ଶେଷ ଦିନରେ ୩୩୫୯ ପ୍ରାର୍ଥତ୍ପତ୍ର ଦାଖଲ

କେନ୍ଦ୍ରାପଡ଼ା ଅଫିସ, ୨୨ା୧: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ମଙ୍ଗଳବାରଠାରୁ ମନୋନୟନ ପତ୍ର ଦାଖଲ ଆରମ୍ଭ ହୋଇଥିଲା। ଶୁକ୍ରବାର ଶେଷ ଦିନରେ ୩୩୫୯ ଜଣ ପ୍ରାର୍ଥତ୍ପତ୍ର ଦାଖଲ ହୋଇଛି। ଆସନ୍ତା ୨୨ରେ ଏହି ପ୍ରାର୍ଥତ୍ପତ୍ରଗୁଡିକ ଯାଞ୍ଚ ହେବ। ଏଥିସହ ଆସନ୍ତା ୨୫ ତାରିଖ ସୁଦ୍ଧା ପ୍ରାର୍ଥତ୍ପତ୍ର ପ୍ରତ୍ୟାହାର ସମୟସୀମା ଧାର୍ଯ୍ୟ ହୋଇଥିବା ବେଳେ ସନ୍ଧ୍ୟାରେ ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ।
ଅପରାହ୍ନ ୩ଟା ସୁଦ୍ଧା ୩୨ଟି ଜିଲା ପରିଷଦ ସଭ୍ୟ ପଦ ପାଇଁ ୮୯ ଜଣ ପ୍ରାର୍ଥୀ ଉପ ଜିଲାପାଳଙ୍କ କାର୍ଯ୍ୟାଳୟରେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଶେଷଦିନରେ ଆଳି ବ୍ଲକ ଅଞ୍ଚଳର ୪ ଜୋନ୍‌ ପାଇଁ ୬ଜଣ, କେନ୍ଦ୍ରାପଡ଼ାର ୪ ଜୋନ୍‌ ପାଇଁ ୧୨ଜଣ, ଗରଦପୁରର ୩ ଜୋନ୍‌ ପାଇଁ ୧୨ଜଣ, ଡେରାବିଶର ୩ ଜୋନ୍‌ ପାଇଁ ୧୦ଜଣ, ପଟ୍ଟାମୁଣ୍ଡାଇର ୪ ଜୋନ୍‌ ପାଇଁ ୧୧ଜଣ, ମହାକାଳପଡ଼ାର ୫ ଜୋନ୍‌ ପାଇଁ ୧୩ ଜଣ, ମାର୍ଶାଘାଇର ୩ ଜୋନ୍‌ ପାଇଁ ୧୧ଜଣ, ରାଜକନିକାର ୩ ଜୋନ୍‌ ପାଇଁ ୫ଜଣ ଓ ରାଜନଗର ବ୍ଲକ ଅଞ୍ଚଳର ୩ ଜୋନ୍‌ ପାଇଁ ୯ଜଣ ପ୍ରାର୍ଥତ୍ପତ୍ର ଦାଖଲ କରଛନ୍ତି। ଏଥିସହ ଜିଲାର ୯ ବ୍ଲକ ଅଞ୍ଚଳରେ ସମିତି ସଭ୍ୟ, ସରପଞ୍ଚ ଓ ୱାର୍ଡ ସଭ୍ୟ ପଦବୀ ପାଇଁ ମନୋନୟନ ପତ୍ର ବିଭିନ୍ନ କାର୍ଯ୍ୟାଳୟରେ ଦାଖଲ ହୋଇଛି। ଡିପିଓ ସନ୍ତୋଷ କୁମାର ସାହୁଙ୍କ ସୂଚନା ଅନୁଯାୟୀ, କେନ୍ଦ୍ରାପଡ଼ା ବ୍ଲକ ଅଞ୍ଚଳରେ ୨୮୦ ଜଣ ୱାର୍ଡ ସଭ୍ୟ, ୩୭ ଜଣ ସମିତିସଭ୍ୟ ଓ ୪୫ଜଣ ସରପଞ୍ଚ ପଦ ପାଇଁ ପ୍ରାର୍ଥତ୍ପତ୍ର ଦାଖଲ ହୋଇଛି। ସେହିପରି ଡେରାବିଶ ବ୍ଲକରେ ୨୬୨ଟି ୱାର୍ଡ ସଭ୍ୟ, ୩୯ଟି ସମିତିସଭ୍ୟ ଓ ୩୭ଟି ସରପଞ୍ଚ, ପଟ୍ଟାମୁଣ୍ଡାଇ ବ୍ଲକରେ ୧୯୦ ଜଣ ୱାର୍ଡ ସଭ୍ୟ, ୪୩ ଜଣ ସମିତିସଭ୍ୟ ଓ ୭୦ ଜଣ ସରପଞ୍ଚ, ଗରଦପୁର ବ୍ଲକରେ ୨୦୬ ଜଣ ୱାର୍ଡ ସଭ୍ୟ, ୩୦ ସମିତିସଭ୍ୟ ଓ ୩୯ ସରପଞ୍ଚ, ମାର୍ଶାଘାଇ ବ୍ଲକରେ ୧୮୪ ୱାର୍ଡ ସଭ୍ୟ, ୩୪ ସମିତିସଭ୍ୟ ଓ ୩୪ଜଣ ସରପଞ୍ଚ ପଦ ପାଇଁ ପ୍ରାର୍ଥତ୍ପତ୍ର ଦାଖଲ କରିଛନ୍ତି। ଏଥିସହ ଆଳି ବ୍ଲକ ଅଞ୍ଚଳରେ ୩୧୩ ୱାର୍ଡ ସଭ୍ୟ, ୪୦ଜଣ ସମିତିସଭ୍ୟ ଓ ୬୮ଜଣ ସରପଞ୍ଚ, ମହାକାଳପଡ଼ା ବ୍ଲକରେ ୩୯୪ଜଣ ୱାର୍ଡ ସଭ୍ୟ, ୪୨ଜଣ ସମିତିସଭ୍ୟ ଓ ୬୩ ଜଣ ସରପଞ୍ଚ, ରାଜନଗରରେ ୩୬୫ ଜଣ ୱାର୍ଡ ସଭ୍ୟ, ୬୭ ଜଣ ସମିତିସଭ୍ୟ ଓ ୪୭ ଜଣ ସରପଞ୍ଚ ଓ ରାଜକନିକାରେ ୨୪୭ଜଣ ୱାର୍ଡ ସଭ୍ୟ, ୩୬ ଜଣ ସମିତିସଭ୍ୟ ଓ ୫୮ଜଣ ସରପଞ୍ଚ ପଦ ପାଇଁ ଆଶାୟୀ ପ୍ରାର୍ଥୀ ପ୍ରାର୍ଥତ୍ପତ୍ର ଦାଖଲ କରିଛନ୍ତି। ଉପଜିଲାପାଳ ନିରଞ୍ଜନ ବେହେରାଙ୍କ ସୂଚନା ଅନୁଯାୟୀ ଚଳିତ ନିର୍ବାଚନରେ କୋଭିଡ୍‌ କଟକଣାକୁ ଗୁରୁତ୍ୱ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏମଏମଡିଆର୍‌ ଆଇନ ପ୍ରତ୍ୟାହାର ଦାବିରେ ଗର୍ଜିଲା ବିଜେଡି: ୧୦ ହଜାରରୁ ଊର୍ଦ୍ଧ୍ୱ ବିଜେଡି କର୍ମୀ କଲେ ବିଶାଳ ପ୍ରତିବାଦ

କେସିଙ୍ଗା, ୨୯।୯(ତୁମେଶ୍ୱର ସାହୁ):ଏମଏମଡିଆର୍‌ ଆଇନର ପ୍ରତିବାଦ ଓ ଏହାକୁ ପ୍ରତ୍ୟାହାର ଦାବିରେ ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ଭୁବନେଶ୍ୱରଠାରେ ଏକ ବିଶାଳ ପ୍ରତିବାଦ ସଭା ଆୟୋଜିତ…

ରୋହିତ,ସେହୱାଗ, ଇଶାନଙ୍କୁ ପଛରେ ପକାଇଲେ କୋହଲି, ନିଜ ନାଁରେ କଲେ ଅନନ୍ୟ ରେକର୍ଡ, ଚାରିଆଡେ ଚର୍ଚ୍ଚା

ନୂଆଦିଲ୍ଲୀ,୨୯।୯: ଦିନିକିଆ କ୍ରିକେଟରେ ବିରାଟ କୋହଲିଙ୍କ ନାମ ପୁଣିଥରେ ଏକ ବିଶେଷ ରେକର୍ଡ ସହ ଚର୍ଚ୍ଚାରେ ରହିଛି। ନିଜ ବ୍ୟାଟିଂ ଦ୍ୱାରା ଦୀର୍ଘଦିନ ଧରି ରେକର୍ଡ ପରେ…

ଗୁଳି କରି ବ୍ୟବସାୟୀଙ୍କୁ ହତ୍ୟା; ଟଙ୍କା ବ୍ୟାଗ୍‌ ଲୁଟିନେଲେ ଦୁର୍ବୃତ୍ତ, ଅଞ୍ଚଳରେ ଚାଞ୍ଚଲ୍ୟ

ପାଟଣା,୨୯।୯ (ବୀର କିଶୋର ଦାଶ): କେନ୍ଦୁଝର ଜିଲା କେନ୍ଦେଇପୋଷି-ପାଟଣା ରାସ୍ତାର ଭୀମାପଡ଼ା ଜଙ୍ଗଲ ନିକଟରେ ସୋମବାର ବିଳମ୍ବିତ ରାତିରେ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି । ରାତି ୧୦ଟା…

ବଟେଶ୍ୱର ପୀଠକୁ ସଂଯୋଗ ରାସ୍ତା ଶୋଚନୀୟ: ତୁରନ୍ତ ମରାମତି ଦାବି

ଗଞ୍ଜାମ, ୨୯/୯(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଦ ପଞ୍ଚାୟତର କଣ୍ଟିଆଗଡ଼ ନିକଟରେ ଅବସ୍ଥିତ ପ୍ରସିଦ୍ଧ ଶୈବପୀଠ ବଟେଶ୍ୱରକୁ ହୁମାଠାରୁ ସଂଯୋଗ କରୁଥିବା ରାସ୍ତା ଏବେ ଅତ୍ୟନ୍ତ…

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?