ପାଣି ପାଇଁ ଚଢ଼ିବାକୁ ପଡୁଛି ୨୫ ଫୁଟ ପାହାଡ଼

କେନ୍ଦୁଝର, ୧୩।୮(ସ୍ବ.ପ୍ର.): ସମସ୍ତଙ୍କୁ କିପରି ବିଶୁଦ୍ଧ ପାନୀୟ ଜଳ ମିଳିବ ସେ ନେଇ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଉଥିଲେ ହେଁ ଏବେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ବାଂଶପାଳ, ତେଲକୋଇ ଆଦି ବ୍ଲକ ଅଞ୍ଚଳରେ ଅନେକ ଗ୍ରାମ ଓ ବସ୍ତିର ଲୋକେ ପାନୀୟ ଜଳରୁ ବଞ୍ଚିତ ରହିଛନ୍ତି। କୋଟି କୋଟି ଟଙ୍କା ବ୍ୟୟରେ ବିଭିନ୍ନ ପ୍ରକାରର ଜଳ ଯୋଗାଣ ପ୍ରକଳ୍ପ ଜରିଆରେ ଜଳ ଯୋଗାଣ କରାଯାଉଛି। କିନ୍ତୁ ଏହି ପାହାଡିଆ ଅଞ୍ଚଳରେ ଲୋକମାନେ ନଦୀ, ଝରଣା, ପାଣି ଚୁଆ ଆଦିରୁ ପାଣି ସଂଗ୍ରହ କରି ଚାଲିଛନ୍ତି। ଅନେକ ଅଞ୍ଚଳରେ ପାନୀୟଜଳ ପାଇଁ ଲୋକଙ୍କୁ ପାହାଡ଼ ଚଢ଼ି ଯିବାକୁ ପଡୁଛି।
ସମସ୍ୟା କେନ୍ଦୁଝର ଜିଲା ବାଂଶପାଳ ବ୍ଲକ ଯାତ୍ରା ପଞ୍ଚାୟତ ମଙ୍ଗଳପୁର ସାହିରେ ଦେଖିବାକୁ ମିଳିଛି। ଏଠାରେ ୬୫ ଗରିବ ଆଦିବାସୀ ଶ୍ରେଣୀର ପରିବାର ବସବାସ କରୁଛନ୍ତି। ବହୁ କଷ୍ଟରେ ମୂଲ ମଜୁରୀ କରିଲେ ତାଙ୍କ ଘରେ ଚୁଲି ଜଳେ। ତେବେ ପିଇବା ପାଣି ପାଇଁ ନଳକୂଅଟିଏ ନାହିଁ। ଫଳରେ ପାଞ୍ଚ ଶହ ମିଟର ଦୂର ଯାଇ ୨୫ ଫୁଟ ପାହାଡ ତଳୁ ବେଡାନାଳ ଝରଣାରୁ ପ୍ରଦୂଷଣ ଯୁକ୍ତ ପାଣି ଆଣିବାକୁ ପଡୁଛି ବୋଲି କହିଛନ୍ତି। ବିଶେଷ କରି ମହିଳାମାନେ ଗରା, ଡେକଚି, ବାଲଟି ଆଦିରେ ପାଣି ଧରି ଯିବା ଆସିବାରେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବୋଲି ସାଇବାଣୀ ଜେନା ସମେତ ଅନ୍ୟମାନେ କହିଛନ୍ତି। ଅସ୍ବାସ୍ଥ୍ୟକର ପରିବେଶ ମଧ୍ୟରେ ଝରଣାରୁ ପାଣି ସଂଗ୍ରହ କରି ଆଣୁ ଥିବାରୁ ବିଭିନ୍ନ ପ୍ରକାର ରୋଗ ବ୍ୟାପିବା ଆଶଙ୍କା ରହିଛି। ଏଣୁ ବିଶୁଦ୍ଧ ଜଳ ଯୋଗାଇ ଦେବା ଜରୁରୀ ବୋଲି ଅବସରପ୍ରାପ୍ତ ଡାକ୍ତର ଲକ୍ଷ୍ମୀକାନ୍ତ ମହାନ୍ତି କହିଛନ୍ତି। ଏହାକୁ ନେଇ ସାଇବାଣୀ ସମେତ ବାସନ୍ତି ଗିରି, ନିକିତି ଗିରି, ପଠାଣି ବେହେରା, କୈଳାସ ପ୍ରଧାନ ପ୍ରମୁଖ ଗ୍ରାମବାସୀ ପୂର୍ବରୁ ପଞ୍ଚାାୟତ ଠାରୁ ଆରମ୍ଭ କରି ବ୍ଲକ ତଥା ଜିଲା ପ୍ରଶାସନ ନିକଟରେ ଅଭିଯୋଗ କରି ଆସୁଥିଲେ ହେଁ ସେମାନଙ୍କ ସମସ୍ୟା ସୁଧୁରୁ ନାହିଁ ବୋଲି କହିଛନ୍ତି। ବିଶେଷ କରି ବର୍ଷା ଦିନରେ ପାହାଡ଼ିଆ ରାସ୍ତାରେ ଯାତାୟତ ବିପଦପୂର୍ଣ୍ଣ ହେଉଥିବା ବେଳେ ମଇଳା ପାଣି ବ୍ୟବହାର ଯୋଗୁ ବିଭିନ୍ନ ପ୍ରକାର ରୋଗରେ ଆକ୍ରାନ୍ତ ହେବା ଆଶଙ୍କା ରହିଛି ବୋଲି ସେମାନେ କହିଛନ୍ତି। ଏଣୁ ପ୍ରଶାସନ ଏ ନେଇ ସ୍ବତନ୍ତ୍ର ଦୃଷ୍ଟି ଦେଇ ଏକ ନଳକୂଅ ଖନନ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅସ୍ତ ହେବେ ଶୁକ୍ରଦେବ; ୫ରାଶି ପାଇଁ ଅଶୁଭ, ଧନହାନି ସାଙ୍ଗକୁ….

ଜ୍ୟୋତିଷ ଶାସ୍ତ୍ରରେ ଶୁକ୍ରଦେବଙ୍କୁ ପ୍ରେମ, ଦାମ୍ପତ୍ୟ ଜୀବନ, ସମ୍ପର୍କ, ସୌନ୍ଦର୍ଯ୍ୟ, ଐଶ୍ୱର୍ଯ୍ୟ ଓ ଭୌତିକ ସୁଖର କାରକ ଭାବେ ବିବେଚନା କରାଯାଏ । ଜ୍ୟୋତିଷୀୟ ଗଣନା ଅନୁଯାୟୀ,…

ପୂର୍ବତନ ଭାଜପା ବିଧାୟକଙ୍କୁ ନିର୍ମମ ହତ୍ୟା; ୭୦-୮୦ ଜଣ ଲୋକ କ୍ରସର୍‌ ପ୍ଲାଣ୍ଟ ଉପରେ ଆକ୍ରମଣ କରି ନେଇଗଲେ ଜୀବନ…

ଜୟପୁର,୧୨।୧୦: ରାଜସ୍ତାନ ଭରତପୁରରେ ଖଣି କାର୍ଯ୍ୟକୁ ନେଇ ହୋଇଥିବା ବିବାଦ ମଧ୍ୟରେ ପୂର୍ବତନ ଭାଜପା ବିଧାୟକ ଅତର ସିଂହ ଭଦାନାଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି, ଯାହା…

ଆଖିରୁ ବହିଗଲା ଧାର ଧାର ଲୁହ…! ଶ୍ରେୟସ ଆୟରଙ୍କୁ ଏମିତି ପଡ଼ିଆରେ ଦେଖି ସହ୍ୟ କରିପାରିଲେ ନାହିଁ ଏହି ମହିଳା ପ୍ରଶଂସକ

ନୂଆଦିଲ୍ଲୀ,୧୨।୧୦: ଶ୍ରେୟସ ଆୟରଙ୍କ ଆଶ୍ଚର୍ଯ୍ୟଜନକ ପାଗଳାମି ଇନ୍ଦୋରରେ ଦେଖିବାକୁ ମିଳିଥିଲା। ୱେଷ୍ଟଇଣ୍ଡିଜ ବିପକ୍ଷରେ ଭାରତୀୟ ଅଧିନାୟକ ବାହାରକୁ ଯିବା ମାତ୍ରେ ତାଙ୍କର ଜଣେ ମହିଳା ପ୍ରଶଂସକ କାନ୍ଦିବାକୁ…

ବିଗ ବିଙ୍କ ଜନ୍ମଦିନରେ ସୋସିଆଲ ମିଡିଆରେ ଏଭଳି କହିଲେ ଐଶ୍ୱର୍ଯ୍ୟା, ଚାରିଆଡ଼େ ଚର୍ଚ୍ଚା

ମୁମ୍ବାଇ, ୧୨।୧୦: ବଲିଉଡ୍‌ର ମହାନାୟକ ଅମିତାଭ ବଚ୍ଚନଙ୍କ ଜନ୍ମଦିନ ତାଙ୍କ ପ୍ରଶଂସକଙ୍କ ପାଇଁ କୌଣସି ଉତ୍ସବଠାରୁ କମ୍ ନୁହେଁ। ପ୍ରତିବର୍ଷ ଅକ୍ଟୋବର ୧୧ ତାରିଖରେ ତାଙ୍କ ଜନ୍ମଦିନ…

ଘସିପୁରାରେ ମହିଳାଙ୍କୁ ହତ୍ୟା ଉଦ୍ୟମ : ବାପା-ପୁଅ ଗିରଫ

ହାଟଡିହୀ/ଆନନ୍ଦପୁର/ଛେନାପଦୀ,୧୨ା୧୦(ଶୁଭକାନ୍ତ ନାୟକ/ଶ୍ରୀଧର ମହାରଣା/ନିରାକାର ପରିଡା): କେନ୍ଦୁଝର ଜିଲା ଘସିପୁରା ଅଞ୍ଚଳର ଜଣେ ମହିଳାଙ୍କୁ କିଛି ଲୋକ ମିଳିମିଶି ଅଟକାଇବା, ଅଶ୍ଳୀଳ ଭାଷାରେ ଗାଳି ଦେବା ସହିତ ହତ୍ୟା…

ଖୁବ ଖୁସି ଅଛନ୍ତି ଅଧିନାୟକ ଶ୍ରେୟସ ଆୟର, ହେଲେ ଏହା ପଛର କାରଣ କ’ଣ ଜାଣନ୍ତୁ

ନୂଆଦିଲ୍ଲୀ,୧୨।୧୦: ରବିବାର ଭାରତ ୱେଷ୍ଟଇଣ୍ଡିଜକୁ ୧୪ ରନରେ ପରାସ୍ତ କରି ସିରିଜରେ ୨-୧ରେ ଅଗ୍ରଣୀ ହାସଲ କରିଛି। ଅଭିଷେକ ଶର୍ମାଙ୍କ ଅର୍ଦ୍ଧଶତକ ଏବଂ ଅନ୍ୟ ଖେଳାଳିଙ୍କ ଉପଯୋଗୀ…

ଏହି ଖେଳାଳିଙ୍କ ରେକର୍ଡ ଭାଙ୍ଗି ଇତିହାସ ରଚିଲେ ଅଭିଷେକ ଶର୍ମା,ସମସ୍ତେ କରୁଛନ୍ତି ଖୁବ ପ୍ରଶଂସା

ନୂଆଦିଲ୍ଲୀ,୧୨।୧୦: ଇନ୍ଦୋରରେ ୱେଷ୍ଟଇଣ୍ଡିଜ ବିପକ୍ଷ ମ୍ୟାଚରେ ଅଭିଷେକ ଶର୍ମା ୫ଟି ଛକା ଓ ୬ଟି ଚୌକା ସହାୟତାରେ ୬୯ ରନର ଏକ ଚମତ୍କାର ଇନିଂସ ଖେଳିଥିଲେ। ୨୩୦ର…

ଭୁବନେଶ୍ବରରେ ଚାଞ୍ଚଲ୍ୟ! ନେତ୍ରୀଙ୍କୁ ଯୌନ ନିର୍ଯାତନା; ହାବିଲ୍‌ଦାର ଗିରଫ, ଅଭିଯୋଗ ଚାପିଥିଲା ବଡ଼ଗଡ଼ ପୋଲିସ

ଭୁବନେଶ୍ୱର,୧୨ା୧୦(ତ୍ରିନାଥ ମହାନ୍ତି): ମହିଳାଙ୍କୁ ସୁରକ୍ଷା ବଦଳରେ ଇଜ୍ଜତ ଲୁଟୁଛି ପୋଲିସ। ଖୋଦ୍‌ ଜଣେ ରାଜନେତ୍ରୀଙ୍କୁ ୬ ମାସ ହେବ ଯୌନ ନିର୍ଯାତନା ଦେଉଥିଲେ ପୋଲିସ କର୍ମଚାରୀ। ରାତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?