ଅନେକରେ ଏକ

ପାଞ୍ଚଶହ ବର୍ଷ ପୂର୍ବେ ମୋଗଲମାନେ ଉତ୍ତର ଭାରତରେ ଶାସନ କରୁଥିବା ସମୟରେ ସାରା ଭାରତରେ ଶୀଘ୍ର ଭକ୍ତି କାବ୍ୟର ବ୍ୟାପକ ଜାଗରଣ ସୃଷ୍ଟି ହୋଇଥିତ୍ଲା। ଭାରତର ଉତ୍ତରରୁ ଦକ୍ଷିଣ ପ୍ରାନ୍ତ ଯାଏ ଲୋକେ ଦୃଢ଼ଭାବ ସମ୍ବଳିତ ଭାଷାରେ ଦେବଦେବୀଙ୍କ ବିଭିନ୍ନ ରୂପ ପ୍ରତି ଭକ୍ତି ପ୍ରକାଶ କରୁଥିଲେ। ଦେବତାଙ୍କ ସେହି ରୂପଗୁଡ଼ିକ ମଧ୍ୟରେ କୃଷ୍ଣ ଅନ୍ୟତମ। କୃଷ୍ଣଙ୍କ ଉଦ୍ଦେଶ୍ୟରେ ସମର୍ପିତ ଭକ୍ତି ସଙ୍ଗୀତ ବା ଭଜନସବୁ ସ୍ଥାନୀୟ ଭାଷାରେ ରଚନା କରାଯାଇଛି। ଯେଉଁ ସବୁ ମନ୍ଦିରରେ କୃଷ୍ଣ ବିଭିନ୍ନ ନାମରେ ପରିଚିତ ତଥା ପୂଜିତ, ସେହି ମନ୍ଦିରଗୁଡ଼ିକ ସହ ଏହିସବୁ ଭଜନର ସମ୍ପର୍କ ରହିଛି। ସେଥିପାଇଁ କୃଷ୍ଣଙ୍କ ବିଭିନ୍ନ ରୂପକୁ ଆଧାର କରି ରଚିତ ଏହି ଭଜନଗୁଡ଼ିକ ସମ୍ପୂର୍ଣ୍ଣ ନିଆରା। ଯଦିଓ ସାରା ଭାରତରେ ପୁରାଣ, ଧର୍ମ ଏବଂ ଭାଷାରେ କୃଷ୍ଣ ଭକ୍ତିର ସମ୍ପର୍କ ରହିଛି ବୋଲି କହିଥାଉ, ତଥାପି ବାସ୍ତବତା ହେଉଛି ସେ ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ରୂପରେ ପ୍ରକଟ ହୋଇଛନ୍ତି। ଏପରିକି ଭାରତର ଗୋଟିଏ ଭାଗର ଲୋକେ ନିର୍ଦ୍ଦିଷ୍ଟ ଭାବେ ସବୁ ବିଷୟ ଅନୁଭବ ନ କରିବା ପର୍ଯ୍ୟନ୍ତ ଅନ୍ୟ ଅଞ୍ଚଳରେ ପୂଜାପାଉଥିବା କୃଷ୍ଣଙ୍କୁ ସେମାନେ ମାନିବା ସମ୍ଭାବନା ନ ଥାଏ। ଉଦାହରଣସ୍ବରୂପ, ରାଜସ୍ଥାନରେ କୃଷ୍ଣଙ୍କୁ ଶ୍ରୀନାଥଜୀ ଡାକନ୍ତି। ସେ ତାଙ୍କ ଅଙ୍ଗୁଳିରେ ଗିରି ଗୋବର୍ଦ୍ଧନକୁ ଉଠାଇ ଧରିଥିବା ରୂପରେ ଦୃଶ୍ୟମାନ ଏବଂ ତାଙ୍କ ଚକ୍ଷୁଯୁଗଳ ଦେଖିବାକୁ ନୌକା ସଦୃଶ। କିନ୍ତୁ ଓଡ଼ିଶାରେ କୃଷ୍ଣଙ୍କୁ ଲୋକେ ଜଗନ୍ନାଥ ବୋଲି ସମ୍ବୋଧନ କରନ୍ତି। ସେଠାରେ ଜଗନ୍ନାଥଙ୍କ ଅଧାଗଢ଼ା କାଠ ବିଗ୍ରହ ରୂପରେ କୃଷ୍ଣ ବିଦ୍ୟମାନ। ଏହି ବିଗ୍ରହକୁ ପ୍ରତି ୧୨ ବର୍ଷରେ କିମ୍ବା ଏହାଠୁ ଅଧିକ ବର୍ଷରେ ବଦଳାଯାଏ ଅର୍ଥାତ୍‌ ଏହାର ନବକଳେବର କରାଯାଇଥାଏ। ଏହି ବିଗ୍ରହର ଚକ୍ଷୁଯୁଗଳ ଗୋଲାକାର। ରାଜସ୍ଥାନରେ ଶ୍ରୀନାଥଜୀ ଏକୁଟିଆ ପୂଜା ପାଉଥିବାବେଳେ ଜଗନ୍ନାଥ ବଡ଼ ଭାଇ ବଳରାମ ଏବଂ ଭଉଣୀ ସୁଭଦ୍ରାଙ୍କ ସହ ପୁରୀ ଶ୍ରୀମନ୍ଦିରରେ ପୂଜା ପାଉଛନ୍ତି। ତେବେ ଦର୍ଶନ କରିବା ପାଇଁ ରାଜସ୍ଥାନରୁ ପୁରୀ ଆସୁଥିବା ଶ୍ରଦ୍ଧାଳୁମାନେ ସବୁ ବିଷୟରେ ଅବଗତ ହେଲେ ହିଁ ଜଗନ୍ନାଥଙ୍କୁ କୃଷ୍ଣ ବୋଲି ଅବଗତ ହେବେ। କିନ୍ତୁ ନାଥଦ୍ୱାରରେ ପୂଜିତ ଶ୍ରୀନାଥଜୀଙ୍କ ପ୍ରତିମା ତୁଳନାରେ ଜଗନ୍ନାଥଙ୍କ ମୂର୍ତ୍ତି ଏବଂ ନାମରେ ପୂରା ଭିନ୍ନତା ଥିବା ଜାଣିପାରିବେ।
ଗୁଜରାଟରେ କୃଷ୍ଣ ଦ୍ୱାରକାଧୀଶ କିମ୍ବା ଦ୍ୱାରକାର ପ୍ରଭୁ ଭାବେ ଜଣାଶୁଣା। ଏଠାରେ କିନ୍ତୁ ଦ୍ୱାରକାଧୀଶ ଚାରିବାହୁ ବା ଚତର୍ଭୁଜ ଦେବ ଭାବେ ବିଦ୍ୟମାନ। ସେ ବେଶି ବିଷ୍ଣୁଙ୍କ ଭଳି ଓ କମ୍‌ କୃଷ୍ଣଙ୍କ ରୂପରେ ପ୍ରକାଶିତ। ଦ୍ୱାରକାର ଦ୍ୱାରକାଧୀଶଙ୍କ ମୂର୍ତ୍ତି ମଧ୍ୟ ଗୁଜରାଟର ଡକୋରରେ ଦେଖିବାକୁ ମିଳନ୍ତି। ପଶ୍ଚିମବଙ୍ଗରେ ବାଉଲ (ଆଧ୍ୟାମତ୍ିକ ଲୋକଗୀତ) ପରମ୍ପରାରେ କୃଷ୍ଣଙ୍କୁ ଡାକନ୍ତି କେଶଟୋ। ଚୈତନ୍ୟ ମହାପ୍ରଭୁ କୃଷ୍ଣଙ୍କ ମୂର୍ତ୍ତିକୁ ମୁରଲୀଧର କରିଦେଲେ। କୃଷ୍ଣ ବଂଶୀ ଧରି ରାଧାଙ୍କ ସହ ଠିଆ ହୋଇଥିବା ଯୁଗଳ ମୂର୍ତ୍ତି ବହୁଳ ଭାବେ ଲୋକପ୍ରିୟ। ଏହି ମୂର୍ତ୍ତି ଗୌଡ଼ୀୟ ବୈଷ୍ଣବ ପରମ୍ପରାରେ ଦେଖିବାକୁ ମିଳେ। ଆସାମର ଶଙ୍କରଦେବ ପରମ୍ପରାରେ ଏବଂ ଆସାମର ସତାରଗୁଡ଼ିକ( ବୈଷ୍ଣବବାଦର ଏକଶରଣ ପରମ୍ପରା)ରେ କୃଷ୍ଣ ମାଧବ ନାମରେ ବେଶି ପରିଚିତ। ତାଙ୍କୁ ମଧୁ ( ହନି) ସହ ଯୋଡ଼ି ଏଭଳି ନାମକରଣ କରାଯାଇଛି। ତେବେ ନାମଘରରେ କୃଷ୍ଣଙ୍କର କୌଣସି ମୂର୍ତ୍ତି ଦେଖିବାକୁ ମିଳେନାହିଁ। ହେଲେ ସେଠାରେ ତାଙ୍କ ନାମ ଗାନ ହୋଇଥାଏ ଏବଂ ତାଙ୍କ କାହାଣୀଗୁଡ଼ିକ ବର୍ଣ୍ଣନା କରାଯାଏ।
ତୁମେ ଯଦି ପୁରାତନ ତାମିଲ ସାହିତ୍ୟ ପଢ଼ିବ, ତେବେ ଜଣେ ଗୋପାଳ ଦେବତା ଦେଖିବ ଯାହାଙ୍କୁ କୁହାଯାଉଛି ମାୟୋନ। ମାୟୋନଙ୍କ ଚାରିପାଖରେ ଗାଈ ଦୁହୁଁଥିବା ମହିଳାମାନେ ଘେରି ରହିଛନ୍ତି। ତାଙ୍କୁ ଲୋକେ ଶ୍ରଦ୍ଧାରେ ଡାକନ୍ତିି ନାପ୍ପିନାଇ। ବାସ୍ତବରେ ସେ କିଏ ତାହା ଜାଣିଲେ ଆମେ ଆଶ୍ଚର୍ଯ୍ୟ ହୋଇଯିବା। ଅତି ନିକଟରୁ ଅନୁଧ୍ୟାନ କଲେ ଜଣାପଡ଼େ ଯେ, ସେ ହେଉଛନ୍ତି ହିନ୍ଦୀ ସାହିତ୍ୟର କୃଷ୍ଣ ଏବଂ ନାପ୍ପିନାଇ ହେଉଛନ୍ତି ରାଧା। ଏ ହେଉଛନ୍ତି ସେହି ସମାନ ଦେବତା ଯାହାଙ୍କୁ ଭାରତର ଉତ୍ତର ଭାଗ ଏବଂ ଦକ୍ଷିଣାଞ୍ଚଳରେ ସମ୍ପୂର୍ଣ୍ଣ ଭିନ୍ନ ଭାବେ ବର୍ଣ୍ଣନା କରାଯାଇଛି। କର୍ନାଟକରେ କୃଷ୍ଣ ଚେନ୍ନାକେଶବ ବା ବାଲକୃଷ୍ଣ ଭାବେ ପୂଜା ପାଉଛନ୍ତି ଓ ସେ ଗୋଟିଏ ହାତରେ ଦହି ଗୋଳାଇବାରେ ବ୍ୟବହାର କରାଯାଉଥିବା ଖୁଆ ଧରିଛନ୍ତି। କେରଳରେ କୃଷ୍ଣ ଗୁରୁବାୟୁର ରୂପରେ ଦୃଶ୍ୟମାନ। ଗ୍ରହରାଜ ବୃହସ୍ପତି ଏବଂ ପବନ ଦେବତା ବାୟୁଙ୍କ ଦ୍ୱାରା ପୂଜିତ ଦେବଙ୍କୁ ଗୁରୁବାୟୁର ବୋଲି କୁହାଯାଏ। ଏହା ମଧ୍ୟ କୁହାଯାଏ ଯେ, ଏକଦା ଏହି ମୂର୍ତ୍ତିକୁ ଦେବକୀ ପୂଜା କରୁଥିଲେ ଏବଂ ବହୁ ବର୍ଷ ପୂର୍ବେ ତାହାକୁ ସେ କେରଳର ରାଜାମାନଙ୍କୁ ହସ୍ତାନ୍ତର କରିଥିଲେ।
ମହାରାଷ୍ଟ୍ରର ପଣ୍ଡରପୁରରେ କୃଷ୍ଣ ବିଠଲ ଭାବେ ପୂଜା ପାଉଛନ୍ତି। ତାଙ୍କ ସହ ରହିଛନ୍ତି ରୁକ୍ମିଣୀ। ଏଠାରେ କୃଷ୍ଣ କହୁଣି ବାହାରକୁ କରି ପାପୁଲି ଅଣ୍ଟାରେ ଦେଇ ଗୋଟିଏ ଇଟା ଉପରେ ଦଣ୍ଡାୟମାନ ହୋଇଛନ୍ତି। ପୁରାତନ ମରାଠୀ ରଚନାରେ ବିଥୋବା ଶବ୍ଦକୁ ବିଷ୍ଣୁ ବା ବିଠୁଙ୍କ ସହ ସମ୍ବନ୍ଧିତ କରାଯାଇଛି। ଆନ୍ଧ୍ରପ୍ରଦେଶର ତିରୁପତିରେ କୃଷ୍ଣ ବିଷ୍ଣୁଙ୍କ ଭଳି ଚତୁର୍ଦ୍ଧାମୂର୍ତ୍ତି ଭାବେ ବିଦ୍ୟମାନ ହେଲେ ମଧ୍ୟ ତାଙ୍କୁ ଗୋବିନ୍ଦ କିମ୍ବା ଗୋପାଳ ବୋଲି ସମ୍ବୋଧନ କରାଯାଇଥାଏ। ଏହା ବ୍ୟତୀତ ଚେନ୍ନାଇରେ ଏକ ଅପୂର୍ବ ମନ୍ଦିର ରହିଛି। ସେଠାରେ ଲୋକେ କୃଷ୍ଣଙ୍କୁ ପାର୍ଥସାରଥି ବୋଲି ଡାକନ୍ତି କିମ୍ବା ଅର୍ଜୁନଙ୍କ ସାରଥି ଭାବେ ବିବେଚନା କରିଥାଆନ୍ତି। ଏହା ଏକ ବିଶାଳ ମୂର୍ତ୍ତି ଏବଂ ତାଙ୍କର ନିଶ ରହିଛି। ଏଭଳି ଅତି ବିଚିତ୍ର ରୂପ ଭାରତର ଅନ୍ୟ କୌଣସିଠାରେ ଦେଖିବାକୁ ମିଳେନାହିଁ। ପାର୍ଥସାରଥି ହାତରେ ବଂଶୀ ନୁହେଁ, ବରଂ ଏକ ଶଙ୍ଖ ଧରିଛନ୍ତି। ଶିଖ୍‌ମାନଙ୍କ ଗୁରୁଗ୍ରନ୍ଥ ସାହିବରେ କୃଷ୍ଣଙ୍କ ଅନ୍ୟନାମ ହରି ଓ ମଧୁସୂଦନ ବାରମ୍ବାର ଉଲ୍ଲେଖ କରାଯାଇଛି।
ଏହିପରି ଭାରତର ବିଭିନ୍ନ ଭାଗରେ ଭିନ୍ନ ଭିନ୍ନ ରୂପରେ ଭିନ୍ନ ନାମରେ ପ୍ରଭୁ କୃଷ୍ଣ ଦୃଶ୍ୟମାନ ହୋଇଛନ୍ତି। ଅନେକ ନାମ ଓ ରୂପରେ ସେ ହିଁ ଏକ, ଅର୍ଥାତ୍‌ ସେ ହିଁ କୃଷ୍ଣ। ଏହିପରି ଏକତା ଓ ବିବିଧତାର ବିଚାର ପୌରାଣିକ କାହାଣୀରେ ମଧ୍ୟ ପରିପ୍ରକାଶ ହୋଇଛି। ବିଷ୍ଣୁଙ୍କ ଅଷ୍ଟମ ଅବତାର ଭାବେ କୃଷ୍ଣଙ୍କୁ ଗ୍ରହଣ କରାଯାଏ। ତେବେ କୃଷ୍ଣଙ୍କର ବିଭିନ୍ନ ଆଞ୍ଚଳିକ ରୂପକୁ ପୌରାଣିକ ସିଦ୍ଧାନ୍ତ ଦ୍ୱାରା ଏକ ବୋଲି ଦର୍ଶାଯାଇଛି।

  • ଦେବଦତ୍ତ ପଟ୍ଟନାୟକ
    devdutt.pattanaik@gmail.com

Enter your email to get our daily news in your inbox.

All Right Reserved By Dharitri.Com

ପୁରାଣ କଥାରେ ସୃଷ୍ଟିତତ୍ତ୍ୱ

ଆମ ଦେଶରେ ଆମେ ଯେତେବେଳେ ସୃଷ୍ଟିର ପୌରାଣିକ କଥା ସମ୍ପର୍କରେ ବିଚାର କରୁ, ସେତେବେଳେ ସଂସ୍କୃତ କାହାଣୀ ଉପସ୍ଥାପନ କରିଥାଉ। ବିଶେଷକରି ବିଷ୍ଣୁ ଅନନ୍ତନାଗ ଉପରେ ଶୟନ…

ରାଜା ଗୁଣେ ପ୍ରଜା

ପ୍ରଜାଙ୍କୁ ପ୍ରଜାମାନେ ଅନୁସରଣ କରିବା ସ୍ବାଭାବିକ କଥା। ରାଜାଙ୍କ ହାବଭାବ, ଚାଲିଚଳନ, କଥାବାର୍ତ୍ତା, ଆଚାର ବ୍ୟବହାର ଏପରି କି ଚିନ୍ତାଦର୍ଶନକୁ ପ୍ରଜାମାନେ ଅନୁସରଣ କରୁଥିଲେ। ତେଣୁ ଲୋକପ୍ରିୟ…

ଗୋଡ଼ ଖସିବ

ଆମେରିକା-ଇସ୍ରାଏଲ ମିଳିତ ଭାବେ ଇରାନ୍‌ ସହିତ ଯୁଦ୍ଧ କରୁଛନ୍ତି। ଇସ୍ରାଏଲ-ହମାସ୍‌ ସଂଘର୍ଷ ପ୍ରାୟ ଅଢ଼େଇ ବର୍ଷ ଧରି ଚାଲିଥିବା ବେଳେ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ୪ ବର୍ଷ ଅତିକ୍ରମ…

ଆଇନା ଓ ମଇନା

ଆଇନା ସବୁବେଳେ ସତ କହେ! ହୋଇଥିବ ବୋଧେ! ଏକଥା ସତ ବୋଲି ବି ମୋତେ ଲାଗିଲା। ଯଦିଓ ମୁଁ ସବୁବେଳେ ଆଇନା ଦେଖି ମୋ ରୂପ ସଜାଏ।…

ବରିଷ୍ଠ ନାଗରିକଙ୍କୁ ତାଚ୍ଛଲ୍ୟ

ମନୁଷ୍ୟ ସ୍ବାଭାବିକ ଜୀବନଚକ୍ରରେ ନିର୍ଦ୍ଦିଷ୍ଟ ବର୍ଷ ଅତିକ୍ରମ ପରେ ବୃଦ୍ଧାବସ୍ଥା ପ୍ରାପ୍ତହୁଏ । ଅନେକ ମାତାପିତା ବୃଦ୍ଧାବସ୍ଥାରେ ଅବହେଳାର ଶିକାର ହେଉଥିବା ଅନୁଭବକରି ମିଳିତ ଜାତିସଂଘ ସେମାନଙ୍କର…

ଭାଗ୍ୟ ବଳରେ

କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ହସ୍ପିିଟାଲରେ ୧୫ ମାର୍ଚ୍ଚ ବିଳମ୍ବିତ ରାତ୍ରିରେ ଟ୍ରମା କେୟାର ଇଣ୍ଟେନସିଭ୍‌ କେୟାର ୟୁନିଟ (ଆଇସିୟୁ)ରେ ଅଗ୍ନିକାଣ୍ଡ ଘଟି ୧୦…

ମଧ୍ୟପ୍ରାଚ୍ୟ ଯୁଦ୍ଧ

ମଧ୍ୟପ୍ରାଚ୍ୟ ଯୁଦ୍ଧର ତାଣ୍ଡବଲୀଳା ବଢିଚାଲିଛି। ଇରାନ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ଏବଂ ଇରାନର ଭୀଷଣ ପ୍ରତିଆକ୍ରମଣ ଯୁଦ୍ଧର ବିଭୀଷିକାକୁ ଆହୁରି ଗମ୍ଭୀର କରି…

କୃଷକ ବଜାର ଓ ଆର୍ଥିକ ସୁରକ୍ଷା

ଓଡ଼ିଶା ଦେଶର ଅଷ୍ଟମ ବୃହତ୍ତମ ରାଜ୍ୟ। ପ୍ରଚୁର କଞ୍ଚାମାଲ ଓ ଭିତ୍ତିଭୂମି ଥିବା ସତ୍ତ୍ୱେ ଆବଶ୍ୟକ ଶିଳ୍ପାୟନ ଅଭାବରୁ ଓଡ଼ିଶାରେ ଏବେ ବି ପ୍ରାୟ ୬୦-୭୦ ଭାଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri