Posted inଖେଳ

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ ଦଳ ଚୟନକୁ ନେଇ ଚର୍ଚ୍ଚା ଜୋର ଧରିଛି। ଅଜିତ ଅଗରକରଙ୍କ ନେତୃତ୍ୱାଧୀନ ଚୟନ କମିଟି ଏହି ସିରିଜ୍ ପାଇଁ ଶୀଘ୍ର ଦଳ ଘୋଷଣା କରିପାରନ୍ତି। ତେବେ ଏହି ସିରିଜ ପାଇଁ ଷ୍ଟାର୍ ୱିକେଟ୍ କିପର ବ୍ୟାଟର ଋଷଭ ପନ୍ତଙ୍କୁ ନେଇ ସସପେନ୍ସ ଜାରି ରହିଥିବା ବେଳେ ଅଭିଜ୍ଞ ପେସର ମହମ୍ମଦ ସାମୀଙ୍କ ପ୍ରତ୍ୟାବର୍ତ୍ତନ ହୋଇପାରେ।

ଚାଲିଥିବା ବିଜୟ ହଜାରେ ଟ୍ରଫିରେ ଋଷଭ ପନ୍ତଙ୍କ ପ୍ରଦର୍ଶନ ସେତେଟା ଆଖିଦୃଶିଆ ହୋଇନାହିଁ। ୪ଟି ମ୍ୟାଚ୍‌ରୁ ସେ ମାତ୍ର ଗୋଟିଏ ଅର୍ଦ୍ଧଶତକ ହାସଲ କରିଛନ୍ତି। ଗତ ୧୮ ମାସ ମଧ୍ୟରେ ସେ ଗୋଟିଏ ବି ଦିନିକିଆ ମ୍ୟାଚ୍ ଖେଳିନାହାନ୍ତି। ଏଭଳି ପରିସ୍ଥିତିରେ ଟିମ୍ ମ୍ୟାନେଜମେଣ୍ଟ ତାଙ୍କର ‘ହାଇ-ରିସ୍କ’ ବ୍ୟାଟିଂ ଶୈଳୀକୁ ନେଇ ସନ୍ତୁଷ୍ଟ ନଥିବା ଚର୍ଚ୍ଚା ହେଉଛି। ଯଦି ପନ୍ତଙ୍କୁ ଦଳରୁ ବାଦ୍ ଦିଆଯାଏ, ତେବେ ଏହା ତାଙ୍କ ପାଇଁ ଏକ ବଡ଼ ଝଟ୍‌କା ହୋଇପାରେ।

ପନ୍ତଙ୍କ ଫର୍ମ ଖରାପ ଥିବା ବେଳେ ଇଶାନ କିଷାନ ଏବଂ ଧ୍ରୁବ ଜୁରେଲ ଚମତ୍କାର ଫର୍ମରେ ଅଛନ୍ତି। ବିଜୟ ହଜାରେ ଟ୍ରଫିରେ ଇଶାନ କିଷାନ ମାତ୍ର ୩୩ ବଲ୍‌ରେ ଶତକ ହାସଲ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ସେହିପରି ଧ୍ରୁବ ଜୁରେଲ ମଧ୍ୟ ଉତ୍ତର ପ୍ରଦେଶ ପାଇଁ ଏକ ଦମଦାର ଶତକ ହାସଲ କରି ଦଳରେ ନିଜର ସ୍ଥାନ ପାଇଁ ଦୃଢ଼ ଦାବିଦାର ହୋଇଛନ୍ତି। କେ.ଏଲ୍. ରାହୁଲ ପ୍ରଥମ ପସନ୍ଦର ୱିକେଟ୍ କିପର ଥିବା ବେଳେ ଦ୍ୱିତୀୟ କିପର ଭାବେ କିଷାନଙ୍କୁ ସୁଯୋଗ ମିଳିପାରେ।

ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମୀ ଦୀର୍ଘ ଦିନ ପରେ ଜାତୀୟ ଦଳକୁ ଫେରିବା ସମ୍ଭାବନା ଅଛି। ଚାମ୍ପିଅନ୍ସ ଟ୍ରଫି ପରଠାରୁ ସେ ଦଳ ବାହାରେ ଥିଲେ, କିନ୍ତୁ ବିଜୟ ହଜାରେ ଟ୍ରଫିରେ ୮ଟି ୱିକେଟ୍ ନେଇ ସେ ନିଜର ଫିଟନେସ୍ ଓ ଲୟ ପ୍ରମାଣିତ କରିଛନ୍ତି। ଅନ୍ୟପଟେ, ଜସପ୍ରୀତ ବୁମରା ଏବଂ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଏହି ସିରିଜ୍‌ରୁ ବିଶ୍ରାମ ଦିଆଯାଇପାରେ। ଅର୍ଶଦୀପ ସିଂ ଏବଂ ହର୍ଷିତ ରାଣାଙ୍କୁ ପୁଣି ସୁଯୋଗ ମିଳିବା ସମ୍ଭାବନା ରହିଛି।

ଶୁଭମନ ଗିଲ୍ ଦଳକୁ ଫେରୁଥିବା ବେଳେ ରୋହିତ ଶର୍ମା ଏବଂ ଯଶସ୍ୱୀ ଜୈସୱାଲଙ୍କ ଉପସ୍ଥିତିରେ ଟପ୍ ଅର୍ଡର ବେଶ୍ ମଜବୁତ ଜଣାପଡ଼ୁଛି। ଦେବଦତ୍ତ ପାଡିକଲ ଘରୋଇ କ୍ରିକେଟରେ ଲଗାତାର ୩ଟି ଶତକ ହାସଲ କରିଥିଲେ ମଧ୍ୟ ଦଳରେ ତାଙ୍କ ପାଇଁ ସ୍ଥାନ ପାଇବା କଷ୍ଟକର ହୋଇପାରେ। ଶ୍ରେୟସ ଆୟର ଆହତ ଥିବାରୁ ଋତୁରାଜ ଗାଇକୱାଡ୍ ଚତୁର୍ଥ ସ୍ଥାନରେ ଖେଳିବା ଏକପ୍ରକାର ନିଶ୍ଚିତ।


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

ନାତୁଣୀଙ୍କୁ ଦୁର୍ବ୍ୟବହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା; ମୃତଦେହ…

ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ ଗୁରୁବାର ସକାଳ...

ଫେବୃଆରୀ ୧ରୁ FASTag ନିୟମରେ ହେବ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ,୧।୧: କେନ୍ଦ୍ର ସରକାର FASTag ନିୟମରେ ବଡ଼ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଏହା ଅଧୀନରେ, ଗାଡ଼ି ମାଲିକଙ୍କୁ FASTag ପାଇବା ପାଇଁ ଆଉ KYC ପୂରଣ...

ସାବରିମାଲା ଦୁର୍ନୀତିର ବଡ଼ ପର୍ଦ୍ଦାଫାଶ

କୋଚି,୧ା୧: କେରଳ ହାଇକୋର୍ଟଙ୍କ ତରଫରୁ ସାବରିମାଲା ମନ୍ଦିରର ସୁନା ଚୋରି ଘଟଣାର ତଦନ୍ତ ଆରମ୍ଭ କରିଥିବା ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍‌ (ଏସ୍‌ଆଇଟି) ମନ୍ଦିର ଗର୍ଭଗୃହର ଦ୍ୱରାପାଳକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri