ଭୁବନେଶ୍ୱର,୧୮।୫: ଓଡ଼ିଶା କୋଲ୍ ଆଣ୍ଡ ପାଓ୍ବାର ଲିମିଟେଡ୍ (ଓସିପିଏଲ୍)ର ମନୋହରପୁର ୟୁନିଟ୍ ପକ୍ଷରୁ ଆୟୋଜିତ ଏକ ଦିନିକିଆ କର୍ମଶାଳା ନିକଟରେ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ନିମୋନୋକୋନିଓସିସ୍ ଉପରେ ଏକ ବୃତ୍ତିଗତ ସ୍ବାସ୍ଥ୍ୟ ଏବଂ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ପ୍ଲାଣ୍ଟ ପରିସରରେ ଆୟୋଜିତ ହୋଇଥିଲା। ଏପରିକି ଡିଜିଏମ୍ଏସ୍ ଭୁବନେଶ୍ୱର ଅଞ୍ଚଳ-୨ ଅଧୀନରେ ଓସିପିଏଲ୍ର ମନୋହରପୁର କୋଇଲା ଖଣି ପ୍ରକଳ୍ପଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରାୟ ୨୦୦ କର୍ମଚାରୀ ଅଂଶଗ୍ରହଣ କରିଥିଲାବେଳେ ସେମାନଙ୍କ ମଧ୍ୟରୁ ୫୦ଜଣଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ଏହି ଅବସରରେ ଖଣି ସୁରକ୍ଷା ନିର୍ଦ୍ଦେଶକ ପ୍ରଫୁଲ୍ଲ ରଞ୍ଜନ ଠାକୁର ଏବଂ ଖଣି ସୁରକ୍ଷା ଉପନିର୍ଦ୍ଦେଶକ ଉଲିମେଲା ଶିବଶଙ୍କର, ପ୍ରକଳ୍ପ ମୁଖ୍ୟ ଏଲ୍.ଆର୍.ସି . ରେଡ୍ଡି, ମାନବ ସମ୍ବଳ ମ୍ୟାନେଜର ବିଜୟ କୁମାର ସାହୁ, ଖଣି ଏଜେଣ୍ଟ ପ୍ରବୀଣ ରଞ୍ଜନ, ଖଣି ମ୍ୟାନେଜର ସୁଧାଂଶୁ ସିହ୍ନା ଓ ଏନ୍ଟିପିସିର ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ।
ସେହିଭଳି ଓସିପିଏଲ୍ର ମୁଖ୍ୟ ଚିକିତ୍ସା ଅଧିକାରୀ ରାଜେଶ ମାର୍ସେଲ ବାଜଙ୍କ ନେତୃତରେ ଓସିପିଏଲ୍ର ଡାକ୍ତରୀ ଦଳ ନିମୋନୋକୋନିଓସିସ୍- ଏକ ଧୂଳି ସମ୍ବନ୍ଧୀୟ ଫୁସ୍ଫୁସ୍ ରୋଗ ସମ୍ପର୍କରେ ବିସ୍ତୃତ ତଥ୍ୟ ଉପସ୍ଥାପନ କରିଥିଲେ। ଏପରିକି ନିମୋନୋକୋନିସିସ୍ର କାରଣ, ଲକ୍ଷଣ, ବିଭିନ୍ନ ପର୍ଯ୍ୟାୟ ଚିକିତ୍ସା ଏବଂ ପ୍ରତିରୋଧ ପଦକ୍ଷେପ ଆଦି ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ ଉପସ୍ଥିତ ଲୋକଙ୍କୁ ପ୍ରଶିକ୍ଷିତ କରାଯିବା ସହ ସଚେତନତା ସୃଷ୍ଟି ମଧ୍ୟ କରାଯାଇଥିଲା। ଅପରପକ୍ଷରେ ଖଣି ସୁରକ୍ଷା (ମାଇନ୍ସ ସେପ୍ଟି)ର ନିର୍ଦ୍ଦେଶକ ତଥା ଡେପୁଟି ଡାଇରେକ୍ଟର ନିମୋନୋକୋନିଓସିସ୍ ଭଳି ବୃତ୍ତିଗତ ରୋଗକୁ ରୋକିବା ପାଇଁ ଆଇନଗତ ଆବଶ୍ୟକତା ପାଳନ ଉପରେ ଗୁରୁତ୍ୱାରୋପ କରିଥିଲେ। ଏପରିକି କର୍ମକ୍ଷେତ୍ରରେ ଧୂଳି ନିୟନ୍ତ୍ରଣ ପଦକ୍ଷେପ ସହ ଖଣିରେ ନିୟମିତ ବାୟୁବାହୀ ଧୂଳି ସର୍ବେକ୍ଷଣ ଓ ସମସ୍ତ ଶ୍ରମିକ ଏବଂ ସୁପରଭାଇଜରଙ୍କ ଧୂଳି ମାସ୍କର ବାରମ୍ବାର ବ୍ୟବହାର ସହ ଖଣି ମାଲିକଙ୍କ ସ୍ବାସ୍ଥ୍ୟ ଏବଂ ନିରାପତ୍ତା ଆଦି ଉପରେ ଜୋର ଦେଇଥିଲେ।
ଶେୟାର ବଜାରରେ ହାହାକାର, ବୁଡ଼ିଗଲା ନିବେଶକଙ୍କ ୮ ଲକ୍ଷ କୋଟି
ମୁମ୍ବାଇ,୨୯।୯: ପଶ୍ଚିମ ଏସିଆ ସ୍ଥିତିକୁ ନେଇ ଉତ୍ପନ୍ନ ଭୂ-ରାଜନୈତିକ ଅସ୍ଥିରତା ଗତ କିଛି ସପ୍ତାହ ଧରି ଶେୟାର ବଜାର ପାଇଁ ନକାରାତ୍ମକ ସ୍ଥିତି ସୃଷ୍ଟି କରିଛି ।…
କେଉଁଠୁ ଆସିଲା ରହସ୍ୟମୟ ‘କଳା ହୀରା’? ଗବେଷଣାରୁ ସାମ୍ନାକୁ ଆସିଲା ଆଶ୍ଚର୍ଯ୍ୟଜନକ ସତ୍ୟ
କାସୁଗା (ଜାପାନ),୨୯।୯: ବ୍ରାଜିଲ ଓ ମଧ୍ୟ ଆଫ୍ରିକାରେ ମିଳୁଥିବା ଏକ କଳା ରଙ୍ଗର ପଥରକୁ ଦେଖିଲେ ପ୍ରଥମ ନଜରରେ ଏହା ଏକ ସାଧାରଣ କାଚ ପରି ଚକଚକ…
‘ଭାଜପା ରାମଙ୍କୁ ଚୋରି କରିଛି’, ମୁଖ୍ୟମନ୍ତ୍ରୀଙ୍କ ବୟାନକୁ ନେଇ ଦେଶରେ ହଇଚଇ
ନୂଆଦିଲ୍ଲୀ,୨୯।୯: ଭଗବାନ ରାମ ଓ ଭଗବାନ ଶିବଙ୍କୁ ନେଇ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ଏ. ରେବନ୍ତ ରେଡ୍ଡୀଙ୍କ ମନ୍ତବ୍ୟକୁ ନେଇ ରାଜନୀତି ଚର୍ଚ୍ଚା ତେଜ ହୋଇଛି । ଦିଲ୍ଲୀରେ…
ବିନା ମ୍ୟାଚ୍ ଖେଳି ସ୍ବର୍ଣ୍ଣ ଜିତିବ ଟିମ୍ ଇଣ୍ଡିଆ! ଜାଣନ୍ତୁ କ’ଣ ରହିଛି ସମୀକରଣ
ନୂଆଦିଲ୍ଲୀ,୨୯।୯: ଏସିଆନ ଗେମ୍ସ ୨୦୨୬ର ପୁରୁଷ କ୍ରିକେଟର ନକଆଉଟ ପର୍ଯ୍ୟାୟ ଉପରେ ବର୍ଷାର ପ୍ରଭାବ ଦେଖିବାକୁ ମିଳୁଛି। କ୍ୱାର୍ଟର ଫାଇନାଲ୍ରେ ଏକାଧିକ ମ୍ୟାଚ ବର୍ଷା ଯୋଗୁ ରଦ୍ଦ…
ସୃଷ୍ଟି ହେବ ବଡ଼ ଯୋଗ! ୪ଟି ରାଶିଙ୍କ ଉପରେ ବର୍ଷିିବ ଧନ, ଚାକିରିରେ ପଦୋନ୍ନତି
ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଆସନ୍ତା ୨ ଅକ୍ଟୋବର ୨୦୨୬, ଶୁକ୍ରବାର ଦିନ ବୁଧ ଓ ମଙ୍ଗଳ ଗ୍ରହ ୯୦ ଡିଗ୍ରୀ କୋଣରେ ରହିବେ। ଏହା ଫଳରେ ‘କେନ୍ଦ୍ର…
ସମ୍ବଲପୁର ଫ୍ୟାକ୍ଟ୍ରିଜ୍ ଆଣ୍ଡ ବଏଲର୍ସ ସହକାରୀ ନିର୍ଦ୍ଦେଶକଙ୍କ ଘରେ ରେଡ୍, ୭ ସ୍ଥାନରେ ଭିଜିଲାନ୍ସ ଚଢ଼ାଉ
ସମ୍ବଲପୁର,୨୯।୯(ପ୍ରମୋଦ ବହିଦାର): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସମ୍ବଲପୁର କାରଖାନା ଓ ବଏଲର୍ସର ସହକାରୀ ନିର୍ଦ୍ଦେଶକ ଉମାକାନ୍ତ ସାମନ୍ତରାୟଙ୍କ ବିରୋଧରେ ଓଡ଼ିଶା ଭିଜିଲାନ୍ସ ବିଭାଗ ପକ୍ଷରୁ…
ପ୍ରତିଶ୍ରୁତି ପରେ ହଟିଲା ବସ ଅବରୋଧ: ୩ ଘଣ୍ଟା ପରେ ଆନ୍ଦୋଳନରୁ ଓହରିଲେ ଗ୍ରାମବାସୀ
ଦାରିଙ୍ଗବାଡ଼ି, ୨୯।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିଆଙ୍ଗବାଲିଠାରେ ମୁଖ୍ୟମନ୍ତ୍ରୀ ବସ୍କୁ ଅଟକାଇ ଗ୍ରାମବାସୀଙ୍କ ପକ୍ଷରୁ କରାଯାଇଥିବା ବିକ୍ଷୋଭ ୩ ଘଣ୍ଟା ପରେ ପ୍ରତିଶ୍ରୁତି…
ବଙ୍ଗ ରାଜନୀତିରେ ହଇଚଇ; ଉପନିର୍ବାଚନ ପୂର୍ବରୁ ଦିଦିଙ୍କୁ ବଡ଼ ଝଟକା, ୧୦୦ରୁ ଅଧିକ….
କୋଲକାତା,୨୯।୯: ପଶ୍ଚିମବଙ୍ଗରେ ଆଗାମୀ ଉପନିର୍ବାଚନ ପୂର୍ବରୁ ତୃଣମୂଳ କଂଗ୍ରେସ (TMC)ରେ ଦଳୀୟ ପରିବର୍ତ୍ତନକୁ ନେଇ ଚର୍ଚ୍ଚା ଜୋର ଧରିଛି । ମାଲଦା ଜିଲାର ମହିଷ ବାଥାନୀ ଅଞ୍ଚଳର…

