କରିବା ପାଇଁ ଏକ ପ୍ରସ୍ତାବ ମଧ୍ୟ ଅଛି। ଲୋକ ସଭା ଏବଂ ବିଧାନସଭା ପାଇଁ ଏକକାଳୀନ ର୍ନିବାଚନ କରିବା ପାଇଁ 82 (A) ରେ ଏକ ବ୍ୟବସ୍ଥା ରହିଛି।

ଏହା ବ୍ୟତୀତ ଧାରା ୮୩ ରେ ସଂସଦ ଗୃହର କାର୍ଯ୍ୟକାଳ ପାଇଁ ଏକ ବ୍ୟବସ୍ଥା ରହିଛି। ଏହା ବ୍ୟତୀତ ସାଧାରଣ ନିର୍ବାଚନ ପରେ ଏକକାଳୀନ ର୍ନିବାଚନ କେବେ ହେବ ତାହା କେବଳ ରାଷ୍ଟ୍ରପତି ଘୋଷଣା କରିବେ ବୋଲି ଆଇନରେ କୁହାଯାଇଛି। ତେବେ ସୂଚନା ଅନୁଯାୟୀ, ୨୦୨୯ ଲୋକ ସଭା ର୍ନିବାଚନ ପୂର୍ବ ପରି ଅନୁଷ୍ଠିତ ହେବ, ଏହା ପରେ ଓ୍ବାନ ନେସନ ୱାନ ଇଲେକ୍ସନ କାର୍ଯ୍ୟକାରୀ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ହୋର୍ମୁଜରେ ଫସିଗଲା ଭାରତର ୨୨ ଜାହାଜ, ୬ LPG ଜାହାଜକୁ ଘେରିଗଲେ…

ନୂଆଦିଲ୍ଲୀ,୧୫।୩; ପଶ୍ଚିମ ଏସିଆରେ ସଂଘର୍ଷ ଯୋଗୁଁ ସୃଷ୍ଟି ହୋଇଥିବା ଉତ୍ତେଜନା ସମଗ୍ର ବିଶ୍ୱକୁ ପ୍ରଭାବିତ କରିଛି। ଭାରତ ମଧ୍ୟ ଏହାର ପ୍ରଭାବ ଅନୁଭବ କରିଛି। ବିଶେଷକରି, ହରମୁଜ…

LPG ପରେ ଏବେ ଇଲେକ୍ଟ୍ରିକୁ ନେଇ ସରକାରଙ୍କ ବଡ଼ ଘୋଷଣା, ପଡିବ ବଡ଼ ପ୍ରଭାବ

ନୂଆଦିଲ୍‌ଲୀ,୧୫।୩: LPG ଏବଂ PNG ନିୟମରେ ପରିବର୍ତ୍ତନ ପରେ, କେନ୍ଦ୍ର ସରକାର ବର୍ତ୍ତମାନ ବିଦ୍ୟୁତ ନିୟନ୍ତ୍ରଣ ନିୟମରେ ପ୍ରମୁଖ ସଂଶୋଧନ ଘୋଷଣା କରିଛନ୍ତି। ଏହି ପରିବର୍ତ୍ତନଗୁଡ଼ିକ ବ୍ୟକ୍ତି,…

ଯୁଦ୍ଧ ହେଲା ଭୟଙ୍କର: ସରକାରୀ କର୍ମଚାରୀଙ୍କ କଟିବ ଦରମା, ସରକାର ନେଲେ ବଡ଼ ନିଷ୍ପତ୍ତି

ଇସଲାମବାଦ,୧୫।୩: ମଧ୍ୟପ୍ରାଚ୍ୟ ଯୁଦ୍ଧରେ କେବଳ ଗୋଟିଏ ଦେଶରେ ନୁହେଁ ସାରା ବିଶ୍ୱରେ ପଡିଛି ବଡ଼ ପ୍ରଭାବ । ଏବେ ଖବର ଆସିଛି ଯେ ଯୁଦ୍ଧ ଯୋଗୁ କେବଳ…

ରାଜ୍ୟ ସରକାରଙ୍କ ବଡ଼ ଘୋଷଣା: ଏବେ ଏମାନଙ୍କୁ ମିଳିବ ନାହିଁ କମର୍ସିଆଲ LPG ସିଲିଣ୍ଡର…

ନୂଆଦିଲ୍‌ଲୀ,୧୫।୩: ରାଜ୍ୟ ସରକାର ଏଲପିଜି ସଙ୍କଟ ଭିତରେ ବଡ଼ ନିଷ୍ପତ୍ତି ନେଇଛନ୍ତି। ଏଣିକି ବାଣିଜି୍ୟକ ସିଲିଣ୍ଡର ବଣ୍ଟନ ପାଇଁ ଏକ ନୀତି ଜାରି କରିଛନ୍ତି। ଏହି ନୀତି…

ରାଜ୍ୟ ସଭା ନିର୍ବାଚନ: ଘୋଡାବେପାର ପରେ ଚର୍ଚ୍ଚା ଏଜେଣ୍ଟ ହେବ କିଏ?

ଭୁବନେଶ୍ୱର, ୧୫।୩(ସୁନିତ୍‌ ମିଶ୍ର): ବିଜେଡିର ଅଧିକାଂଶ ନେତାଙ୍କ ଭିତରେ ବର୍ତ୍ତମାନ ଆଲୋଚନା ରାଜ୍ୟ ସଭା ନିର୍ବାଚନ ଲାଗି ଦଳର ଏଜେଣ୍ଟ କିଏ ହେବେ। ଏଜେଣ୍ଟଙ୍କ କାମ ହେଉଛି,…

ଆମେରିକା ଉପରେ ଭୟଙ୍କର ଆକ୍ରମଣ କଲା ଇରାନ, ସବୁ ଛାରଖାର…

ତେହରାନ୍‌/ଓ୍ୱାଶିଂଟନ୍‌,୧୫ା୩:(ଏ.ପି./ରଏଟର୍ସ) ମଧ୍ୟପ୍ରାଚ୍ୟ ଯୁଦ୍ଧ ଶନିବାର ତୃତୀୟ ସପ୍ତାହରେ ପ୍ରବେଶ କରିଥିବାବେଳେ ଇରାନ୍‌ର ମୁଖ୍ୟ ତୈଳ ରପ୍ତାନି କେନ୍ଦ୍ର ଖାର୍ଗ ଦ୍ୱୀପରେ ଆମେରିକା ଆକ୍ରମଣ କରିଛି। ‘କ୍ରାଉନ୍‌ ଜୁଏଲ୍‌’…

କୁଲଦୀପଙ୍କ ଦ୍ୱିତୀୟ ଇନିଂସ: ପିଲାଦିନର ବନ୍ଧୁ ବଂଶିକାଙ୍କ ସହ ବିବାହ ସମ୍ପନ୍ନ, ଧୁମ୍‌ ନାଚିଲେ…

ମସୁରୀ, ୧୪।୩: ଟିମ୍‌ ଇଣ୍ଡିଆର ଷ୍ଟାର୍‌ ସ୍ପିନର୍‌ କୁଲଦୀପ ଯାଦବଙ୍କ ପାଇଁ ମାର୍ଚ୍ଚ ୨୦୨୬ ସାରା ଜୀବନ ପାଇଁ ସ୍ମରଣୀୟ ହୋଇ ରହିବ। ଗତ ରବିବାର (୯…

୧୬ରେ କଂଗ୍ରେସର ସଂସଦ ଘେରାଉ ଆନ୍ଦୋଳନ

ନୂଆଦିଲ୍ଲୀ,୧୪ା୩: କେନ୍ଦ୍ର ସରକାର ନିକଟରେ କରିଥିବା ଆମେରିକା ସହ ବାଣିଜ୍ୟ ଚୁକ୍ତିନାମା ଦେଶ ପାଇଁ କ୍ଷତିକାରକ ହେବ ବୋଲି କଂଗ୍ରେସ ଅଭିଯୋଗ କରିଛି। ଏହାର ପ୍ରତିବାଦ ସ୍ବରୁପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri