ଭତ୍ତା, ରାଶନ ପାଇଁ ଜଙ୍ଗଲରେ ଚାଲିବାକୁ ପଡ଼େ ୬ କି.ମି.

ପାରଳାଖେମୁଣ୍ଡି,୨୭ା୭(ଗିରିଧାରୀ ପରିଛା): ରାଜ୍ୟ, କେନ୍ଦ୍ର ସରକାର ଉପାନ୍ତ ଅଞ୍ଚଳର ବିକାଶ ଲାଗି ବହୁ ଅର୍ଥ ଖର୍ଚ୍ଚ କରି ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ମାତ୍ର ଉପାନ୍ତ ଅଞ୍ଚଳର କେତେକ ଗ୍ରାମ ଏବେ ମଧ୍ୟ ବିକାଶଠାରୁ ଦୂରରେ ରହିଛି। ଗ୍ରାମବାସୀ ସର୍ବନିମ୍ନ ମୌଳିକ ସୁବିଧା ଟିକେ ପାଇପାରୁନାହାନ୍ତି। ଗଜପତି ଜିଲା ଗୁମ୍ମା ବ୍ଲକ ଅନ୍ତର୍ଗତ ନାମନଗଡ଼ ପଞ୍ଚାୟତର ନୂଆ ବିତିସିଂ, ଲକ୍ଷ୍ମୀପୁର ଓ ତଳଲକ୍ଷ୍ମୀପୁର ଗ୍ରାମର ଅଧିବାସୀମାନେ ମୌଳିକ ସୁବିଧା ସୁଯୋଗ ପାଇବାରୁ ବଞ୍ଚତ୍ତ ହେଉଥିବା ଅଭିଯୋଗ ହେଉଛି। ୫୦୦ରୁ ଊର୍ଦ୍ଧ୍ୱ ପରିବାର ବସବାସ କରୁଥିବା ଏହି ତିନିସାହିରେ ଯାତାୟାତ ଲାଗି ଭଲ ରାସ୍ତା ଖଣ୍ଡେ ନାହିଁ। ଶିକ୍ଷା, ସ୍ବାସ୍ଥ୍ୟସେବା ଓ ପାନୀୟଜଳ ସହ ଅନ୍ୟାନ୍ୟ ସମସ୍ୟାରେ ଛନ୍ଦି ହୋଇ ରହିଛନ୍ତି ଲୋକେ। ଏମିତି କି ଭତ୍ତା ଏବଂ ରାଶନ ଚାଉଳ ଆଣିବା ପାଇଁ କଦୁଆଭର୍ତ୍ତି ମାଟି ରାସ୍ତାରେ ଜଙ୍ଗଲ ଭିତରେ ଚାଲି ଚାଲି ୬ କିମି ଯିବାକୁ ପଡୁଛି। ବିଦ୍ୟାଳୟ ଯିବାକୁ ୩ କିମି ଦୂର ଗୋଷାଣୀ ବ୍ଲକକୁ ଯାଉଛନ୍ତି ଛାତ୍ରୀଛାତ୍ର। ଏଥିପାଇଁ ସେମାନଙ୍କୁ ନାଳ ପାରି ହେବାକୁ ପଡୁଥିବାରୁ ଅଧିକାଂଶ ସମୟରେ ସେମାନେ ପାଠପଢ଼ି ଯିବାକୁ ଅନିଚ୍ଛୁକ ହେଉଛନ୍ତି। ଛୋଟ ଛୋଟ ପିଲାଙ୍କୁ ପାଠ ପଢ଼ିବା ପାଇଁ ୬ କିମି ଜଙ୍ଗଲ ରାସ୍ତାରେ ଯିବାକୁ ପଡ଼ୁଥିବାରୁ ସେମାନେ ଭୟ କରୁଛନ୍ତି ବିଦ୍ୟାଳୟ ଯିବାକୁ। ଯେଉଁମାନେ ଯାଇ ନ ପାରୁଛନ୍ତି, ସେମାନେ ହଷ୍ଟେଲରେ ରହି ପାଠ ପଢ଼ୁଛନ୍ତି। ଛୋଟ ପିଲାଙ୍କ ପାଇଁ ହଷ୍ଟେଲ ସୁବିଧା ନ ଥିବାରୁ ମା’ବାପା ସେମାନଙ୍କୁ ୧୨ କି.ମି. ଦୂର ବିଦ୍ୟାଳୟକୁ ଆଣି ଛାଡୁଛନ୍ତି, ପୁଣି ଛୁଟି ହେଲେ ଆସି ଘରକୁ ନେଉଛନ୍ତି। ଗାଁକୁ ରାସ୍ତା ଭଲ ନ ଥିବାରୁ ଗ୍ରାମକୁ ଏଯାଏ ଚାରିଚକିଆ ଗାଡ଼ି ଆସିନି କି ଗ୍ରାମବାସୀ ଏପର୍ଯ୍ୟନ୍ତ ଚାରିଚକିଆ ଗାଡି ଦେଖିନାହାନ୍ତି। ରାସ୍ତା ଅବସ୍ଥା ହେତୁ ଗାଁକୁ ଆମ୍ବୁଲାନ୍ସ ଆସିପାରୁନି। ହଠାତ୍‌ କାହାର ସ୍ବାସ୍ଥ୍ୟ ଖରାପ ହେଲେ ବାଇକ୍‌ ଅବା ଭାରରେ ବୋହି ଗ୍ରାମବାସୀ ନେଉଛନ୍ତି ଡାକ୍ତରଖାନା। ଗାଁକୁ ପକ୍କା ରାସ୍ତା ଖଣ୍ଡେ ନିର୍ମାଣ କରିବାକୁ ଗ୍ରାମବାସୀ ପ୍ରଶାସନ ଓ ଜନପ୍ରତିନିଧିଙ୍କୁ ବାରମ୍ବାର ଜଣାଇ ନିରାଶ ହୋଇଛନ୍ତି। ଗ୍ରାମରେ ପାନୀୟ ଜଳ ସମସ୍ୟା ଲାଗି ରହିଛି। ଖରାଦିନେ ହାଣ୍ଡିଏ ପାଣିକୁ ଦୁଇ ତିନି ଦିନ ରଖି ବ୍ୟବହାର କରୁଥିବା ଗ୍ରାମବାସୀ ବର୍ଷାଋତୁରେ ମଧ୍ୟ ଦେଢ କି.ମି. ଦୂରରୁ ଝରଣା ପାଣି ଆଣି ଚଳୁଥିବା କହିଛନ୍ତି ଗ୍ରାମର ସୁମତ ଗମାଙ୍ଗ, ପ୍ରଦୀପ ଭୂୟଁା ଓ ନରେଶ ନାଥ। ଗ୍ରାମରେ ଥିବା ନଳକୂପରୁ ଗୋଳିଆ ପାଣି ବାହାରୁଛି। ଅତି ଆବଶ୍ୟକ ସ୍ଥଳେ ଏହାକୁ ଗରମ କରି ବ୍ୟବହାର କରୁଥିବା କହିଛନ୍ତି ସେମାନେ। ଗ୍ରାମକୁ ପକ୍କାରାସ୍ତା ଓ ପାନୀୟ ଜଳ ସମସ୍ୟା ଦୂର କରିବାକୁ ପ୍ରଶାସନ ପଦକ୍ଷେପ ନେବାକୁ ତିନିସାହିର ଗ୍ରାମବାସୀ ଦାବି କରିଛନ୍ତି। ଏ ସମ୍ପର୍କରେ ଜିଲା ମୁଖ୍ୟ ଉନୟନ ଅଧିକାରୀ ଶଙ୍କର କେରକେଟାଙ୍କୁ ପଚାରିବାରୁ ସେ କହିଲେ, ବ୍ଲକ ଉନ୍ନୟନ ଅଧିକାରୀଙ୍କୁ ରିପୋର୍ଟ ମାଗି କେଉଁ କାରଣରୁ ଗ୍ରାମରେ ପାନୀୟ ଜଳ ବ୍ୟବସ୍ଥା କରିବାରେ ଅବହେଳା ହୋଇଛି ତର୍ଜମା କରାଯିବ। ପରେ ଉକ୍ତ ଗ୍ରାମକୁ ରାସ୍ତା ନିର୍ମାଣ ସହ ଅନ୍ୟ ସମସ୍ୟାର ସମାଧାନ ମଧ୍ୟ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଗାଣ ମନ୍ତ୍ରୀଙ୍କ ବାସଭବନରୁ ସହାୟକଙ୍କ ମୃତ୍ୟୁ ନେଇ ସନ୍ଦେହ: ରାତି ଅଧିଆ ଶବ ବ୍ୟବଛେଦକୁ ନେଇ ଉଠୁଛି ପ୍ରଶ୍ନ

ଭୁବନେଶ୍ୱର,୩୧।୧(ତ୍ରିନାଥ ମହାନ୍ତି): ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀଙ୍କ କୃଷ୍ଣ ପାତ୍ରଙ୍କ ସରକାରୀ କ୍ବାର୍ଟରରୁ ଘରୋଥ ସହାୟକଙ୍କ ମୃତଦେହ ମିଳିବା ଘଟଣାକୁ ନେଇ ସନ୍ଦେହ ବଢିଛି। ଆହୁରି…

T20 World Cup ପାଇଁ ଆରମ୍ଭ ହେଲା କାଉଣ୍ଟ ଡାଉନ, ICC ରିଲିଜ କଲା Anthem song

ନୂଆଦିଲ୍ଲୀ,୩୧।୧: ICC ପୁରୁଷ T20 ବିଶ୍ୱକପ 2026 ଫେବୃଆରୀ ୭ରେ ଆରମ୍ଭ ହେବ। ଶ୍ରୀଲଙ୍କା ଭାରତ ସହିତ ଏହି ଟୁର୍ଣ୍ଣାମେଣ୍ଟର ସହ-ଆୟୋଜନ କରୁଛି। ମୋଟ ୨୦ଟି ଦଳ…

ବାଲ୍ୟ ବିବାହ ପାଇଁ ଚାଲିଥିଲା ପ୍ରସ୍ତୁତି, ପହଞ୍ଚିଗଲା ପ୍ରଶାସନ: ଆଉ ତା’ପରେ…

ଲୋଇସିଂହା,୩୧।୧(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଆଗଲପୁର ବ୍ଳକ ନଅଗାଁ(କ) ଗ୍ରାମରେ ଫେବୃଆରୀ ୨ରେ ହେବାକୁ ଥିବା ଏକ ବାଲ୍ୟ ବିବାହକୁ ଶନିବାର ରୋକିଛି ଜିଲା ପ୍ରଶାସନ। ଜିଲା…

ଦଶନ୍ଧିରେ ସର୍ବାଧିକ ଖସିଲା ରୁପା ଦର, ସୁନା ଦରରେ ବି ଲାଗିଲା ବ୍ରେକ୍‌, ସିଧା ୮୦୦୦ କମିଲା…

ଭୁବନେଶ୍ୱର,୩୧।୧: ସୁନା ଦରରେ ଲାଗିଲା ବ୍ରେକ୍‌। ଆଜି ପୁଣି କମିଲା ସୁନା ରୁପା ଦର। ୨୪ କ୍ୟାରେଟ ସୁନା ଦର ୮ହଜାର ୬୨୦ ଟଙ୍କା ହ୍ରାସ ପାଇଛି…

ସ୍ବାମୀଙ୍କ ଥଟ୍ଟାକୁ ସହିପାରିଲେନି ମଡେଲ ସ୍ତ୍ରୀ, ‘ମାଙ୍କଡ’ କହିଦେଲେ ବୋଲି…

ନୂଆଦିଲ୍ଲୀ,୩୧।୧: ମଜା କରିବା ଏକ ସୁଖୀ ପରିବାର ପାଇଁ ମହଙ୍ଗା ପଡିଲା। ସ୍ବାମୀ ତାଙ୍କ ସ୍ତ୍ରୀଙ୍କୁ ‘ମାଙ୍କଡ’ କହିଦେଲେ ବୋଲି ଆତ୍ମହତ୍ୟା କରିଦେଲେ ସ୍ତ୍ରୀ। ଏଭଳି ଘଟଣା…

ଫୁଲ ତୋଳିବା ପାଇଁ ଯାଇଥିଲେ ବୃଦ୍ଧା, ବାଟରେ ଘଟିଲା ବଡ଼ ଅଘଟଣ

ଦିଗପହଣ୍ଡି,୩୧।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୁଞ୍ଜିକଂୟା ଛକ ନିକଟରେ ଶନିବାର ଭୋର୍‌ ସମୟରେ ବାଇକ ଧକ୍କାରେ ଜଣେ ବୃଦ୍ଧାଙ୍କର ମୃତ୍ୟୁ ହୋଇଛି। ବୃଦ୍ଧା ଜଣଙ୍କ…

ବ୍ରିଜ୍‌ ତଳ ନାଳରୁ ମିଳିଲା ୨ ବର୍ଷ ଶିଶୁପୁତ୍ରର ମୃତଦେହ: କୁକୁର ସହିତ ଖେଳୁଖେଳୁ…

ପରଜଙ୍ଗ,୩୧।୧(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ କାମାକ୍ଷାନଗର ଥାନା ସିଆରିମାଳିଆ ଗାଁ ଓଭରବ୍ରିଜ୍‌ ତଳ ନାଳରୁ ଜଣେ ୨ ବର୍ଷ ଶିଶୁ ପୁତ୍ରର ମୃତଦେହ ଉଦ୍ଧାର…

ଜମି ଜବରଦଖଲ ବିରୋଧରେ ଗର୍ଜିଲେ ଗ୍ରାମବାସୀ: ତହସିଲଦାରଙ୍କ ଦ୍ୱାରସ୍ଥ ହୋଇ ଦେଲେ ଏମିତି ଚେତାବନୀ

ଥୁଆମୂଳ ରାମପୁର, ୩୧।୧ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ କାଣିଗୁମା ପଞ୍ଚାୟତରେ ଭୂମି ଜବରଦଖଲକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ଗ୍ରାମର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri