ୟୁକ୍ରେନ ସ୍ୱାଧୀନତା ଦିବସରେ ରୁଷିଆର ପରମାଣୁ ବିଦ୍ୟୁତ କେନ୍ଦ୍ରରେ ଡ୍ରୋନ ଆକ୍ରମଣ

ନୂଆଦିଲ୍ଲୀ,୨୪।୮: ୟୁକ୍ରେନ ତା’ର ୩୪ ତମ ସ୍ୱାଧୀନତା ଦିବସ ପାଳନ କରୁଥିବା ବେଳେ ରୁଷିଆ ଅଭିଯୋଗ କରିଛି ଯେ ୟୁକ୍ରେନ ରବିବାର ରାତିରେ ରୁଷିଆର ପଶ୍ଚିମ କୁର୍ସ୍କ ଅଞ୍ଚଳରେ ଥିବା ଏକ ପରମାଣୁ ବିଦ୍ୟୁତ କେନ୍ଦ୍ର ଉପରେ ଡ୍ରୋନ ଆକ୍ରମଣ କରି ନିଆଁ ଲଗାଇଛି। ରୁଷିଆର ଅଧିକାରୀମାନେ କହିଛନ୍ତି ଯେ ରାତାରାତି ହୋଇଥିବା ଆକ୍ରମଣରେ ଅନେକ ବିଦ୍ୟୁତ ଓ ଶକ୍ତି କେନ୍ଦ୍ରକୁ ଟାର୍ଗେଟ କରାଯାଇଥିଲା।

ପରମାଣୁ କେନ୍ଦ୍ରରେ ଲାଗିଥିବା ନିଆଁକୁ ତୁରନ୍ତ ନିୟନ୍ତ୍ରଣ କରାଯାଇଥିଲା ଏବଂ କୌଣସି ଆହତ ହୋଇନଥିବା କେନ୍ଦ୍ରର ପ୍ରେସ ସର୍ଭିସ ଟେଲିଗ୍ରାମରେ ଜଣାଇଛି। ଆକ୍ରମଣରେ ଏକ ଟ୍ରାନ୍ସଫର୍ମର କ୍ଷତିଗ୍ରସ୍ତ ହୋଇଥିଲେ ମଧ୍ୟ ରେଡିଏସନ ସ୍ତର ସ୍ୱାଭାବିକ ରହିଛି।

ଜାତିସଂଘର ପରମାଣୁ ନିରୀକ୍ଷଣ ସଂସ୍ଥା କହିଛି ଯେ ସେମାନେ ମିଡିଆ ରିପୋର୍ଟ ମାଧ୍ୟମରେ ଟ୍ରାନ୍ସଫର୍ମରରେ ନିଆଁ ଲାଗିଥିବା ଖବର ଜାଣିଛନ୍ତି, କିନ୍ତୁ ଏହାର ସ୍ୱାଧୀନ ପୁଷ୍ଟି ହୋଇନାହିଁ। ସଂସ୍ଥାର ମହାନିର୍ଦେଶକ ରାଫାଏଲ ମାରିଆନୋ ଗ୍ରୋସି କହିଛନ୍ତି, “ପ୍ରତ୍ୟେକ ପରମାଣୁ କେନ୍ଦ୍ରକୁ ସବୁବେଳେ ସୁରକ୍ଷିତ ରଖାଯିବା ଆବଶ୍ୟକ।” ୟୁକ୍ରେନ ଏହି ଅଭିଯୋଗ ଉପରେ ତୁରନ୍ତ କୌଣସି ମନ୍ତବ୍ୟ ଦେଇନାହିଁ।

ରୁଷିଆର ଲେନିନଗ୍ରାଡ ଅଞ୍ଚଳର ଉଷ୍ଟ-ଲୁଗା ବନ୍ଦରରେ ମଧ୍ୟ ନିଆଁ ଲାଗିଥିଲା, ଯେଉଁଠାରେ ଏକ ପ୍ରମୁଖ ଇନ୍ଧନ ରପ୍ତାନୀ ଟର୍ମିନାଲ ରହିଛି। ଅଞ୍ଚଳର ଗଭର୍ଣ୍ଣର କହିଛନ୍ତି ଯେ ପ୍ରାୟ ୧୦ଟି ଇଉକ୍ରେନୀୟ ଡ୍ରୋନ ଗୁଳି କରାଯାଇଥିଲା, ଯାହାର ଭଗ୍ନାଂଶ ନିଆଁ ଲଗାଇଥିଲା। ରୁଷିଆର ପ୍ରତିରକ୍ଷା ମନ୍ତ୍ରାଳୟ ଦାବି କରିଛି ଯେ ସେମାନେ ରାତାରାତି ୯୫ଟି ଇଉକ୍ରେନୀୟ ଡ୍ରୋନକୁ ରୁଷିଆ ଭୂଖଣ୍ଡରେ ଅଟକାଇଥିଲେ।

ଅନ୍ୟପକ୍ଷରେ, ୟୁକ୍ରେନର ବାୟୁସେନା କହିଛି ଯେ ରୁଷିଆ ରାତାରାତି ୭୨ଟି ଡ୍ରୋନ ଓ ଏକ କ୍ରୁଜ ମିସାଇଲ ୟୁକ୍ରେନ ଉପରେ ପଠାଇଥିଲା, ଯେଉଁଥିରୁ ୪୮ଟି ଡ୍ରୋନକୁ ଗୁଳି କରାଯାଇଥିଲା କିମ୍ବା ଜାମ କରାଯାଇଥିଲା। ଏହି ଘଟଣା ୟୁକ୍ରେନର ୧୯୯୧ରେ ସୋଭିଏତ ଯୁନିଅନରୁ ସ୍ୱାଧୀନତା ଘୋଷଣାର ସ୍ମରଣରେ ପାଳିତ ସ୍ୱାଧୀନତା ଦିବସରେ ଘଟିଛି।

ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି କିଭ୍ ର ଇଣ୍ଡିପେଣ୍ଡେନ୍ସ ସ୍କୋୟାରରେ ଏକ ଭିଡିଓ ବାର୍ତାରେ ଦେଶର ଦୃଢ଼ତା ଉପରେ ଜୋର ଦେଇଛନ୍ତି। ସେ କହିଛନ୍ତି, “ଆମେ ଏକ ଏପରି ଇଉକ୍ରେନ ଗଢ଼ୁଛୁ, ଯାହାର ନିରାପତ୍ତା ଓ ଶାନ୍ତି ପାଇଁ ଯଥେଷ୍ଟ ଶକ୍ତି ଓ କ୍ଷମତା ରହିବ।” ସେ ଆମେରିକା-ରୁଷିଆ ଶିଖର ବୈଠକକୁ ଇଙ୍ଗିତ କରି କହିଛନ୍ତି, “ଆମର ଭବିଷ୍ୟତ କ’ଣ ହେବ, ତାହା କେବଳ ଆମ ଉପରେ ନିର୍ଭର କରେ।”

ସ୍ୱାଧୀନତା ଦିବସ ଉତ୍ସବରେ ଆମେରିକାର ବିଶେଷ ଦୂତ କିଥ କେଲୋଗ ଉପସ୍ଥିତ ଥିଲେ, ଯାହାଙ୍କୁ ଜେଲେନସ୍କି ୟୁକ୍ରେନୀୟ ଅର୍ଡର ଅଫ ମେରିଟ (୧ମ ଡିଗ୍ରୀ) ପ୍ରଦାନ କରିଥିଲେ। କାନାଡାର ପ୍ରଧାନମନ୍ତ୍ରୀ ମାର୍କ କାର୍ନେ ମଧ୍ୟ ରବିବାର ସକାଳେ ଜେଲେନସ୍କିଙ୍କ ସହ ବୈଠକ ପାଇଁ କିଭ୍ ପହଞ୍ଚିଥିଲେ।

ନରୱେ ରବିବାର ପ୍ରାୟ ୭୦୦ ମିଲିୟନ ଡଲାରର ସାମରିକ ସାହାଯ୍ୟ ଘୋଷଣା କରିଛି, ଯାହା ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ଓ ରାଡାର ପାଇଁ ବ୍ୟବହୃତ ହେବ। ପୋପ ଲିଓ ଚତୁର୍ଦଶ ୟୁକ୍ରେନ ପାଇଁ ଶାନ୍ତି ପାଇଁ ପ୍ରାର୍ଥନା କରିଛନ୍ତି ଏବଂ ଜେଲେନସ୍କିଙ୍କୁ ଏକ ଟେଲିଗ୍ରାମ ପଠାଇ ଶାନ୍ତି ପାଇଁ ଆହ୍ୱାନ ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?