ଏକ ଦେଶ: ଅନେକ ସମସ୍ୟା

ତୁଣ୍ଡ ଖୋଲିଲେ ମୁଣ୍ଡ ଯିବ! ଏମିତି ଏକ ଭୟର ବାତାବରଣ ସାରା ଦେଶରେ। ବାରାଣସୀର ଜ୍ଞାନବାପୀ ମସ୍‌ଜିଦ୍‌ ପରିସରରୁ ଶିବଲିଙ୍ଗ ମିଳିବାକୁ ନେଇ ସନ୍ଦେହ ପ୍ରକାଶ କରି ସାମାଜିକ ଗଣମାଧ୍ୟମରେ ମନ୍ତବ୍ୟ ଦେଇଥିଲେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଇତିହାସ ବିଭାଗ ପ୍ରଫେସର ରତନ ଲାଲ୍‌। ପୋଲିସ ତାଙ୍କୁ ଗିରଫ କଲା। ମାତ୍ର ପୋଲିସର କାର୍ଯ୍ୟାନୁଷ୍ଠାନକୁ ନାପସନ୍ଦ କରି କୋର୍ଟ ରତନ ଲାଲ୍‌ଙ୍କୁ ଜାମିନ ପ୍ରଦାନ କଲେ। ରାତି ପାହିଲେ ସଂଖ୍ୟାଲଘୁଙ୍କ ଧର୍ମୀୟ ଭାବନାକୁ ଆଘାତ ଦେଲା ଭଳି ଶହ ଶହ ସଂଖ୍ୟାରେ ଘୃଣା ଓ ବିଦ୍ୱେଷ ଉଦ୍ରେକକାରୀ ପୋଷ୍ଟିଂ ସାମାଜିକ ଗଣମାଧ୍ୟମରେ ଦେଖିବାକୁ ମିଳୁଛି। କାହିଁ ସେହି ପୋଷ୍ଟିଂକର୍ତ୍ତାଙ୍କ ବିରୋଧରେ ଗୋଟିଏ ହେଲେ କାର୍ଯ୍ୟାନୁଷ୍ଠାନ ତ ଦେଖିବାକୁ ମିଳୁନାହିଁ? ପ୍ରଫେସର ରତନ ଲାଲ୍‌ ସହଳ ଶିକାର ହୋଇଗଲେ କିପରି? ସରକାରଙ୍କ ନୀତି-ଅନୀତି ଉପରେ ଯଦି କେହି ପ୍ରଶ୍ନ ଉଠାଇଲା, ତାହା ହେଲେ ତାକୁ ନିସ୍ତାର ନାହିଁ। ଦେଶଦ୍ରୋହ ଆଇନ କିମ୍ବା ୟୁଏପିଏରେ ତାଙ୍କୁ ଜେଲ କୋଠରି ଦେଖିବାକୁ ପଡ଼ୁଛି। ବାଙ୍ଗାଲୋରର ୨୧ ବର୍ଷୀୟା ଯୁବତୀ ତଥା ଜଳବାୟୁ ସୁରକ୍ଷା କର୍ମୀ ଦିଶା ରବିଙ୍କୁ ଦିଲ୍ଲୀ ପୋଲିସ ଟୁଲ୍‌କିଟ୍‌ ମାମଲାରେ ଗିରଫ କରି ଜେଲ ହାଜତକୁ ପଠାଇ ଦେଇଥିଲେ। ଖଲିସ୍ତାନୀଙ୍କ ସହ ତାଙ୍କର ସମ୍ପୃକ୍ତି ଥିବା ଅଭିଯୋଗ କରି ତାଙ୍କ ବିରୋଧରେ ଦେଶଦ୍ରୋହ ଆଇନ ଲାଗୁ ହୋଇଗଲା। ସାମ୍ବାଦିକ ପଦ୍ମଶ୍ରୀ ବିନୋଦ ଦୁଆ, ସିଦ୍ଦିକ୍‌ କପନ୍‌, ମନଦୀପ୍‌ ପୁନିଆ, ପାଉଜେଲ୍‌ ଚାଓବା ପ୍ରମୁଖ ଦେଶଦ୍ରୋହ ଆଇନର ଶିକାର ହୋଇଛନ୍ତି। ସାମାଜିକ କର୍ମୀ ବରାବରା ରାଓ, ସୁଧା ଭରଦ୍ୱାଜ, ଅରୁଣ ଫେଲେଇରା, ଭେରେନନ୍‌ ଗନ୍‌ସାଲଭେସ୍‌, ଗୌତମ ନଭଲେଖା ପ୍ରମୁଖ ବ୍ୟକ୍ତିଗଣ ୪ ବର୍ଷ ହେଲା ଜେଲ ହାଜତରେ ଶଢ଼ୁଛନ୍ତି। ସେମାନଙ୍କ ମଧ୍ୟରୁ ଷ୍ଟାନ୍‌ ସ୍ବାମୀଙ୍କର ଇତିମଧ୍ୟରେ ଦେହାନ୍ତ ହୋଇଯାଇଛି। ସେମାନେ କୁଆଡ଼େ ସହରୀ ନକ୍ସଲ ।
୧୨୪-କ (ଦେଶଦ୍ରୋହ ଆଇନ) ବଳରେ ଗତ ୫ ବର୍ଷରେ ୫୦୦ରୁ ଅଧିକ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ୧୫୩-କ (ଧାର୍ମିକ ବିଦ୍ୱେଷ ସୃଷ୍ଟି) ଆଇନରେ କେବଳ ୨୦୨୦ ରେ ୩ ହଜାର ୨୬ ଜଣଙ୍କ ନାମରେ ମାମଲା ରୁଜୁ ହୋଇଛି। ୟୁଏପିଏ (ବେଆଇନ କାର୍ଯ୍ୟକଳାପ ନିରୋଧ ଆଇନ) ବଳରେ ଗତ ୭ ବର୍ଷରେ ୧୦ ହଜାର ୫୫୨ ଜଣଙ୍କୁ ଗିରଫ କରାଯାଇଛି। ଉଲ୍ଲେଖଯୋଗ୍ୟ ଯେ, ସମସ୍ତ ଗିରଫ ବ୍ୟକ୍ତି ସାମ୍ବାଦିକ, ସାମାଜିକ କର୍ମୀ, ବିରୋଧୀ ଦଳର ନେତା ଅଥବା ସଂଖ୍ୟାଲଘୁ ସମ୍ପ୍ରଦାୟ ଅନ୍ତର୍ଭୁକ୍ତ। ଗତ ଏପ୍ରିଲ ୧୦ାଟ, ମଧ୍ୟପ୍ରଦେଶ ଓ ଉତ୍ତରପ୍ରଦେଶରେ ଶୋଭାଯାତ୍ରାକୁ କେନ୍ଦ୍ର କରି ଦଙ୍ଗା ସୃଷ୍ଟି ହେଲା। ଦଙ୍ଗାଗ୍ରସ୍ତ ଅଞ୍ଚଳରେ ସରକାର ବୁଲ୍‌ଡୋଜର ଚଳାଇ ସଂଖ୍ୟାଲଘୁଙ୍କ ଘର ଭାଙ୍ଗିଦେଲେ। ମାମଲା ସୁପ୍ରିମ୍‌କୋର୍ଟ ପର୍ଯ୍ୟନ୍ତ ଯିବାରୁ ସରକାର ସେଥିରୁ କ୍ଷାନ୍ତ ହେଲେ। ..
ୟୁନିଫର୍ମ ସହିତ ହିଜାବ ପରିଧାନ କରି ସ୍କୁଲ-କଲେଜକୁ ସଂଖ୍ୟାଲଘୁ ଛାତ୍ରୀମାନେ ଯିବା ନୂଆ କଥା ନୁହେଁ। କିନ୍ତୁ ହଠାତ୍‌ ଗତ ଜାନୁୟାରୀ ମାସରେ ହିଜାବକୁ କେନ୍ଦ୍ର କରି ବିବାଦ ଯେପରି ତୀବ୍ର ରୂପ ଧାରଣ କଲା, ତାହା ପୂରା ଅପ୍ରତ୍ୟାଶିତ ଥିଲା। ଗଲା କିଛି ବର୍ଷ ହେଲା ଭିଡ଼ ହିଂସାରେ କାହିଁରେ କେତେ ପ୍ରାଣ ହରାଇଲେଣି। ବାରାଣସୀର ଜ୍ଞାନବାପୀ ମସ୍‌ଜିଦ୍‌, ଦିଲ୍ଲୀର କୁତବମିନାର ଓ ଜାମା ମସ୍‌ଜିଦ୍‌, ଆଗ୍ରାର ତାଜମହଲ, ମଥୁରାର ସାହି ଇଦ୍‌ଘା ଆଦି ୬ଟି ଧର୍ମପୀଠ ବର୍ତ୍ତମାନ ବିବାଦରେ। ଭବିଷ୍ୟତରେ ଆହୁରି କେତେ ଯେ ପୀଠ ବିବାଦ ଭିତରକୁ ନ ଆସିବ, ତାହା ଏବେ କହି ହେବ ନାହିଁ। ମାତ୍ର ଉପାସନା ସ୍ଥଳ ଆଇନ-୧୯୯୧ କହେ, ୧୯୪୭ ଅଗଷ୍ଟ ୧୫ ତାରିଖ ପର୍ଯ୍ୟନ୍ତ ଦେଶରେ ଥିବା ଧର୍ମପୀଠଗୁଡ଼ିକର ସ୍ଥିତାବସ୍ଥା ପୂର୍ବବତ୍‌ ବଜାୟ ରହିବ। କିନ୍ତୁ ଦିନକୁ ଦିନ ଧର୍ମପୀଠକୁ ନେଇ ମୁଣ୍ଡ ଟେକୁଥିବା ନୂଆ ନୂଆ ବିବାଦ ଏହି ଆଇନକୁ ଉଲ୍ଲଂଘନ କରିବାକୁ ଯାଉଛି। ଦେଶରେ ଅନେକ ସମସ୍ୟା। ୩୩ କୋଟି ଲୋକ ଅନାହାର-ଅର୍ଦ୍ଧାହାରରେ ଦିନ କାଟୁଛନ୍ତି। ବେରୋଜଗାରୀ ଉଗ୍ର ରୂପ ଧାରଣ କରିଛି। ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଦରବୃଦ୍ଧି ସଂଖ୍ୟାଧିକ ଲୋକଙ୍କୁ ଦାରିଦ୍ର୍ୟ ସୀମାରେଖା ତଳକୁ ଠେଲି ଦେଇଛି। ସୀମାପାର ସନ୍ତ୍ରାସବାଦ ସାଙ୍ଗକୁ ବାହ୍ୟ ଶତ୍ରୁଙ୍କ ଘନ ଘନ ସୀମା ଲଙ୍ଘନ ପରିସ୍ଥିତିକୁ ଆହୁରି ବିଗାଡ଼ି ଦେଉଛି। ଏସବୁ ଦିଗ ପ୍ରତି ଧ୍ୟାନ ନ ଦେଇ ଜ୍ଞାନବାପୀ, କୁତବମିନାର, ତାଜମହଲ, ହିଜାବ ଉପରେ ଗୁରୁତ୍ୱ ଦେବା ଦେଶପ୍ରତି ଶୁଭଙ୍କର ହେବ ନାହିଁ।

  • ରବିନାରାୟଣ ସାମଲ
    ମୋ:୭୯୭୫୦୪୬୪୮୬

Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦିଲ୍ଲୀ-ଏନ୍‌ସିଆର, ଉତ୍ତରପ୍ରଦେଶ, ହରିୟାଣା ଏବଂ ଗୁଜରାଟର ୨୦ଟି ସରକାରୀ ଓ ୮ଟି ଘରୋଇ ସ୍କୁଲରେ ପିଲାମାନେ ଚାଷକରି ପରିବା ଉତ୍ପାଦନ କରିବାକୁ ସକ୍ଷମ ହୋଇପାରିଛନ୍ତି। ଏହା ସମ୍ଭବ…

ସନ୍ଧିକ୍ଷଣରେ ସବୁଜିମା ସ୍ବାସ୍ଥ୍ୟ

ର୍ତ୍ତମାନ ସମୟର ସବୁଠାରୁ ଉଦ୍‌ବେଗଜନକ ଚିତ୍ରଟି ଜାତିସଂଘର ଜିଏଫ୍‌ଆର୍‌ଏ ରିପୋର୍ଟରୁ ଜଣାପଡ଼ିଛି, ତାହା ହେଉଛି ଆମ ପୃଥିବୀର ବିଶେଷକରି ଜଙ୍ଗଲର ସ୍ବାସ୍ଥ୍ୟ ଓ ସ୍ଥିତି ଭଲ ନାହିଁ।…

ଆମେରିକାର ବିଶ୍ୱ ଅଭିଯାନ

ଚଳିତ ବର୍ଷ ଫେବୃଆରୀ ୨୮ରେ ଆମେରିକା ଓ ଇସ୍ରାଏଲ ଯୋଡ଼ି ଅଚାନକ ଇରାନ୍‌ ଉପରେ ବୋମାବର୍ଷଣ କରି ଇରାନର ଶୀର୍ଷନେତା ଆୟାତୋଲ୍ଲା ଖାମନେଇ ଓ ତାଙ୍କ ପରିବାର…

ମଞ୍ଚରେ ପାକିସ୍ତାନ

ଭାରତ ସମେତ ବିଶ୍ୱର ଅଳ୍ପ କେତେକ ଦେଶ ପାକିସ୍ତାନକୁ ଏକ ଦୁର୍ଜନ ରାଷ୍ଟ୍ର ଭାବେ ଦେଖିଥାଆନ୍ତି। ଆତଙ୍କବାଦୀଙ୍କ ପାଇଁ ଏହି ଦେଶ ପରିଚିତ ଓ ତା’ର ରାଜନୈତିକ…

ପକ୍ଷପାତିତା ଭାର

ଏକ ପରିକଳ୍ପିତ ସ୍ଥିତିର ପରିଣାମ ସମ୍ପର୍କରେ ବିଚାର କରାଯାଉ। କଳ୍ପନା କରନ୍ତୁ ଯେ ଦୁଇଟି ବଡ଼ କ୍ଷେପଣାସ୍ତ୍ର ହ୍ୱାଇଟ୍‌ ହାଉସ ଉପରେ ମାଡ଼ କଲା। ପ୍ରଥମଟି ଏପରି…

ସମସ୍ୟା: ଏକ ସୁଯୋଗ

ଯଦିଓ ଆମର ଜ୍ଞାନୀଗୁଣୀଜନ ପ୍ରତ୍ୟେକ ମଣିଷର ବଳକୁ ଶତସିଂହର ବଳ ସହ ତୁଳନା କରିଛନ୍ତି, କିନ୍ତୁ ସ୍ଥଳବିଶେଷରେ ଦେଖୁ ହାରାହାରି ଚିନ୍ତନ କରିପାରୁଥିବା ବା କ୍ଷମତା ରଖୁଥିବା…

ଆର୍ଦ୍ରଭୂମିର ଗୁରୁତ୍ୱ ଓ ସଂରକ୍ଷଣ

ଜଳ ଆମ ଗ୍ରହର ୭୧ ଶତାଂଶ ଅଞ୍ଚଳକୁ ଆଚ୍ଛାଦିତ କରେ ଏବଂ ନଦନଦୀ, ହ୍ରଦ, ପୁଷ୍କରିଣୀଠାରୁ ସମୁଦ୍ର ପରି ବିଭିନ୍ନ ଉତ୍ସରେ ଉପଲବ୍ଧ ହୋଇ ଜଳୀୟ ପରିସଂସ୍ଥାକୁ…

ନେତାଙ୍କୁ ଅନୁସରଣ

ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ପଦବୀ ଛାଡ଼ି ରାଜ୍ୟ ସଭାକୁ ଯିବା ପରେ ବିହାରର ବରିଷ୍ଠ ବାବୁମାନଙ୍କ ଏକ ଦଳ ଖୁବ୍‌ ଶୀଘ୍ର କେନ୍ଦ୍ରୀୟ ଡେପୁଟେଶନରେ ଯାଇପାରନ୍ତି ବୋଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri