ଗୋଟିଏ ନାମ ଦୁଇଟି ଦେଶ

ଓଡ଼ିଶାର ପଡ଼ୋଶୀ ରାଜ୍ୟ ଛତିଶଗଡ଼ର ରାଜଧାନୀ ରାୟପୁର ସହରରେ ମୋର ଆମତ୍ଜ ଏକ ପ୍ରତିଷ୍ଠିତ ବ୍ୟାଙ୍କର ପରିଚାଳକ ଥିବା ଅବସରରେ ପ୍ରାୟ ପାଞ୍ଚବର୍ଷ ତଳେ ଆମେ ସେଠାକୁ ଭ୍ରମଣରେ ଯାଇଥିଲୁ। ତୁଳସୀ ବୋଲି ଜଣେ ମଧ୍ୟ ବୟସ୍କା ସ୍ତ୍ରୀ ଲୋକ ଘରପାଇଟି କରିବାକୁ ଆସେ। ସେ ଆମ ରାଜ୍ୟର ନୂଆପଡ଼ାର ବାସିନ୍ଦା। ସେ ଓଡ଼ିଆ କମ କହେ କିନ୍ତୁ ହିନ୍ଦୀ ସତେ ଯେମିତି ତା’ର ମାତୃଭାଷା। ମୁଁ ଥରେ ତାକୁ କହିଲି ତୁମେ ତ ଓଡ଼ିଆ। ଓଡ଼ିଆରେ ଆମସହ କଥା ହେଉନ କାହିଁକି ? ତା’ର ଉତ୍ତର ଥିଲା ହଁ ଆଜ୍ଞା ଆମେ ଓଡ଼ିଆ କିନ୍ତୁ ତୁମେମାନେ ତ ଓଡ଼ିଆ ନୁହଁ ନା। ତୁମେ ସବୁ ବଙ୍ଗାଳୀ କିମ୍ବା ମାରୱାଡି। ତୁମ ଭାଷା କିଛି ବୁଝିହେଲେ ମଧ୍ୟ ଆମେ କହିପାରିବୁ ନାହିଁ। ଆମେ ଯେତେ ବୁଝାଇଲେ ମଧ୍ୟ ସେ ବୁଝିଲା ନାହିଁ। ତା’ର ଯୁକ୍ତି ହେଲା ତୁମେ ଯଦି ଓଡ଼ିଆ ହୋଇଥାନ୍ତ ତେବେ ଆମପରି ପର ମୁଲକରେ କାମ କରୁଥାନ୍ତ। ଯେହେତୁ ତୁମେ ଆମ ପରି ମଳିମୁଣ୍ଡିଆ ନୁହଁ, ତେଣୁ ତୁମେ ଓଡ଼ିଆ ନୁହଁ। ତା’ କଥାରୁ ବୁଝାପଡ଼ିଲା ଯେ ଯେଉଁମାନେ ପର ରାଜ୍ୟରେ ମୂଲଲାଗି କିମ୍ବା ଦାଦନଖଟି ପେଟ ପୋଷନ୍ତି, ସେମାନେ ସବୁ ଓଡ଼ିଆ ଓ ଅନ୍ୟମାନେ ଅଣଓଡ଼ିଆ। ଆମକୁ ସେମାନେ ଅଣଓଡ଼ିଆ ବୋଲି ବିବେଚନା କରନ୍ତି। ସେ ଆଉ ଯେଉଁ କଥା କହିଲା ତାହା କମ୍‌ ବିସ୍ମୟକର ନୁହେଁ। ସେ କହିଲା କଟକ ଭୁବନେଶ୍ୱରରେ ଯେଉଁମାନେ ରହନ୍ତି ସେମାନେ ବଡ଼ଲୋକ। ସୁତରାଂ ଓଡ଼ିଆ ନୁହନ୍ତି। ମୋ ମନ ମଧ୍ୟରେ ଏକ ଅସମାହିତ ପ୍ରଶ୍ନ ଉଙ୍କି ମାରିବାକୁ ଲାଗିଲା ଯେ ଓଡ଼ିଶା ଭୌଗୋଳିକ ଦୃଷ୍ଟିରୁ ଏକ ହେଲେ ମଧ୍ୟ ଅର୍ଥନୀତି ଦୃଷ୍ଟିରୁ ଓଡ଼ିଶା ଦୁଇଟି- ଯଥା ଧନୀରାଜ୍ୟ ଓ ଗରିବ ରାଜ୍ୟ।
ଭାରତର ଅବସ୍ଥା ମଧ୍ୟ ଅନୁରୂପ। ଅର୍ଥନୈତିକ ଦୃଷ୍ଟିକୋଣରୁ ଭାରତ ଦୁଇ ଭାଗରେ ବିଭକ୍ତ ଯଥା ଧନିକ ଭାରତ ଓ ଗରିବ ଭାରତ। ଜଣେ ବ୍ୟକ୍ତିର ସ୍ଥିତି (ଷ୍ଟାଟସ୍‌)କୁ ଦେଖି ସେ ଧନୀ କିମ୍ବା ଗରିବ ତାହା ନିର୍ଦ୍ଧାରଣ କରାଯାଏ। ଧନୀ ଗରିବଙ୍କ ମଝିରେ ମଧ୍ୟବିତ୍ତର ଉପସ୍ଥିତି ଅଛି କିନ୍ତୁ ସ୍ଥିତି ନାହିଁ। କିନ୍ତୁ ଦେଶର ମଧ୍ୟବିତ୍ତ ଗୋଷ୍ଠୀ ଅଧିକ ଟିକସ ଦିଅନ୍ତି, ବଜାରକୁ ସକ୍ରିୟ ଓ ଅର୍ଥନୀତିକୁ ଚଳମାନ କରନ୍ତି। ୨୦୨୫ ମେ ୨୪ରେ ନୀତି ଆୟୋଗ ଦଶମ ଗଭର୍ନିଂ କାଉନ୍‌ସିଲ ବୈଠକ ପରେ ଆୟୋଗର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ବି.ଭି. ଆର୍‌ ସୁବ୍ରମଣ୍ୟମ୍‌ ଗଣମାଧ୍ୟମକୁ ସୂଚନା ଦେଇ କହିଲେ ଯେ ଭାରତର ପ୍ରଖର ବିକାଶଧାରା ଯୋଗୁ ଭାରତ ଜାପାନକୁ ଅତିକ୍ରମ କରି ବିଶ୍ୱର ଚତୁର୍ଥ ଅର୍ଥନୀତିରେ ପରିଣତ ହୋଇଛି। ଆନ୍ତର୍ଜାତିକ ମୁଦ୍ରା ପାଣ୍ଠିର ଆକଳନ ଅନୁ୍‌ଯାୟୀ ସୁବ୍ରମଣ୍ୟମ୍‌ ଏପରି ତଥ୍ୟ ଦେଲାପରେ ଭାରତୀୟମାନେ ଉତ୍‌ଫୁଲ୍ଲିତ ହୋଇପଡ଼ିଛନ୍ତି। ସୁବ୍ରମଣ୍ୟମ୍‌ଙ୍କ ପ୍ରଦତ୍ତ ତଥ୍ୟ ଅନୁସାରେ ଭାରତର ଜି.ଡି.ପି. ୨୦୨୫ ସୁଦ୍ଧା ୪୧୮୭.୦୩ ବିଲିୟନ ଡଲାରରେ ପହଞ୍ଚତ୍ଥିବା ବେଳେ ଜାପାନର ଜି.ଡି.ପି. ୪୧୮୬.୪୩ ବିଲିୟନ ଡଲାର ଅଛି। ଭାରତର ଅର୍ଥନୀତି ଅତ୍ୟନ୍ତ ସୁଦୃଢ଼ ବୋଲି ସରକାର ଡିଣ୍ଡିମ ପିଟୁଛନ୍ତି। କିନ୍ତୁ ଅପର ପକ୍ଷେ ଦେଖିଲେ ସେହି ଅବଧିରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ୮୧କୋଟି ୩୫ଲକ୍ଷ ଲୋକଙ୍କୁ ମାଗଣା ଖାଦ୍ୟଶସ୍ୟ ବଣ୍ଟନ ଏକ ବିରୋଧାଭାସ ନୁହେଁ କି ? ଅନ୍ୟ ଅର୍ଥରେ କହିଲେ ୧୪୦ କୋଟି ଲୋକଙ୍କ ମଧ୍ୟରେ ୮୧କୋଟି ୩୫ଲକ୍ଷ ଲୋକ ନିଚ୍ଛକ ଗରିବ, ଯେଉଁମାନେ ଉଦର ପୂରଣ ପାଇଁ ସରକାରଙ୍କୁ ହାତ ପାତନ୍ତି।
କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ୍‌ ଗଡକରୀ ଗତ ଜୁନ୍‌ରେ ନାଗପୁରଠାରେ ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ କହିଛନ୍ତି ଯେ ଗରିବଙ୍କ ସଂଖ୍ୟା ବଢୁଥିଲା ବେଳେ ହାତଗଣତି କିଛି ଲୋକଙ୍କ ପାଖରେ ପ୍ରଚୁର ଧନ ଠୁଳ ହୋଇଛି। ଏଥିରୁ ସୂଚନା ମିଳେ ଯେ ଦେଶର ଜି.ଡି.ପି. ବଢୁଛି ସତ; କିନ୍ତୁ ସମତାଳରେ ଗରିବଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି। କରୋନା ମହାମାରୀ ସମୟରେ ଲକ୍ଷ ଲକ୍ଷ ଲୋକ ଜୀବିକା ହରାଇଲେ ଓ ଦୋକାନ ବଜାର ସବୁ ବନ୍ଦ ହୋଇଗଲା। କିନ୍ତୁ ଆଶ୍ଚର୍ଯ୍ୟର କଥା ସେହି ସମୟରେ ବଡବଡ କମ୍ପାନୀଗୁଡ଼ିକ ପ୍ରଚୁର ଲାଭକଲେ। ରିଜର୍ଭ ବ୍ୟାଙ୍କର ତଥ୍ୟ ଅନୁଯାୟୀ କରୋନା ସମୟରେ ବଜାର କାରବାର କମ୍‌ ହେବା ସତ୍ତ୍ୱେ କମ୍ପାନୀଗୁଡିକର ଲାଭ ୧୧୫.୬ ପ୍ରତିଶତ ବୃଦ୍ଧି ପାଇଲା। ଅର୍ଥନୀତିର ଯେଉଁ ସୁଧାର ଆସିଛି ବୋଲି ଆମେ ଉଲ୍ଲସିତ ହେଉଛୁ, ତା’ର ବାସ୍ତବତା ହେଲା ଧନୀ ଓ କ୍ଷମତାଶାଳୀ ବର୍ଗର ଲୋକେ ଲାଭବାନ ହୋଇଛନ୍ତି। ଅନ୍ୟ ସମସ୍ତଙ୍କ ଭାଗ୍ୟ ନୈରାଶ୍ୟ ମଧ୍ୟକୁ ଠେଲି ହୋଇଯାଇଛି। ସେମାନେ ଉପେକ୍ଷିତ। ଚିନ୍ତାର ବିଷୟ ଏହା ଯେ ମଧ୍ୟବିତ୍ତ ବର୍ଗର ଚାକିରିଆମାନେ କମ୍ପାନୀମାନଙ୍କ ତୁଳନାରେ ଅଧିକ ଟିକସ ଦେଉଥିଲେ ମଧ୍ୟ ସେମାନେ ଅବହେଳିତ।
ବର୍ତ୍ତମାନର ସ୍ଥିତି ଜଟିଳ। ୧୦ଭାଗ ଲୋକଙ୍କ ପାଖରେ ଦେଶର ଅଧାରୁ ଅଧିକ ସମ୍ପତ୍ତି ଥିବାବେଳେ ୯୦ଭାଗ ଲୋକଙ୍କ ପାଖରେ ଅଛି ଅବଶିଷ୍ଟ ସମ୍ପତ୍ତି। ଗରିବର ସଂଗ୍ରାମ ଶେଷ ହେଉନାହିଁ ଯଦିଓ ସରକାର ପରେ ସରକାର ଆସି ଗରିବର ବନ୍ଧୁ ବୋଲି ନିଜକୁ ଅଭିହିତ କରନ୍ତି। ଇନ୍ଦିରା ଗାନ୍ଧୀଙ୍କ ପ୍ରଧାନମନ୍ତ୍ରିତ୍ୱ କାଳରେ ଗରିବୀ ହଟାଓର ସ୍ଲୋଗାନ ଦିଆଯାଇଥିଲେ ମଧ୍ୟ ତାହା ବଢ଼ି ଚାଲିଛି। ସହରରେ ସୁଦୃଶ୍ୟ ପ୍ରାସାଦ ଗଢ଼ିଉଠୁଥିବା ବେଳେ ଗ୍ରାମୀଣ ତଥା କ୍ଷୁଦ୍ର ସହରର ଗରିବ ବାସିନ୍ଦା ଭବିଷ୍ୟତ ଚିନ୍ତାରେ ଉଦ୍‌ବିଗ୍ନ। ଏଥିରୁ ମନେହୁଏ ସତେ ଯେପରି ଦୁଇଟି ସମାନ୍ତରାଳ ଭାରତ ପୃଥକଭାବେ ଗତି କରୁଛନ୍ତି। ଗୋଟିଏ ଧନୀ ଓ ଗୋଟିଏ ଗରିବ ଭାରତ। ଗତମାସରେ ଯେତେବେଳେ କେନ୍ଦ୍ର ସରକାର ଜି.ଏସ.ଟି. ସଂଶୋଧନ କଲେ ସେତେବେଳେ ଆଶା ଜାଗ୍ରତ ହେଲା ଯେ ଦ୍ରବ୍ୟର ମୂଲ୍ୟ ଆନୁପାତିକ ଭିତ୍ତିରେ ହ୍ରାସ ପାଇବ ଓ ଗରିବ ଉପକୃତ ହେବେ। କିନ୍ତୁ ବାସ୍ତବ କ୍ଷେତ୍ରରେ ଆବଶ୍ୟକୀୟ କୌଣସି ଦ୍ରବ୍ୟ ଶସ୍ତା ହୋଇନାହିଁ। ଗରିବଟି ତେଲ, ଲୁଣ, ଔଷଧ ଇତ୍ୟାଦି ଯେଉଁ ଦରରେ କିଣୁଥିଲା ଏବେ ମଧ୍ୟ ତାହା ଅପରିବର୍ତ୍ତିତ ଅଛି। ଗାଡିମୋଟର ଉପରେ ଟିକସ ଶସ୍ତା ହେଲେ ଗରିବର କି ଦୁଃଖ ଯାଏ ? ଭାରତ ସରକାର ସର୍ବନିମ୍ନ ମଜୁରି ଦୈନିକ ୧୭୮ଟଙ୍କା ଧାର୍ଯ୍ୟ କରିଛନ୍ତି। ଯେତେ ବ୍ୟୟ ସଂକୋଚ ନୀତି ଆପଣେଇଲେ ମଧ୍ୟ ଏତିକି ଟଙ୍କାରେ ଗୋଟିଏ ପରିବାର ଚଳିପାରିବ ନାହିଁ।
କୃଷକ ସଦାକାଳେ ଗରିବ। ଆଗକୁ ରହିଥିବ ମଧ୍ୟ। ମୋଟାମୋଟି ଭାବେ କହିବାକୁ ଗଲେ ଆମେ ଦୁଇଟି ପୃଥକ ଭାରତ ଗଠନ କରି ସାରିଛୁ। ଯଦି ମଧ୍ୟବିତ୍ତ ଓ ନିମ୍ନ ମଧ୍ୟବିତ୍ତଙ୍କୁ ଗରିବ ତାଲିକାରେ ଯୋଗ କରାଯାଏ ତେବେ ଏ ବିଶାଳ ଭାରତବର୍ଷ ଏକ ବୃହତ୍‌ ଗରିବ ଦେଶ ହେବ। ଏବେ ସମୟ ଆସିଛି ଆମେ ଆମ ଆୟ ଓ ବ୍ୟୟର ଉତ୍ସକୁ ନେଇ ନିଜକୁ ଆକଳନ କରିବା ଆମେ କେଉଁ ଭାରତର ଅଧିବାସୀ। ଶ୍ରେଣୀହୀନ ଭାରତ ଗଠନଭଳି ଏକ ସମାଜବାଦୀ ଚିନ୍ତାଧାରାରୁ ବାହାରି ଆସି ଆମେ ଏକ ଶ୍ରେଣୀଯୁକ୍ତ ସମାଜ ଗଠନ କରି ସାରିଲୁଣି। ଧନୀ କଳାଧନର ପାହାଡ ସୃଷ୍ଟି କରି ଚାଲିଥିବା ବେଳେ ଗରିବ ନିଃସ୍ବ ହେବାରେ ଲାଗିଛି। ଦିବ୍ୟ ଜନନୀ ଶ୍ରୀମାଙ୍କ ବାଣୀ ଏଠାରେ ପ୍ରଣିଧାନ ଯୋଗ୍ୟ। ‘ଗୋଟିଏ ସ୍ଥାନରେ ମାଟି ପକାଇ ଉଚ୍ଚ କରିବାର ଅର୍ଥ ଅନ୍ୟ ଗୋଟିଏ ସ୍ଥାନରୁ ମାଟି ଖୋଳି ଖାଲ ସୃଷ୍ଟି କରିବା।’ ସୁତରାଂ ଗରିବକୁ ଶୋଷଣ ନ କଲେ ଧନୀର ବିତ୍ତ ସାମ୍ରାଜ୍ୟ ବିସ୍ତାର ଲାଭ କରିପାରିବ ନାହିଁ। ଗରିବ କଲ୍ୟାଣକୁ ପ୍ରାଥମିକତା ଦିଆଯିବା ବାଞ୍ଛନୀୟ।
ସିଦ୍ଧଳ, ଜଗତ୍‌ସିଂହପୁର
ମୋ: ୯୯୩୭୪୫୦୫୪୦

 

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଶଙ୍ଖଭବନରୁ ଆସିଲା ଖୁସି ଖବର, ପୌର ନିର୍ବାଚନ ପୂର୍ବରୁ ଈଶ୍ୱର-ପୂର୍ଣ୍ଣଙ୍କୁ ମିଳିଲା ଗୁଡ଼ାରିର ବଡ଼ ଦାୟିତ୍ୱ

ଗୁଡ଼ାରି,୨୧ା୯(ପ୍ରମୋଦ କୁମାର ପତି): ବିଜୁ ଜନତା ଦଳର ଗୁଡ଼ାରି ନଗର କମିଟି ସଭାପତି ଭାବେ ବିଜେଡି ନେତା ଈଶ୍ୱର ପାଣିଗ୍ରାହୀଙ୍କୁ ଦଳ ଦାୟିତ୍ୱ ପ୍ରଦାନ କରିଥିବା ବେଳେ…

ନିର୍ବାଚନ ପ୍ରଚାର ସମୟରେ ପ୍ରାର୍ଥୀଙ୍କୁ ହତ୍ୟା, ଦେଖନ୍ତୁ ଛାତିଥରା ଭିଡ଼ିଓ

ଲିମା,୨୧।୯: ପେରୁର ଆଙ୍କାଶ (Ancash) ଅଞ୍ଚଳରେ ଏକ ନିର୍ବାଚନ ପ୍ରଚାର ସମୟରେ ସାମ୍ବାଦିକା ତଥା ଆଞ୍ଚଳିକ ଗଭର୍ଣ୍ଣର ପ୍ରାର୍ଥୀ ସୁସି ଆପୋଣ୍ଟେ ପୋଲୋଙ୍କୁ ଗୁଳି କରି ହତ୍ୟା…

ଗଭୀର ଅବପାତକୁ ନେଇ ଗଞ୍ଜାମ ଜିଲା ପ୍ରଶାସନର ଆଗୁଆ ପ୍ରସ୍ତୁତି, ଅଧିକାରୀ ହେଡ୍‌କ୍ୱାର୍ଟର ନ ଛାଡ଼ିବାକୁ ନିର୍ଦ୍ଦେଶ

ଛତ୍ରପୁର,୨୧ା୯(ଦିଲ୍ଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ଯୋଗୁ ସମ୍ଭାବ୍ୟ ପ୍ରବଳ ବର୍ଷା ଓ ପ୍ରତିକୂଳ ପାଣିପାଗକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…

ଗୋରୁ ବୋଝେଇ ପିକଅପ ଜବତ: ୯ ଗୋରୁ ଉଦ୍ଧାର, ୨ ଜଣ ଅଟକ

ପାଟଣା, ୨୧।୯,(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ କର୍ମଚାରୀଙ୍କୁ ବଡ ସଫଳତା ମିଳିଛି। ବିଶସ୍ତ ସୂତ୍ରରୁ ଖବର ପାଇ କେନ୍ଦୁଝର ଡି ଏଫ ଓ…

‘ତୁମେ ଭଜା ଚଣା ବିକିବାକୁ ଯାଇଥିଲ…’ ବାବର ଆଜମଙ୍କ ବୟାନ ଉପରେ ବର୍ଷିଲେ ୱାସିମ ଆକ୍ରମ

ଇସଲାମାବାଦ,୨୧।୯: ବାବର ଆଜମଙ୍କ ଅଧିନାୟକତ୍ୱ ଉପରେ ପ୍ରଶ୍ନ ଉଠାଇ ଓ୍ବାସିମ ଆକ୍ରମ କହିଛନ୍ତି ଯେ ଲର୍ଡସରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟ ପରେ ହିଁ ତାଙ୍କର ତୁରନ୍ତ ପଦରୁ…

ବଦଳୁଛି ନିଯୁକ୍ତି ରଣନୀତି: ଛୋଟ ସହରରେ ବଡ଼ ସୁଯୋଗ

ମୁମ୍ବାଇ, ୨୧ା୯ (ପି.ଟି.): ‘ଜିନିୟସ ଏଚ୍‌ଆର୍‌ଟେକ୍‌’ର ରିପୋର୍ଟ ଅନୁଯାୟୀ, ଗତ ଦୁଇ ବର୍ଷ ମଧ୍ୟରେ ୬୯ ପ୍ରତିଶତ ବ୍ୟବସାୟିକ ପ୍ରତିଷ୍ଠାନ ଟାୟାର-୨ ଓ ୩ ସହରଗୁଡ଼ିକରୁ ନିଜ…

ସ୍ମାର୍ଟସିଟି ସ୍କୁଲରେ ଅସଜଡ଼ା ଭିତ୍ତିଭୂମି, ନିମ୍ନମାନର କାର୍ଯ୍ୟ କରି ଟଙ୍କା ହଡ଼ପ

ରାଉରକେଲା,୨୧ା୯(ଦିନେଶ ମିଶ୍ର): ଶିକ୍ଷାକ୍ଷେତ୍ରରେ ଉନ୍ନତି ଆଣିବା ପାଇଁ ରାଜ୍ୟ ସରକାର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ଏହାସତ୍ତ୍ୱେ ଶିକ୍ଷା ବ୍ୟବସ୍ଥାରେ ସୁଧାର ଆସୁନାହିଁ। ଏହା କୌଣସି ଅପହଞ୍ଚ…

ଭାରତ-ପାକିସ୍ତାନ ଫାଇନାଲରେ ମୁହାଁମୁହିଁ ହେବେ କି? ଜାଣନ୍ତୁ ଦୁଇ ଦେଶ ମଧ୍ୟରେ ମ୍ୟାଚ କେବେ ଅନୁଷ୍ଠିତ ହେବ

ନୂଆଦିଲ୍ଲୀ,୨୧।୯: କ୍ରିକେଟରେ ଯେତେବେଳେ ଭାରତ ଓ ପାକିସ୍ତାନ ଦଳ ପରସ୍ପରର ମୁକାବିଲା କରନ୍ତି, ସେତେବେଳେ ଉତ୍ସାହ ଚରମ ସୀମାରେ ପହଞ୍ଚିଯାଏ। ବର୍ତ୍ତମାନ ସମୟରେ ଏହି ଦୁଇ ଦେଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?