ପ୍ରତି ୫ରେ ଜଣେ କର୍ମଚାରୀ ଉତ୍ପୀଡ଼ନର ଶିକାର

ଜେନେଭା,୭।୧୨: ବିଶ୍ୱରେ ପ୍ରତି ୫ ଜଣ କର୍ମଚାରୀଙ୍କ ମଧ୍ୟରୁ ଜଣେ କିମ୍ବା ତା’ଠାରୁ ଅଧିକ କାର୍ଯ୍ୟସ୍ଥଳରେ ଉତ୍ପୀଡ଼ନ କିମ୍ବା ହିଂସାର ଶିକାର ହେଉଛନ୍ତି। ଜାତିସଂଘ ଏବଂ ଇଣ୍ଟରନ୍ୟାଶନାଲ ଲେବର ଅର୍ଗାନାଇଜେଶନ୍‌ (ଆଇଏଲ୍‌ଓ) ପକ୍ଷରୁ ମିଳିତ ଭାବେ କରାଯାଇଥିବା ସର୍ଭେ ରିପୋର୍ଟରେ ଏହା ଉଲ୍ଲେଖ କରାଯାଇଛି। ୧୨୧ ଦେଶର ୭୪,୩୬୪ କର୍ମଚାରୀଙ୍କୁ ନେଇ ଏହି ସର୍ଭେ ହୋଇଛି। ଅଫିସ ବା କାର୍ଯ୍ୟସ୍ଥଳରେ କର୍ମଚାରୀଙ୍କ ଉପରେ ନିର୍ଯାତନାର ମାତ୍ରା କ୍ରମାଗତ ବଢ଼ିଚାଲିଥିବା ଜାତିସଂଘ ମତ ପ୍ରକାଶ କରିଛି।
ତଥ୍ୟ ଅନୁସାରେ ବିଶ୍ୱରେ ୭୪୩ ନିୟୁତ କର୍ମଚାରୀ (୨୨.୮% ଲୋକ) ଅଫିସରେ ବିଶେଷ ଭାବେ ଗୋଟିଏ ପ୍ରକାର ହିଂସା କିମ୍ବା ଉତ୍ପୀଡ଼ନର ଶିକାର ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଏକ ତୃତୀୟାଂଶ କର୍ମଚାରୀଙ୍କ କହିବା କଥା କର୍ମସ୍ଥଳରେ ସେମାନଙ୍କୁ ଏକାଧିକ ପ୍ରକାରର ନିର୍ଯାତନା ଦିଆଯାଇଛି। ୫ ବର୍ଷପୂର୍ବେ ସମାନ ସ୍ଥିତି ଦେଇ ଗତି କରିଥିବା ୫୫% କର୍ମଚାରୀ ଅନ୍ୟମାନଙ୍କ ଆଗରେ ଏ ବିଷୟରେ ଆଲୋଚନା କରିଛନ୍ତି।
କର୍ମସ୍ଥଳରେ ୧୭.୯% କର୍ମଚାରୀ (୫୮୩ ନିୟୁତ ଲୋକ) ମାନସିକ ନିର୍ଯାତନାର ଶିକାର ହୋଇଥିବାବେଳେ ୮.୫% (୨୭୭ ନିୟୁତ) କର୍ମଚାରୀ ଶାରୀରିକ ହିଂସା ଭୋଗିଛନ୍ତି। ଜାତିସଂଘ ରିପୋର୍ଟ ମୁତାବକ ୬.୩% କର୍ମଚାରୀଙ୍କୁ କର୍ମକ୍ଷେତ୍ରରେ ଯୌନ ନିର୍ଯାତନା ଦିଆଯାଉଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଲଜ୍ଜାବୋଧ ଯୋଗୁ ଅନେକେ ଏ ବିଷୟରେ ଆଲୋଚନା କରିବାକୁ ପଛାଉଥିବାବେଳେ ଆଉ କେତେଜଣ ନିଜ ଉପରେ ହେଉଥିବା ନିର୍ଯାତନାକୁ ସହିଯାଉଥିବା ଜଣାପଡ଼ିଛି। କାର୍ଯ୍ୟସ୍ଥଳରେ ହିଂସା ଏବଂ ନିର୍ଯାତନା ନିଷିଦ୍ଧ କରାଯିବାର ବିଷୟ। ଏହା ବିରୋଧରେ କୌଣସି ନିର୍ଦ୍ଦିଷ୍ଟ ନୀତି ନ ଥିବା ଯୋଗୁ ଏ ପ୍ରକାର ଘଟଣା ବୃଦ୍ଧି ପାଉଥିବା ଆଇଏଲ୍‌ଓ ଆସିଷ୍ଟାଣ୍ଟ ଡିରେକ୍ଟର ଜେନେରାଲ ମୁନୁଏଲା ଟୋମ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓରାକଲ୍‌ରୁ ଆମାଜନ୍‌ ଯାଏ ଛଟେଇ: ନିଯୁକ୍ତି ହରାଇଲେଣି ୧୨୦୦୦ ଭାରତୀୟ

ନୂଆଦିଲ୍ଲୀ , ୨ା୪:ଆଇଟି କ୍ଷେତ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀ ଏବଂ ପେସାଦାରଙ୍କ ପାଇଁ ଏବେ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ସବୁଠୁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ବର୍ତ୍ତମାନ…

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ଇରାନ ଉପରେ ବଡ଼ ଆକ୍ରମଣ କରିବ ଆମେରିକା: ସମୟ କହିଦେଲେ ଟ୍ରମ୍ପ

ଓ୍ବାଶିଂଟନ୍‌,୨।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗୁରୁବାର ଜାତି ଉଦ୍ଦେଶ୍ୟରେ ଏକ ଭାଷଣ ଦେଇଛନ୍ତି। ଟ୍ରମ୍ପ ସ୍ପଷ୍ଟ ଭାବରେ କହିଛନ୍ତି,ଯୁଦ୍ଧ ଏପର୍ଯ୍ୟନ୍ତ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

ଓଡ଼ିଆକୁ ଜାଣ, ଓଡ଼ିଶାକୁ ଜାଣ: କାଶୀ ବିଶ୍ୱବିଦ୍ୟାଳୟରେ ଶୁଭିଲା ଓଡ଼ିଆଙ୍କ ସ୍ବର

ଭୁବନେଶ୍ୱର,୨।୪(ସୌମ୍ୟରଞ୍ଜନ ରାଉତ):ଓଡ଼ିଶା ଦିବସ ପାଳନ ଅବସରରେ ‘ଓଡ଼ିଆକୁ ଜାଣ, ଓଡ଼ିଶାକୁ ଜାଣ’ ଶୀର୍ଷକ ୨ଦିନିଆ ଜାତୀୟ ସମ୍ମିଳନୀର ୨ୟ ସଂସ୍କରଣ କାଶୀ ହିନ୍ଦୁ ବିଶ୍ବବିଦ୍ୟାଳୟ ବାରାଣସୀରେ ଉଦ୍‌ଘାଟିତ…

ଓଜନ ହ୍ରାସ ଔଷଧ ବେଆଇନ ବିକ୍ରିକଲେ ଲାଇସେନ୍ସ ରଦ୍ଦ: କେନ୍ଦ୍ରର ଚେତାବନୀ

ନୂଆଦିଲ୍ଲୀ,୨ା୪:ଓଜନ ହ୍ରାସ ପାଇଁ ଉଦ୍ଦିଷ୍ଟ ଔଷଧଗୁଡ଼ିକ ଭାରତୀୟ ବଜାରରେ ସହଜରେ ଉପଲବ୍ଧ ହେଉଥିବାରୁ ଏହାର ଅପବ୍ୟବହାର ବଢ଼ିବାରେ ଲାଗିଛି। ଏଭଳି ଡ୍ରଗ୍ସ ବିକ୍ରେତାଙ୍କ ଲାଇସେନ୍ସ ରଦ୍ଦ କରାଯିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri