ଅଦିନିଆ ବର୍ଷା, ସଙ୍କଟରେ ଧାନଚାଷୀ

ରାଜକନିକା,୨୨ା୧୨(ସଞ୍ଜୟ କୁମାର ଦାଶ): କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଲକ କୃଷି ବିଭାଗ ଆକଳନ ଅନୁଯାୟୀ ଚଳିତ ଖରିଫ ଋତୁରେ ପ୍ରାୟ ୧୪ହଜାର ହେକ୍ଟର ଜମିରେ ଧାନ ଚାଷ ହୋଇଥିଲା । ଚାଷୀର ଫସଲ ବଞ୍ଚିବା ପାଇଁ ଯେତେବେଳେ ବର୍ଷାର ନିତ୍ୟାନ୍ତ ପ୍ରୟୋଜନ ଥିଲା, ସେତେବେଳେ ଚାଷୀଙ୍କ ସହ ଲୁଚକାଳି ଖେଳିଥିଲା । ଫଳରେ ବର୍ଷାକୁ ଚାହିଁ ଚାଷୀର ଚାଷ ବିଳମ୍ବ ହୋଇଥିଲା । ହେଲେ ଏବେ ଅମଳ ସମୟରେ ଚାଷୀର ବର୍ଷାର ଆଦୌ ପ୍ରୟୋଜନ ନ ଥିବା ବେଳେ, ଦାଉ ସାଧିଛି ଅଦିନିଆ ବର୍ଷା ା ଧାନ ଉଜୁଡିବା ଭୟ ଚାଷୀଙ୍କୁ ଘାରିଲା । ସଙ୍କଟରେ ଧାନ ଚାଷୀ । ଶୁକ୍ରବାର ଠାରୁ ଶନିବାର ଦିନ ତମାମ କୋହଲା ପାଗ ସାଙ୍ଗକୁ ଝିପଝିପ ବର୍ଷା ଚାଷୀ ଆଖିରୁ ନିଦ ହଜାଇ ଦେଇଛି । ଆଗରୁ ଅମଳ କରିଥିବା କିଛି ଚାଷୀ ଏବେ ତା’ର ସୁନାର ଫସଲକୁ ଅମଳ କରି ଖଳା, ରାସ୍ତା କଡ ବା ନିଜ ଛାତ ଉପରେ ଘୋଡାଇ ରଖିଛି । ହେଲେ, ଲଗାଣ ଝିପି ଝିପ ବର୍ଷାରେ ସାଧାରଣ ପାଣିପାଲ କେତେଦୂର ଅମଳ ଧାନକୁ ସୁରକ୍ଷା ଦେବ ସେହି ଚିନ୍ତାରେ ଚାଷୀ ।
ପଛରେ ଚାଷ କରିଥିବା କେତେଜଣ ଚାଷୀ ଏବେ ଅମଳ କରିଥିଲେ । କଟାଯାଇଥିବା ଧାନ ଗଛଗୁଡିକ ବିଲରେ ପଡିଛି । ସେହି ଧାନଗୁଡିକ ଗଜା ହୋଇଯିବା ଆଶଙ୍କା ରହିଛି । ଚଳିତ ବର୍ଷ ଭଳି ଫସଲ ହୋଇଥିବା ଦେଖି ଚାଷୀ ଖୁସି ହେଉଥିଲା । ଭାବିଥିଲା ଚାଷ ପାଇଁ ହୋଇଥିବା ସମସ୍ତ ଋଣ ପରିଶୋଧ କରି ପରିବାର ପ୍ରତିପୋଷଣ ପାଇଁ ବର୍ଷକର ଦାନା ଗଚ୍ଛିତ ରଖିବ । ହେଲେ, ଲଘୁଚାପ ଜନିତ ଅଦିନିଆ ବର୍ଷା ଚାଷୀଙ୍କୁ ନିରାଶା କରିଛି । ଯେଉଁ ପରି ଭାବେ ଦୁଇଦିନ ଧରି ବର୍ଷା ଲାଗିରହିଛି, ତାହା ଏମିତି ଆଉ ଦିନେ କି ଦୁଇଦିନ ଲାଗିରୁହେ ତେବେ ଚାଷୀ ମୁଣ୍ଡରେ ଚଡ଼କ ପଡିବ । ଧାନ ବିକ୍ରୀ କରି ଋଣ ଶୁଝିବା ହଉ କି ବର୍ଷକ ପାଇଁ ଦାନା ସଞ୍ଚୟ କରିବା ସବୁ ସ୍ବପ୍ନ ତା’ର ସପ୍ନରେ ରହିଯିବ । ସରକାର ଧାନର ସହାୟକ ମୂଲ୍ୟ କୁଇଣ୍ଟାଲ ପ୍ରତି ୨୧୮୩ ରୁ ଇନ୍‌ପୁଟ ରିହାତି କୁଣ୍ଟାଲ ପ୍ରତି ୮ଶହ ଟଙ୍କା ସହ ୩୧ଶହ ଟଙ୍କାକୁ ବୃଦ୍ଧି କରିଛନ୍ତି । ଧାନ ଭଲ ହେବାକୁ ସରକାରଙ୍କ ସହଯୋଗ ଚାଷୀଙ୍କ ମନରେ ଆଶା ସଞ୍ଚାର କରିଥିବା ବେଳେ ନିରାଶ କରିଛି ଅଦିନିଆ ବର୍ଷା । ଚଳିତ ଥର ସରକାର ଏଫଏକ୍ୟୁ ମାନର ଧାନ ଦେବାପାଇଁ ବ୍ୟାପକ ସଚେତନତା ସୃଷ୍ଟି କରିଛନ୍ତି । କିନ୍ତୁ ଏପରି ପରିସ୍ଥିତିରେ ଏହି ମାନର ଧାନ ସଂଗ୍ରହରେ ବାଧା ସୃଷ୍ଟି ହେବାର ଆଶଙ୍କା ଉପୁଜି ପାରେ ବୋଲି ଚାଷୀ ଆଶଙ୍କା କରିଛି ।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁରରେ ସ୍ବାଧୀନତା ଦିବସ: କୋର୍ଟରେ ପତାକା ଉତ୍ତୋଳନ କଲେ ବିଚାରପତି

ଥୁଆମୂଳ ରାମପୁର,୧୫।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ସରକାରୀ ଏବଂ ବେସରକାରୀ ଅନୁଷ୍ଠାନଗୁଡ଼ିକରେ ୮୦ତମ ସ୍ବାଧୀନତା ଦିବସ ଉତ୍ସାହ ଏବଂ ଆନନ୍ଦର ସହିତ…

କଲ୍ୟାଣସିଂହପୁର ଭିଡ଼ ହିଂସାରୁ ଯୁବତୀଙ୍କୁ ଉଦ୍ଧାର କରିଥିବା ୩ ସାହସୀ ଯୁବକଙ୍କୁ ଜିଲାସ୍ତରୀୟ ସମ୍ମାନ

​କଲ୍ୟାଣସିଂହପୁର, ୧୫/୮(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲାରେ ଉତ୍ସାହ ଓ ଦେଶଭକ୍ତିର ମାହୋଲ ମଧ୍ୟରେ ୮୦ତମ ସ୍ୱାଧୀନତା ଦିବସ ଅତ୍ୟନ୍ତ ଆଡ଼ମ୍ବରର ସହ ପାଳିତ ହୋଇଯାଇଛି। ସ୍ଥାନୀୟ…

ବିଧାୟକଙ୍କ ଦ୍ଵାରା ଖେମୁଣ୍ଡି ଫୁଟବଲ ଟୁର୍ନାମେଣ୍ଟ ଉଦଘାଟିତ: ୭ ଟିମ୍ ଖେଳିଲେ ମ୍ୟାଚ୍, ରବିବାର ହେବ…

ଦିଗପହଣ୍ଡି, ,୧୫।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ସ୍ପୋର୍ଟିଂ କ୍ଲବ୍ ଏବଂ ଏନ୍ଏସି କାର୍ଯ୍ୟାଳୟର ମିଳିତ ଆନୁକୂଲ୍ୟରେ ପବିତ୍ର ସ୍ଵାଧୀନତା ଦିବସ ଅବସରରେ…

ମହାପୁରୁଷ ଶ୍ରୀଅରବିନ୍ଦଙ୍କ ୧୫୪ତମ ଜୟନ୍ତୀ ପାଳିତ: ମାନବ ଜୀବନର ଲକ୍ଷ୍ୟ କେବଳ…

ଭଞ୍ଜନଗର,୧୫। ୮(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ଶ୍ରୀଅରବିନ୍ଦ ଶକ୍ତିପୀଠରେ ଶନିବାର ମହାପୁରୁଷ ଶ୍ରୀଅରବିନ୍ଦଙ୍କ ୧୫୪ତମ ଜୟନ୍ତୀ ଅତ୍ୟନ୍ତ ଶ୍ରଦ୍ଧା ଓ ଭକ୍ତିର ସହ ପାଳିତ ହୋଇଯାଇଛି।…

ସ୍ବାଧୀନତା ଦିବସରେ ରକ୍ତଦାନ କଲେ ସ୍ବେଚ୍ଛାସେବୀ

ବରଗଡ଼,୧୫।୮(ପ୍ରେମାନନ୍ଦ ଖମାରୀ): ସ୍ବାଧୀନତା ଦିବସ ଅବସରରେ ବରଗଡ଼ର ସାମାଜିକ ଅନୁଷ୍ଠାନ ସଂକଳ୍ପ ପରିବାର ପକ୍ଷରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ଜିଲାସ୍ତରୀୟ ସ୍ବାଧୀନତା ଦିବସ…

କଥା ଦେଇ କଥା ରଖିଲେ ଅକରୁଆ ସରପଞ୍ଚ: ପକ୍କା ହେଲା ବଡ଼ସାହି-କେନ୍ଦୁଗୁଡ଼ା ରାସ୍ତା , ଗ୍ରାମବାସୀଙ୍କ ମଧ୍ୟରେ ଖୁସିର…

ହାଟଡିହୀ/ଛେନାପଦୀ,୧୫।୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ଦିନେ ଯେଉଁ ରାସ୍ତାରେ ଆଣ୍ଠୁଏ କାଦୁଅ ଓ ପାଣି ଜମି ରହୁଥିବାରୁ ଯାତାୟାତ ଦୁର୍ବିସହ ହୋଇପଡ଼ୁଥିଲା, ଶେଷରେ ସେହି ରାସ୍ତା ପକ୍କା ରାସ୍ତାରେ…

ପତାକା ଉତ୍ତୋଳନକୁ ନେଇ ଟଣାଓଟରା

ଖଲ୍ଲିକୋଟ,୧୫।୮(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ପରିସରରେ ସ୍ବଧୀନତା ଦିବସ ପାଳନ ବେଳେ ପତାକା ଉତ୍ତୋଳନକୁ ନେଇ ବିଡିଓ ଦେବାଶିଷ ସାମଲ ଏବଂ ବ୍ଲକ…

ଦାରିଙ୍ଗବାଡ଼ିରେ ୮୦ତମ ସ୍ୱାଧୀନତା ଦିବସ ପାଳିତ: ଜନସେବାକୁ ଦେଶସେବା ବୋଲି କହି…

ଦାରିଙ୍ଗବାଡ଼ି, ୧୫।୮ (ଅରୁଣ ସାହୁ): ଦେଶ ସ୍ୱାଧୀନତାର ୮୦ତମ ବର୍ଷପୂର୍ତ୍ତି ଉତ୍ସବ ଅବସରରେ କନ୍ଧମାଳ ଜିଜିଲା ଦାରିଙ୍ଗବାଡ଼ି ଅଞ୍ଚଳ ସମ୍ପୂର୍ଣ୍ଣ ଉତ୍ସବମୁଖର ହୋଇପଡ଼ିଛି। ଏହି ପରିପ୍ରେକ୍ଷୀରେ ଦାରିଙ୍ଗବାଡ଼ିର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri