ଓସ୍‌ମେ ମହିଳା ଶିଳ୍ପୋଦ୍ୟୋଗୀ ସଂଘର ନୂତନ କର୍ମକର୍ତ୍ତା

ଭୁବନେଶ୍ୱର,୧୮।୫: ରାଜ୍ୟର ପ୍ରମୁଖ ଶିଳ୍ପ ସଂଘ ତଥା କଟକ ଖପୁରିଆ ଶିଳ୍ପାଞ୍ଚଳଠାରେ ଥିବା ଓଡ଼ିଶା ଆସମ୍ବଲି ଅଫ୍‌ ସ୍ମଲ ଆଣ୍ଡ ମିଡିୟମ ଏଣ୍ଟରପ୍ରାଇଜେସ୍‌ (ଓଏଏସ୍‌ଏମ୍‌ଇ ବା ଓସ୍‌ମେ)ର ଓଡ଼ିଶା ମହିଳା ଶିଳ୍ପୋଦ୍ୟୋଗୀ ସଂଘର ନୂତନ କର୍ମକର୍ତ୍ତା ନିର୍ବାଚନ ନିକଟରେ ସଂଘର ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି। ଓସ୍‌ମେ ଓଡ଼ିଶା ମହିଳା ଶିଳ୍ପୋଦ୍ୟୋଗୀ ସଂଘର କେନ୍ଦ୍ରୀୟ ସ୍ବତନ୍ତ୍ର ସଂଘ ୨୦୨୪-୨୬ ବର୍ଷ ପାଇଁ ନୂତନ କର୍ମକର୍ତ୍ତା ନିର୍ବାଚନ ନିକଟରେ ଆୟୋଜିତ ହୋଇଯାଇଛି। ଓସ୍‌ମେର କେନ୍ଦ୍ରୀୟ ଅର୍ଥ ସଚିବ ଆଦିକନ୍ଦ ରାଉତ ଓ ଉପାଧ୍ୟକ୍ଷ ରଣଜିତ୍‌ କୁମାର ସାହୁ ନିର୍ବାଚନ ଅଧିକାରୀ ଭାବେ ଦାୟିତ୍ୱ ତୁଲାଇଥିଲାବେଳେ ସଂଘର ଅଧ୍ୟକ୍ଷ ଗୌରୀଶଙ୍କର ଦାଶ, ମହାସଚିବ ସାତ୍ତ୍ୱିକ ସ୍ବାଇଁ, ଅତିରିକ୍ତ ସଚିବ ଅଭିଳାଷ ଦାଶ ପ୍ରମୁଖ ଉପସ୍ଥିତ ଥିଲେ। ମହିଳା ଶିଳ୍ପୋଦ୍ୟୋଗୀ ଶାଖାର ନୂତନ କର୍ମକର୍ତ୍ତା ଜ୍ୟୋତିର୍ମୟୀ ମହାନ୍ତି ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲାବେଳେ ଉପାଧ୍ୟକ୍ଷ ଭାବେ ଅମ୍ରିତା ପାତ୍ର, ସମ୍ପାଦକ ଅନ୍ବେଷା ରାଉତ, ଯୁଗ୍ମ ସମ୍ପାଦକ ସୋନାଲି ଶତପଥୀ, ସଙ୍ଗଠନ ସମ୍ପାଦକ ବିଜୟିନୀ ମିଶ୍ର, କାର୍ଯ୍ୟନିର୍ବାହୀ ସମ୍ପାଦକ କଳ୍ପନା ଧଳ, କୋଷାଧ୍ୟକ୍ଷ ସଙ୍ଗୀତା ଦାସ ଏବଂ ସଂଘର ପଲିସି ଆଫେୟାର୍ସ ବୁଝିବା ପାଇଁ ସୁରେଖା ରାଉତରାୟ ପ୍ରମୁଖ ନିର୍ବାଚିତ ହୋଇଥିଲେ। କଟକ ଜିଲା ମହିଳା ସଂଘ ପାଇଁ ରୀନା ବେହେରା ସମ୍ପାଦକ ଭାବେ ମନୋନୀତ ହୋଇଥିଲେ। କେନ୍ଦ୍ରୀୟ ପରିଚାଳନା ସମିତିକୁ ସଭ୍ୟ ଭାବେ ଚନ୍ଦନା ଦାସ, ରଶ୍ମିତା ପ୍ରସାଦ, ଶିବାନୀ ପଣ୍ଡା, ବନଜା ବେହେରା, ଗାୟତ୍ରୀ ପଟ୍ଟନାୟକ, ପ୍ରଭାତୀ ନାୟକ ଓ କବିତା ସାହୁ ପ୍ରମୁଖ ମନୋନୀତ ହୋଇଥିଲେ। ନିର୍ବାଚନ ଅଧିକାରୀ ଆଦିକନ୍ଦ ରାଉତ ସମସ୍ତ ନିର୍ବାଚିତ ପ୍ରତିନିଧିଙ୍କୁ ଶପଥ ପାଠ କରାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

‘ଭାଜପା ରାମଙ୍କୁ ଚୋରି କରିଛି’, ମୁଖ୍ୟମନ୍ତ୍ରୀଙ୍କ ବୟାନକୁ ନେଇ ଦେଶରେ ହଇଚଇ

ନୂଆଦିଲ୍ଲୀ,୨୯।୯: ଭଗବାନ ରାମ ଓ ଭଗବାନ ଶିବଙ୍କୁ ନେଇ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ଏ. ରେବନ୍ତ ରେଡ୍ଡୀଙ୍କ ମନ୍ତବ୍ୟକୁ ନେଇ ରାଜନୀତି ଚର୍ଚ୍ଚା ତେଜ ହୋଇଛି । ଦିଲ୍ଲୀରେ…

ବିନା ମ୍ୟାଚ୍‌ ଖେଳି ସ୍ବର୍ଣ୍ଣ ଜିତିବ ଟିମ୍‌ ଇଣ୍ଡିଆ! ଜାଣନ୍ତୁ କ’ଣ ରହିଛି ସମୀକରଣ

ନୂଆଦିଲ୍ଲୀ,୨୯।୯: ଏସିଆନ ଗେମ୍ସ ୨୦୨୬ର ପୁରୁଷ କ୍ରିକେଟର ନକଆଉଟ ପର୍ଯ୍ୟାୟ ଉପରେ ବର୍ଷାର ପ୍ରଭାବ ଦେଖିବାକୁ ମିଳୁଛି। କ୍ୱାର୍ଟର ଫାଇନାଲ୍‌ରେ ଏକାଧିକ ମ୍ୟାଚ ବର୍ଷା ଯୋଗୁ ରଦ୍ଦ…

ସୃଷ୍ଟି ହେବ ବଡ଼ ଯୋଗ! ୪ଟି ରାଶିଙ୍କ ଉପରେ ବର୍ଷିିବ ଧନ, ଚାକିରିରେ ପଦୋନ୍ନତି

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଆସନ୍ତା ୨ ଅକ୍ଟୋବର ୨୦୨୬, ଶୁକ୍ରବାର ଦିନ ବୁଧ ଓ ମଙ୍ଗଳ ଗ୍ରହ ୯୦ ଡିଗ୍ରୀ କୋଣରେ ରହିବେ। ଏହା ଫଳରେ ‘କେନ୍ଦ୍ର…

ସମ୍ବଲପୁର ଫ୍ୟାକ୍ଟ୍ରିଜ୍ ଆଣ୍ଡ ବଏଲର୍ସ ସହକାରୀ ନିର୍ଦ୍ଦେଶକଙ୍କ ଘରେ ରେଡ୍, ୭ ସ୍ଥାନରେ ଭିଜିଲାନ୍ସ ଚଢ଼ାଉ

​ସମ୍ବଲପୁର,୨୯।୯(ପ୍ରମୋଦ ବହିଦାର): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସମ୍ବଲପୁର କାରଖାନା ଓ ବଏଲର୍ସର ସହକାରୀ ନିର୍ଦ୍ଦେଶକ ଉମାକାନ୍ତ ସାମନ୍ତରାୟଙ୍କ ବିରୋଧରେ ଓଡ଼ିଶା ଭିଜିଲାନ୍ସ ବିଭାଗ ପକ୍ଷରୁ…

ପ୍ରତିଶ୍ରୁତି ପରେ ହଟିଲା ବସ ଅବରୋଧ: ୩ ଘଣ୍ଟା ପରେ ଆନ୍ଦୋଳନରୁ ଓହରିଲେ ଗ୍ରାମବାସୀ

ଦାରିଙ୍ଗବାଡ଼ି, ୨୯।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିଆଙ୍ଗବାଲିଠାରେ ମୁଖ୍ୟମନ୍ତ୍ରୀ ବସ୍କୁ ଅଟକାଇ ଗ୍ରାମବାସୀଙ୍କ ପକ୍ଷରୁ କରାଯାଇଥିବା ବିକ୍ଷୋଭ ୩ ଘଣ୍ଟା ପରେ ପ୍ରତିଶ୍ରୁତି…

ବଙ୍ଗ ରାଜନୀତିରେ ହଇଚଇ; ଉପନିର୍ବାଚନ ପୂର୍ବରୁ ଦିଦିଙ୍କୁ ବଡ଼ ଝଟକା, ୧୦୦ରୁ ଅଧିକ….

କୋଲକାତା,୨୯।୯: ପଶ୍ଚିମବଙ୍ଗରେ ଆଗାମୀ ଉପନିର୍ବାଚନ ପୂର୍ବରୁ ତୃଣମୂଳ କଂଗ୍ରେସ (TMC)ରେ ଦଳୀୟ ପରିବର୍ତ୍ତନକୁ ନେଇ ଚର୍ଚ୍ଚା ଜୋର ଧରିଛି । ମାଲଦା ଜିଲାର ମହିଷ ବାଥାନୀ ଅଞ୍ଚଳର…

ଗଭୀର ଅବପାତରେ ପରିଣତ ହେଲା ଅବପାତ: ଆଜି ଝଡ଼ବର୍ଷା ନେଇ ୮ ଜିଲାକୁ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୯।୯ (ବନ୍ଦନା ସେଠୀ):ଉତ୍ତର ଆଣ୍ଡାମାନ ସାଗର ଓ ସଂଲଗ୍ନ ମ୍ୟାନ୍‌ମାର ଉପକୂଳ ଉପରେ ଥିବା ଅବପାତ ସୋମବାର ଗଭୀର ଅବପାତରେ ପରିଣତ ହୋଇଛି। ଏହା ଉତ୍ତର-ଉତ୍ତର…

ମହାନଦୀ ଜଳବିବାଦ ସମାଧାନ କରିବେ ଶାହା: ଅକ୍ଟୋବର ୧ରେ ମିଳିପାରେ ଖୁସିଖବର

ଭୁବନେଶ୍ୱର,୨୯ା୯(ସୁନିତ୍‌ ମିଶ୍ର):ଓଡ଼ିଶା ଏବଂ ଛତିଶଗଡ଼ ମଧ୍ୟରେ ଦୀର୍ଘବର୍ଷ ହେଲା ମହାନଦୀ ଜଳ ବିବାଦ ଲାଗି ରହିଛି। ଏହି ବିଷୟ ବର୍ତ୍ତମାନ ଟ୍ରିବ୍ୟୁନାଲରେ ବିଚାରାଧୀନ ରହିଛି। ତେବେ କିଛିଦିନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?