ଠକଙ୍କୁ ଆଣିବା ବାଟକୁ

ସରକାରୀ ହେଉ ବା ବେସରକାରୀ ସଂସ୍ଥା, ସବୁଠି ନିଯୁକ୍ତ କର୍ମଚାରୀମାନଙ୍କ ମଧ୍ୟରେ ବଡ଼ରୁ ସାନ କ୍ରମରେ ପଦବୀ ଥାଏ। ଏହି ପଦବୀ ଅନ୍ତର୍ଗତ ଦାୟିତ୍ୱ ଓ ସର୍ତ୍ତାବଳୀକୁ ନେଇ କାମ କରିବାକୁ ପଡ଼େ। ତେବେ ଏକଥା ନିଶ୍ଚିତ ଯେ ଜଣେ ସ୍ବେଚ୍ଛାସେବୀ, କର୍ମଚାରୀ ବା କର୍ମକର୍ତ୍ତା ଗୋଟିଏ କାର୍ଯ୍ୟ ସମ୍ପାଦନ କରିବାକୁ ହେଲେ ନିଜର ଦକ୍ଷତା, କାର୍ଯ୍ୟ କରିବାର ଆଗ୍ରହ ଓ ସକାରାତ୍ମକ ମନୋଭାବ, ସେବାପ୍ରଦାନରେ ତ୍ୟାଗ, ଜ୍ଞାନ ଓ ଅଭିଜ୍ଞତା, ଶିକ୍ଷାଲାଭ କରିବାର ଉକତ୍ଣ୍ଠା, ସମନ୍ବୟ, ସହଯୋଗ, ଭିତ୍ତିରେ କାର୍ଯ୍ୟଶୈଳୀକୁ ଆପଣାଇଥାଏ। ଉତ୍ତମ ସଂଯୋଜନା, ଦଳଗତ କାର୍ଯ୍ୟ, ସମୟ ଅବଧି ମଧ୍ୟରେ ଗୁଣାତ୍ମକ ସେବା ଯୋଗାଣ ହିଁ ଜଣେ ଉତ୍ତମ କର୍ମଚାରୀଙ୍କ ସୁଲକ୍ଷଣ। ତେବେ ମନଭିତରେ ଈର୍ଷା, ଦ୍ୱେଷ, ଅହଂକାର, ଗର୍ବରଖି ନିଜ ହାତରେ କ୍ଷମତା କେନ୍ଦ୍ରୀଭୂତ କରି ଗୋଟିଏ ଶିଙ୍ଗରେ ମାଟି ତାଡିଲା ଭଳି କାର୍ଯ୍ୟ କରିବାକୁ ଉକ୍ତ କର୍ମଚାରୀଙ୍କ ସଫଳତା ବୋଲି ଧରାଯାଏ ନାହିଁ। ଏସବୁ ବଦଗୁଣ ଧାରଣ କରୁଥିବା ଜଣେ କର୍ମଚାରୀ, ଅଧିକାରୀ ସେ କାର୍ଯ୍ୟ କ୍ଷେତ୍ରରେ ବିଶୃଙ୍ଖଳା ସୃଷ୍ଟି କରିବା ସହ ପ୍ରତ୍ୟେକ କାର୍ଯ୍ୟର ସୁଗମ ପ୍ରଗତି ପାଇଁ ବାଧକ। ବାସ୍ତବରେ ଏପରି ମନୋଭାବ ରଖୁଥିବା ବ୍ୟକ୍ତି ସେବା ବା କର୍ମକ୍ଷେତ୍ର ପାଇଁ ପ୍ରତିବନ୍ଧକ ବା ବିପଦ। ଏପ୍ରକାର କର୍ମଚାରୀ ସଂଯୋଜନା, ସହମତି, ଦଳଗତ କାର୍ଯ୍ୟଠାରୁ ବେଶ୍‌ ଦୂରରେ ରହିଥାନ୍ତି। ତେବେ ଅଧିକାଂଶ କାର୍ଯ୍ୟ କ୍ଷେତ୍ରରେ ଏପରି ବ୍ୟକ୍ତି ନାହାନ୍ତି ବୋଲି କହିହେବ ନାହିଁ। ତେବେ ଏସବୁ ବ୍ୟକ୍ତିମାନଙ୍କୁ ସହ୍ୟକରି ବା ତାଙ୍କ ସହ ଖାପଖୁଆଇ ବା ନିଜର ଦକ୍ଷତା ବଳରେ ସେମାନଙ୍କ ସହଯୋଗ ଓ ଉତ୍ତମ ବୁଝାମଣାଭିତ୍ତିରେ ଜନସାଧାରଣଙ୍କୁ ସେବା ପ୍ରଦାନ କରୁଥିବା ଓ କର୍ମକ୍ଷେତ୍ର ନିମନ୍ତେ ସଫଳତା ସୃଷ୍ଟିକରୁଥିବା ବ୍ୟକ୍ତିବିଶେଷ ହିଁ ପ୍ରକୃତ ସଫଳ କର୍ମଚାରୀ। ବାସ୍ତବରେ କର୍ମକ୍ଷେତ୍ରରେ ଏପରି ବ୍ୟକ୍ତି ଖୁବ୍‌ କମ୍‌ ସଂଖ୍ୟାରେ ଦେଖିବାକୁ ମିଳନ୍ତି। ଏମାନଙ୍କ ସଂଖ୍ୟା କମ୍‌ ହେବାର ଅନେକ କାରଣ ରହିଛି। ସେଥିମଧ୍ୟରୁ ସେମାନଙ୍କୁ ଉତ୍ସାହ, ପ୍ରୋତ୍ସାହନର ଅଭାବ ଅନ୍ୟତମ। କୌଶଳସହ କାମକୁ ଠକି ଖସିଯିବାର ବ୍ୟକ୍ତି ଅନେକ ଥିଲେ ହେଁ ଆଜିକାଲି ଏମାନେ ନିଜକୁ ବୁଦ୍ଧିମାନ ବୋଲି ଭାବିଥାନ୍ତି। ତେବେ ସରଳ, ନିଷ୍କପଟ, ଜନସାଧାରଣଙ୍କ ସ୍ବାର୍ଥ ସାଧନରେ ବ୍ରତୀଥିବା କର୍ମଚାରୀଙ୍କୁ ନିର୍ବୋଧ ଭାବିବା ମଧ୍ୟ ଏକ ନିର୍ବୋଧତା। ତେବେ ଏ ପ୍ରକାର ପ୍ରବୃତ୍ତି ସମ୍ପ୍ରତି ଦୃଷ୍ଟିଗୋଚର ହେଉଛି। ଏହା ସେହି କର୍ମଯୋଗୀମାନଙ୍କ ନିମନ୍ତେ ନିରୁତ୍ସାହଜନକ କାର୍ଯ୍ୟ। ଏପରି ଅବିରତ ଧାରା ହିଁ ବିଫଳତା ଓ କର୍ମକ୍ଷେତ୍ରରେ ଠକଙ୍କୁ ଜନ୍ମ ଦିଏ। ଲାଞ୍ଚ, ଅର୍ଥ ଆତ୍ମସାତ, ତୋଷାମଦ, ସୁପାରିସର ପାରିବାପଣିଆରେ ଛନ୍ଦି ହେବାରେ ଲାଗିଛି କର୍ମଜଗତ ଓ କର୍ମଚାରୀଙ୍କ ଦକ୍ଷତା। ବାସ୍ତବରେ ଏହି ବ୍ୟକ୍ତିତ୍ୱମାନେ ସଫଳତା, ଉକତ୍ର୍ଷତା ବଦଳରେ ନିଜର ରୋଜଗାର, କର୍ମ, ଚାକିରି ବଞ୍ଚାଇବାରେ ଲାଗିପଡ଼ନ୍ତି। ଫଳରେ ନିଜ ଜୀବିକା ସିନା ସୁରକ୍ଷିତ ରୁହେ କିନ୍ତୁ ଯେଉଁ କାମ ପାଇଁ ସେମାନେ ନିୟୋଜିତ ହୋଇଥାନ୍ତି ତାହା ଫଳବତୀ ହୁଏନାହିଁ।
ଏକ ତଥ୍ୟରୁ ଜଣାଯାଏ ସାରା ବିଶ୍ୱରେ ପ୍ରାୟ ୩.୩୨ବିଲିୟନ ବ୍ୟକ୍ତି ବିଭିନ୍ନ କାର୍ଯ୍ୟାଳୟ, ଅନୁଷ୍ଠାନ, ସଂସ୍ଥାରେ ନିୟୋଜିତ। ଆମେ ଜାଣୁ ଯେ ଜଣେ ଚାରିତ୍ରିକ ଭାବରେ ଖରାପ ବା ଦୁର୍ନୀତିଗ୍ରସ୍ତ କର୍ମଚାରୀ ପୂରା ବ୍ୟବସ୍ଥାକୁ କଳଙ୍କିତ କରିଦେଇପାରେ। ତେବେ ୧୮୦ଟି ଦେଶକୁ ନେଇ ଟ୍ରାନ୍ସପରେନ୍ସି ଇଣ୍ଟନ୍ୟାଶନାଲ ଦ୍ୱାରା ୨୦୧୨ରେ ହୋଇଥିବା ଭ୍ରଷ୍ଟାଚାର ଧାରଣ ସୂଚକାଙ୍କ ବିଶ୍ଳେଷଣ ଅନୁସାର ଡେନମାର୍କ, ନ୍ୟୁଜିଲାଣ୍ଡ, ଫିନ୍‌ଲାଣ୍ଡ ଦେଶସମୂହ ସବୁଠାରୁ କମ୍‌ ଭ୍ରଷ୍ଟାଚାରପ୍ରବଣ ଅର୍ଥାତ୍‌ ୧ନମ୍ବର ସ୍ଥାନରେ ରହିଥିବାବେଳେ ଭାରତ ୮୫ ତମ ସ୍ଥାନରେ ରହିଛି। ଆଜିକାଲି ସଫଳ, ଦକ୍ଷ, ପାରଦର୍ଶୀ କର୍ମଚାରୀ ବା କର୍ମୀଟିଏ ମିଳିବା ଯେତିକି କଷ୍ଟକର ସେମାନେ ବର୍ତ୍ତମାନର କର୍ମକ୍ଷେତ୍ରରେ ଖାପଖୁଆଇ ଉପଯୁକ୍ତ ମାର୍ଗରେ ସେବା ପ୍ରଦାନ ସେତିକି ଦୁରୂହ ବ୍ୟାପାର। ସେମାନଙ୍କ ନିମନ୍ତେ ପ୍ରେରଣାସ୍ବରୂପ ଜନ୍ମଦିନ ପାଳନ, ବିସ୍ମୟକର ଉପହାର ପ୍ରଦାନ, ପଦୋନ୍ନତି, ପ୍ରଶଂସାପତ୍ର, ସମ୍ମାନ, ଉତ୍ସବରେ ସମ୍ବର୍ଦ୍ଧନା, ସାମାଜିକ ଗଣମାଧ୍ୟମରେ ସ୍ବୀକୃତି ପ୍ରଦାନ, ସ୍ଥାୟୀ ପଦବୀ ଅର୍ପଣ, ଭ୍ରମଣ ବା ମନୋରଞ୍ଜନ ପାଇଁ ଛୁଟି ପ୍ରଦାନ ସହିତ କର୍ମଚାରୀ ପ୍ରଶଂସା ଦିବସ ପାଳନ କଲେ କେବଳ ଏହି କର୍ମଠ, ସଚ୍ଚୋଟ କର୍ମକର୍ତ୍ତା ଉତ୍ସାହିତ ହେବେ ତାହା ନୁହେଁ ବରଂ ସେମାନଙ୍କୁ ହତୋତ୍ସାହିତ କରୁଥିବା କର୍ମୀ ନିରୁତ୍ସାହିତ ହେବେ ଓ ଅନୁକରଣ କରୁଥିବା କର୍ମକର୍ତ୍ତା ଉତ୍ସାହିତ ହେବେ। ତା’ଛଡା ଠକଙ୍କୁ ବାଟକୁ ଆଣିବାର ପ୍ରୟାସ ହେବ।

– ଶୁଭନାରାୟଣ ଶତପଥୀ
ବିଜିପୁର, ବ୍ରହ୍ମଗିରି, ପୁରୀ
ମୋ-୯୪୩୮୪୩୨୦୨୩


Enter your email to get our daily news in your inbox.

All Right Reserved By Dharitri.Com

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

ମଣିପୁର ପାଇଁ ସମୟ ନାହିଁ

କିଛି ଦିନର ବ୍ୟବଧାନ ପରେ ଭାରତର ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ସଦ୍ୟ ହିଂସା ଦେଖାଦେଇଛି। ବିଷ୍ଣୁପୁର ଜିଲାର ମୋଇରାଙ୍ଗ ତ୍ରୋଙ୍ଗଲାଓବି ଅଞ୍ଚଳରେ ୬ ଏପ୍ରିଲରେ ଉଗ୍ରବାଦୀଙ୍କ ବୋମା…

ଏଇ ଭାରତରେ

ଗାର୍ବେଜ କ୍ଲିନିକ୍‌ ବା ବର୍ଜ୍ୟ କ୍ଲିନିକ୍‌ କଥା ଶୁଣିଛନ୍ତି କି। ହଁ, ଏମିତିକା କ୍ଲିନିକ୍‌ ଚାଲିଛି ଦିଲ୍ଲୀରେ। ପ୍ରବୀଣ ନାୟକ ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ଦିଲ୍ଲୀକୁ ସବୁଜ…

ଶିକ୍ଷକଙ୍କ ରୂପାନ୍ତରଣକାରୀ ଭୂମିକା

‘ଶିକ୍ଷା’ କେବଳ ଜ୍ଞାନର ହସ୍ତାନ୍ତରଣ ନୁହେଁ। ଏହା ମନ, ମସ୍ତିଷ୍କକୁ ଗଢ଼ି ତୋଳେ। କୌଶଳ ଉଦ୍ଭାବନ କରେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମ୍ଭାବନା ଓ କ୍ଷମତାର ବିକାଶ…

ପରମାଣୁ ଶକ୍ତିର ମୋହ

ପ୍ରାୟତଃ ଦୀର୍ଘ ଦିନ ଧରି ମଧ୍ୟ ପ୍ରାଚ୍ୟରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତାହାର ପ୍ରମୁଖ କାରଣ ତୈଳ, ଉଗ୍ରବାଦ, ଧର୍ମ କିମ୍ବା ରାଜନୈତିକ ଆଭିମୁଖ୍ୟ ନୁହେଁ…

ମାଷ୍ଟର ନାହାନ୍ତି

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍‌ଇ) ପକ୍ଷରୁ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ନୂଆ ପାଠ୍ୟକ୍ରମ ଅଣାଯାଇଛି। ଛାତ୍ରୀଛାତ୍ରମାନେ ୩ଟି ଭାଷା ପଢ଼ିବାର ବ୍ୟବସ୍ଥା ହୋଇଥିବା ବେଳେ ସେଥିମଧ୍ୟରୁ…

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ମଧ୍ୟପ୍ରଦେଶ ଉଜ୍ଜୟିନୀ ମ୍ୟୁନିସିପାଲ କର୍ପୋରେଶନ କମିଶନର ଅନଶୁଲ ଗୁପ୍ତାଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୧୨୫ ସ୍ବେଚ୍ଛାସେବୀଙ୍କ ସହାୟତାରେ ଉଜ୍ଜୟିନୀର ୟାମ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri