କୋଟିଏରେ ଗୋଟିଏ ‘କୋଟଗରା’

କାମାକ୍ଷାନଗର, ୬।୩ – ରଙ୍ଗବେରଙ୍ଗ ଫୁଲଗଛରେ ଶୋଭା ବଢ଼ାଉଛି ଗ୍ରାମୀଣ ପାର୍କ। ଛୋଟ ପିଲାଙ୍କଠାରୁ ଆରମ୍ଭ କରି ବୟସ୍କଙ୍କ ଅବସର ବିନୋଦନ ପାଇଁ ରହିଛି ଭଳିକି ଭଳି ଦୋଳି। ଖାଲି ଏତିକି ନୁହେଁ, ଗ୍ରାମ୍ୟ ପୋଖରୀରେ ବୋଟିଂ ସହିତ ମୁକ୍ତାକାଶ ଜିମ୍‌ ଯାଏ ସମସ୍ତ ଅତ୍ୟାଧୁନିକ ସୁବିଧାର ଲାଭ ଉଠାଉଛନ୍ତି ଜନସାଧାରଣ। କୌଣସି ସହରରେ ନୁହେଁ, ଗୋଟିଏ ପଞ୍ଚାୟତରେ ଦେଖିବାକୁ ମିଳିଛି ଏଭଳି ବିକାଶର ଚିତ୍ର। ସ୍ଥାନୀୟ ଜନପ୍ରତିନିଧିଙ୍କ ଇଚ୍ଛାଶକ୍ତି ଏବଂ ଜନସାଧାରଣଙ୍କ ସହଯୋଗରେ ଏହା ସମ୍ଭବ ହୋଇପାରିଥିବାବେଳେ କୋଟିଏରେ ଗୋଟିଏ ପାଲଟିଛି ଢେଙ୍କାନାଳ ଜିଲା କାମାକ୍ଷାନଗର ବ୍ଲକର କୋଟଗରା ପଞ୍ଚାୟତ। ଏହାକୁ ଆଦର୍ଶ ପଞ୍ଚାୟତର ମାନ୍ୟତା ଦେବାକୁ ବ୍ଲକ ପ୍ରଶାସନ ପକ୍ଷରୁ ରାଜ୍ୟ ସରକାରଙ୍କୁ ଚିଠି ଲେଖାଯାଇଛି।
୧୯୯୨ରେ ରାୟନୃସିଂହପୁର ପଞ୍ଚାୟତରୁ ପୃଥକ୍‌ ହୋଇ ଗଠିତ ହୋଇଥିଲା କୋଟଗରା ପଞ୍ଚାୟତ। କୋଟଗରା, ଯୋଗୀଡ଼ିହ, ଗୋଦରିବିଲ, ଦଧିଖାଇ, ପଣ୍ଡୁଆ, ଶାଳିଅ, ମାଣ୍ଡୁକୁରା ଗ୍ରାମକୁ ଏଥିରେ ସାମିଲ କରାଯାଇଥିଲା। ପଞ୍ଚାୟତର ମୋଟ ଜନସଂଖ୍ୟା ୫,୬୨୦। ଭୋଟର ତାଲିକାରେ ୪,୨୦୩ ଜଣ ତାଲିକାଭୁକ୍ତ। ମୋଟ ଲୋକସଂଖ୍ୟା ଭିତରୁ ୩୧% ଅନୁସୂଚିତ ଜାତି ଓ ଜନଜାତିର। ରାଜ୍ୟର ଅନେକ ପଞ୍ଚାୟତରେ ସରକାରୀ ଟଙ୍କା ହେରଫେର, ଦୁର୍ନୀତି ସାଧାରଣ ଘଟଣାରେ ପରିଣତ ହୋଇଥିବାବେଳେ ଜନସାଧାରଣଙ୍କ ସହଯୋଗ ଏବଂ ଜନପ୍ରତିନିଧିଙ୍କ ଉଦ୍ୟମରୁ କୋଟଗରା ପଞ୍ଚାୟତ ପାଲଟିଛି ଅନ୍ୟମାନଙ୍କ ପାଇଁ ଆଦର୍ଶ। ପଞ୍ଚାୟତ ସଦରର ବିକାଶ ଚିତ୍ରରୁ ଏହା ବାରି ହୋଇପଡୁଛି। ଏଠାରେ ସାଧାରଣ ଲୋକଙ୍କ ଅବସର ବିନୋଦନ ପାଇଁ ତିଆରି କରାଯାଇଛି ଗ୍ରାମୀଣ ପ୍ରମୋଦ ଉଦ୍ୟାନ। ସେଠାରେ ରଙ୍ଗବେରଙ୍ଗର ଫୁଲଗଛ, ଛୋଟ ପିଲା, ବଡ଼ ଲୋକଙ୍କ ପାଇଁ ପୃଥକ୍‌ ଦୋଳି, ଓ୍ବାଟର ଫାଉଣ୍ଟେନ୍‌ ବ୍ୟବସ୍ଥା କରାଯାଇଛି। ଏହାର ନିକଟରେ ରହିଛି ଖେଳପଡ଼ିଆ, ମୁକ୍ତାକାଶ ବ୍ୟାୟାମଶାଳା। ବାର୍ଷିକ ସୂତ୍ରରେ ଗ୍ରାହକଙ୍କ ପାଇଁ ୧ ହଜାର ଟଙ୍କା, ୬ମାସ ପାଇଁ ୫୫୦ ଟଙ୍କା, ମାସିକ ୧୦୦ଟଙ୍କା ଶୁଳ୍କ ରଖାଯାଇଛି। ଦୈନିକ ପ୍ରବେଶ ଫି’ ୫ ଟଙ୍କା ଥିବାବେଳେ ୧ରୁ ୬ବର୍ଷ ଯାଏ ପିଲାଙ୍କ ପାଇଁ ଦେୟମୁ୍‌କ୍ତ ରହିଛି। ସଭାସମିତି, ବିବାହବ୍ରତ ଭଳି ମାଙ୍ଗଳିକ କାର୍ଯ୍ୟ ଲାଗି ନିର୍ମାଣ ହୋଇଥିବା କଲ୍ୟାଣ ମଣ୍ଡପ ରାଜସ୍ବ ବୃଦ୍ଧିରେ ସହାୟକ ହେଉଛି। ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ଖୋଳାଯାଇଥିବା ଆଦର୍ଶ ପୋଖରୀରେ ମାଛଚାଷ ସାଙ୍ଗକୁ ବୋଟିଂ ସୁବିଧା କରାଯାଇଛି। ପୋଖରୀ ହୁଡ଼ାରେ ବନୀକରଣ କରାଯାଇ ପର୍ଯ୍ୟଟକ ଅନୁକୂଳ ବାତାବରଣ ସୃଷ୍ଟି କରାଯାଇଛି।
ଆନୁଷଙ୍ଗିକ ବିକାଶ କାର୍ଯ୍ୟ ତ୍ୱରାନ୍ବିତ କରିବାକୁ ପଞ୍ଚାୟତ ପ୍ରଶାସନ ପକ୍ଷରୁ ଉଦ୍ୟମ ଜାରି ରହିଛି। ଗ୍ରାମୀଣ ପାର୍କକୁ ଆହୁରି ଆକର୍ଷଣୀୟ କରିବାକୁ ସେଠାରେ ପାଠାଗାର, ସାଧାରଣ ବୈଠକ ଗୃହ ନିର୍ମାଣ କରାଯିବ। ସକାଳେ ସନ୍ଧ୍ୟାରେ ମ୍ୟୁଜିକ୍‌ର ତାଳେ ତାଳେ ହାଲ୍‌କା ମୁହୂର୍ତ୍ତ ବିତାଇବା ଲାଗି ଆବଶ୍ୟକ ବ୍ୟବସ୍ଥା ହେବ। ପାର୍କକୁ ଆସୁଥିବା ଯାତ୍ରୀଙ୍କୁ ଚା’ ସ୍ନାକ୍ସ ସୁବିଧା ମିଳିବ। ଏବେ ଶାଳିଅକୁ ବାଦ୍‌ ଦେଲେ ଅନ୍ୟ ସମସ୍ତ ଗ୍ରାମରେ ପାନୀୟ ଜଳ ସୁବିଧା ଉପଲବ୍ଧ। ଖୁବ୍‌ଶୀଘ୍ର ଶାଳିଅର ପାଣିକଷ୍ଟ ଦୂର କରାଯିବାକୁ ଉଦ୍ୟମ ଚାଲିଛି। ଚାଷ ସୁବିଧା ଲାଗି ଇନ୍ଦ୍ରଜିତ ନାଳ ଚେକ୍‌ଡ୍ୟାମ ଜଳକୁ ବ୍ୟବହାର କରାଯିବ। ହାତୀ ଉପଦ୍ରବରୁ ଧନଜୀବନ ସୁରକ୍ଷା ଲାଗି ପଣ୍ଡୁଆ ଛକଠାରୁ ପଞ୍ଚାୟତ ସଦର ମହକୁମା ଯାଏ ୨କିମି ରାସ୍ତା ଆଲୋକୀକରଣ, ଦୈନିନ୍ଦିନ ବଜାର, ପ୍ରାଣୀଧନ ଚିକିତ୍ସା କେନ୍ଦ୍ର, ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ ଲାଗି ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହୋଇଛି। ବିଭିନ୍ନ ସୂତ୍ରରୁ ପଞ୍ଚାୟତକୁ ବାର୍ଷିକ ୩ ଲକ୍ଷ ଟଙ୍କା ରାଜସ୍ବ ମିଳୁଛି। ଆରମ୍ଭ ହୋଇଥିବା ପାର୍କ, ବ୍ୟାୟାମଶାଳା, କଲ୍ୟାଣମଣ୍ଡପ, ବୋଟିଂ ବ୍ୟବସ୍ଥାରୁ ଏହା ଆହୁରି ବଢ଼ିବ। ପ୍ରତି ଗ୍ରାମରେ ଆଦର୍ଶ ପୋଖରୀ ଖନନ ଦ୍ୱାରା ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ପ୍ରଶାସନ, ସ୍ଥାନୀୟ ଅଞ୍ଚଳବାସୀଙ୍କ ସହିତ ଆଲୋଚନା କରି ବିକାଶ ଧାରା ଜାରି ରଖିବାକୁ ଉଦ୍ୟମ ଚାଲିଥିବା ବିଡିଓ ଏବଂ ସରପଞ୍ଚ କହିଛନ୍ତି।

ଆଦର୍ଶ ପଞ୍ଚାୟତ ହେବା ଆଶା
ସରକାରୀ ଯୋଜନାରେ ଆସୁଥିବା ଅର୍ଥକୁ ଜନପ୍ରତିନିଧି ଠିକ୍‌ କାମରେ ଲଗାଉଛନ୍ତି। ସ୍ଥାନୀୟ ସରପଞ୍ଚ, ପିଡି ଡିଆର୍‌ଡିଏଙ୍କ ଇଚ୍ଛାଶକ୍ତି ଏବଂ ଅଞ୍ଚଳବାସୀଙ୍କ ସହଯୋଗରୁ କୋଟଗରା ପଞ୍ଚାୟତର ବିକାଶ ହୋଇପାରିଛି। ଏହାକୁ ରାଜ୍ୟର ଆଦର୍ଶ ପଞ୍ଚାୟତ କ୍ଲବରେ ସାମିଲ କରିବା ଲାଗି ରାଜ୍ୟ ସରକାରଙ୍କୁ ଚିଠି ଲେଖାଯାଇଛି।
– ବିକାଶ କୁମାର ମହାନ୍ତି, ବିଡିଓ
ଜନତାଙ୍କ ସହଯୋଗରୁ ସମ୍ଭବ ହୋଇଛି
ସରପଞ୍ଚ ଭାବେ ନିର୍ବାଚିତ ହେବାପରେ ପଞ୍ଚାୟତର ବିକାଶ ପ୍ରଥମ କର୍ତ୍ତବ୍ୟ ହୋଇଛି। ପଞ୍ଚାୟତବାସୀ ଗୋଟିଏ ସ୍ଥାନରେ ଯେଭଳି ସମସ୍ତ ସୁବିଧା ପାଇପାରିବେ ଏବଂ ଆମ ପଞ୍ଚାୟତ ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିବ, ସେସବୁକୁ ଦୃଷ୍ଟିରେ ରଖି କାର୍ଯ୍ୟ କରାଯାଉଛି। ଜନତାଙ୍କ ସହଯୋଗରୁ ଏହା ସମ୍ଭବ ହୋଇପାରିଛି।
– ଲଳିତ କୁମାର ସାହୁ, ସରପଞ୍ଚ
ଗୋଟିଏ ସ୍ଥାନରେ ସବୁ ସୁବିଧା ମିଳୁଛି
ପଞ୍ଚାୟତରେ ଆମୋଦପ୍ରମୋଦ ପାଇଁ ସବୁ ସୁବିଧା ରହିଛି। ବୟସ୍କଙ୍କଠାରୁ ଆରମ୍ଭ କରି ଛୋଟ ପିଲା ଯାଏ ସମସ୍ତେ ଏହାର ଲାଭ ନେଉଛନ୍ତି। ସାମରିକ ବାହିନୀରେ ଭର୍ତ୍ତି ହେବା ଲାଗି ଆଶାୟୀଙ୍କ ପାଇଁ ଓପନ ଜିମ୍‌ ବେଶ୍‌ ଉପକାରରେ ଆସୁଛି। ବିବାହ, ବ୍ରତଘର ଲାଗି ସ୍ବଳ୍ପମୂଲ୍ୟରେ କଲ୍ୟାଣମଣ୍ଡପର ସୁବିଧା ମିଳିପାରୁଛି।
– ପଙ୍କଜ ସାହୁ, କୋଟଗରା
ମନୋରଞ୍ଜନ ପାଇଁ ଭଲ ବ୍ୟବସ୍ଥା ହୋଇଛି
ପଞ୍ଚାୟତରେ ଖେଳପଡ଼ିଆ, ପାର୍କ, ବ୍ୟାୟାମଶାଳା କରାଯାଇଛି। ମନୋରଞ୍ଜନ ସାଙ୍ଗକୁ ନିଜକୁ ଫିଟ୍‌ ରଖିବାରେ ଏହା ବେଶ୍‌ ସହାୟକ ହେଉଛି। ସରପଞ୍ଚ ଏବଂ ଗ୍ରାମବାସୀଙ୍କ ଉଦ୍ୟମରେ ଏହା ସମ୍ଭବ ହୋଇପାରିଛି। ଭିତ୍ତିଭୂମିର ବିକାଶ ହେଲେ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଏହାର ସୁଫଳ ଅଞ୍ଚଳବାସୀଙ୍କୁ ନିଶ୍ଚିତ ଭାବେ ମିଳିବ।
– ଚନ୍ଦନ କୁମାର ସାହୁ, ଦଧିଖାଇ


Enter your email to get our daily news in your inbox.

All Right Reserved By Dharitri.Com

ଗାଁକୁ ଫେରୁଥିବାବେଳେ ଟ୍ରେନରୁ ଖସି ଦାଦନ ଶ୍ରମିକଙ୍କ ମୃତ୍ୟୁ

ପାତ୍ରପୁର, ୨୨।୧୨(ଉମା ଚରଣ ନେପାକ): ପାତ୍ରପୁର ବ୍ଳକ ବାଦପୁର ପଞ୍ଚାୟତ ତିନିଘରିଆ ଗ୍ରାମର ନରସିଂହ ନାଇକ (୨୮) ନେଲୁରୁ ସ୍ଥିତ ଦିଶା ନାମକ ଏକ କମ୍ପାନୀରେ...

MGNREGA ନାମ ବଦଳାଇବା ବିବାଦ: ରାଜରାସ୍ତାକୁ ଓହ୍ଲାଇଲା କଂଗ୍ରେସ, କେନ୍ଦ୍ର ସରକାରଙ୍କୁ ଦେଲା ଚେତାବନୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ନାମକୁ କେନ୍ଦ୍ର ସରକାର ଇତିମଧ୍ୟରେ ବଦଳାଇଛନ୍ତି। ଏଥିସହ ନୂଆ ଯୋଜନାରେ ବ୍ୟାପକ...

ଭଞ୍ଜନଗର ଏନ୍‌ଏସିକୁ ମିଳିଲା ମ୍ୟୁନିସିପାଲଟି ମାନ୍ୟତା: ମିଶିବ ଏହି ସବୁ ଗାଁ, ଖୁସିରେ ଅଞ୍ଚଳବାସୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନ୍‌ଏସିକୁ ସୋମବାରଠାରୁ ବିଧିବଦ୍ଧ ଭାବେ ମ୍ୟୁନିସିପାଲଟି ମାନ୍ୟତା ମିଳିଛି। ସେହିଭଳି ଜଗନ୍ନାଥପ୍ରସାଦ ପଞ୍ଚାୟତକୁ ଏନ୍‌ଏସି ମାନ୍ୟତା ମିଳିଛି। ଆଜି...

ହାଇଦ୍ରାବାଦରୁ ଫେରିଲେ ମୁଖ୍ୟମନ୍ତ୍ରୀ, ଚିଠି ଏପରି କହିଲେ ଧର୍ମେନ୍ଦ୍ର

ଭୁବନେଶ୍ୱର,୨୨।୧୨: ଓଡ଼ିଶା ରାଜ୍ୟ ପଛୁଆ ବର୍ଗ କମିଶନ (OSCBC) ର ପୁନର୍ଗଠନ ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବ୍ୟକ୍ତିଗତ...

ଦିନକ ପରେ ବରଗଡ଼ ଧନୁଯାତ୍ରା: ମହୋତ୍ସବକୁ ନେଇ ଏମିତି କହିଲେ ଜିଲାପାଳ

ବରଗଡ,୨୨।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ୭୮ତମ ବରଗଡ଼ ଧନୁଯାତ୍ରା ମହୋତ୍ସବକୁ ଆଉ ମାତ୍ର ଦିନେ ବାକି। ଆସନ୍ତା ୨୪ତାରିଖରୁ ଏହି ମହୋତ୍ସବ ଆରମ୍ଭ ହେବ।...

ଲିକ୍‌ ହୋଇ ଫାଟିଲା ରନ୍ଧନ ଗ୍ୟାସ୍‌ ସିଲିଣ୍ଡର, ଘରେ ଥିଲେ…

କୋକସରା,୨୨।୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଟେମରା ଗ୍ରାମରେ ରନ୍ଧନ ଗ୍ୟାସ୍‌ ଲିକେଜ ହୋଇ ନିଆଁ ଲାଗି ଯିବାରୁ ୪ ଜଣ ଗୁରୁତର...

ଟି-୨୦ ବିଶ୍ୱକପ ପାଇଁ ଚୟନ ହୋଇଥିବା ଭାରତୀୟ ଦଳ ଉପରେ ପ୍ରଶ୍ନ ଉଠାଇଲେ ୱାସିମ ଜାଫର, କହିଲେ ଇଶାନ-ୱାଶିଂଟନଙ୍କ ବଦଳରେ…

ନୂଆଦିଲ୍ଲୀ,୨୨।୧୨: ୨୦୨୬ ଟି୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ସୂର୍ଯ୍ୟକୁମାର ଯାଦବଙ୍କ ଅଧିନାୟକତ୍ୱରେ ଇଶାନ କିଷାନ ଦଳକୁ ଫେରିଛନ୍ତି। ଉପ-ଅଧିନାୟକ ଶୁବମନ ଗିଲ...

ପ୍ରଚେଷ୍ଟା ରହିଲେ ସଫଳତା ନିଶ୍ଚିତ ମିଳିବ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ସେଣ୍ଟ ଆନ୍ସ ଇଂଗ୍ରାଜୀ ମିଡିୟମ ସ୍କୁଲର ୧୯ ତମ ବାର୍ଷିକ ଉତ୍ସବ ସୋମବାର ସନ୍ଧ୍ୟାରେ ପାଳିତ ହୋଇଯାଇଛି। ଆୟୋଜିତ ଉତ୍ସବରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri