Posted inଜାତୀୟ

ଏକ ଦେଶ-ଏକ ନିର୍ବାଚନ: ସରିଲା ଖେଳ ସବୁ ବଦଳିଯିବ!

ନୂଆଦିଲ୍ଲୀ,୧୭।୧୨: କେନ୍ଦ୍ର ସରକାର ‘ଏକ ଦେଶ-ଏକ ର୍ନିବାଚନ’ ବିଲ୍‌କୁ ଆଜି ଲୋକ ସଭାରେ ଉପସ୍ଥାପିତ କରିଛନ୍ତି। ଏହାପୂର୍ବରୁ ଡିସେମ୍ବର ୧୨ରେ କେନ୍ଦ୍ର କ୍ୟାବିନେଟ ଏହି ବିଲକୁ ଅନୁମୋଦନ କରି ସାରିଛନ୍ତି। ଯାହା ପରେ ଆଜି ଏହି ବିଲ ସଂସଦରେ ଉପସ୍ଥାପିତ ହୋଇଛି। ତେବେ ସବୁଠାରୁ ବଡ଼କଥା ହେଉଛି ଏହା ଲାଗୁ ହେବା ପରେ ଯଦି କୌଣସି ରାଜ୍ୟରେ ସରକାର ଭାଙ୍ଗି ଯାଉଛି ତେବେ ଏହା ସେଠାରେ କ’ଣ କାମ କରିବ।

ୱାନ ନେସନ ୱାନ ଇଲେକ୍ସନ ବିଲରେ ଅନେକ ପ୍ରକାରର ବ୍ୟବସ୍ଥା କରାଯାଇଛି। ଯଦି ଅବିଶ୍ୱାସ ପ୍ରସ୍ତାବ କିମ୍ବା ଅନ୍ୟ କୌଣସି କାରଣରୁ ସମୟ ପୂର୍ବରୁ ରାଜ୍ୟ ସରକାର ଭାଙ୍ଗିଯାଏ ତେବେ ଏପରି ପରିସ୍ଥିତିରେ ଏହା କାମ କିପରି କରିବ। ଏଭଳି ପରିସ୍ଥିତିରେ ପୁନର୍ବାର ସେହି ରାଜ୍ୟରେ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ଅନୁଷ୍ଠିତ ହେବ। କିନ୍ତୁ ନୂଆ ବିଧାନସଭାର କାର୍ଯ୍ୟକାଳ କେବଳ ଆଗାମୀ ଲୋକ ସଭା ନିର୍ବାଚନ ପର୍ଯ୍ୟନ୍ତ ରହିବ। ଏହା ବ୍ୟତୀତ ନିର୍ବାଚନ କମିଶନରଙ୍କୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ଯେ ର୍ନିବାଚନ ପୂର୍ବରୁ ସମସ୍ତ ଆବଶ୍ୟକତା ପୂରଣ ହେବା ଉଚିତ। ଇସିଙ୍କୁ ମଧ୍ୟ ଇଭିଏମ ଏବଂ ଭିଭିପିଏଟ ପାଇଁ ବ୍ୟବସ୍ଥା କରିବାକୁ ପଡିବ।

ବିଲରେ ଲିଖିତ ବ୍ୟବସ୍ଥା ଅନୁଯାୟୀ ଯଦି ଲୋକ ସଭା ବା ବିଧାନସଭା ମଧ୍ୟବର୍ତ୍ତୀ ସମୟରେ ଭାଙ୍ଗିଯାଏ ତେବେ ଅବଶିଷ୍ଟ ସମୟ ପାଇଁ ମଧ୍ୟବର୍ତ୍ତୀକାଳୀନ ର୍ନିବାଚନ ଅନୁଷ୍ଠିତ ହେବ। ବିଲରେ ଧାରା ୮୨(ଏ), ୧୭୨ ଏବଂ ୩୨୭କୁ ଅନ୍ତର୍ଭୁକ୍ତ କରିବା ପାଇଁ ଏକ ପ୍ରସ୍ତାବ ମଧ୍ୟ ଅଛି। ଲୋକ ସଭା ଏବଂ ବିଧାନସଭା ପାଇଁ ଏକକାଳୀନ ର୍ନିବାଚନ କରିବା ପାଇଁ 82 (A) ରେ ଏକ ବ୍ୟବସ୍ଥା ରହିଛି।

ଏହା ବ୍ୟତୀତ ଧାରା ୮୩ ରେ ସଂସଦ ଗୃହର କାର୍ଯ୍ୟକାଳ ପାଇଁ ଏକ ବ୍ୟବସ୍ଥା ରହିଛି। ଏହା ବ୍ୟତୀତ ସାଧାରଣ ନିର୍ବାଚନ ପରେ ଏକକାଳୀନ ର୍ନିବାଚନ କେବେ ହେବ ତାହା କେବଳ ରାଷ୍ଟ୍ରପତି ଘୋଷଣା କରିବେ ବୋଲି ଆଇନରେ କୁହାଯାଇଛି। ତେବେ ସୂଚନା ଅନୁଯାୟୀ, ୨୦୨୯ ଲୋକ ସଭା ର୍ନିବାଚନ ପୂର୍ବ ପରି ଅନୁଷ୍ଠିତ ହେବ, ଏହା ପରେ ଓ୍ବାନ ନେସନ ୱାନ ଇଲେକ୍ସନ କାର୍ଯ୍ୟକାରୀ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ମୋଦିଙ୍କ ଘୋଷଣା ଶୁଣି ଟ୍ରମ୍ପ ଛାନିଆ! କହିଦେଲେ…

ନୂଆଦିଲ୍ଲୀ,୫।୧୨:ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତ ଗସ୍ତରେ ଅଛନ୍ତି। ଆଜି ତାଙ୍କ ଗସ୍ତର ଦ୍ୱିତୀୟ ଦିନ। ଗୁରୁବାର ରାତିରେ ଭାରତରେ ପହଞ୍ଚିଥିବା ପୁଟିନ ମହାତ୍ମା ଗାନ୍ଧୀଙ୍କ...

ଶୀତରେ ଥରୁଛି ଉତ୍ତର ଭାରତ

ନୂଆଦିଲ୍ଲୀ,୫ା୧୨: ସମଗ୍ର ଉତ୍ତର ଭାରତ ଶୀତରେ ଥରୁଛି। ଶୁକ୍ରବାର ରାଜସ୍ଥାନ, ପଞ୍ଜାବ ଏବଂ ହରିୟାଣାର ଅଧିକାଂଶ ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା ସ୍ବାଭାବିକଠାରୁ ନିମ୍ନରେ ରହିଛି। ତେବେ...

ଭାରତର ସବୁଠୁ ବିଶ୍ବାସଯୋଗ୍ୟ ଏହି ୩ଟି ବ୍ୟାଙ୍କ, RBI କଲା ବଡ଼ ଘୋଷଣା

ନୂଆଦିଲ୍ଲୀ,୫।୧୨: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI), HDFC, ଏବଂ ICICI ବ୍ୟାଙ୍କକୁ ଦେଶର ସବୁଠାରୁ ସୁରକ୍ଷିତ ବ୍ୟାଙ୍କ ଭାବରେ...

ପୁଟିନଙ୍କ କାର୍‌ ଠାରୁ କେତେ ଦମଦାର୍‌ ମୋଦିଙ୍କ କାର୍‌? ଜାଣନ୍ତୁ ଦୁଇଟାଯାକର ଦାମ୍‌

ନୂଆଦିଲ୍ଲୀ,୫।୧୨: ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ବିଶ୍ୱର ସବୁଠାରୁ ରହସ୍ୟମୟ ନେତାମାନଙ୍କ ମଧ୍ୟରୁ ଜଣେ ବୋଲି ବିବେଚନା କରାଯାଏ। ସେ ପ୍ରତ୍ୟେକ ଗସ୍ତରେ ଏକ ବୁଲେଟପ୍ରୁଫ...

ପୁଟିନ୍‌ଙ୍କୁ ଗୀତା ଉପହାର ଦେଲେ ମୋଦି

ନୂଆଦିଲ୍ଲୀ,୫।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଗସ୍ତରେ ଭାରତ ଆସିଛନ୍ତି। ଏଡି ଅବସରରେ ରାଷ୍ଟ୍ରପତି ପୁଟିନ୍‌ଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଶ୍ରୀମଦ୍‌ଭଗବତ...

ପୂର୍ବତନ ଡିଏସ୍‌ପିଙ୍କ ଝିଅ ହାତ ଧରିଲେ ବୃନ୍ଦାବନର ପ୍ରବଚକ ଇନ୍ଦ୍ରେଶ ଉପାଧ୍ୟାୟ

ଜୟପୁର,୫ା୧୨: ପ୍ରବଚକ ଇନ୍ଦ୍ରେଶ ଉପାଧ୍ୟାୟ ଏବଂ ପୂର୍ବତନ ଡିଏସ୍‌ପିଙ୍କ ଝିଅ ସିପ୍ରା ଜୟପୁରର ଏକ ହୋଟେଲରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ପ୍ରସିଦ୍ଧ ମଥୁରାର ପ୍ରବଚକ...

ସ୍ବାସ୍ଥ୍ୟକୁ ସୁସ୍ଥ ରଖେ କ୍ରୀଡ଼ା, ନିୟମିତ ଖେଳକୁଦ ଅଭ୍ୟାସ ପାଇଁ…

ଭଞ୍ଜନଗର,୫ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ୩୬ ତମ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri