Posted inଜାତୀୟ

ମହାକୁମ୍ଭର ଦ୍ୱିତୀୟ ଦିନରେ ବୁଡ଼ ପକାଇଲେ ୩.୫ କୋଟି ସାଧୁସନ୍ଥ, ଶ୍ରଦ୍ଧାଳୁ

ବୁଡ଼ ପକାଇଲେ ୩.୫ କୋଟି ମହାକୁମ୍ଭ ନଗର,୧୫।୧: ଉତ୍ତର ପ୍ରଦେଶର ପ୍ରୟାଗରାଜରେ ସୋମବାରଠାରୁ ଆରମ୍ଭ ହୋଇଥିବା ମହାକୁମ୍ଭର ଦ୍ୱିତୀୟ ଦିନ ତଥା ପବିତ୍ର ମକର ସଂକ୍ରାନ୍ତି ଅବସରରେ ଗଙ୍ଗା, ଯମୁନା ଓ ପୁରାଣବର୍ଣ୍ଣିତ ସରସ୍ବତୀ ନଦୀର ମିଳନସ୍ଥଳ ତ୍ରିବେଣୀ ସଙ୍ଗମରେ ୩.୫ କୋଟି ସାଧୁସନ୍ଥ ଓ ଶ୍ରଦ୍ଧାଳୁ ବୁଡ଼ ପକାଇଛନ୍ତି। ପ୍ରଥମ ‘ଅମୃତ ସ୍ନାନ’ରେ ସାମିଲ ହେବା ପାଇଁ ବହୁ ଆଖଡ଼ାର ସାଧୁସନ୍ଥ ଆସିଥିଲେ।

ସୋମବାର ପୌଷ ପୂର୍ଣ୍ଣିମାରେ କୋଟିଏ ୬୫ ଲକ୍ଷ ଶ୍ରଦ୍ଧାଳୁ ବୁଡ଼ ପକାଇଥିବାବେଳେ ମକର ସଂକ୍ରାନ୍ତି ପ୍ରଥମ ଶାହି ସ୍ନାନରେ ଅଧିକାଂଶ ଆଖଡ଼ା ସଦସ୍ୟ ଓ ସନ୍ଥମାନେ ଯୋଗଦେଇଥିଲେ। ଏଥିପାଇଁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସନ୍ଥ, କଳ୍ପବାସୀ ଏବଂ ଶ୍ରଦ୍ଧାଳୁମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ପ୍ରଥମ ଅମୃତ ସ୍ନାନ ଉତ୍ସବ ସଫଳତାର ସହ ସମ୍ପନ୍ନ ହୋଇଥିବାରୁ ସନାତନ ଧାମର ସବୁ ଆଖଡ଼ା, ମହାକୁମ୍ଭ ମେଳାର ପ୍ରଶାସନ, ସ୍ଥାନୀୟ ପ୍ରଶାସନ, ପୋଲିସ ପ୍ରଶାସନ, ପରିମଳ କର୍ମଚାରୀ, ସ୍ବେଚ୍ଛାସେବୀ ସଂଗଠନ ଏବଂ ଧର୍ମୀୟ ସଂସ୍ଥା, ନାବିକ ତଥା ମହାକୁମ୍ଭ ସହ ଜଡ଼ିତ ଥିବା କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସବୁ ବିଭାଗକୁ ମୁଖ୍ୟମନ୍ତ୍ରୀ ଅଭିନନ୍ଦନ ଜଣାଇଛନ୍ତି।

ମଙ୍ଗଳବାର ଭୋର୍‌ ୩ଟା ବ୍ରହ୍ମ ମୁହୂର୍ତ୍ତରେ ଅମୃତ ସ୍ନାନ ଆରମ୍ଭ ହୋଇଥିଲା। ମହାକୁମ୍ଭରେ ୧୩ଟି ଆଖଡ଼ା ଭାଗ ନେଇଥିବାବେଳେ ଶ୍ରୀ ପଞ୍ଚାୟତି ଆଖଡ଼ା ମହାନିର୍ବାଣୀ ଏବଂ ଶ୍ରୀ ଶମ୍ଭୁ ପଞ୍ଚାୟତି ଅଟଳ ଆଖଡ଼ା ପ୍ରଥମେ ଅମୃତ ସ୍ନାନରେ ସାମିଲ ହୋଇଥିଲେ। ଦେହରେ ବିଭୂତି ବୋଳିଥିବା ନାଗା ସାଧୁମାନେ ହାତରେ ବର୍ଚ୍ଛା ଓ ତ୍ରିଶୂଳ ଧରି ଶୋଭାଯାତ୍ରାରେ ଶାହି ସ୍ନାନକୁ ଯାଇଥିଲେ। କେତେଜଣ ନାଗା ସନ୍ଥ ଘୋଡ଼ା ଚଢ଼ି ଆସିଥିବା ଦେଖାଯାଇଥିଲା।

‘ହର ହର ମହାଦେବ’, ‘ଜୟ ଶ୍ରୀରାମ’ ଏବଂ ‘ଜୟ ଗଙ୍ଗା ମୈୟା’ ସ୍ଲୋଗାନ ସହ ବହୁସଂଖ୍ୟାରେ ଶ୍ରଦ୍ଧାଳୁ ବିଭିନ୍ନ ଗୋଷ୍ଠୀରେ ଆସି ଭିନ୍ନ ଭିନ୍ନ ଘାଟରେ ସ୍ନାନ କରିଥିଲେ। ବିଦେଶରୁ ମଧ୍ୟ ଶ୍ରଦ୍ଧାଳୁମାନେ ଶାହି ସ୍ନାନରେ ଭାଗ ନେଇ ବୁଡ଼ ପକାଇଥିଲେ। ଅମୃତ ସ୍ନାନ ବେଳେ ଆକାଶ ମାର୍ଗରୁ ହେଲିକପ୍ଟର ଯୋଗେ ଶ୍ରଦ୍ଧାଳୁମାନଙ୍କ ଉପରେ ପୁଷ୍ପ ବୃଷ୍ଟି କରାଯାଇଥିଲା। ଆକାଶରୁ ଗୋଲାପ ପାଖୁଡ଼ା ପଡ଼ୁଥିବାବେଳେ ଶ୍ରଦ୍ଧାଳୁମାନେ ଜୟ ଶ୍ରୀରାମ, ହର ହର ମହାଦେବ ସ୍ଲୋଗାନ ଦେଉଥିବା ଦେଖାଯାଇଥିଲା। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଉଦ୍ୟାନ କୃଷି ବିଭାଗ ପୁଷ୍ପ ବୃଷ୍ଟି ଲାଗି ପ୍ରସ୍ତୁତି କରିଥିଲା। ଏଥିପାଇଁ ୨୦ କୁଇଣ୍ଟାଲ ଗୋଲାପ ପାଖୁଡ଼ା ବ୍ୟବହୃତ ହୋଇଥିବା ଜଣାପଡ଼ିଛି। ପବିତ୍ର ମକର ସଂକ୍ରାନ୍ତିରେ ସଙ୍ଗମରେ ବୁଡ଼ ପକାଇଲେ ପାପ କ୍ଷୟ ଯାଇ ଆଧ୍ୟାତ୍ମିକ ଶାନ୍ତି ମିଳିଥାଏ ବୋଲି ବିଶ୍ୱାସ ରହିଛି, ଯେଉଁଥିପାଇଁ ଅଗଣିତ ହିନ୍ଦୁ ତୀର୍ଥଯାତ୍ରୀ ଆକର୍ଷିତ ହୋଇ ମହାକୁମ୍ଭକୁ ଆସିଥାନ୍ତି। ପ୍ରତି ୧୨ ବର୍ଷରେ ଥରେ ମହାକୁମ୍ଭ ପଡ଼ୁଥିବାବେଳେ ୧୪୪ ବର୍ଷ ପରେ ଏଥର ବିରଳ ସ୍ବର୍ଗୀୟ ସଂଯୋଗ ପଡ଼ିଥିବାରୁ ଏହାକୁ ସବୁଠୁ ପବିତ୍ର ଅବସର ବୋଲି କୁହାଯାଉଛି। ଫେବୃଆରୀ ୨୬ ପର୍ଯ୍ୟନ୍ତ ଦୀର୍ଘ ୪୫ ଦିନ ଧରି ମହାକୁମ୍ଭ ଲାଗିରହିବ।


Enter your email to get our daily news in your inbox.

All Right Reserved By Dharitri.Com

କ୍ୟାଟ୍ରିନାଙ୍କୁ ମିଳିଲା ବଡ଼ ଅଫର୍‌

ସାଉଥ୍‌ ସୁପରଷ୍ଟାର ପ୍ରଭାସଙ୍କ ଆଗାମୀ ଫିଲ୍ମ ‘ସ୍ପିରିଟ’ ଆଜିକାଲି ଚର୍ଚ୍ଚାରେ ରହିଛି। କିଛି ମାସ ପୂର୍ବରୁ ଦୀପିକା ପାଦୁକୋନ ଏହି ପ୍ରୋଜେକ୍ଟରୁ ଓହରି ଯାଇଥିଲେ। ତୃପ୍ତି ଡିମରି…

୧୨ ବର୍ଷର କାର୍ଯ୍ୟକାଳରେ ମୋଦି ସରକାରରେ ପ୍ରଥମ ଇସ୍ତଫା, CAAରୁ ଆରମ୍ଭ ହୋଇ CJPରେ…

ଆଦିଲ୍ଲୀ,୨୫ା୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ୧୨ ବର୍ଷର କାର୍ଯ୍ୟକାଳ ମଧ୍ୟରେ ପ୍ରଥମଥର ପାଇଁ ଜଣେ କେନ୍ଦ୍ରମନ୍ତ୍ରୀ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର…

ଧର୍ମେନ୍ଦ୍ରଙ୍କ ଇସ୍ତଫା ପରେ ମୁହଁ ଖୋଲିଲେ ଅଭିଜିତ ଦିପ୍‌କେ, ସିଧା କହିଦେଲେ ଏମିତି…ଜାତୀୟ ରାଜନୀତିରେ ଚହଳ

ନୂଆଦିଲ୍ଲୀ,୨୫।୭: ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପରେ ଅଭିଜିତ୍ ଦୀପକେଙ୍କ ପ୍ରଥମ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ପ୍ରଧାନଙ୍କ ଇସ୍ତଫା ଉପରେ ଅଭିଜିତ୍ ଦୀପକେ କହିଛନ୍ତି ଯେ, “ଦୁନିଆ…

ବଡ଼ ଖବର: ଶେଷରେ ଇସ୍ତଫା ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜାଣନ୍ତୁ କ’ଣ କହିଲେ

ନୂଆଦିଲ୍ଲୀ,୨୫।୭: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଶେଷରେ ଶିକ୍ଷାମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଧର୍ମେନ୍ଦ୍ର ପ୍ରଧାନ। Gen-Z ଆଗରେ ନଇଁଲେ କେନ୍ଦ୍ରମନ୍ତ୍ରୀ। ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି…

ଦିଲ୍ଲୀ ଛାତ୍ର୍ର ଆନ୍ଦୋଳନକୁ ସମର୍ଥନ ଜଣାଇ ଗଣଧାରଣା: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି କରି…

ବଲାଙ୍ଗୀର,୨୫ା୭(ସୁନିଲ କୁମାର ମହାନ୍ତି): ଏନ୍‌ଇଇଟି ପ୍ରଶ୍ନପତ୍ର ଲିକ୍‌ ଘଟଣାରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି ନେଇ ଦିଲ୍ଲୀରେ ଚାଲିଥିବା ଛାତ୍ର ଆନ୍ଦୋଳନ ସମର୍ଥନରେ ଶନିବାର…

ଜୁଆଆଡ୍ଡାରେ ଚଢ଼ାଉ: ୫ ଜଣଙ୍କୁ ଗିରଫ କଲା ପୋଲିସ, ସୁଯୋଗ ନେଇ ଅନ୍ୟମାନେ…

ଦିଗପହଣ୍ଡି୨୫ା୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା ପୋଲିସ ଟିମ୍‌ ପୋଡ଼ାମାରି ଗ୍ରାମ ନିକଟ ଏକ କୁକୁଡ଼ାଫାର୍ମରେ ଚାଲିଥିବା ଜୁଆଆଡ୍ଡା ଉପରେ ଅତର୍କିତ ଚଢ଼ାଉ କରି…

ରାତ୍ରୀଭୋଜନରେ ଟ୍ରମ୍ପଙ୍କ ମନ୍ତବ୍ୟ ଶୁଣି ସମସ୍ତେ ଆଶ୍ଚର୍ଯ୍ୟ, କହିଲେ ତୃତୀୟ ଥର ରାଷ୍ଟ୍ରପତି…

ଓ୍ବାଶିଂଟନ,୨୫।୭: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହ୍ୱାଇଟ୍ ହାଉସ୍ କରେସପଣ୍ଡେଣ୍ଟସ୍ ଆସୋସିଏସନ୍ ରାତ୍ରୀଭୋଜନରେ ସମ୍ଭାବ୍ୟ ତୃତୀୟ ରାଷ୍ଟ୍ରପତିଙ୍କ କାର୍ଯ୍ୟକାଳ ବିଷୟରେ ମନ୍ତବ୍ୟ ଦେଇଥିଲେ । ଯାହାକି ସମସ୍ତଙ୍କୁ…

ମୃତ୍ୟୁମୁଖରୁ ଯୁବତୀଙ୍କୁ ବଞ୍ଚାଇଥିଲେ ସାହସୀ ଯୁବକ ବଳରାମ, ଏବେ ମିଳିଲା…

କଲ୍ୟାଣସିଂହପୁର,୨୫ା୭(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଥିବା ଏକ ଅଭାବନୀୟ ଘଟଣା ମଧ୍ୟରେ ମାନବିକତା, ସାହସ ଓ କର୍ତ୍ତବ୍ୟନିଷ୍ଠାର ଏକ ଉଜ୍ଜ୍ୱଳ ଦୃଷ୍ଟାନ୍ତ ଉଦାହରଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri