ଲକ୍ଷେ ଦୀପରେ ଝଲସିବ ବଡ଼ଦାଣ୍ଡ

ଭୁବନେଶ୍ୱର, ୧୫।୧୧ (ବ୍ୟୁରୋ):କରୋନା ମହାମାରୀକୁ ପ୍ରତିହତ କରିବା ପାଇଁ ଗତବର୍ଷ ସିଂହଦ୍ୱାରଠାରୁ ଶରଧାବାଲି ଯାଏ, ନୃସିଂହ ମନ୍ଦିରଠାରୁ ଶ୍ରୀଜଗନ୍ନାଥ ମନ୍ଦିର ବଡ଼ଦାଣ୍ଡରେ ବିଶ୍ୱବାସୀଙ୍କ ମଙ୍ଗଳ କାମନା ପାଇଁ ୧ଲକ୍ଷ ଦୀପ ଜଳାଯାଇଥିଲା। ଚଳିତ ବର୍ଷ ମଧ୍ୟ ମହାମାରୀମୁକ୍ତ ବିଶ୍ୱ ଏବଂ ଜଗତକଲ୍ୟାଣ ପାଇଁ ବଡ଼ଦାଣ୍ଡରେ ଦେବ ଦୀପାବଳି ସନ୍ଧ୍ୟାରେ ପୁନର୍ବାର ଦୀପାଞ୍ଜଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ନଭେମ୍ବର ୨୩ ବୁଧବାର ସନ୍ଧ୍ୟା ୫ଟାରୁ ୭ଟା ମଧ୍ୟରେ ସିଂହଦ୍ୱାରଠାରୁ ଶ୍ରୀଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ଦୀପ ଲଗାଯିବ। ଓଡ଼ିଶା ଇଣ୍ଟରନ୍ୟାଶନାଲ୍‌ ସେଣ୍ଟର, ଭୁବନେଶ୍ୱର, ଛତିଶା ନିଯୋଗ ଓ ପୁରୀର ସ୍ବେଚ୍ଛାସେବୀ ସଂଗଠନ ସମୂହ ତଥା ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ମିଳିତ ଭାବରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯିବ ବୋଲି ସୋମବାର ଏକ ଖବରଦାତା ସମ୍ମିଳନୀରେ ସୂଚନା ଦିଆଯାଇଛି। ସାମ୍ବାଦିକ ଭବନଠାରେ ଆୟୋଜିତ ସମ୍ମିଳନୀରେ ଦୀପଦାନ କାର୍ଯ୍ୟକ୍ରମର ଅଧ୍ୟକ୍ଷ ତଥା ସ୍ନାୟୁରୋଗ ବିଶେଷଜ୍ଞ ଡା. ଅଶୋକ କୁମାର ମହାପାତ୍ର, ଉପାଧ୍ୟକ୍ଷ ଶଙ୍କର ପରିଡ଼ା ଏବଂ ଦୀପଦାନ କମିଟିର ବରିଷ୍ଠ ଉପଦେଷ୍ଟା ତଥା ଉତ୍କଳ ସାମ୍ବାଦିକ ସଂଘର ରାଜ୍ୟ ସଭାପତି ବିଭୂତି ଭୂଷଣ କର ଏହି ସୂଚନା ଦେଇଛନ୍ତି। ଛତିଶା ନିଯୋଗର ସେବାୟତମାନଙ୍କ ତତ୍ତ୍ୱାବଧାନରେ ଶ୍ରୀମନ୍ଦିର ଭିତରୁ ଦୀପ ଆସି ବଡ଼ଦାଣ୍ଡରେ ଦୀପାଞ୍ଜଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଦୀପଦାନ କାର୍ଯ୍ୟକ୍ରମ ପାଇଁ ୫୦ଟିଣ ଘିଅ ଓ ୧୦୦ ଟିଣ ତେଲ ବ୍ୟବହାର କରାଯିବ। ବିଭିନ୍ନ ମହାମାରୀରୁ ମାନବଜାତିକୁ ରକ୍ଷାକରିବା ପାଇଁ ୨୩ ତାରିଖ ପୂର୍ବାହ୍ନ ୧୦ଟାରେ ପୁରୀ ବଡ଼ଦାଣ୍ଡସ୍ଥିତ ଗୁଣ୍ଡିଚା ମନ୍ଦିର ନିକଟ ରାଣୀସତୀ ମଣ୍ଡପଠାରେ ଶ୍ରୀଅଚ୍ୟୁତାୟ ନମଃ, ଶ୍ରୀଅନନ୍ତାୟ ନମଃ ଏବଂ ଶ୍ରୀଗୋବିନ୍ଦାୟ ନମଃ ମନ୍ତ୍ର ୧୦୮ଥର ଜପ କରିବା ସହିତ ଅଗ୍ନିହୋତ୍ର ଯଜ୍ଞର ଆୟୋଜନ କରାଯିବ। ଏଥିସହ ଉକ୍ତ ଦିନ ରାଜ୍ୟର ସମସ୍ତ ଜଗନ୍ନାଥ ମନ୍ଦିରରେ ଦୀପଦାନ କରିବାକୁ କାର୍ଯ୍ୟକ୍ରମ ସଭାପତି ରମେଶ କୁମାର କେଜିରୱାଲ୍‌, ବରିଷ୍ଠ ଉପଦେଷ୍ଟା ପ୍ରଶାନ୍ତ କୁମାର ସାହୁ ପ୍ରମୁଖ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି। ସମ୍ମିଳନୀରେ ଜଗନ୍ନାଥ ସଂସ୍କୃତି ଗବେଷକ ହରିହର କାନୁନ୍‌ଗୋ, ବିଶିଷ୍ଟ ସାମାଜିକକର୍ମୀ ସୁଦର୍ଶନ ପ୍ରଧାନ, ସେଣ୍ଟର ପରିଚାଳନା ଟ୍ରଷ୍ଟି ତଥା ଦୀପଦାନ କମିଟିର ଆବାହକ ଭାବଗ୍ରାହୀ ଶାନ୍ତି, ସଭାପତି ରତିକାନ୍ତ ପାଢୀ ପ୍ରମୁଖ ଉପସ୍ଥିତ ଥିଲେ। ଦୀପାଞ୍ଜଳି କାର୍ଯ୍ୟକ୍ରମ ପାଇଁ ବିଶେଷ ଭାବରେ ନିର୍ମିତ ମାଟି ଦୀପର ଉନ୍ମୋଚନ ଅନୁଷ୍ଠାନର ଅଧ୍ୟକ୍ଷ ମହାପାତ୍ର ଏବଂ ଅତିଥିଙ୍କ ଦ୍ୱାରା ହୋଇଯାଇଛି। ଏହି ଦୀପ ତୈଳଚିତ୍ର ଶିଳ୍ପୀ ତଥା ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ପ୍ରାକ୍ତନ ଅଧ୍ୟାପକ ସୁନାରାମ ସିଂହଙ୍କ ଦ୍ୱାରା ଡିଜାଇନ୍‌ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

ଜାଲ୍‌ ଶିକ୍ଷକ ନିଯୁକ୍ତି ଘଟଣା: ଉଚ୍ଚସ୍ତରୀୟ ତଦନ୍ତ ଦାବି

ନୂଆପଡ଼ା,୮ା୪ (ମକାରୁ ବେମାଲ):ନୂଆପଡ଼ା ଜିଲା ସିନାପାଲି ମହାବିଦ୍ୟାଳୟରେ ଜାଲ୍‌ ଖେଳ ଶିକ୍ଷକ ନିଯୁକ୍ତି ଘଟଣାରେ ଜିଲା ଶିକ୍ଷା ବିଭାଗ କାର୍ଯ୍ୟାନୁଷ୍ଠାନ ପାଇଁ ଚିଠି କରି କାମ ସାରିଦେଇଛି।…

ଯୁଦ୍ଧବିରତି ମଧ୍ୟରେ ଉତ୍ସବ ମନାଇଲା ଇରାନ: ପତାକା ଧରି ରାସ୍ତାକୁ ଓହ୍ଲାଇଲେ ଲୋକେ

ତେହରାନ୍‌,୮।୪: ୪୦ ଦିନ ପରେ ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହର ଅସ୍ତ୍ରବିରତି ଘୋଷଣା କରାଯାଇଛି। ଏହା ପରେ ଇରାନ ଉତ୍ସବମୁଖର ହୋଇ ଉଠିଛି। ତେହରାନ୍‌ର…

ନିଜ ରାସ୍ତା କାମ ନିଜେ କଲେ ପଡ଼ାବାସୀ: ଚାନ୍ଦା ଆଦାୟକରି…

ନୂଆପଡ଼ା,୮ା୪ (ମକାରୁ ବେମାଲ): ନୂଆପଡ଼ା ଏନ୍‌ଏସି ସତ୍‌ସଙ୍ଗ ବିହାର ପଛପଟ ପଡ଼ା ରାସ୍ତାର ଡ୍ରେନ୍‌ ଉପରେ ପଡ଼ିଥିବା ଘୋଡ଼ଣି ଭାଙ୍ଗିଯାଇଥିବାରୁ ଲୋକେ ଯାତାୟାତରେ ଅସୁବିଧାର ସମ୍ମୁଖୀନ ହେଉଥିଲେ।…

ଏହି କାର୍ଯ୍ୟ ପାଇଁ ଦେଶରେ ପ୍ରଥମ ହେଲା ଓଡ଼ିଶା: ମିଳିଲା ଉଲ୍ଲେଖନୀୟ ସଫଳତା

ଭୁବନେଶ୍ୱର, ୮ା୪(ବନ୍ଦନା ସେଠୀ):ସହରାଞ୍ଚଳ ବିକାଶ କ୍ଷେତ୍ରରେ ଓଡ଼ିଶା ଆଉ ଏକ ସଫଳତା ହାସଲ କରିଛି। ‘ଅଟଳ ମିଶନ ଫର୍‌ ରିଜୁଭେନେଶନ ଆଣ୍ଡ୍‌ ଅର୍ବାନ ଟ୍ରାନ୍ସଫର୍ମେଶନ’(ଅମୃତ) ୨.୦ର ସଫଳ…

କରାମାଡ଼ରେ ଦୋହଲିଲା ଚାଷୀଙ୍କ ମେରୁଦଣ୍ଡ: ୨୮୦୦ ହେକ୍ଟର ଫସଲ ପ୍ରଭାବିତ

ବରଗଡ଼,୮।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ସୋମବାର ଅପରାହ୍ନରେ କାଳବୈଶାଖୀ ପ୍ରଭାବରେ ହୋଇଥିବା ଝଡ଼ବର୍ଷା ଓ କରାମାଡ଼ ଜିଲାର ଚାଷୀଙ୍କ ମାନସିକ ସ୍ଥିତିକୁ ଦୋହଲାଇ ଦେଇଛି। ଜିଲାର ଅନେକ ଚାଷୀଙ୍କ…

‘ଏହା ଯୁଦ୍ଧର ଶେଷ ନୁହେଁ, କିନ୍ତୁ…’ ଯୁଦ୍ଧବିରତି ଉପରେ ଇରାନର ବିସ୍ଫୋରକ ବୟାନ, ଟ୍ରମ୍ପ କାବା

ଓ୍ବାଶିଂଟନ୍‌,୮।୪: ଇରାନର ସର୍ବୋଚ୍ଚ ନେତା ମୋଜତାବା ଖାମେନେଇ ସମସ୍ତ ସାମରିକ ୟୁନିଟକୁ ଗୁଳି ବିରତି ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି। “ଏହା ଯୁଦ୍ଧର ଶେଷ ନୁହେଁ,…

ଟ୍ରମ୍ପଙ୍କ ଗୋଟିଏ ଘୋଷଣାରେ ଖସିଲା ଅଶୋଧିତ ତେଲ ମୂଲ୍ୟ, ଜାଣନ୍ତୁ ନୂଆ ଦାମ୍‌

ଓ୍ବାଶିଂଟନ୍‌,୮।୪: ୮ ଏପ୍ରିଲରେ ଅଶୋଧିତ ତୈଳ ମୂଲ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ହ୍ରାସ ଘଟିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ଉପରେ ସମ୍ଭାବ୍ୟ ବୋମା ବିସ୍ଫୋରଣକୁ ଦୁଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri