Posted inଫୁରସତ

ଶହେ ଟଙ୍କା ଥିଲା ମୋ ପ୍ରଥମ ରୋଜଗାର: ପ୍ରଦ୍ୟୁମ୍ନ ପଟ୍ଟନାୟକ

୧୯୮୦ ମସିହାର କଥା। ରେଭେନ୍‌ଶା କଲେଜରୁ ଏମ୍‌ଏ ପାସ୍‌ କରି ଘରକୁ ଫେରିଥାଏ। ଚାକିରି ପାଇଁ ଲିଖିତ ପରୀକ୍ଷା ଏବଂ ଇଣ୍ଟରଭ୍ୟୁ ଦେଉଥାଏ। ଦିନେ ଦୁଇଟି ନୂଆକରି ଗଢି ଉଠିଥିବା କଲେଜରୁ ଡାକରା ଆସିଲା ଅଧ୍ୟାପନା କରିବାକୁ। ଉତ୍ସାହର ସହ ସେଥିରୁ ଗୋଟିକରେ ଯାଇ ଯୋଗଦେଲି। ସେ କଲେଜଟି ଗୋଟିଏ ବର୍ଷ ଆଗରୁ ଆରମ୍ଭ ହୋଇଥିଲେ ବି ତା’ର ଅବସ୍ଥା ଥିଲା ଦୟନୀୟ, ଯାହା ମୋତେ ସେଥିରେ ଯୋଗ ଦେବା ପରେ ଜଣାଗଲା। କଲେଜର ସ୍ବୀକୃତି, ଅନୁଦାନ, ନିଜଘର, ଆସବାବ ଆଦି କୌଣସି ବ୍ୟବସ୍ଥା ନ ଥିଲା। କେବଳ ଥିଲା କେତେଜଣ ସ୍ଥାନୀୟ ବ୍ୟକ୍ତିଙ୍କର ଆନ୍ତରିକ ପ୍ରଚେଷ୍ଟା। ଥାଆନ୍ତି ଜଣେ ଅଧ୍ୟକ୍ଷ ଆଉ ମୋତେ ମିଶାଇ ୪ଜଣ ଅଧ୍ୟାପକ ଏବଂ ମୁଷ୍ଟିମେୟ ଛାତ୍ରୀଛାତ୍ର ଆସୁଥାଆନ୍ତି ପଢିବାକୁ। କଲେଜର ନିଜସ୍ବ ଶ୍ରେଣୀଗୃହ ନ ଥିବାରୁ କ୍ଲାସ୍‌ ଚାଲୁଥାଏ ସେଠାକାର ସରକାରୀ ଉଚ୍ଚ ବିଦ୍ୟାଳୟର କକ୍ଷଗୁଡ଼ିକରେ। ସେ କଲେଜରେ ଥିବା ଅଧ୍ୟକ୍ଷ ଏବଂ ଅନ୍ୟ ଅଧ୍ୟାପକମାନେ ଆସୁଥାଆନ୍ତି ଆଖପାଖ ଗାଁରୁ। ସାଇକେଲ କିମ୍ବା ଲୋକାଲ ଟ୍ରେନ୍‌ରେ ଆସି ଫେରିଯାଆନ୍ତି ସବୁଦିନ। ଦୂରରୁ ଆସିଥିବାରୁ ମୋତେ କିନ୍ତୁ ରହିବାକୁ ପଡୁଥାଏ ସେଠାରେ। କଲେଜର ଅଫିସ୍‌ ଘର ଭାବେ ବ୍ୟବହୃତ ହେଉଥାଏ ଜଣେ ବ୍ୟକ୍ତିଙ୍କର ବହି ଦୋକାନକୁ ଲାଗିଥିବା ଗୋଟିଏ କୋଠରି। ରାତ୍ରିଯାପନ ପାଇଁ ସେହି କୋଠରିଟି ଥିଲା ମୋର ଆଶ୍ରୟସ୍ଥଳ। ବେତନ ପାଇଁ ଚାକିରି କରୁଥିଲେ ବି ଘରୁ ଖାଇ ଯିବାଆସିବା କରୁଥିବା ଅଧ୍ୟାପକମାନେ ବେତନ ଉପରେ ନିର୍ଭର କରୁ ନ ଥାନ୍ତି। ମୋର କିନ୍ତୁ ଦୈନନ୍ଦିନ ଖର୍ଚ୍ଚ ପାଇଁ ଅର୍ଥ ଆବଶ୍ୟକ ହେଉଥାଏ। ହେଲେ କଲେଜରୁ କେତେ ମିଳିବ ଏବଂ କେବେ ମିଳିବ ସେ କଥା ମୋତେ ଜଣା ନ ଥାଏ। କଲେଜ ପରିଚାଳନା ସମିତିର ବୈଠକ ବସିବାକୁ ଥାଏ। ଆମେ ଆଶା କରୁଥାଉ ସେଦିନ ଆମ ବେତନ ବିଷୟରେ ନିଷ୍ପତ୍ତି ନିଆଯିବ। ନିର୍ଦ୍ଦିଷ୍ଟ ଦିନ ପରିଚାଳନା କମିଟି ବୈଠକ ବସିଲା, ସେଥିରେ କଲେଜ ଅଧ୍ୟକ୍ଷ ବି ସାମିଲ ଥିଲେ। କଲେଜର ଭବିଷ୍ୟତକୁ ନେଇ ଆଲୋଚନାବେଳେ ଆମ ଅଧ୍ୟାପକମାନଙ୍କର ବେତନ ବିଷୟ ଉତ୍‌ଥାପନ କରିବାକୁ ଆମେ ଅଧ୍ୟକ୍ଷଙ୍କୁ କହିଥାଉ। ଅଫସ୍‌ ଗୃହରେ ବୈଠକ ଚାଲିଥିବାବେଳେ ଆମେ ଉତ୍କଣ୍ଠାର ସହ ବାହାରେ ଅପେକ୍ଷା କରିଥାଉ। କିଛି ସମୟ ଆଲୋଚନା ପରେ ବୈଠକ ଶେଷହେଲା। ପରିଚାଳନା କମିଟି ସଦସ୍ୟଙ୍କୁ ବିଦାୟ ଦେଇ ଅଧ୍ୟକ୍ଷ ମହାଶୟ ଆସିଲେ ଆମ ଗହଣକୁ। ଆମେ ସବୁ ଉଦ୍‌ବିଗ୍ନ ହେଉଥାଉ ଆମ ଦରମା ବିଷୟରେ ଜାଣିବାକୁ। ମୋ ପୂର୍ବରୁ କାର୍ଯ୍ୟ କରୁଥିବା ଅଧ୍ୟାପକମାନଙ୍କୁ ଅଧ୍ୟକ୍ଷ କିଛି କିଛି ଟଙ୍କା ବାଣ୍ଟିଦେଲେ; ଯାହା ଥିଲା ସେମାନଙ୍କ ବାକିଆ ପ୍ରାପ୍ୟ ତୁଳନାରେ ନଗଣ୍ୟ। ମୋର କିନ୍ତୁ ସେ କଲେଜରେ ଯୋଗ ଦେବାର ଗୋଟିଏ ମାସ ବି ପୂରି ନ ଥାଏ। ତଥାପି ମୋତେ ଅଗ୍ରିମ ବେତନ ଆକାରରେ ମିଳିଥିଲା ଶହେଟଙ୍କା। ସେହି ଥିଲା ମୋ ପ୍ରଥମ ରୋଜଗାର। ଏତେ କମ୍‌ ପ୍ରାପ୍ୟକୁ ନେଇ ଅଧ୍ୟାପକମାନେ ଅସନ୍ତୋଷ ପ୍ରକାଶ କରିବାରୁ ଅଧ୍ୟକ୍ଷ ପରିହାସ ଛଳରେ କହିଲେ, ‘ଏପରି ଅନୁଷ୍ଠାନରେ ଚାକିରି କରିବାକୁ ହେଲେ ଆମେ କାନ୍ଦୁଥିବା ଯାହା ମିଳିଲା ବାନ୍ଧୁଥିବା’। ନୈରାଶ୍ୟ ମଧ୍ୟରେ ହାସ୍ୟରୋଳ ସୃଷ୍ଟି କରିଥିଲା ତାଙ୍କର ସେ ମନ୍ତବ୍ୟ। ଗୋଟିଏ ଦୁଇଟି ମାସ ମଧ୍ୟରେ ଅବଶ୍ୟ ମୁଁ ସେ କଲେଜ ଛାଡ଼ି ଅନ୍ୟ ଗୋଟିଏ କଲେଜରେ ଯୋଗଦେଲି। ସେଠାରେ ୬ମାସ ରହିବା ପରେ ୟୁକୋ ବ୍ୟାଙ୍କରେ ମୋର ଚାକିରି ହୋଇଗଲା। ଆଉ ତା’ର ୩ ବର୍ଷ ପରେ ସିଭିଲ୍‌ ସର୍ଭିସ ପାଇ ବିଭିନ୍ନ ପ୍ରତିରକ୍ଷା ହେଡ୍‌କ୍ୱାର୍ଟର୍ସରେ କାମ କରି ଶେଷରେ ୨୦୧୭ରେ ଚାକିରିରୁ ଅବସର ନେଲି। ଅବସର ପରେ ସାହିତ୍ୟ କ୍ଷେତ୍ରରେ ରୁଚି ଥିବାରୁ ଗପ, କବିତା, ଉପନ୍ୟାସ, ଶିଶୁଗଳ୍ପ ଆଦି ଲେଖି ଜୀବନରେ ବହୁ ପୁରସ୍କାର ଓ ସମ୍ମାନ ପାଇଥିଲେ ବି ସେହି ପ୍ରଥମ ରୋଜଗାରର ଅନୁଭୂତିକୁ ମନରୁ ଆଦୌ ପାସୋରି ପାରୁନି।


Enter your email to get our daily news in your inbox.

All Right Reserved By Dharitri.Com

ଦୁନିଆର ଏମିତି ଏକ ମନ୍ଦିର, ଯେଉଁଠି ରାଜା ରାମଙ୍କୁ ଗାର୍ଡ ଅଫ ଅନର ଦିଅନ୍ତି ପୋଲିସ, ରାଜକୀୟ ନିୟମ ଅନୁସାରେ…

ଭାରତରେ ଏମିତି ଏକ ସହର ଅଛି, ଦେବତାଙ୍କୁ ମନ୍ଦିରରେ ନୁହେଁ ବରଂ ରାଜକୀୟ ଆଡ଼ମ୍ବର ଏବଂ ମହିମା ସହିତ ଏକ ପ୍ରାସାଦରେ ପୂଜା କରାଯାଏ। ଏଠାରେ ପରମ୍ପରା…

ରୋଜଗାରର ପହିଲି ପୁଲକ ପାଇଥିଲି ବାପାଙ୍କ ଖୁସିରୁ: ନଳିନୀକାନ୍ତ ନାୟକ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି …

ଦୀର୍ଘ ବର୍ଷର ବ୍ୟବଧାନ ପରେ ଯେତେବେଳେ ନିଜ ପ୍ରଥମ ରୋଜଗାର ବିଷୟରେ କିଛି ଲେଖିବାକୁ ଯାଉଛି, ମୁଁ ବେଶ୍‌ ଭାବପ୍ରବଣ ହୋଇ ପଡୁଛି। ମୋ ପିଲାଦିନ କଟିଗଲା…

ଘର-ଘର LPG ସିଲିଣ୍ଡର ପହଞ୍ଚାଉଥିବା ବ୍ୟକ୍ତି ମାସକୁ କରନ୍ତି ୭୦ହଜାର ଟଙ୍କା ଯାଏ ରୋଜଗାର! କମିଶନ ବିଷୟରେ ଜାଣିଲେ ହୋଇଯିବେ ତାଜୁବ

ଏଲପିଜି ସିଲିଣ୍ଡର ଡେଲିଭରି କରୁଥିବା ବ୍ୟକ୍ତି କେତେ ରୋଜଗାର କରନ୍ତି? ଏଠାରେ ସେମାନଙ୍କର କମିଶନ ଏବଂ ମାସିକ ଆୟର ସମ୍ପୂର୍ଣ୍ଣ ବିବରଣୀ ଦିଆଯାଇଛି। ସାମ୍ପ୍ରତିକ ଦିନଗୁଡ଼ିକରେ, ଏଲପିଜି…

ଯୁଦ୍ଧ ଭିତରେ ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ: ଭାରତ ଉପରେ ପଡିବ ସାଂଘାତିକ ପ୍ରଭାବ!

ବୁଲଗେରିଆର ରହସ୍ୟମୟୀ ବାବା ଭେଙ୍ଗାଙ୍କ (Baba Vanga) ୨୦୨୬ ପାଇଁ ଯେଉଁ ଭବିଷ୍ୟବାଣୀ ଏବେ ତାହା ସତ ହେବାରେ ଲାଗିଛି! ବିଶେଷ କରି ଆମେରିକା, ଇସ୍ରାଏଲ ଏବଂ…

ପ୍ରକୃତିର ଅଜବ କାରନାମା: ବିନା ବିଶ୍ରାମରେ ୧୧ ଦିନରେ ୧୩,୫୬୦ କିଲୋମିଟର ଉଡ଼ିଲା ଏହି ପକ୍ଷୀ

ନୂଆଦିଲ୍ଲୀ,୧୨ା୩: ଆପଣମାନେ ଅନେକ ଦୂରଗାମୀ ବିମାନ ଯାତ୍ରା ବିଷୟରେ ଶୁଣିଥିବେ, କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ପକ୍ଷୀ ବିଷୟରେ କହିବୁ ଯାହା କୌଣସି ସୁପରମ୍ୟାନ୍‌ଠାରୁ…

ହୋଟେଲ ରୁମ୍‌ କିମ୍ବା ଚେଞ୍ଜିଂ ରୁମ୍‌ରେ ଅଛି କି ‘Hidden Camera’? ଏଭଳି ଉପାୟରେ କରନ୍ତୁ ଚିହ୍ନଟ, ନହେଲେ ରେକର୍ଡ ହୋଇଯିବ…

ଭୁବନେଶ୍ୱର,୬।୩: ଆଜିର ସମୟରେ ଟେକ୍ନୋଲୋଜି ଯେତିକି ଦ୍ରୁତ ଗତିରେ ଆଗକୁ ବଢ଼ୁଛି, ସେତିକି ପ୍ରାଇଭେସି ବା ଗୋପନୀୟତାକୁ ନେଇ ଚିନ୍ତା ମଧ୍ୟ ବଢ଼ିବାରେ ଲାଗିଛି। ଅନେକ ସମୟରେ…

ଧ୍ୱଂସ ହୋଇଯିବ ବିଶ୍ୱ! ଇସ୍ରାଏଲରେ ଏକ ଲାଲ ବାଛୁରୀ ଜନ୍ମ ହେବା ପରେ ଆତଙ୍କ ସୃଷ୍ଟି, ଭବିଷ୍ୟବାଣୀ କରିଥିଲେ…

ଇତିହାସରେ, ବିଶ୍ୱର ଶେଷ ବିଷୟରେ ଅନେକ ଭବିଷ୍ୟବାଣୀ କରାଯାଇଛି, ଯାହା ମଧ୍ୟରୁ ଅଧିକାଂଶ ସମ୍ପୂର୍ଣ୍ଣ ଭିତ୍ତିହୀନ। ଏହାର ଏକ ଉଲ୍ଲେଖନୀୟ ଉଦାହରଣ ୨୦୧୨ରେ ଥିଲା, ଯେତେବେଳେ ଦାବି…

ବୈଜ୍ଞାନିକଙ୍କ ବଡ଼ ଚେତାବନୀ, ଏହି ସ୍ଥାନରେ ଆକାଶରୁ ହେବ ରକ୍ତ ବର୍ଷା, ପରେ ବିଶ୍ୱରେ ଘଟିବ…

ବୈଜ୍ଞାନିକମାନେ ଏକ ବଡ଼ ଚେତାବନୀ ଦେଇଛନ୍ତି। ସେମାନେ କହିଛନ୍ତି, ଆଗାମୀ ଦିନରେ ପରିସ୍ଥିତି ଗମ୍ଭୀର ହେବାକୁ ଯାଉଛି। କୋପର୍ନିକସ ଆଟମୋସ୍ଫିଅର୍‌ ମନିଟରିଂ ସର୍ଭିସ (CAMS)ର ବିଶେଷଜ୍ଞଙ୍କ ଅନୁଯାୟୀ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri