ସେଦିନ ପଣା ସଂକ୍ରାନ୍ତିରେ

ଆଉ ମାତ୍ର ତିନି ଦିନ ପରେ ହେବ ମହାବିଷୁବ ସଂକ୍ରାନ୍ତି ବା ପଣାସଂକ୍ରାନ୍ତି। ଏହାକୁ ଆମେ ପାଳନ କରିଥାଉ ଓଡ଼ିଆ ନବବର୍ଷ ଭାବେ। ଏହିଦିନ କେଉଁଠି ଦେଖିବାକୁ ମିଳେ ଝାମୁଯାତ୍ରା ତ ଆଉ କେଉଁଠି ଦଣ୍ଡନାଟ। ପୁଣି ମନ୍ଦିରଠୁ ଆରମ୍ଭ କରି ଘରେ ଘରେ ପ୍ରସ୍ତୁତ ହୁଏ ସ୍ବାଦିଷ୍ଠ ବେଲପଣା। ତେବେ ଏହି ଦିନର କିଛି ନିଆରା ଅନୁଭୂତିକୁ ନେଇ ଏଥରର ଉପସ୍ଥାପନା…

ଭାଙ୍ଗ ନିଶାରେ ସବୁ ଭୁଲିଗଲି
ଅନିଲ ସୋନକାର (କେନ୍ଦୁଝର)- ପ୍ରତିବର୍ଷ ପଣାସଂକ୍ରାନ୍ତିରେ ସାଙ୍ଗମାନେ ମିଶି ସ୍ପେଶାଲ ବେଲପଣା ପ୍ରସ୍ତୁତ କରି ସଭିଙ୍କୁ ପିଇବାକୁ ଦେଇଥାଉ ଏବଂ ଆମେ ମଧ୍ୟ ପିଇବାର ମଜା ନେଇଥାଉ। ମନେପଡୁଛି ଦଶ ବର୍ଷ ତଳର ପଣାସଂକ୍ରାନ୍ତି କଥା। ପ୍ରତିଥର ଭଳି ସମସ୍ତଙ୍କୁ ପଣା ଦେବା ପରେ ଆମେ ବି ପଣା ପିଇଲୁ। ହେଲେ କିଛି ସମୟ ପରେ ମୁଣ୍ଡ ଝିମ୍‌ଝିମ୍‌ କରି ବୁଲାଇବାରୁ ବସି ପଡ଼ିଲି। କେମିତି ଏକ ଭିନ୍ନ ଅଜବ ଅନୁଭବ ହେଉଥିଲା। ନା ଭଲ ଭାବେ ଚାଲି ପାରୁଥିଲି ନା ଠିକ୍‌ ଭାବେ କଥା ହୋଇପାରୁଥିଲି। ସାଙ୍ଗମାନେ ମୋତେ ଦେଖି ଖୁବ୍‌ ହସୁଥିବା ଜାଣିପାରୁଥିଲେ ବି କାରଣ ପଚାରିବାକୁ ଯେମିତି ଶକ୍ତି ନ ଥିଲା। ତା’ ପରର ଘଟଣା ଆଉ କିଛି ଜାଣିନାହିଁ। କାରଣ ଆଖି ଖୋଲିଲା ବେଳକୁ ପର ଦିନ ସକାଳେ ନିଜକୁ ଘରେ ଖଟ ଉପରେ ଶୋଇଥିବାର ପାଇଲି। ପରେ ସାଙ୍ଗମାନେ ଏଠାରେ ଆଣି ଶୁଆଇଥିବା କଥା ଜାଣିବାକୁ ପାଇଲି। ସେମାନେ ଯେ ମଜାରେ ମୋ ପଣାରେ ଭାଙ୍ଗ ମିଶାଇ ଦେଇଥିଲେ ସେ କଥା ବୁଝିବା ଆଉ ବାକି ନ ଥିଲା। ଯେହେତୁ ପୂର୍ବରୁ କେବେ ଭାଙ୍ଗର ସ୍ବାଦ ଚାଖି ନ ଥିଲି, ତେଣୁ ଜାଣି ପାରି ନ ଥିଲି ଏବଂ ଖୁବ୍‌ ଜୋର୍‌ରେ ନିଶା ହୋଇଯାଇଥିଲା। ଏବେବି ସେଦିନର କଥା ମନେପଡ଼ିଲେ ଖୁବ୍‌ ହସ ଲାଗେ।
ଓଡ଼ିଆ
ବେଲପଣାର
ପ୍ରଶଂସା ଅଭୁଲା
ଶୁଭଙ୍କର ଜେନା
(ଭୁବନେଶ୍ୱର)- ଏହି ପର୍ବ ଅନ୍ୟ ପର୍ବଗୁଡ଼ିକ ତୁଳନାରେ ମୋ ପାଇଁ କିଛିଟା ଭିନ୍ନ। ବିଭିନ୍ନ ଜିଲାରେ ରହି ଏହି ଉତ୍ସବର ଭିନ୍ନ ଭିନ୍ନ ପରମ୍ପରା ସହ ଜଡ଼ିତ ହୋଇ ଆସିଛି। ହେଲେ ବାଲେଶ୍ବରରେ ଏହି ଉତ୍ସବରେ ବେଲପଣା ପିଇବାର ମଜା ନିଆରା। ଶିବ ଏବଂ ହନୁମାନଙ୍କ ମନ୍ଦିରରେ ଦର୍ଶନ କରିବା ଆଳରେ ଯାଇ ବେଲପଣା ପିଇଥାଉ। କାରଣ ବାଲେଶ୍ବରର ପ୍ରତ୍ୟେକ ଶିବ ମନ୍ଦିର ଓ ହନୁମାନ ମନ୍ଦିରରେ ବେଲପଣା ଭୋଗ ଲାଗିଥାଏ। ଏମିତିକି ପ୍ରତ୍ୟେକ ଛକରେ ମଧ୍ୟ ବେଲପଣା ଦିଆଯାଇଥାଏ। ସେଠାରେ ଉଭୟ ସାଦା ଏବଂ ଭାଙ୍ଗମିଶା ବେଲପଣା ଦିଆଯାଇଥାଏ। ଏ ସବୁ ସ୍ଥାନରେ ବେଲପଣା ପିଇ ସାରିଲା ପରେ ରୁମ୍‌ରେ ଆସି ଆମେ ସାଙ୍ଗମାନେ ବେଲପଣା ପ୍ରସ୍ତୁତ କଲୁ। ପାଚିଲା ବେଲ, ଚିନି, ବୁନ୍ଦି, ନଡ଼ିଆକୋରା, ରସଗୋଲା, ଗୋଲମରିଚ ଗୁଣ୍ଡ, ବରଫ, ଦହି, ଛେନା, ପାଚିଲା କଦଳୀ ଏହିସବୁ ସାମଗ୍ରୀ ଦେଇ ବେଲପଣା ପ୍ରସ୍ତୁତ କରୁ। ପଶ୍ଚିମବଙ୍ଗରେ ଏହି ପର୍ବକୁ କୁହନ୍ତି ପହେଲା ବୈଶାଖୀ। ସେଠାରେ ବେଲପଣା ହୋଇ ନ ଥାଏ। ତେଣୁ ଗୋଟିଏ ବର୍ଷ ପଣାସଂକ୍ରାନ୍ତିରେ ସେଠାରେ ଥିବା ମୋ ମାମୁଘରେ ରହିଥିଲି ଏବଂ ବେଲପଣା ପ୍ରସ୍ତୁତ କରି ବଙ୍ଗୀୟଙ୍କ ମୁହଁରେ ଏହାର ସ୍ବାଦ ଚଖାଇଥିଲି। ସେମାନଙ୍କଠାରୁ ଆମ ଓଡ଼ିଆ ବେଲପଣାର ପ୍ରଶଂସା ମୋ ପାଇଁ ସତରେ ଅଭୁଲା।
ପାଟଭକ୍ତ ହେବାର ଆନନ୍ଦ ଅବର୍ଣ୍ଣନୀୟ
ଜିତେନ୍ଦ୍ର କୁମାର ଦାସ (ପାଟଭକ୍ତ, ଆଖଣ୍ଡଳମଣି ଦଣ୍ଡ ସମାଜ, ତାଳଚେର) – ଓଡ଼ିଶାର ଏକ ପାରମ୍ପରିକ ଲୋକପ୍ରିୟ ଲୋକନାଟ୍ୟ ଭାବେ ଦଣ୍ଡନାଟ ବେଶ୍‌ ପ୍ରସିଦ୍ଧ। ଆମ ଅଞ୍ଚଳର ଏହା ମଧ୍ୟ ଏକ ବଡ଼ ପର୍ବ। ଯୁଗଳ କିଶୋର ରାଉତଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଏହି ଦଣ୍ଡନାଟ ଦୀର୍ଘ ୫୨ବର୍ଷ ଧରି ଏହା ଆମ ଅଞ୍ଚଳରେ ପାଳନ କରାଯାଇ ଆସୁଛି। ମନେପଡୁଛି, ସମସ୍ତେ କୁହନ୍ତି ପାଟଭକ୍ତମାନଙ୍କୁ ବହୁତ କଷ୍ଟ କରିବାକୁ ପଡ଼େ। ତେଣୁ ପ୍ରଥମ ବର୍ଷ ମନରେ ଟିକେ ଭୟ ଥିଲା ଏହାକୁ ନିଷ୍ଠାର ସହ ପାଳନ କରିପାରିବି ତ? ହେଲେ ପାଟଭକ୍ତ ଭାବେ ମା’ଙ୍କ ସେବାରେ ନିଜକୁ ସମର୍ପଣ କରିବା ପରେ ସବୁ କିଛି ଯେମିତି ବଦଳିଗଲା। ପଣାସଂକ୍ରାନ୍ତିର ଗୋଟେ ମାସ ପୂର୍ବରୁ ଆମେ ସବୁ ଦଣ୍ଡୁଆ ଘର ଛାଡ଼ି ମନ୍ଦିରରେ ରହିଲୁ। ଅନ୍ୟ ଘରେ ଖାଇବା, ଶୋଇବା ବି ସମ୍ପୂର୍ଣ୍ଣ ବନ୍ଦ ଥିଲା। ଦ୍ୱିପ୍ରହର ସମୟରେ ମା’ ପାଖେ ପୂଜା ହୋଇଥିବା ପଣା ଏବଂ ରାତି ସମୟରେ ଅନ୍ନ ଖାଉଥିଲୁ। ସତରେ ସେ ସମୟର ଅନୁଭୂତି ଅବର୍ଣ୍ଣନୀୟ। ସେବେଠୁ ପ୍ରତିବର୍ଷ ଏହାକୁ ନିଷ୍ଠାର ସହ ପାଳୁଛି। ତେବେ ପଣା ସଂକ୍ରାନ୍ତି ଦିନ ଅଗ୍ନିଦଣ୍ଡ, ଧୂଳିଦଣ୍ଡ ଆମ ଅଞ୍ଚଳରେ ହୋଇଥାଏ। ଦୁଇ ଦିନ ଧରି ରାତିତମାମ ନୃତ୍ୟ ପରିବେଶଣ ବି ହୁଏ। ପାଟଓଷା ହୁଏ, କାଳିଶି ବି ଉଭା ହୁଅନ୍ତି। ଲୋକେ ବିଶ୍ୱାସ କରନ୍ତି, ଏହି ଦିନ ମା’ଙ୍କୁ ନିଷ୍ଠା ଓ ଭକ୍ତିରେ ଡାକିଲେ ସେ ସବୁ ମନସ୍କାମନା ପୂର୍ଣ୍ଣ କରନ୍ତି। ସତ କହିବାକୁ ଗଲେ ମୋର ମଧ୍ୟ ସବୁ ଇଚ୍ଛା ପୂର୍ଣ୍ଣ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱର ୪ ନମ୍ବର ଯୋଡ଼ିକୁ ହରାଇ ସାତ୍ତ୍ୱିକ-ଚିରାଗ ଜିତିଲେ ଚାଇନା ମାଷ୍ଟର୍ସ ଟାଇଟଲ

ଶେନ୍‌ଝେନ୍‌,୬ା୯:ଭାରତର ଷ୍ଟାର ପୁରୁଷ ଡବଲ୍ସ ଖେଳାଳି ସାତ୍ତ୍ୱିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ଶେଟ୍ଟି ୩ ଗେମ୍‌ ବିଶିଷ୍ଟ ଏକ ରୋମାଞ୍ଚକ ଫାଇନାଲରେ ଚାଇନାର ହି ଜି ତିଙ୍ଗ୍‌…

ବାହାରିଲା ମା’ ମାଣିକେଶ୍ୱରୀଙ୍କ ନବାନ୍ନ ଲଗ୍ନ, ଏହିଦିନ ନୂଆଁ ଖାଇବେ ଗଡ଼ଜାତବାସୀ

ଭବାନୀପାଟଣା,୬ା୯(ଉତ୍ତମ କୁମାର ଦାଶ): ନୂଆଁଖାଇ ପାଇଁ ସଜବାଜ ହେଉଛି କଳାହାଣ୍ଡି ଜିଲା । ପଶ୍ଚିମ ଓଡ଼ିଶାର ଏହା ଏକ ମୁଖ୍ୟ ପର୍ବ ହୋଇଥିଲେ ହେଁ କଳାହାଣ୍ଡିରେ ଟିକେ…

ପାକ୍‌ ଖେଳାଳିଙ୍କ ଫୋନ୍‌ ଜବତ କଲା ପିସିବି, କାହିଁକି ଜାଣନ୍ତୁ…

ଲଣ୍ଡନ,୬ା୯: ପାକିସ୍ତାନର ସମସ୍ୟାପୂର୍ଣ୍ଣ ଇଂଲଣ୍ଡ ଟୁର ଏକ ଅପ୍ରତ୍ୟାଶିତ ମୋଡ଼ ନେଇଛି। ଏଜବାଷ୍ଟନଠାରେ ଇଂଲଣ୍ଡ ବିପକ୍ଷ ଅନ୍ତିମ ତଥା ତୃତୀୟ ଟେଷ୍ଟ ପୂର୍ବରୁ ଜାତୀୟ ଦଳର କିଛି…

ଟିମ୍‌ରୁ ବାଦ ପଡ଼ିବାର ରହସ୍ୟ ଖୋଲିଲେ ରାଇନା, କୋହଲିଙ୍କ ଅଧିନାୟକତ୍ୱକୁ ନେଇ କହିଲେ ବଡ଼ କଥା

ନୂଆଦିଲ୍ଲୀ,୬।୯: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଷ୍ଟାର୍ ବ୍ୟାଟର ସୁରେଶ ରାଇନା ଟିମ୍ ଇଣ୍ଡିଆରୁ ବାଦ ପଡ଼ିବାକୁ ନେଇ ବଡ଼ ବୟାନ ଦେଇଛନ୍ତି। ବିରାଟ କୋହଲି ଭାରତୀୟ…

ଯନ୍ତ୍ରୀ ଅନୁପମା ସାହୁ ଗିରଫ, ଗାଡ଼ିରୁ ବାହାରିଥିଲା ବିଡ଼ାବିଡ଼ା ଟଙ୍କା, ଭୁବନେଶ୍ୱରରେ ଫ୍ଲାଟ୍‌ ସହ ଅନେକ ସହରରେ ରହିଛି…

କଟକ,୬ା୯(ପ୍ରଭୁକଲ୍ୟାଣ ପାଲ): ଲାଞ୍ଚ ଟଙ୍କାରେ ଫସିଲେ ଲେଡି ଅଫିସର। ଗିରଫ ହୋଇ କୋର୍ଟ ଚାଲାଣ ହୋଇଛନ୍ତି କେନ୍ଦ୍ରାପଡ଼ା ଡ୍ରେନେଜ ଡିଭିଜନର ସହକାରୀ ନିର୍ବାହୀ ଯନ୍ତ୍ରୀ ଅନୁପମା ସାହୁ।…

ଜଳି ଶଙ୍ଖ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା, ଟ୍ରକ ଧକ୍କାରେ ଓଲଟି ପଡ଼ିଲା ଅଟୋ

ଖଲ୍ଲିକୋଟ,୬।୯(ପ୍ରଶାନ୍ତ କୁମାର ମିଶ୍ର): ଖଲ୍ଲିକୋଟ ବ୍ଳକ ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ଜଳି ଶଙ୍ଖ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ହୋଇଛି । ରବିବାର ଅପରାହ୍ନରେ ଟ୍ରକ୍…

ଫୁଟବଲ ଖେଳ ଚାଲିଥିବା ବେଳେ ଆକାଶରୁ ଖସିଲା ମୃତ୍ୟୁ

କୁଆଁରମୁଣ୍ଡା,୬।୯(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ଥାନା କୁଆଁରମୁଣ୍ଡା ଫାଣ୍ଡି ଅନ୍ତର୍ଗତ କାଲୋଷିହିରିଆ ଗେଲ୍‌ଇଣ୍ଡିଆ ଖଡିଆବସ୍ତି ଫୁଟବଲ ପଡ଼ିଆରେ ରବିବାର ଏକ ଅଘଟଣ ଘଟିଛି। ପଡ଼ିଆରେ…

ଅବୈଧ ସମ୍ପର୍କରେ ବାଧା ସାଜିଲେ ସନ୍ତାନ; ପ୍ରେମିକ ସହ ମିଶି ହତ୍ୟା କଲେ, ଅନ୍ୟ ଜିଲାକୁ ନେଇ ଫିଙ୍ଗିଦେଲେ ମା’

ଚେନ୍ନାଇ,୬।୯: ତାମିଲନାଡୁର ତିରୁପତ୍ତୁର ଜିଲାରୁ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ୫ ବର୍ଷ ଓ ୩ ବର୍ଷ ବୟସର ଦୁଇ ଶିଶୁଙ୍କୁ କୂଅରେ ଫିଙ୍ଗି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri