ଛତ୍ରପୁର,୧୭।୬ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଯୋଜନା କମିଟି ସଦସ୍ୟ ଲାଗି ଆଜି ଶେଷ ଦିନରେ ୧୩ ଜଣ ଜିଲା ପରିଷଦ ସଭ୍ୟ / ସଭ୍ୟା ସେମାନଙ୍କ ପ୍ରାର୍ଥିିପତ୍ର ଦାଖଲ କରିଛନ୍ତି । ସେମାନେ ହେଲେ ୬୭ ନଂ ଜିଲା ପରିଷଦ ଜୋନର ବି.ଗିତାଞ୍ଜଳୀ, ୧୦ ନଂ ଜୋନର ଭାରତୀ ନାୟକ, ୧୪ ନଂ ଜୋନର ସସ୍ମିତା ସ୍ବାଇଁ, ୨ ନଂ ଜୋନର ଅନିମା ପରିଡା, ୩୩ ନଂ ଜୋନର ଯଶୋଦା ଶବର, ୧୨ ନଂ ଜୋନ୍ର ଚନ୍ଦନା କୁମାରୀ ସେଠୀ, ୨୨ ନଂ ଜୋନର ଶିବ ସେଠୀ, ୩୮ ନଂ ଜୋନର ଅଶୋକ କୁମାର ବିଷୋୟୀ, ୩୦ ନଂ ଜୋନର ଟୁକୁନା ଗୌଡ, ୫ ନଂ ଜୋନର ଜୀପକ କୁମାର ସାମନ୍ତ, ୭ ନଂ ଜୋନର ସନ୍ତୋଷ କୁମାର ପାଢୀ ଏବଂ ୪୮ ନଂ ଜୋନର ସୁଧୀର କୁମାର ଜେନା । ବୁଜନତା ଦଳର ୧୨ ଜଣ ପ୍ରାର୍ଥୀ ଗଞ୍ଜାମ ଜିଲା ପରିଷଦ ଅଧ୍ୟକ୍ଷା ଅଞ୍ଜଳୀ ସ୍ବାଇଁ, ଉପାଧ୍ୟକ୍ଷା ଏସ.ରାଜେଶ୍ୱରୀ ଦୋରାଙ୍କ ନେତୃତ୍ୱରେ ଛତ୍ରପୁର ସ୍ଥିତ ଯୋଜନା ଓ ସମନୱୟ କାର୍ଯ୍ୟାଳୟ ଠାରେ ପହଂଚି ଆସିଷ୍ଟାଂଟ ରିଟର୍ଣ୍ଣିଂ ଅଫିସର ତଥା ଯୁଗ୍ମ ନିର୍ଦ୍ଦେଶକ (ଯୋଜନା ଓ ସମନୱୟ) ଅଶୋକ କୁମାର ଦାଶଙ୍କ ଠାରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଏହି ଅବସରରେ ପୂର୍ବତନ ବିଧାୟକ ସୁବାସ ଚନ୍ଦ୍ର ବେହେରା, ସୂର୍ଯ୍ୟମଣୀ ବୈଦ୍ୟ ଓ ଲତିକା ପ୍ରଧାନ, ପୂର୍ବତନ ସାଂସଦ ପ୍ରମିଳା ବିଷୋୟୀ ଓ ଚନ୍ଦ୍ରଶେଖର ସାହୁ, ବିଜେଡି ଜିଲା କାର୍ଯ୍ୟକାରୀ ସଭାପତି ଭଗବାନ ଗନ୍ତାୟତ ଓ ପୂର୍ଣ୍ଣଚନ୍ଦ୍ର ସ୍ବାଇଁ , ଜିଲା ସାଧାରଣ ସଂପାଦକ ଅଜୟ ମହାରଣା, ବିଧାନସଭାବିରୋଧୀ ଦଳ ନେତାଙ୍କ ପ୍ରତିନିଧି ଦେବାନନ୍ଦ ମହାପାତ୍ର, ବ୍ରହ୍ମପୁର ମେୟର ସଂଘମିତ୍ରା ଦଳାଇ, ଡେପୁଟି ମେୟର ବିବେକ ରେଡ୍ଡୀ, ଆସିକା ସାଂସଦ ପ୍ରାର୍ଥୀ ରଞ୍ଜିତା ସାହୁ, ଦିଗପହଣ୍ଡି ବିଧାୟକ ପ୍ରାର୍ଥୀ ବିପ୍ଲବ ପାତ୍ର,ଯୁବ ନେତା ରଞ୍ଜନ ପଲାଇ, ପୂର୍ବତନ ବିଡିଏ ଅଧ୍ୟକ୍ଷ ସୁବାସ ମହାରଣା, ନୀଳମଣି ପଟ୍ଟନାୟକ, ଭବାନୀକାନ୍ତ ସାହୁ ଉପସ୍ଥିତ ଥିଲେ। ସେହିପରି ଭାରତୀୟ ଜନତା ପାର୍ଟି ପକ୍ଷରୁ ଜଣେ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ସୂଚନାନୁସାରେ, ଚଳିତମାସ ୬ ତାରିଖ ଠାରୁ ୧୭ ତାରିଖ ନାମାଙ୍କନ ପତ୍ର ଦାଖଲ ପାଇଁ ଧାର୍ଯ୍ୟ ରହିଥିଲା । ୧୯ ତାରିଖ ଯାଞ୍ଚ ଏବଂ ୨୨ ତାରିଖରେ ନାମାଙ୍କନପତ୍ର ପ୍ରତ୍ୟାହର ରହିଛି । ଜୁଲାଇ ୭ ତାରିଖରେ ନିର୍ବାଚନ । ଯଦି ସମସ୍ତ ପ୍ରାଥୀଙ୍କ ନାମାଙ୍କନ ପତ୍ର କାଏମ ରହେ ତେବେ ସମସ୍ତ ପ୍ରାର୍ଥୀ ନିଦ୍ୱନ୍ଦରେ ବିଜୟୀ ହେବେ ।

