ସେଦିନ ପଣା ସଂକ୍ରାନ୍ତିରେ

ଆଉ ମାତ୍ର ତିନି ଦିନ ପରେ ହେବ ମହାବିଷୁବ ସଂକ୍ରାନ୍ତି ବା ପଣାସଂକ୍ରାନ୍ତି। ଏହାକୁ ଆମେ ପାଳନ କରିଥାଉ ଓଡ଼ିଆ ନବବର୍ଷ ଭାବେ। ଏହିଦିନ କେଉଁଠି ଦେଖିବାକୁ ମିଳେ ଝାମୁଯାତ୍ରା ତ ଆଉ କେଉଁଠି ଦଣ୍ଡନାଟ। ପୁଣି ମନ୍ଦିରଠୁ ଆରମ୍ଭ କରି ଘରେ ଘରେ ପ୍ରସ୍ତୁତ ହୁଏ ସ୍ବାଦିଷ୍ଠ ବେଲପଣା। ତେବେ ଏହି ଦିନର କିଛି ନିଆରା ଅନୁଭୂତିକୁ ନେଇ ଏଥରର ଉପସ୍ଥାପନା…

ଭାଙ୍ଗ ନିଶାରେ ସବୁ ଭୁଲିଗଲି
ଅନିଲ ସୋନକାର (କେନ୍ଦୁଝର)- ପ୍ରତିବର୍ଷ ପଣାସଂକ୍ରାନ୍ତିରେ ସାଙ୍ଗମାନେ ମିଶି ସ୍ପେଶାଲ ବେଲପଣା ପ୍ରସ୍ତୁତ କରି ସଭିଙ୍କୁ ପିଇବାକୁ ଦେଇଥାଉ ଏବଂ ଆମେ ମଧ୍ୟ ପିଇବାର ମଜା ନେଇଥାଉ। ମନେପଡୁଛି ଦଶ ବର୍ଷ ତଳର ପଣାସଂକ୍ରାନ୍ତି କଥା। ପ୍ରତିଥର ଭଳି ସମସ୍ତଙ୍କୁ ପଣା ଦେବା ପରେ ଆମେ ବି ପଣା ପିଇଲୁ। ହେଲେ କିଛି ସମୟ ପରେ ମୁଣ୍ଡ ଝିମ୍‌ଝିମ୍‌ କରି ବୁଲାଇବାରୁ ବସି ପଡ଼ିଲି। କେମିତି ଏକ ଭିନ୍ନ ଅଜବ ଅନୁଭବ ହେଉଥିଲା। ନା ଭଲ ଭାବେ ଚାଲି ପାରୁଥିଲି ନା ଠିକ୍‌ ଭାବେ କଥା ହୋଇପାରୁଥିଲି। ସାଙ୍ଗମାନେ ମୋତେ ଦେଖି ଖୁବ୍‌ ହସୁଥିବା ଜାଣିପାରୁଥିଲେ ବି କାରଣ ପଚାରିବାକୁ ଯେମିତି ଶକ୍ତି ନ ଥିଲା। ତା’ ପରର ଘଟଣା ଆଉ କିଛି ଜାଣିନାହିଁ। କାରଣ ଆଖି ଖୋଲିଲା ବେଳକୁ ପର ଦିନ ସକାଳେ ନିଜକୁ ଘରେ ଖଟ ଉପରେ ଶୋଇଥିବାର ପାଇଲି। ପରେ ସାଙ୍ଗମାନେ ଏଠାରେ ଆଣି ଶୁଆଇଥିବା କଥା ଜାଣିବାକୁ ପାଇଲି। ସେମାନେ ଯେ ମଜାରେ ମୋ ପଣାରେ ଭାଙ୍ଗ ମିଶାଇ ଦେଇଥିଲେ ସେ କଥା ବୁଝିବା ଆଉ ବାକି ନ ଥିଲା। ଯେହେତୁ ପୂର୍ବରୁ କେବେ ଭାଙ୍ଗର ସ୍ବାଦ ଚାଖି ନ ଥିଲି, ତେଣୁ ଜାଣି ପାରି ନ ଥିଲି ଏବଂ ଖୁବ୍‌ ଜୋର୍‌ରେ ନିଶା ହୋଇଯାଇଥିଲା। ଏବେବି ସେଦିନର କଥା ମନେପଡ଼ିଲେ ଖୁବ୍‌ ହସ ଲାଗେ।
ଓଡ଼ିଆ
ବେଲପଣାର
ପ୍ରଶଂସା ଅଭୁଲା
ଶୁଭଙ୍କର ଜେନା
(ଭୁବନେଶ୍ୱର)- ଏହି ପର୍ବ ଅନ୍ୟ ପର୍ବଗୁଡ଼ିକ ତୁଳନାରେ ମୋ ପାଇଁ କିଛିଟା ଭିନ୍ନ। ବିଭିନ୍ନ ଜିଲାରେ ରହି ଏହି ଉତ୍ସବର ଭିନ୍ନ ଭିନ୍ନ ପରମ୍ପରା ସହ ଜଡ଼ିତ ହୋଇ ଆସିଛି। ହେଲେ ବାଲେଶ୍ବରରେ ଏହି ଉତ୍ସବରେ ବେଲପଣା ପିଇବାର ମଜା ନିଆରା। ଶିବ ଏବଂ ହନୁମାନଙ୍କ ମନ୍ଦିରରେ ଦର୍ଶନ କରିବା ଆଳରେ ଯାଇ ବେଲପଣା ପିଇଥାଉ। କାରଣ ବାଲେଶ୍ବରର ପ୍ରତ୍ୟେକ ଶିବ ମନ୍ଦିର ଓ ହନୁମାନ ମନ୍ଦିରରେ ବେଲପଣା ଭୋଗ ଲାଗିଥାଏ। ଏମିତିକି ପ୍ରତ୍ୟେକ ଛକରେ ମଧ୍ୟ ବେଲପଣା ଦିଆଯାଇଥାଏ। ସେଠାରେ ଉଭୟ ସାଦା ଏବଂ ଭାଙ୍ଗମିଶା ବେଲପଣା ଦିଆଯାଇଥାଏ। ଏ ସବୁ ସ୍ଥାନରେ ବେଲପଣା ପିଇ ସାରିଲା ପରେ ରୁମ୍‌ରେ ଆସି ଆମେ ସାଙ୍ଗମାନେ ବେଲପଣା ପ୍ରସ୍ତୁତ କଲୁ। ପାଚିଲା ବେଲ, ଚିନି, ବୁନ୍ଦି, ନଡ଼ିଆକୋରା, ରସଗୋଲା, ଗୋଲମରିଚ ଗୁଣ୍ଡ, ବରଫ, ଦହି, ଛେନା, ପାଚିଲା କଦଳୀ ଏହିସବୁ ସାମଗ୍ରୀ ଦେଇ ବେଲପଣା ପ୍ରସ୍ତୁତ କରୁ। ପଶ୍ଚିମବଙ୍ଗରେ ଏହି ପର୍ବକୁ କୁହନ୍ତି ପହେଲା ବୈଶାଖୀ। ସେଠାରେ ବେଲପଣା ହୋଇ ନ ଥାଏ। ତେଣୁ ଗୋଟିଏ ବର୍ଷ ପଣାସଂକ୍ରାନ୍ତିରେ ସେଠାରେ ଥିବା ମୋ ମାମୁଘରେ ରହିଥିଲି ଏବଂ ବେଲପଣା ପ୍ରସ୍ତୁତ କରି ବଙ୍ଗୀୟଙ୍କ ମୁହଁରେ ଏହାର ସ୍ବାଦ ଚଖାଇଥିଲି। ସେମାନଙ୍କଠାରୁ ଆମ ଓଡ଼ିଆ ବେଲପଣାର ପ୍ରଶଂସା ମୋ ପାଇଁ ସତରେ ଅଭୁଲା।
ପାଟଭକ୍ତ ହେବାର ଆନନ୍ଦ ଅବର୍ଣ୍ଣନୀୟ
ଜିତେନ୍ଦ୍ର କୁମାର ଦାସ (ପାଟଭକ୍ତ, ଆଖଣ୍ଡଳମଣି ଦଣ୍ଡ ସମାଜ, ତାଳଚେର) – ଓଡ଼ିଶାର ଏକ ପାରମ୍ପରିକ ଲୋକପ୍ରିୟ ଲୋକନାଟ୍ୟ ଭାବେ ଦଣ୍ଡନାଟ ବେଶ୍‌ ପ୍ରସିଦ୍ଧ। ଆମ ଅଞ୍ଚଳର ଏହା ମଧ୍ୟ ଏକ ବଡ଼ ପର୍ବ। ଯୁଗଳ କିଶୋର ରାଉତଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଏହି ଦଣ୍ଡନାଟ ଦୀର୍ଘ ୫୨ବର୍ଷ ଧରି ଏହା ଆମ ଅଞ୍ଚଳରେ ପାଳନ କରାଯାଇ ଆସୁଛି। ମନେପଡୁଛି, ସମସ୍ତେ କୁହନ୍ତି ପାଟଭକ୍ତମାନଙ୍କୁ ବହୁତ କଷ୍ଟ କରିବାକୁ ପଡ଼େ। ତେଣୁ ପ୍ରଥମ ବର୍ଷ ମନରେ ଟିକେ ଭୟ ଥିଲା ଏହାକୁ ନିଷ୍ଠାର ସହ ପାଳନ କରିପାରିବି ତ? ହେଲେ ପାଟଭକ୍ତ ଭାବେ ମା’ଙ୍କ ସେବାରେ ନିଜକୁ ସମର୍ପଣ କରିବା ପରେ ସବୁ କିଛି ଯେମିତି ବଦଳିଗଲା। ପଣାସଂକ୍ରାନ୍ତିର ଗୋଟେ ମାସ ପୂର୍ବରୁ ଆମେ ସବୁ ଦଣ୍ଡୁଆ ଘର ଛାଡ଼ି ମନ୍ଦିରରେ ରହିଲୁ। ଅନ୍ୟ ଘରେ ଖାଇବା, ଶୋଇବା ବି ସମ୍ପୂର୍ଣ୍ଣ ବନ୍ଦ ଥିଲା। ଦ୍ୱିପ୍ରହର ସମୟରେ ମା’ ପାଖେ ପୂଜା ହୋଇଥିବା ପଣା ଏବଂ ରାତି ସମୟରେ ଅନ୍ନ ଖାଉଥିଲୁ। ସତରେ ସେ ସମୟର ଅନୁଭୂତି ଅବର୍ଣ୍ଣନୀୟ। ସେବେଠୁ ପ୍ରତିବର୍ଷ ଏହାକୁ ନିଷ୍ଠାର ସହ ପାଳୁଛି। ତେବେ ପଣା ସଂକ୍ରାନ୍ତି ଦିନ ଅଗ୍ନିଦଣ୍ଡ, ଧୂଳିଦଣ୍ଡ ଆମ ଅଞ୍ଚଳରେ ହୋଇଥାଏ। ଦୁଇ ଦିନ ଧରି ରାତିତମାମ ନୃତ୍ୟ ପରିବେଶଣ ବି ହୁଏ। ପାଟଓଷା ହୁଏ, କାଳିଶି ବି ଉଭା ହୁଅନ୍ତି। ଲୋକେ ବିଶ୍ୱାସ କରନ୍ତି, ଏହି ଦିନ ମା’ଙ୍କୁ ନିଷ୍ଠା ଓ ଭକ୍ତିରେ ଡାକିଲେ ସେ ସବୁ ମନସ୍କାମନା ପୂର୍ଣ୍ଣ କରନ୍ତି। ସତ କହିବାକୁ ଗଲେ ମୋର ମଧ୍ୟ ସବୁ ଇଚ୍ଛା ପୂର୍ଣ୍ଣ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆକର୍ଷଣୀୟ ଦେଖାଯିବାକୁ ଚାହୁଁଛନ୍ତି କି? ଆପଣାନ୍ତୁ ଏହି ଟିପ୍ସ

ବର୍ତ୍ତମାନ ସୂର୍ଯ୍ୟକିରଣ ପ୍ରଭାବରେ ତ୍ୱଚା ସମ୍ବନ୍ଧିତ ବିଭିନ୍ନ ସମସ୍ୟା ଦେଖାଦେଉଛି। ଏହା ଦୂରକରିବାକୁ ଅନେକେ ବ୍ୟୁଟି ପାର୍ଲର ଯିବାଠୁ ଆରମ୍ଭକରି ଦାମୀ ସୌନ୍ଦର୍ଯ୍ୟ ପ୍ରସାଧନ ବ୍ୟବହାର...

ହ୍ୟାଣ୍ଡଲୁମ୍‌ ଫ୍ୟାଶନ: କମ୍ଫର୍ଟେବଲ୍‌ ସହ ମିଳିବ ଷ୍ଟାଇଲିଶ୍‌ ଲୁକ୍‌

ଗୋଟେ ପଟେ ଅସହ୍ୟ ଗରମ ତ ଆଉ ଗୋଟେ ପଟେ ଫ୍ୟାଶନ । କେଉଁଭଳି ଆଉଟ୍‌ଫିଟ୍‌ ବାଛିଲେ କମ୍ଫର୍ଟେବଲ୍‌ ଲାଗିବା ସହ ଷ୍ଟାଇଲିଶ୍‌ ଲୁକ୍‌ ବି...

ଆଜ୍‌ମା ପ୍ରତି ଯତ୍ନବାନ୍‌ ହେବା ଦରକାର

ଆମେ ସମ୍ମୁଖୀନ ହେଉଥିବା କେତେକ ପ୍ରମୁଖ ସ୍ବାସ୍ଥ୍ୟ ସମସ୍ୟା ମଧ୍ୟରୁ ଆଜ୍‌ମା ଅନ୍ୟତମ। ଏହା ଏକ ଶ୍ୱାସଜନିତ ରୋଗ। ଆଜ୍‌ମା ଏଭଳି ଏକ ରୋଗ ଯାହା...

ସନ୍ତୁଳିତ ଡାଇବେଟିସ୍‌ ପାଇଁ ଆପଣାନ୍ତୁ ଏହି ଉପାୟ…

ଆଜିକାଲି ଡାଇବେଟିସ୍‌ ଏକ ସାଧାରଣ ସ୍ବାସ୍ଥ୍ୟ ସମସ୍ୟା ପାଲଟି ଗଲାଣି କହିଲେ ଆଦୌ ଭୁଲ ହେବ ନାହିଁ। ଏହା ଯଦି ଜଟିଳ ଆକାର ଧାରଣ କରେ...

ବିଳମ୍ବରେ ଉଠୁଥିଲେ ଶରୀରରେ ଦେଖାଦିଏ ଏହି ସମସ୍ୟା

ପ୍ରତିଦିନ ଭୋରରୁ ଉଠିବା ସ୍ବାସ୍ଥ୍ୟ ପାଇଁ ଲାଭଦାୟକ। ହେଲେ ଏପରି କିଛି ବ୍ୟକ୍ତି ଅଛନ୍ତି, ଯେଉଁମାନେ ରାତିରେ ଡେରିରେ ଶୋଇଥାନ୍ତି ଓ ସକାଳୁ ବହୁ ବିଳମ୍ବରେ...

ଦୀପରୁ ଦୀପ କାହିଁକି ଲଗାଯାଏ ନାହିଁ…

ହିନ୍ଦୁ ଧର୍ମରେ ଦୀପ ଜଳାଇବାକୁ ନେଇ ଅନେକ ଧାର୍ମିକ ମହତ୍ତ୍ୱ ରହିଛି। ଦୀପ ଜଳାଇ ଯେହେତୁ ଆମେ ଦେବଦେବୀଙ୍କୁ ଆବାହନ କରିଥାଉ; ତେଣୁ ତାଙ୍କରି ଆଶୀର୍ବାଦରୁ...

ଖରାଦିନେ ଶୋଇବା ପୂର୍ବରୁ କ’ଣ କଲେ ତ୍ୱଚା କରିବ ଗ୍ଲୋ, ଜାଣନ୍ତୁ ସେ ସମ୍ପର୍କରେ…

ଦିନଯାକର ପରିଶ୍ରମ ପରେ ଥକ୍କାପଣ ଯୋଗୁ ଅନେକେ ରାତିରେ ତ୍ୱଚାର ଠିକ୍‌ରେ ଯତ୍ନ ନ ନେଇ ସେମିତି ଶୋଇପଡ଼ନ୍ତି; ଯଦ୍ଦ୍ବାରା ତ୍ୱଚାର ଚମକ ଧୀରେ ଧୀରେ...

ହିଟ ଓ୍ବେଭ ପାଇଁ ଡ୍ୟାମେଜ ହୋଇପାରେ ଲିଭର-କିଡ୍‌ନୀ

ନୂଆଦିଲ୍ଲୀ: ଆଜିକାଲି ଦିଲ୍ଲୀ-ନୋଏଡା ସମେତ ସମଗ୍ର ଦେଶରେ ଅତ୍ୟଧିକ ଗରମ ଅନୁଭୂତ ହେଉଛି। ଉତ୍ତାପ ବୃଦ୍ଧି ଯୋଗୁଁ ଉତ୍ତରପ୍ରଦେଶରେ ମଧ୍ୟ ୨ଜଣଙ୍କର ମତ୍ୟୁ ହୋଇଛି। ସୂଚନାଯୋଗ୍ୟ,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri