ଓସିପିଏଲ୍‌ ପକ୍ଷରୁ ଦିନିକିଆ କର୍ମଶାଳା

ଭୁବନେଶ୍ୱର,୧୮।୫: ଓଡ଼ିଶା କୋଲ୍‌ ଆଣ୍ଡ ପାଓ୍ବାର ଲିମିଟେଡ୍‌ (ଓସିପିଏଲ୍‌)ର ମନୋହରପୁର ୟୁନିଟ୍‌ ପକ୍ଷରୁ ଆୟୋଜିତ ଏକ ଦିନିକିଆ କର୍ମଶାଳା ନିକଟରେ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ନିମୋନୋକୋନିଓସିସ୍‌ ଉପରେ ଏକ ବୃତ୍ତିଗତ ସ୍ବାସ୍ଥ୍ୟ ଏବଂ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ପ୍ଲାଣ୍ଟ ପରିସରରେ ଆୟୋଜିତ ହୋଇଥିଲା। ଏପରିକି ଡିଜିଏମ୍‌ଏସ୍‌ ଭୁବନେଶ୍ୱର ଅଞ୍ଚଳ-୨ ଅଧୀନରେ ଓସିପିଏଲ୍‌ର ମନୋହରପୁର କୋଇଲା ଖଣି ପ୍ରକଳ୍ପଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରାୟ ୨୦୦ କର୍ମଚାରୀ ଅଂଶଗ୍ରହଣ କରିଥିଲାବେଳେ ସେମାନଙ୍କ ମଧ୍ୟରୁ ୫୦ଜଣଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ଏହି ଅବସରରେ ଖଣି ସୁରକ୍ଷା ନିର୍ଦ୍ଦେଶକ ପ୍ରଫୁଲ୍ଲ ରଞ୍ଜନ ଠାକୁର ଏବଂ ଖଣି ସୁରକ୍ଷା ଉପନିର୍ଦ୍ଦେଶକ ଉଲିମେଲା ଶିବଶଙ୍କର, ପ୍ରକଳ୍ପ ମୁଖ୍ୟ ଏଲ୍‌.ଆର୍‌.ସି . ରେଡ୍ଡି, ମାନବ ସମ୍ବଳ ମ୍ୟାନେଜର ବିଜୟ କୁମାର ସାହୁ, ଖଣି ଏଜେଣ୍ଟ ପ୍ରବୀଣ ରଞ୍ଜନ, ଖଣି ମ୍ୟାନେଜର ସୁଧାଂଶୁ ସିହ୍ନା ଓ ଏନ୍‌ଟିପିସିର ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ।
ସେହିଭଳି ଓସିପିଏଲ୍‌ର ମୁଖ୍ୟ ଚିକିତ୍ସା ଅଧିକାରୀ ରାଜେଶ ମାର୍ସେଲ ବାଜଙ୍କ ନେତୃତରେ ଓସିପିଏଲ୍‌ର ଡାକ୍ତରୀ ଦଳ ନିମୋନୋକୋନିଓସିସ୍‌- ଏକ ଧୂଳି ସମ୍ବନ୍ଧୀୟ ଫୁସ୍‌ଫୁସ୍‌ ରୋଗ ସମ୍ପର୍କରେ ବିସ୍ତୃତ ତଥ୍ୟ ଉପସ୍ଥାପନ କରିଥିଲେ। ଏପରିକି ନିମୋନୋକୋନିସିସ୍‌ର କାରଣ, ଲକ୍ଷଣ, ବିଭିନ୍ନ ପର୍ଯ୍ୟାୟ ଚିକିତ୍ସା ଏବଂ ପ୍ରତିରୋଧ ପଦକ୍ଷେପ ଆଦି ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ ଉପସ୍ଥିତ ଲୋକଙ୍କୁ ପ୍ରଶିକ୍ଷିତ କରାଯିବା ସହ ସଚେତନତା ସୃଷ୍ଟି ମଧ୍ୟ କରାଯାଇଥିଲା। ଅପରପକ୍ଷରେ ଖଣି ସୁରକ୍ଷା (ମାଇନ୍ସ ସେପ୍ଟି)ର ନିର୍ଦ୍ଦେଶକ ତଥା ଡେପୁଟି ଡାଇରେକ୍ଟର ନିମୋନୋକୋନିଓସିସ୍‌ ଭଳି ବୃତ୍ତିଗତ ରୋଗକୁ ରୋକିବା ପାଇଁ ଆଇନଗତ ଆବଶ୍ୟକତା ପାଳନ ଉପରେ ଗୁରୁତ୍ୱାରୋପ କରିଥିଲେ। ଏପରିକି କର୍ମକ୍ଷେତ୍ରରେ ଧୂଳି ନିୟନ୍ତ୍ରଣ ପଦକ୍ଷେପ ସହ ଖଣିରେ ନିୟମିତ ବାୟୁବାହୀ ଧୂଳି ସର୍ବେକ୍ଷଣ ଓ ସମସ୍ତ ଶ୍ରମିକ ଏବଂ ସୁପରଭାଇଜରଙ୍କ ଧୂଳି ମାସ୍କର ବାରମ୍ବାର ବ୍ୟବହାର ସହ ଖଣି ମାଲିକଙ୍କ ସ୍ବାସ୍ଥ୍ୟ ଏବଂ ନିରାପତ୍ତା ଆଦି ଉପରେ ଜୋର ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ହାର ମାନିବାକୁ ପ୍ରସ୍ତୁତ ନୁହେଁ ଇରାନ, କେମିତି ହେବ ଶାନ୍ତି ଆଲୋଚନା? ଟ୍ରମ୍ପଙ୍କୁ ଫୋନ ଲଗାଇଲେ ନେତାନ୍ୟାହୁ

ଓ୍ବାଶିଂଟନ,୨୪।୩: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଏକ ଉତ୍କଟ ସ୍ଥିତିରେ ପହଞ୍ଚିଛି। ଗୋଟିଏ ପଟେ, ବେଞ୍ଜାମିନ ନେତାନ୍ୟାହୁ ଜାରି ଆକ୍ରମଣ ବିଷୟରେ କହୁଛନ୍ତି, ଅନ୍ୟପଟେ ଡୋନାଲ୍ଡ ଟ୍ରମ୍ପ ଇରାନ ସହିତ…

IPL 2026: କୋଲକାତାର କ୍ୟାପ୍ଟେନ ହେବେକି ରିଙ୍କୁ ସିଂ? KKRକୁ ପରାମର୍ଶ ଦେଲେ….

ନୂଆଦିଲ୍ଲୀ,୨୪।୩: ତିନିଥର ଚାମ୍ପିଅନ୍ କୋଲକାତା ନାଇଟ୍ ରାଇଡର୍ସ ପୁଣି ଥରେ ଅଜିଙ୍କ୍ୟ ରାହାଣେଙ୍କ ଅଧିନାୟକତ୍ୱରେ ମଇଦାନକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଉଛି । ଗତ ସିଜନରେ କେକେଆରର ଅଧିନାୟକ…

ନଇଁବାକୁ ପ୍ରସ୍ତୁତ ନୁହେଁ ଇରାନ, ଆମେରିକାକୁ ଦେଲା ଅଲ୍ଟିମେଟମ, ‘ଗ୍ୟାରେଣ୍ଟି ଦିଅ, ନଚେତ୍‌ ମୁଣ୍ଡ ବଦଳରେ ମୁଣ୍ଡ…’

ତେହରାନ୍‌,୨୪।୩: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସମ୍ପ୍ରତି କହିଛନ୍ତି ଯେ ଇରାନ ଏକ ଚୁକ୍ତିରେ ପହଞ୍ଚିବାକୁ ଚାହୁଁଛି; କିନ୍ତୁ, ଇରାନ ପକ୍ଷରୁ ଏକ କଠୋର ବିବୃତ୍ତି ଆସିଛି।…

କଲମ୍ବିଆରେ ସେନା ବିମାନ ଦୁର୍ଘଟଣା; ୬୬ ଯବାନ ମୃତ, ଭିଡିଓ ଦେଖିଲେ….

କଲମ୍ବିଆ,୨୪।୩: କଲମ୍ବିଆରେ ଏକ ବଡ଼ ବାୟୁସେନା ବିମାନ ଦୁର୍ଘଟଣା ଘଟିଛି । ପ୍ରତିରକ୍ଷା ମନ୍ତ୍ରଣାଳୟ ଅନୁଯାୟୀ, ୧୨୫ ଜଣ ସୈନିକଙ୍କୁ ନେଇ ଯାଉଥିବା ଏକ ବିମାନ ପୁଏର୍ଟୋ…

ଇରାନ-ଆମେରିକା ଯୁଦ୍ଧରେ ମଧ୍ୟସ୍ଥତା କରିବ ପାକିସ୍ତାନ! ଟ୍ରମ୍ପଙ୍କ ସହ କଥା ହେଲେ ମୁନିର

ଇସଲାମାବାଦ,୨୪।୩: ଇରାନ ଏବଂ ଆମେରିକା ମଧ୍ୟରେ ସମାଧାନ ପାଇଁ ପ୍ରୟାସ ତୀବ୍ର ହୋଇଛି। ଗୋଟିଏ କ୍ଷେତ୍ରରେ, ଆମେରିକା ଏବଂ ଇରାନ ମଧ୍ୟରେ ବିବାଦର ଅନ୍ତ ଘଟାଇବା ପାଇଁ…

କାତ୍ୟାୟନୀ ବେଶରେ ଦର୍ଶନ ଦେଉଛନ୍ତି ମା’ ସମଲେଶ୍ବରୀ, ଦର୍ଶନ ପାଇଁ ସକାଳୁ ସକାଳୁ ଭକ୍ତଙ୍କ ଭିଡ଼

ବରଗଡ଼,୨୪।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା’ ସମଲେଇଙ୍କ ବାସନ୍ତୀକ ନବରାତ୍ର ପୂଜା ଜାରି ରହିଛି। ଷଷ୍ଠ ଦିବସ ମଙ୍ଗଳବାରରେ ଦେବୀ କାତ୍ୟାୟନୀ ବେଶରେ ଦର୍ଶନ ଦେଇଛନ୍ତି…

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ: ଏହି ତାରିଖ ଯାଏ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ଏନଏସି ପ୍ରଶାସନ ପକ୍ଷରୁ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜାତୀୟ ଜନଗଣନା ୨୦୨୭ର ପ୍ରଥମ ପର୍ଯ୍ୟାୟ…

ଗଞ୍ଜାମରେ ଜୋରଦାର ଧରପକଡ: ୩ ଦିନରେ ଗାଡି ଚାଳକଙ୍କଠୁ ଆଦାୟ ହେଲାଣି ୩୯ ଲକ୍ଷରୁ ଅଧିକ ଜରିମାନା

ଛତ୍ରପୁର,୨୩।୩ (ଦିଲ୍ଲୀପ ସାମଲ): ଏଣିକି ବେପରୁଆଓ ନିୟମ ଉଲ୍ଲଙ୍ଘନ କରୁଥିବା ଗାଡି ଚାଳକଙ୍କୁ ସାବାଡ କରାଯିବ । ସଡ଼କ ଦୁର୍ଘଟଣା ଓ ମୃତ୍ୟୁସଂଖ୍ୟା ହ୍ରାସ ଲକ୍ଷ୍ୟରେ ସ୍ବତନ୍ତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri