Posted inଖେଳ

ଆଜି ଭାରତୀୟ କ୍ରିକେଟର୍‌ ଏକ ସ୍ମରଣୀୟ ଦିନ: ଜାଣନ୍ତୁ କ’ଣ ହୋଇଥିଲା

କ୍ରିକେଟ ପ୍ରେମୀଙ୍କ ପାଇଁ ଆଜି ଏକ ବିଶେଷ ଦିନ। ୧୪ ବର୍ଷ ପୂର୍ବେ ଆଜି, ଭାରତର ପୂର୍ବତନ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ ବୀରେନ୍ଦ୍ର ସେହ୍ବାଗ ଟେଷ୍ଟ କ୍ରିକେଟର୍‌ରେ ଇତିହାସ ରଚିଥିଲେ। ସେହ୍ବାଗ ମାର୍ଚ୍ଚ ୨୮, ୨୦୦୪ରେ ମୁଲତାନ ଟେଷ୍ଟରେ ପାକିସ୍ତାନୀ ବୋଲରଙ୍କୁ ପ୍ରହାର କରି ତ୍ରିଶତକ ମାରିଥିଲେ। ଟିମ ଇଣ୍ଡିଆ ତରଫରୁ ଟେଷ୍ଟ କ୍ରିକେଟରେ ଟ୍ରିପଲ ଶତକ ହାସଲ କରିଥିବା ବୀରେନ୍ଦ୍ର ସେହ୍ବାଗ ହେଉଛନ୍ତି ଭାରତର ପ୍ରଥମ ଟେଷ୍ଟ କ୍ରିକେଟର। ଦୀର୍ଘ ବର୍ଷର ବ୍ୟବହଧାନ ପରେ ଭାରତୀୟ ଦଳ ୨୦୦୪ରେ ପାକିସ୍ତାନ ଗସ୍ତରେ ଯାଇଥିଲା। ଭାରତ ଏବଂ ପାକିସ୍ତାନ ମଧ୍ୟରେ ପ୍ରସ୍ତାବିତ ତିନି ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ମୁଲତାନରେ ଖେଳାଯାଇଥିଲା। ଏହି ମ୍ୟାଚ୍‌ରେ ଟିମ ଇଣ୍ଡିଆ ଟସ ଜିତିବା ପରେ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଇନିଂସ କରୁଥିବା ବୀରେନ୍ଦ୍ର ସେହ୍ବାଗ ଏବଂ ଆକାଶ ଚୋପ୍ରା ଜୋରଦାର ବ୍ୟାଟିଂ କରିଥିଲେ। ଏହି ଦୁଇ ଖେଳାଳି ପ୍ରଥମ ଉଇକେଟ ପାଇଁ ୧୬୦ ରନ ଭାଗିଦାରୀ କରିଥିଲେ। ଆକାଶ ଚୋପ୍ରା ୪୨ ରନ ସ୍କୋର କରି ସାକଲେନ ମୁସ୍ତାକଙ୍କ ଶିକାର ହୋଇଥିଲେ। କିନ୍ତୁ ସେହ୍ବାଗ ତାଙ୍କ ଆକ୍ରମଣ ଜାରି ତ୍ରିଶତକ ପୂରଣ କରିଥିଲେ। ସେ ୩୦୯ ରନ କରି ଆଉଟ୍‌ ହୋଇଥିଲେ। ଏଥି ସହିତ ସେ ମ୍ୟାଚ୍‌ରେ ମାଷ୍ଟବ୍ଲାଷ୍ଟର ସଚିନ ତେନ୍ଦୁଲକର ୧୯୪ ରନରେ ଅପରାଜିତ ରହିଥିଲେ, ସେତେବେଳେ ଭାରତ ଇନିଂସ ଘୋଷଣା କରିଥିଲା। ଏହାପରଠାରୁ ସେହ୍ବାଗଙ୍କୁ ମୁଲତାନର ସୁଲତାନ ଆଖ୍ୟା ଦିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସଚିନ ତେନ୍ଦୁଲକରଙ୍କ ଏହି ୫ ମହାରେକର୍ଡ ଭାଙ୍ଗିବା ପ୍ରାୟ ଅସମ୍ଭବ

ସଚିନ ତେନ୍ଦୁଲକର ଆଜି ୫୧ତମ ଜନ୍ମଦିନ ପାଳନ କରୁଛନ୍ତି। ଭାରତୀୟ କ୍ରିକେଟ ଦଳର ପୂର୍ବତନ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ କ୍ୟାରିୟରରେ ଅନେକ ରେକର୍ଡ ସୃଷ୍ଟି କରିଥିଲେ।...

୫୧ ବର୍ଷରେ ପଦାର୍ପଣ କଲେ କ୍ରିକେଟର ଭଗବାନ

ନୂଆଦିଲ୍ଲୀ,୨୪।୪: ଭାରତୀୟ କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର ଆଜି ୫୧ ବର୍ଷରେ ପଦାର୍ପଣ କରିଛନ୍ତି। କ୍ରୀଡା ଏବଂ ସିନେମାର ଅନେକ ସେଲିବ୍ରିଟି ତାଙ୍କୁ ସୋସିଆଲ...

ପଏଣ୍ଟ ଟେବୁଲରେ ବଡ଼ ପରିବର୍ତ୍ତନ: ଚଳିତ ଆଇପିଏଲରେ ପ୍ରଥମ ଥର ଟପ୍‌-୪ରୁ ବାଦ୍‌ ପଡ଼ିଲା ସିଏସକେ

ନୂଆଦିଲ୍ଲୀ,୨୪।୪: ଆଇପିଏଲ ୨୦୨୪ର ୩୯ତମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗ୍‌ସ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ ମଧ୍ୟରେ ଖେଳାଯାଇଛି। ଏହି ମ୍ୟାଚରେ ଲକ୍ଷ୍ନୌ ଚେନ୍ନାଇକୁ ପରାସ୍ତ...

ଭାରତୀୟ ଦଳରେ ୫ ଓଡ଼ିଆ

ଭୁବନେଶ୍ୱର, ୨୪ା୪ (ବିଜୟ ରଣା): ବୁଧବାରଠାରୁ ଏପ୍ରିଲ ୨୮ ପର୍ଯ୍ୟନ୍ତ ଥାଇଲାଣ୍ଡ ରେ ହେବାକୁ ଥିବା ଏସିଆନ୍‌ ହୁଇଲ ଚେୟାର ଫେନ୍‌ସିଂ ଚାମ୍ପିୟନଶିପ୍‌ ଲାଗି ମନୋନୀତ...

ଇଣ୍ଡିଆନ ୟୁନିଭର୍ସିଟିଜ୍‌ ରଗ୍‌ବୀ, ଚେସ୍‌ ଦଳ ଘୋଷିତ

ଭୁବନେଶ୍ୱର, ୨୪।୪(ତପନ ସ୍ବାଇଁ): ଫ୍ରାନ୍ସର ଏକ୍ସେନ-ପ୍ରୋଭିନ୍ସରେ ୨୦୨୪ ଓ୍ବାଲର୍‌ଡ ୟୁନିସର୍ଭିଟି ରଗ୍‌ବୀ ସେଭେନ୍ସ ଚାମ୍ପିୟନଶିପ୍‌ ଜୁନ୍‌ ୧୦ରୁ ୧୨ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ସେହିପରି ଉଗାଣ୍ଡାର...

Video: ଆଉଟ୍‌ ଦେଇଥିବା ଅମ୍ପାୟାରଙ୍କଠାରୁ ‘ପ୍ରତିଶୋଧ’ ନେଲେ ବିରାଟ, ସର୍ବସମ୍ମୁଖରେ କଲେ ଏଭଳି…

ନୂଆଦିଲ୍ଲୀ,୨୩।୪: ବିରାଟ କୋହଲି କ୍ରିକେଟ ମଇଦାନରେ ନିଜର କ୍ରୋଧକୁ ନେଇ ପରିଚିତ। ଖେଳ ସମୟରେ ନିଜ ବିରୋଧୀ ଟିମ୍‌ର ମୁହଁ ଏବଂ ବ୍ୟାଟ୍‌ ଉଭୟର ଉଚିତ...

‘ପନ୍ତଙ୍କୁ ଚୟନ କରା ନ ଗଲେ ଭାରତ ମ୍ୟାଚ୍‌ରେ ପ୍ରଭାବ ପଡ଼ିବ’ 

ନୂଆଦିଲ୍ଲୀ,୨୩।୪: ଟି୨୦ ବିଶ୍ୱକପ୍‌ ପାଇଁ ଟିମ୍‌ ଇଣ୍ଡିଆର ଚୟନ ଚଳିତ ମାସ ଶେଷ ଆଡ଼କୁ ହୋଇପାରେ। ଦଳରେ ଅନେକ ଖେଳାଳିଙ୍କୁ ଚୟନ କରିବାକୁ ନେଇ ଏଯାଏ...

ହେଲା ବଡ଼ ଖୁଲାସା, ଏହି ଗୋଟିଏ ଭୁଲ୍‌ ପାଇଁ ଆର୍‌ସିବିରେ ନାହାନ୍ତି ଚହଲ…

ନୂଆଦିଲ୍ଲୀ,୨୩।୪: ଯୁଜବେନ୍ଦ୍ର ଚହଲଙ୍କୁ ଦଳରେ ନ ରଖିବାର ନିଷ୍ପତ୍ତି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍‌ସିବି)କୁ ଅବଶୋଷ ରହିବ। କିଛି ଏଭଳି ପ୍ରତିକ୍ରିୟା ରଖିଛନ୍ତି ଫ୍ରାଞ୍ଚାଇଜ୍‌ର ପୂର୍ବ କ୍ରିକେଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri