ଝାଡ଼ାବାନ୍ତିରେ ଜଣେ ମୃତ, ୩ ଆକ୍ରାନ୍ତ

ପାପଡ଼ାହାଣ୍ଡି,୧୦ା୧୦(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ବ୍ଲକ ଶିରିଶି ପଞ୍ଚାୟତ ସୋରିଷପଦରଠାରେ ଝାଡ଼ାବାନ୍ତି ବ୍ୟାପୀ ସୋମବାର ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଆକ୍ରାନ୍ତ ହୋଇଛନ୍ତି। ମୃତକ ହେଲେ ତୁଳାବତୀ ଭତରା। ତାଙ୍କ ସ୍ବାମୀ ଟଙ୍କଧର ଭତରା ରବିବାର ଆକ୍ରାନ୍ତ ହୋଇ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ଗ୍ରାମରେ ଧନ୍ୟା ଭତରା ଓ ପୁଷ୍ପଲତା ଭତରା ଆକ୍ରାନ୍ତ ହୋଇ ଘରେ ଚିକିତ୍ସା ଜାରିରହିଛି। ଖବରପାଇ ଗ୍ରାମରେ ଏକ ଡାକ୍ତରୀ ଦଳ ପହଞ୍ଚି ଲୋକଙ୍କୁ ସଚେତନ କରାଉଛନ୍ତି।

ସୂଚନାନୁଯାୟୀ, ତୁଳାବତୀଙ୍କର ଆଜି ସକାଳେ ଦୁଇଥର ଝାଡ଼ା ହେବାରୁ ସେ ବାହାରକୁ ଯାଇଥିଲେ। ପରେ ଶେଜରେ ଝାଡ଼ା ହୋଇ ସେ ଉଠି ପାରି ନ ଥିଲେ। ସଙ୍ଗେ ସଙ୍ଗେ ଆମ୍ବୁଲାନ୍ସକୁ ଖବର ଦିଆଯାଇଥିଲା କିନ୍ତୁ ଆମ୍ବୁଲାନ୍ସ ବିଳମ୍ବରେ ପହଞ୍ଚିଥିଲା। ଯଦ୍ୱାରା ତୁଳାବତୀଙ୍କ ମୃତ୍ୟୁ ହୋଇଥିଲା। ଡାକ୍ତରୀ ଟିମ୍‌ ଗ୍ରାମର ପାଣିର ନମୁନା ପରୀକ୍ଷା ଲାଗି ପଠାଇଛନ୍ତି। ଝାଡ଼ାବାନ୍ତି ବ୍ୟାପିବାର କାରଣ ଜଣାପଡ଼ିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ତ୍ରୀର ପରକୀୟା ପ୍ରୀତି ଉପରେ ନଜର ରଖିବା ପଡ଼ିଲା ମହଙ୍ଗା: ଟୁଥବ୍ରଶ୍‌ରୁ ସନ୍ଦେହ କରି ଫସିଲେ ସ୍ୱାମୀ, କୋର୍ଟ କହିଲେ…

ନୂଆଦିଲ୍ଲୀ,୨।୯: ପତ୍ନୀଙ୍କ ପରକୀୟା ସମ୍ପର୍କ ଉପରେ ସନ୍ଦେହ ଉପୁଜିବା ପରେ ଆରମ୍ଭ ହେଲା ବିବାଦ । ସନ୍ଦେହ ଦୂର କରିବା ପାଇଁ ସ୍ୱାମୀ ଏମିତି ଏକ ପଦକ୍ଷେପ…

ଗାଧୋଇବା ସମୟରେ ନଦୀରେ ଭାସି ଜଣେ ନିଖୋଜ

ଗୁଣପୁର,୨ା୯(ସୁଜାତା ପାଢ଼ୀ): ଗାଧୋଇବା ସମୟରେ ନଦୀରେ ଭାସିଯାଇ ଜଣେ ନିଖୋଜ ହୋଇଥିବା ଜଣାପଡ଼ିଛି। ଘଟଣାଟି ଘଟିଛି ଗୁଣପୁର ବଂଶଧାରା ନଦୀରେ। ନିଖୋଜ ଜଣେ ବ୍ୟକ୍ତି ଓ ତାଙ୍କ…

ସାବଧାନ! UPI ଓ QR କୋଡ୍‌ ବ୍ୟବହାରକାରୀ ତୁରନ୍ତୁ କରନ୍ତୁ ଏହି କାମ, ୧୫ ସେପ୍ଟେମ୍ୱର ଡେଡ୍‌ଲାଇନ

ନୂଆଦିଲ୍ଲୀ,୨।୯: ଯଦି ଆପଣ ଜଣେ ଛୋଟ ବ୍ୟବସାୟୀ (ମର୍ଚାଣ୍ଟ) ଏବଂ QR କୋଡ କିମ୍ୱା UPI ମାଧ୍ୟମରେ ଡିଜିଟାଲ ପେମେଣ୍ଟ ଗ୍ରହଣ କରୁଛନ୍ତି, ତେବେ ଆପଣଙ୍କ ପାଇଁ…

ସ୍କୁଲରେ ବାଜିବ ବେଲ, ହେଲେ ଆଉ ବଜାଇବେନି ସନ୍ତୋଷ

ଭଞ୍ଜନଗର,୨।୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଲାଲସିଂସ୍ଥିତ କାହ୍ନୁ ରାଉତ ଉଚ୍ଚ ବିଦ୍ୟାଳୟର ପିଅନ ସନ୍ତୋଷ ଗୌଡ଼ (୫୮)ଙ୍କ ବୁଧବାର ଅକାଳ ବିୟୋଗରେ ବିଦ୍ୟାଳୟ…

ଭାରତର ଏହି ବଜାରରେ ବିକ୍ରି ହେଉଛି ଅଜଗର ଅଣ୍ଡା, ଦାମ୍‌ ଜାଣିଲେ…

ଭାରତର ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକ ସେମାନଙ୍କର ଅନନ୍ୟ ଖାଦ୍ୟ ପାଇଁ ସାରା ଦେଶରେ ଜଣାଶୁଣା। ନାଗାଲାଣ୍ଡ, ମଣିପୁର, ମିଜୋରାମ ଏବଂ ଅରୁଣାଚଳ ପ୍ରଦେଶର ଲୋକମାନେ ମାଛ, ମାଂସ ବ୍ୟତୀତ…

ସମସ୍ତଙ୍କ ହୃଦୟ ଜିଣିଲେ ସୋନୁ ସୁଦ: କାଠମାଣ୍ଡୁରେ ପହଞ୍ଚି…

କାଠମାଣ୍ଡୁ,୨।୯:ନେପାଳରେ ଭୟଙ୍କର ବନ୍ୟା ଶହ ଶହ ଲୋକଙ୍କ ଜୀବନକୁ ଭାଙ୍ଗି ଦେଇଛି। ଘରଗୁଡ଼ିକ ବାଲି ପରି ଭାସି ଯାଇଛି ଏବଂ ଶହ ଶହ ଲୋକ ପ୍ରାଣ ହରାଇଛନ୍ତି।…

ଗିଲ୍‌-ବୁମ୍‌ରାଙ୍କୁ ବଡ଼ ଝଟକା! ICC ଟେଷ୍ଟ ରାଙ୍କିଙ୍ଗ୍‌ରେ ବଡ଼ ଓଲଟପାଲଟ, ନୂଆ ତାଲିକା ଦେଖି ଚମକିଯିବେ!

ନୂଆଦିଲ୍ଲୀ,୨।୯: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ପକ୍ଷରୁ ନୂଆ ଟେଷ୍ଟ ରାଙ୍କିଙ୍ଗ୍‌ ଜାରି ହୋଇଛି। ବିଶ୍ୱର ବିଭିନ୍ନ ସ୍ଥାନରେ ଟେଷ୍ଟ କ୍ରିକେଟ ଚାଲିଥିବା ବେଳେ ଏହାର ପ୍ରଭାବ…

‘ଆମେରିକାର ରାଷ୍ଟ୍ରପତି ବି ହୋଇପାରନ୍ତି ବିଜୟ! ଡୋନାଲ୍ଡ ଟ୍ରମ୍ପଙ୍କ ସ୍ଥାନ ନେଇପାରନ୍ତି’, ଏମିତି କହିଲେ…

ଚେନ୍ନାଇ,୨।୯: ତାମିଲନାଡୁରେ ଟିଭିକେ (TVK) ସରକାରକୁ ନେଇ ଏଆଇଏଡିଏମ୍‌କେ ମହାସଚିବ ଏଡାପ୍ପାଡି କେ. ପଲାନିସ୍ବାମୀ ତୀବ୍ର କଟାକ୍ଷ କରିଛନ୍ତି। ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟଙ୍କ ଦାମୀ ଚାର୍ଟର୍ଡ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri