ଅଦିନିଆ ବର୍ଷା, ସଙ୍କଟରେ ଧାନଚାଷୀ

ରାଜକନିକା,୨୨ା୧୨(ସଞ୍ଜୟ କୁମାର ଦାଶ): କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଲକ କୃଷି ବିଭାଗ ଆକଳନ ଅନୁଯାୟୀ ଚଳିତ ଖରିଫ ଋତୁରେ ପ୍ରାୟ ୧୪ହଜାର ହେକ୍ଟର ଜମିରେ ଧାନ ଚାଷ ହୋଇଥିଲା । ଚାଷୀର ଫସଲ ବଞ୍ଚିବା ପାଇଁ ଯେତେବେଳେ ବର୍ଷାର ନିତ୍ୟାନ୍ତ ପ୍ରୟୋଜନ ଥିଲା, ସେତେବେଳେ ଚାଷୀଙ୍କ ସହ ଲୁଚକାଳି ଖେଳିଥିଲା । ଫଳରେ ବର୍ଷାକୁ ଚାହିଁ ଚାଷୀର ଚାଷ ବିଳମ୍ବ ହୋଇଥିଲା । ହେଲେ ଏବେ ଅମଳ ସମୟରେ ଚାଷୀର ବର୍ଷାର ଆଦୌ ପ୍ରୟୋଜନ ନ ଥିବା ବେଳେ, ଦାଉ ସାଧିଛି ଅଦିନିଆ ବର୍ଷା ା ଧାନ ଉଜୁଡିବା ଭୟ ଚାଷୀଙ୍କୁ ଘାରିଲା । ସଙ୍କଟରେ ଧାନ ଚାଷୀ । ଶୁକ୍ରବାର ଠାରୁ ଶନିବାର ଦିନ ତମାମ କୋହଲା ପାଗ ସାଙ୍ଗକୁ ଝିପଝିପ ବର୍ଷା ଚାଷୀ ଆଖିରୁ ନିଦ ହଜାଇ ଦେଇଛି । ଆଗରୁ ଅମଳ କରିଥିବା କିଛି ଚାଷୀ ଏବେ ତା’ର ସୁନାର ଫସଲକୁ ଅମଳ କରି ଖଳା, ରାସ୍ତା କଡ ବା ନିଜ ଛାତ ଉପରେ ଘୋଡାଇ ରଖିଛି । ହେଲେ, ଲଗାଣ ଝିପି ଝିପ ବର୍ଷାରେ ସାଧାରଣ ପାଣିପାଲ କେତେଦୂର ଅମଳ ଧାନକୁ ସୁରକ୍ଷା ଦେବ ସେହି ଚିନ୍ତାରେ ଚାଷୀ ।
ପଛରେ ଚାଷ କରିଥିବା କେତେଜଣ ଚାଷୀ ଏବେ ଅମଳ କରିଥିଲେ । କଟାଯାଇଥିବା ଧାନ ଗଛଗୁଡିକ ବିଲରେ ପଡିଛି । ସେହି ଧାନଗୁଡିକ ଗଜା ହୋଇଯିବା ଆଶଙ୍କା ରହିଛି । ଚଳିତ ବର୍ଷ ଭଳି ଫସଲ ହୋଇଥିବା ଦେଖି ଚାଷୀ ଖୁସି ହେଉଥିଲା । ଭାବିଥିଲା ଚାଷ ପାଇଁ ହୋଇଥିବା ସମସ୍ତ ଋଣ ପରିଶୋଧ କରି ପରିବାର ପ୍ରତିପୋଷଣ ପାଇଁ ବର୍ଷକର ଦାନା ଗଚ୍ଛିତ ରଖିବ । ହେଲେ, ଲଘୁଚାପ ଜନିତ ଅଦିନିଆ ବର୍ଷା ଚାଷୀଙ୍କୁ ନିରାଶା କରିଛି । ଯେଉଁ ପରି ଭାବେ ଦୁଇଦିନ ଧରି ବର୍ଷା ଲାଗିରହିଛି, ତାହା ଏମିତି ଆଉ ଦିନେ କି ଦୁଇଦିନ ଲାଗିରୁହେ ତେବେ ଚାଷୀ ମୁଣ୍ଡରେ ଚଡ଼କ ପଡିବ । ଧାନ ବିକ୍ରୀ କରି ଋଣ ଶୁଝିବା ହଉ କି ବର୍ଷକ ପାଇଁ ଦାନା ସଞ୍ଚୟ କରିବା ସବୁ ସ୍ବପ୍ନ ତା’ର ସପ୍ନରେ ରହିଯିବ । ସରକାର ଧାନର ସହାୟକ ମୂଲ୍ୟ କୁଇଣ୍ଟାଲ ପ୍ରତି ୨୧୮୩ ରୁ ଇନ୍‌ପୁଟ ରିହାତି କୁଣ୍ଟାଲ ପ୍ରତି ୮ଶହ ଟଙ୍କା ସହ ୩୧ଶହ ଟଙ୍କାକୁ ବୃଦ୍ଧି କରିଛନ୍ତି । ଧାନ ଭଲ ହେବାକୁ ସରକାରଙ୍କ ସହଯୋଗ ଚାଷୀଙ୍କ ମନରେ ଆଶା ସଞ୍ଚାର କରିଥିବା ବେଳେ ନିରାଶ କରିଛି ଅଦିନିଆ ବର୍ଷା । ଚଳିତ ଥର ସରକାର ଏଫଏକ୍ୟୁ ମାନର ଧାନ ଦେବାପାଇଁ ବ୍ୟାପକ ସଚେତନତା ସୃଷ୍ଟି କରିଛନ୍ତି । କିନ୍ତୁ ଏପରି ପରିସ୍ଥିତିରେ ଏହି ମାନର ଧାନ ସଂଗ୍ରହରେ ବାଧା ସୃଷ୍ଟି ହେବାର ଆଶଙ୍କା ଉପୁଜି ପାରେ ବୋଲି ଚାଷୀ ଆଶଙ୍କା କରିଛି ।


Enter your email to get our daily news in your inbox.

All Right Reserved By Dharitri.Com

ଘର ନିର୍ମାଣ କରିବାକୁ କହି ମହିଳାଙ୍କଠାରୁ ଟଙ୍କା ଠକେଇ

ବ୍ରହ୍ମପୁର,୨୬।୧୨(ସୁବାସ ଚନ୍ଦ୍ର ପାଢ଼ୀ): ଘର ନିର୍ମାଣ କରିବାକୁ କହି ଜଣେ ଠିକାଦାର ସୌନ୍ଦର୍ଯ୍ୟନଗର ଅଞ୍ଚଳର ଜଣେ ମହିଳାଙ୍କଠାରୁ ୮୦ ହଜାର ଟଙ୍କା ଠକି ନେଇଛନ୍ତି। ଏ...

ପ୍ରତିଶ୍ରୁତି ଭୁଲିଯାଇଛି ଭାଜପା: ପ୍ରତିଷ୍ଠା ଦିବସରେ ଗର୍ଜିଲା ବିଜେଡି

ଭଞ୍ଜନଗର,୨୬।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ବାଉଁଶଲୁଣ୍ଡି ବିଜୁ ସ୍ମୃତି ଭବନ ଠାରେ ଶୁକ୍ରବାର ବିଜେଡିର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏଥିରେ ବିଜେଡି ବ୍ଲକ...

ନିଖିଳ ଉତ୍କଳ କୁର୍ମିକ୍ଷତ୍ରିୟ ପ୍ରଦେଶ ମହାସଭା ଉଦଘାଟିତ: ଯୋଗଦେବେ ୫୦ ହଜାରରୁ ଉର୍ଦ୍ଧ୍ୱ କର୍ମକର୍ତ୍ତା

ଭଞ୍ଜନଗର,୨୬/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ତିଳିସିଙ୍ଗୀ ଠାରେ ଶୁକ୍ରବାର ନିଖିଳ ଉତ୍କଳ କୁର୍ମିକ୍ଷତ୍ରିୟ ପ୍ରଦେଶ ମହାସଭା ଉଦଘାଟିତ ହୋଇଯାଇଛି । ଏହା ରବିବାର ପର୍ଯ୍ୟନ୍ତ...

ଖୁବଶୀଘ୍ର BSNL ବନ୍ଦ କରିଦେବ ଏହି ସର୍ଭିସ, ଲକ୍ଷଲକ୍ଷ ୟୁଜର୍ସଙ୍କ ଉପରେ ପଡିବ ପ୍ରଭାବ

ନୂଆଦିଲ୍ଲୀ,୨୬।୧୨: ଦେଶର ସରକାରୀ ଟେଲିକମ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ (BSNL) ଏହାର 3G ସେବା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ଆଗାମୀ କିଛି...

ସ୍କୁଲ୍‌ ପିଲାଙ୍କ ପାଇଁ ଖୁସିଖବର: ଏଣିକି ଆଉ ଦେବାକୁ ପଡିବନି ବସ୍‌ ଭଡ଼ା

ଭୁବନେଶ୍ୱର,୨୬।୧୨: ରାଜ୍ୟରେ ସ୍କୁଲ ପିଲାଙ୍କ ପାଇଁ ଆରମ୍ଭ ହେବ ମାଗଣା ବସ୍‌ ସେବା। ମୁଖ୍ୟମନ୍ତ୍ରୀ ବସ ସେବା ଯୋଜନାରେ ପିଲାଙ୍କୁ ମାଗଣା ବସ ସେବା ଯୋଗାଇ...

ୟୁନୁସ ସରକାରଙ୍କ କ୍ଲାସ୍‌ ନେଲା ଭାରତ: ଆମେ ଅଣଦେଖା କରିପାରିବୁ ନାହିଁ…

ଢାକା,୨୬।୧୨: ବାଂଲାଦେଶରେ ଚାଲିଥିବା ରାଜନୈତିକ ସଙ୍କଟ ଏବଂ ସଂଖ୍ୟାଲଘୁ ହିନ୍ଦୁଙ୍କ ଉପରେ ଅତ୍ୟାଚାର ସମ୍ପର୍କରେ ଭାରତ ସରକାର ଏକ ବିବୃତ୍ତି ଜାରି କରିଛନ୍ତି। ବୈଦେଶିକ ମନ୍ତ୍ରଣାଳୟର...

ମାତ୍ର ୫୬ ବଲରେ କମାଲ୍‌ କରିଦେଲେ ରିଙ୍କୁ ସିଂ: ଟି-୨୦ ବିଶ୍ୱକପ୍‌ ପୂର୍ବରୁ…

ନୂଆଦିଲ୍ଲୀ,୨୬।୧୨: ବିଜୟ ହଜାରେ ଟ୍ରଫିରେ ଚଣ୍ଡିଗଡ଼ ବିପକ୍ଷରେ ଉତ୍ତର ପ୍ରଦେଶର ଅଧିନାୟକ ରିଙ୍କୁ ସିଂହ ଏକ ଚମତ୍କାର ଶତକ ହାସଲ କରିଥିଲେ। ଏହା ପୂର୍ବରୁ, ୟୁପି...

୨୦୨୬ରେ ତୁଳା ରାଶିରେ ଶନିଙ୍କ ଗୋଚରରେ ହେବ ଧନହାନୀ, ସିଂହ ରାଶି ପାଇବେ ଚାକିରି, ମିଳିବ ବଡ଼ ପଦବୀ!

୨୦୨୬ ତୁଳା ରାଶି ପାଇଁ ସନ୍ତୁଳିତ, ବିଚକ୍ଷଣ ଏବଂ ଜ୍ଞାନୀ ନିଷ୍ପତ୍ତିର ବର୍ଷ ହେବ। ଏହି ବର୍ଷ ଆପଣଙ୍କୁ ଶିଖାଇବ ଯେ ସବୁବେଳେ ଶୀଘ୍ର ନିଷ୍ପତ୍ତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri