Posted inଜାତୀୟ

ତୃତୀୟ ଦିନରେ ପୁଣି ଇଡିରେ ହାଜର ହେବେ ରାହୁଲ

ନୂଆଦିଲ୍ଲୀ,୧୫।୬: ନ୍ୟାଶନାଲ ହେରାଲ୍ଡ ମନିଲଣ୍ଡରିଂ ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ତୃତୀୟ ଦିନ ଲାଗି ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ରେ ହାଜର ହେବେ। ମଙ୍ଗଳବାର ୯ ଘଣ୍ଟାର ପଚରାଉଚରା ପରେ ପୁଣି ଥରେ ବୁଧବାର ପଚରାଉଚରା କରାଯିବ। ସେହିପରି ସୋମବାର ମଧ୍ୟ ରାହୁଲଙ୍କୁ ୧୦ ଘଣ୍ଟା ଜେରା କରାଯାଇଥିଲା। ଜେରା କରିବା ପରେ ମଧ୍ୟ ଉତ୍ତରରେ ସନ୍ତୁଷ୍ଟ ନ ହେବାରୁ ପୁଣି ଥରେ ଜେରା ଲାଗି ହାଜର ହେବାକୁ ସମନ କରାଯାଇଛି।

ରାହୁଲ ମଙ୍ଗଳବାର ୧୧ଟା ୫ରେ ଭଉଣୀ ତଥା ଏଆଇସିସି ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସହ ଏପିଜେ ଅବଦୁଲ କଲାମ ରୋଡ୍‌ ସ୍ଥିତ ଇଡି ମୁଖ୍ୟାଳୟରେ ପହଞ୍ଚିଥିଲେ। ପୂର୍ବାହ୍ନ ୧୧ଟା ୩୦ରୁ ୪ ଘଣ୍ଟା ଜେରା କରାଯାଇଥିଲା। ଜେରା ପରେ ତାଙ୍କୁ ମଧ୍ୟାହ୍ନ ଭୋଜନ ପାଇଁ ଛଡ଼ାଯାଇଥିଲା। ତା’ପରେ ପୁଣି ୪ଟା ୩୦ରୁ ଜେରା ଆରମ୍ଭ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଆପଣଙ୍କ ଘର ହାଇଓ୍ବେ ଉପରେ କି? ମିଳିବ ଏତେ ସୁବିଧା, ମାଗଣାରେ କରିପାରିବେ ଯାତ୍ରା

ନୂଆଦିଲ୍ଲୀ,୧୨।୯: ଦେଶରେ ଟୋଲ୍‌ପ୍ଲାଜାରେ ଟୋଲ୍‌ ଆଦାୟ କରିବାକୁ ନେଇ ନୂଆ ସିଷ୍ଟମ ଆରମ୍ଭ ହୋଇଛି। ଏହି ସିଷ୍ଟମ ସିଧା ସାଟେଲାଇଟ୍‌ରୁ କାମ କରିବ। ଯେଉଁ ଗାଡିରେ...

ଖାଦ୍ୟ-ପାନୀୟ ସାମଗ୍ରୀ ଠାରୁ ଦେଶରେ ବଡୁଛି ଶିକ୍ଷା ପାଇଁ ଖର୍ଚ୍ଚ, ରିପୋର୍ଟରେ ନୂଆ ଖୁଲାସା

ନୂଆଦିଲ୍ଲୀ,୧୨।୯: ଶିକ୍ଷା ଲୋକଙ୍କ ଜୀବନରେ ପରିବର୍ତ୍ତନ ଆଣେ ବୋଲି କେହି ଅସ୍ବୀକାର କରିପାରିବେ ନାହିଁ। ଏହାର କାରଣ ହେଉଛି ଭାରତୟମାନେ ଶିକ୍ଷା କ୍ଷେତ୍ରରେ ଭଲ ପୁଞ୍ଜି...

ହଠାତ୍‌ ଜଷ୍ଟିସ ଚନ୍ଦ୍ରଚୂଡଙ୍କ ଘରେ ପହଞ୍ଚିଲେ ମୋଦି, ପୂଜାଥାଳି ଧରି କଲେ ଏମିତି କାମ

ନୂଆଦିଲ୍ଲୀ,୧୨।୯: ହଠାତ୍‌ ପ୍ରଧାନମନ୍ତ୍ରୀ ମୋଦି ଦେଶର ମୁଖ୍ୟ ବିଚାରପତି ଡି ଓ୍ବାଇ ଚନ୍ଦ୍ରଚୂଡଙ୍କ ଘରେ ପହଞ୍ଚିଲେ। ଯାହାର ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ...

ରାହୁଲ ଗାନ୍ଧୀଙ୍କୁ ହତ୍ୟା ଧମକ ଦେଲେ ଭାଜପା ନେତା, କହିଲେ…

ନୂଆଦିଲ୍ଲୀ,୧୨।୯: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ‘ଶିଖ’ ସମ୍ପ୍ରଦାୟ ସହ ଜଡିତ ବିବୃତ୍ତି ଉପରେ ଦେଶର ରାଜନୀତିରେ ଉତ୍ତେଜନା ଦେଖାଦେଇଛି। ଏହି ସମୟରେ ରାହୁଲ ଗାନ୍ଧୀଙ୍କ...

କୋଲକାତା ବଳାତ୍କାର ମାମଲା: ମମତାଙ୍କ ସାମ୍ନାରେ ବଡ଼ ସର୍ତ୍ତ ରଖିଲେ ଡାକ୍ତର

କୋଲକାତା,୧୨।୯: କୋଲକାତାର ଆର.ଜି କର ମେଡିକାଲ କଲେଜରେ ମହିଳା ଟ୍ରେନି ଡାକ୍ତରଙ୍କ ବଳାତ୍କାର ଓ ହତ୍ୟାକୁ ନେଇ ଡାକ୍ତରଙ୍କ ବିରୋଧ ଅନେକ ଦିନ ଧରି ଚାଲିଆସୁଛି।...

କୈଥାଲରୁ ଲଢ଼ିବେ ସୂର୍ଯ୍ୟଓ୍ବୋଲାଙ୍କ ପୁଅ

ନୂଆଦିଲ୍ଲୀ,୧୨ା୯: କଂଗ୍ରେସ ପକ୍ଷରୁ ବୁଧବାର ହରିୟାଣା ବିଧାନସଭା ନିର୍ବାଚନ ପାଇଁ ତୃତୀୟ ତାଲିକା ଜାରି କରାଯାଇଛି। ଏଥିରେ ୪୦ ପ୍ରାର୍ଥୀଙ୍କ ମଧ୍ୟରେ ଦଳୀୟ ଏମ୍‌ପି ରଣଦୀପ...

ଜମ୍ମୁ-କଶ୍ମୀରରେ କଂଗ୍ରେସର ୫ ଗ୍ୟାରେଣ୍ଟି

ଅନନ୍ତନାଗ, ୧୨।୯: କଂଗ୍ରେସ ପକ୍ଷରୁ ବୁଧବାର ଜମ୍ମୁ-କଶ୍ମୀରର ଜନସାଧାରଣଙ୍କୁ ୫ ଗାରେଣ୍ଟିର ପ୍ରତିଶ୍ରୁତି ଦିଆଯାଇଛି। ଦକ୍ଷିଣ କଶ୍ମୀରର ଅନନ୍ତନାଗରେ କଂଗ୍ରେସ-ନ୍ୟାଶନାଲ କନ୍‌ଫରେନ୍ସ(ଏନ୍‌ସି) ମେଣ୍ଟ ପାଇଁ ପ୍ରଚାର...

ଚାଇନା ଦଖଲରେ ଭାରତର ୪,୦୦୦ ବର୍ଗ କିମି: ରାହୁଲ

ଓ୍ବାଶିଂଟନ୍‌/ନୂଆଦିଲ୍ଲୀ,୧୨ା୯: ନରେନ୍ଦ୍ର ମୋଦି ସରକାର ଚାଇନା ସଂଘର୍ଷର ସଫଳ ମୁକାବିଲା କରିପାରି ନାହାନ୍ତି। ଏଥିଯୋଗୁ ପଡ଼ୋଶୀ ଦେଶର ପିପୁଲ୍ସ ଲିବରେଶନ୍‌ ଆର୍ମି (ପିଏଲ୍‌ଏ) ୪,୦୦୦ ବର୍ଗ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri