Posted inଫୁରସତ

ପୁଣିଥରେ ରାତାରାତି ଶ୍ରମିକଙ୍କ ଭାଗ୍ୟ ବଦଳାଇଲା ହୀରା

ପାନ୍ନା, ୬।୮: ଖଣିରେ କାମ କରୁଥିବା ଶ୍ରମିକଙ୍କ ଭାଗ୍ୟ ପୁଣିଥରେ ବଦଳାଇ ଦେଇଛି ମୂଲ୍ୟବାନ ହୀରା। ଏହାର ଏକ ଜ୍ୱଳନ୍ତ ଉଦାହରଣ ମଧ୍ୟପ୍ରଦେଶର ପାନ୍ନା ଜିଲାରେ ଦେଖିବାକୁ ମିଳିଛି। ହୀରା ପାଇଁ ପ୍ରସିଦ୍ଧ ପାନ୍ନାରେ ହୀରା କେତେବେଳେ ସାଧାରଣ ଲୋକଟିର ଭାଗ୍ୟ ବଦଳାଇ ଦେଇଥାଏ ତାହାର ଅନୁମାନ ଲଗାଇବା କଷ୍ଟକର ହୋଇଥାଏ। ଏଠାକାର ଭୂମି ଲୋକଙ୍କୁ ଗୋଟିଏ ରାତିରେ ରାଜା ବନାଇ ଦେଇଥାଏ। ତେଣୁ ଏଠାକାର ଅଧିକାଂଶ ଲୋକ ହୀରା ଖଣିରେ କାମ କରିବାକୁ ଆଗ୍ରହ ପ୍ରକାଶ କରିଥାନ୍ତି।

ସଦ୍ୟତମ ଘଟଣାକ୍ରମେ ଗୁରୁବାର ଜିଲାର ଜରୁଆପୁରଠାରେ ଏକ ଅସ୍ଥାୟୀ ଖଣିରୁ ୬ ଜଣ ଶ୍ରମିକ ୩ଟି ମୂଲ୍ୟବାନ ହୀରା ପାଇଥିଲେ। ଏହି ୩ଟି ହୀରର ଓଜନ ୭.୫୪ କ୍ୟାରେଟ୍‌ ହୋଇଛି। ସାଧାରଣତଃ ଗୋଟିଏ କ୍ୟାରେଟ୍‌ ହୀରାର ମୂଲ୍ୟ ୫ ଲକ୍ଷ ଟଙ୍କା ହୋଇଥିବାରୁ ଶ୍ରମିକମାନେ ପାଇଥିବା ସମସ୍ତ ହୀରାର ଆନୁମାନିକ ବଜାର ମୂଲ୍ୟ ୩୦-୩୫ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଛି। ୬ ଜଣ ଶ୍ରମିକ ଏହି ୩ଟି ହୀରାକୁ ନେଇ ଜିଲା ହୀରା କାର୍ଯ୍ୟାଳୟରେ ଦାଖଲ କରିଛନ୍ତି। ନିଲାମ ପରେ ୧୨ ପ୍ରତିଶତ ଟିକସ କଟାଯାଇ ବଳକା ୮୮ ପ୍ରତିଶତ ଅର୍ଥରାଶି ଶ୍ରମିକମାନଙ୍କୁ ପ୍ରଦାନ କରାଯିବ ବୋଲି ପାନ୍ନା ହୀରା ଅଧିକାରୀ ସୂଚନା ଦେଇଛନ୍ତି। ଫଳରେ କରୋନା ମହାମାରୀ ଭଳି ସଙ୍କଟଜନକ ସମୟରେ ଏହି ୬ ଜଣ ଶ୍ରମିକ ଏବେ ଲକ୍ଷପତି ବନିଯିବା ନିଶ୍ଚିତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରାଜିଲକୁ ବଞ୍ଚାଇଲେ ଭିନିସିଅସ

ଇଷ୍ଟ ରଦରଫୋର୍ଡ,୧୪ା୬- ଭିନିସିଅସ ଜୁନିୟରଙ୍କ ଗୋଲ ବଳରେ ମରକୋ ବିପକ୍ଷ ମ୍ୟାଚ୍‌କୁ ବ୍ରାଜିଲ ୧-୧ ଗୋଲ୍‌ରେ ଡ୍ର’ ରଖିଛି। ଏହି ମ୍ୟାଚ୍‌ରେ ମରକୋ ବିଶ୍ୱକପ୍‌ ଇତିହାସର ପ୍ରଥମ…

ଅଡବା ପୋଲିସର ଚଢ଼ାଉ, ୧୫୦ ଲିଟର ଦେଶୀ ମଦ…

ମୋହନା,୧୪।୬( ମନ୍ମଥ ମିଶ୍ର ): ଗଜପତି ଜିଲା ଅଡବା ପୋଲିସର ଚଢ଼ାଉ କରି ୧୫୦ ଲିଟର ଦେଶୀ ମଦ ନଷ୍ଟ କରିଛି । ଏଭଳି ଘଟଣା ଦେଖିବାକୁ…

ଟି୨୦ ବିଶ୍ୱକପ୍‌ରେ ପାକିସ୍ତାନକୁ ହରାଇଲା ଭାରତ

ବର୍ମିଂହାମ, ୧୪ା୬: ସ୍ମୃତି ମନ୍ଧାନାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ଏବଂ ପରେ ଦୀପ୍ତି ଶର୍ମାଙ୍କ ୫ ଉଇକେଟ ସଫଳତା ବଳରେ ରବିବାର ଖେଳାଯାଇଥିବା ମହିଳା ଟି୨୦ କ୍ରିକେଟ ବିଶ୍ୱକପ୍‌ରେ…

ଗ୍ୟାରେଜ୍‌ରେ ପଶି ମାଲିକଙ୍କୁ ଗୁଳିକରି ହତ୍ୟା

ନୟାଗଡ଼,୧୪।୬(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଗଣିଆ ଥାନା ଅଧୀନ ପାଣ୍ଡରାସିଂହା ଛକରେ ରବିବାର ସନ୍ଧ୍ୟାରେ ଏକ ଗୁଳିକାଣ୍ଡ ଘଟିଛି। ଦୁର୍ବୃତ୍ତମାନେ ଗ୍ୟାରେଜ୍‌ରେ ପଶି ଅତର୍କିତ ଫାୟାରିଂ କରିଥିଲେ।…

ମହିଳା ବିଶ୍ୱକପ୍‌ରେ ପାକିସ୍ତାନ ସହ ହାତ ମିଳାଇଲା ନାହିଁ ଭାରତ

ବର୍ମିଂହାମ, ୧୪ା୬: ପଡ଼ୋଶୀ ପାକିସ୍ତାନ ସହ ହାତ ନ ମିଳାଇବା ନୀତି ଭାରତ ଜାରି ରଖିଛି। ରବିବାର ମହିଳା ବିଶ୍ୱକପ୍‌ ମ୍ୟାଚ୍‌ରେ ଭାରତର ଅଧିନାୟିକା ହରମନପ୍ରୀତ କୌର…

ଏନ୍‌ଇଇଟି-ୟୁଜି ସାନି ପରୀକ୍ଷା ଆଡମିଟ୍‌ କାର୍ଡ ଜାରି, ଜୁନ୍‌ ୨୧ରେ…

ନୂଆଦିଲ୍ଲୀ,୧୪ା୬ : ଏନ୍‌ଇଇଟି-ୟୁଜି ସାନି ପରୀକ୍ଷା ଆସନ୍ତା ୨୧ରେ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ଏଥିପାଇଁ ପରୀକ୍ଷା ପରିଚାଳନାକାରୀ ସଂସ୍ଥା ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ଆଡମିଟ୍‌ କାର୍ଡ…

ବରଗଡ଼ରେ ଆତଙ୍କ ମଚାଉଛନ୍ତି ଲୁଟେରା, ଦିବା ଆଲୋକରେ ଲୁଟପାଟ୍

ବରଗଡ଼,୧୪।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ରେ ଲୁଟେରାମାନଙ୍କ ଦୌରାତ୍ମ୍ୟ ବଢ଼ି ଯାଇଛି । ଗତ ୩ଦିନତଳେ କଲାପାଣି ଛକ ନିକଟରେ ବିଚ୍‌ରାସ୍ତା ଉପରୁ ଜଣେ ମହିଳାଙ୍କ ସୁନାଚେନ୍‌ ଲୁଟ୍‌ ହୋଇଥିବାବେଳେ…

ମହିଳା ଟି୨୦ ବିଶ୍ୱକପ୍‌: ପାକିସ୍ତାନ ସମ୍ମୁଖରେ ୧୭୧ ରନ୍‌ର ଚ୍ୟାଲେଞ୍ଜିଂ ଟାର୍ଗେଟ

ବର୍ମିଂହାମ,୧୪ା୬: ଚଳିତ ମହିଳା ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ରବିବାର ଖେଳାଯାଉଥିବା ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ଭାରତ ଓ ପାକିସ୍ତାନ ପରସ୍ପରକୁ ଭେଟିଛନ୍ତି। ସ୍ମୃତି ମନ୍ଧାନାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri